Posted inଖେଳ

ପ୍ୟାରିସ୍‌ ଅଲିମ୍ପିକ୍ସରେ ପୁରୁଷ ଆର୍ଟିଷ୍ଟିକ୍‌ ସୁଇମିଂ

୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ଆର୍ଟିଷ୍ଟିକ୍‌ ସୁଇମିଂରେ ପୁରୁଷମାନଙ୍କୁ ଦେଖିବାକୁ ମିଳିବ। ଓ୍ବାଲର୍‌ଡ ଆକ୍ୱାଟିକ୍ସର ଅନୁରୋଧକୁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଗ୍ରହଣ କରିବା ପରେ ଏହା ସ୍ପଷ୍ଟ ହୋଇଯାଇଛି…

କଳାତ୍ମକ ସନ୍ତରଣ ବା ଆର୍ଟିଷ୍ଟିକ୍‌ ସୁଇମିଂ ଏକ ଦ୍ୱିଜାତୀୟ(ହାଇବ୍ରିଡ୍‌) ସନ୍ତରଣ ପଦ୍ଧତି। ଜିମ୍ନାଷ୍ଟିକ୍‌ ଶୈଳୀରେ ଅଙ୍ଗ ଚାଳନା ଏବଂ ଆଙ୍ଗିକ ନୃତ୍ୟ(ବାଲେଟ୍‌) ପଦ୍ଧତିକୁ ନେଇ ଏହି କ୍ରୀଡ଼ା ସମୃଦ୍ଧ। ସୁଇମିଂ ପୁଲ୍‌ର ୯ ଫୁଟ୍‌ ଗଭୀର ଜଳସ୍ତର ହେଉଛି ସନ୍ତରଣ କଳା ପ୍ରଦର୍ଶନ ସ୍ଥଳୀ। ପାର୍ଶ୍ୱ ସଙ୍ଗୀତ ଅନୁସାରେ ମହିଳାମାନଙ୍କ ଶରୀରର ସର୍ବାଙ୍ଗ ସମକାଳୀନ ମୁଦ୍ରାରେ ପରିଚାଳିତ ହୋଇଥାଏ। ୮ ଜଣିଆ ମହିଳା ଦଳ ସନ୍ତରଣ କଳା ପ୍ରଦର୍ଶନ କରୁଥିଲାବେଳେ ପାର୍ଶ୍ୱ ସଙ୍ଗୀତକୁ ଅନୁସରଣ କରନ୍ତି। ଜଣେ ସୁଇମରଙ୍କ ଏକକ ଆର୍ଟିଷ୍ଟିକ୍‌ ସୁଇମିଂ ମଧ୍ୟ ଆକର୍ଷଣୀୟ। ପ୍ରତିଯୋଗୀମାନଙ୍କୁ ବୈଷୟିକ ଉତ୍କର୍ଷ, ଅଙ୍ଗଚାଳନା ଶୈଳୀରେ ସମାନତା, ସମକାଳ ରକ୍ଷା, ସୃଜନଶୀଳତା ଏବଂ ପ୍ରଭାବଶାଳୀ ପ୍ରଦର୍ଶନରେ ନଜର ଦେବାକୁ ପଡ଼େ। ୧୯୮୪ ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍‌ ଗେମ୍ସରେ ମହିଳା ଆର୍ଟିଷ୍ଟିକ୍‌ ସୁଇମିଂ ପଦାର୍ପଣ କରିଥିଲା। ସେଥର ଆମେରିକା ଓ କାନାଡ଼ା ମହିଳାମାନେ ଶ୍ରେଷ୍ଠତ୍ୱ ହାସଲ କରିଥିଲେ। ସେତେବେଳେ ଏହି ଇଭେଣ୍ଟର ନାମ ଥିଲା ‘ସିଙ୍କ୍ରୋନାଇଜ୍‌ଡ ସୁଇମିଂ’। ୨୦୧୭ ମସିହାରେ ଏହାକୁ ଆର୍ଟିଷ୍ଟିକ୍‌ ସୁଇମିଂ ନାମକରଣ କରାଯାଇଥିଲା। ମହିଳା ପ୍ରତିଯୋଗୀଙ୍କୁ ସୁଇମିଂ ପୁଲ୍‌ର ନିମ୍ନଭାଗକୁ ଯାଇ ୨ ଗୋଡ଼କୁ ଜଳସ୍ତର ବାହାରକୁ ଆଣି ଊର୍ଦ୍ଧ୍ୱମୁଖୀ ରଖିବାକୁ ପଡ଼େ। ସନ୍ତରଣ କଳାର ଏଇଭଳି କ୍ଷଣିକ ପ୍ରଦର୍ଶନ ଦର୍ଶକଙ୍କୁ ଆମୋଦିତ କରେ। ମହିଳାମାନଙ୍କୁ ନିଜ ମୁଣ୍ଡବାଳ ଶୁଖିଲା ରଖିବା ଲାଗି ନକ୍ସ ଜିଲାଟିନ୍‌(ଏକପ୍ରକାର ଅଠାଳିଆ ମିଶ୍ରଣ) ଲଗାଇବାକୁ ପଡ଼େ। ସେହିପରି ନାକପୁଡ଼ାରେ ପାଣି ପ୍ରବେଶକୁ ରୋକିବା ଲାଗି ଏକ ନୋଜ୍‌ କ୍ଲିପ୍‌ ଆବଶ୍ୟକ ପଡ଼େ। ତେବେ ପୁରୁଷ ସଂସ୍କରଣ ଆରମ୍ଭ କରିବା ଲାଗି ୱାର୍ଲ୍‌ଡ ଆକ୍ୱାଟିକ୍ସ ଏବଂ ଆଇଓସି ବା ଅନ୍ତର୍ଜାତୀୟ ଅଲିମ୍ପିକ୍‌ ପରିଷଦ ମିଳିତ ଉଦ୍ୟମ କରିଥିଲେ। ଏହା ସଫଳ ହୋଇଥିବାରୁ ଆଗାମୀ ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷମାନେ ଆର୍ଟିଷ୍ଟିକ୍‌ ସନ୍ତରଣ ପ୍ରଦର୍ଶନକରି ମହିଳାମାନଙ୍କ ସମକକ୍ଷ ହେବେ।
୨୦୧୫ରୁ ବିଶ୍ୱ ସନ୍ତରଣ ଚାମ୍ପିୟନଶିପ୍‌ରେ ପୁରୁଷ ଆର୍ଟିଷ୍ଟିକ୍‌ ସୁଇମିଂ ପ୍ରଚଳିତ ଅଛି। ଏହାର ଉଦ୍‌ଘାଟନୀ ପ୍ରତିଯୋଗିତାରେ ଆମେରିକାର ବିଲ୍‌ ମେ ଯୁଗଳ ଆଙ୍ଗିକ ନୃତ୍ୟ(ଡୁଏଟ୍‌) ବୈଷୟିକ ଇଭେଣ୍ଟରେ ବିଶ୍ୱ ଚାମ୍ପିୟନ୍‌ ହୋଇଥିଲେ। ବିଲ୍‌ଙ୍କ ମତରେ ଅଲିମ୍ପିକ୍‌ ସନ୍ତରଣରେ ପୁରୁଷ ଆର୍ଟିଷ୍ଟିକ୍‌ ସୁଇମିଂ ସାମିଲ ହେବା ଏକ ବଡ଼ ସଫଳତା। ଅଲିମ୍ପିକ୍‌ ଗେମ୍ସରେ ମହିଳା କଳାତ୍ମକ ସନ୍ତରଣ ଦର୍ଶକମାନଙ୍କର ପ୍ରିୟ। ଇଭେଣ୍ଟଟି କଳା ପ୍ରଦର୍ଶନ ପାଇଁ ଉତ୍ସର୍ଗ ଥିବାରୁ ଅଲିମ୍ପିକ୍ସ ଗଳାର ହାର ଭାବେ ଏହା ପରିଚିତ। ୨୦୧୭ ଓ ୨୦୨୨ ବିଶ୍ୱ ଚାମ୍ପିୟନଶିପ୍‌ର ଆର୍ଟିଷ୍ଟିକ୍‌ ଶୃଙ୍ଖଳାରେ ଇଟାଲୀର ଜିଓର୍ଜିଅ ମିନିସିନି ଯୁଗଳ ଡୁଏଟ୍‌ ଟେକ୍ନିକାଲ ଇଭେଣ୍ଟରେ ଚାମ୍ପିୟନଶିପ୍‌ ଆଖ୍ୟା ଅର୍ଜନ କରିଥିଲେ। ସେ ଆଇଓସି ଏବଂ ୱାର୍ଲଡ୍‌ ଆକ୍ୱାଟିକ୍ସର ନିଷ୍ପତ୍ତିକୁ ମାଇଲଖୁଣ୍ଟ ରୂପେ ବର୍ଣ୍ଣନା କରିଛନ୍ତି। ତେବେ ନିର୍ଦ୍ଦିଷ୍ଟଭାବେ କଳାତ୍ମକ ସନ୍ତରଣରେ ମହିଳାମାନେ ଶ୍ରେଷ୍ଠ। ଏହାର କାରଣ ହେଉଛି ମହିଳା ଶରୀର ଗଠନରେ ଭିନ୍ନତା। ମହିଳାମାନଙ୍କର ଶରୀର ଗଠନ ନମନୀୟ। ଶରୀରର ସଞ୍ଚାଳନା କ୍ଷମତା ମହିଳାଙ୍କଠାରେ ଅଧିକ। ଏଣୁ ଅଲିମ୍ପିକ୍‌ ଆର୍ଟିଷ୍ଟିକ୍‌ ସୁଇମିଂ ସେମାନଙ୍କ ଭାଗରେ ରହିବା କିଛି ଆଶ୍ଚର୍ଯ୍ୟର ବିଷୟ ନୁହେଁ। ୧୮୯୦ମସିହା ବେଳକୁ ୟୁରୋପ ମହାଦେଶରେ ସିଙ୍କ୍ରୋନାଇଇଜ୍‌ଡ୍‌ ସୁଇମିଂ କ୍ଲବ୍‌ ସକ୍ରିୟ ଥିଲା। ଜର୍ମାନୀ ରାଜଧାନୀ ବର୍ଲିନ୍‌ଠାରେ ବିଶ୍ୱର ପ୍ରଥମ ସିଙ୍କ୍ରୋନାଇଜ୍‌ଡ ସୁଇମିଂ ପ୍ରତିଯୋଗିତା ହୋଇଥିବା ବିବରଣୀରୁ ଜଣାପଡ଼େ। ୨୦୦୦ ମସିହା ଏଥେନ୍ସ ଅଲିମ୍ପିକ୍ସ ଡାଇଭିଂ ବିଭାଗରେ ନୂଆ ସିଙ୍କ୍ରୋନାଇଜ୍‌ଡ ଡାଇଭିଂ ସାମିଲ ହୋଇଥିଲା। ପୁରୁଷ ଖେଳାଳିଙ୍କ ଦାବିର ଯଥାର୍ଥତାକୁ ଆଇଓସି ଗ୍ରହଣ କରିଛି। ୨୦୨୪ ଜୁଲାଇ ୨୬ରୁ ଜୁଲାଇ ୧୧ ଯାଏ ପ୍ୟାରିସ ଅଲିମ୍ପିକ୍ସ ଅନୁଷ୍ଠିତ ହେବ। ଏଥିପାଇଁ ୧୦ଟି ପୁରୁଷ ଦଳ ଯୋଗ୍ୟ ବିବେଚିତ ହେବେ। ପ୍ରତ୍ୟେକ ଦଳରେ୨ଜଣ ଲେଖାଏ ପ୍ରତିଯୋଗୀ ରହିବେ।

ରମେଶ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?