Posted inଖେଳ

ସାହସୀ ବକ୍ସର

୧୯୬୦ ରୋମ୍‌ ଅଲିମ୍ପିକ୍ସରେ ବକ୍ସିଂ ଚାମ୍ପିୟନ ହେବା ପରେ ମହମ୍ମଦ ଅଲୀ ଓରଫ୍‌ କ୍ୟାସିୟସ୍‌ କ୍ଲେ ପେସାଦାର ବକ୍ସିଂରେ ନିଜ ବିଜୟଯାତ୍ରା ଆରମ୍ଭ କରିଥିଲେ। ୧୯୮୦ ବେଳକୁ ସେ ଜଣେ ଅଗ୍ରଣୀ ପେସାଦାର ବକ୍ସର ଭାବେ ସମଗ୍ର ବିଶ୍ୱରେ ପରିଚିତ ହୋଇ ସାରିଥିଲେ। ମହମ୍ମଦ ଅଲୀଙ୍କ ସହ ବକ୍ସିଂ (ମୁଷ୍ଟିଯୁଦ୍ଧ) ଲଢ଼ିବା ସାଧାରଣ ବକ୍ସରଙ୍କ ପାଇଁ ଥିଲା ଦୁଃସ୍ବପ୍ନ। ଏହିପରି ଏକ ସମୟରେ ଜଣେ ଭାରତୀୟ ବକ୍ସର ଅଲୀଙ୍କ ସହ ବକ୍ସିଂ ଲଢ଼ି ନିଜ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ। ଏହି ଲଢ଼େଇ ୪ ରାଉଣ୍ଡ ବିଶିଷ୍ଟ ଥିଲା। ସେହି ଭାରତୀୟ ହେଭିୱେଟ୍‌ ବକ୍ସର ଜଣକ ହେଉଛନ୍ତି କୌର ସିଂ। ସେ ମହମ୍ମଦ ଅଲୀଙ୍କ ଆଗରେ ତିଷ୍ଠିପାରି ନ ଥିଲେ ବି ତାଙ୍କ ବୀରତ୍ୱ ପ୍ରକାଶ ନିଶ୍ଚିତ ଭାବେ ଏକ ପ୍ରେରଣାଦାୟୀ ଘଟଣା। ୧୯୮୦ ମସିହାରେ ଅଲୀ-କୌର ବକ୍ସିଂ ଦିଲ୍ଲୀର ତତ୍କାଳୀନ ନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। କାୈର ମ୍ୟାଚ୍‌ ହାରିଯାଇଥିଲେ ମଧ୍ୟ ତାଙ୍କ ନାମ ମହମ୍ମଦ ଅଲୀଙ୍କ ପରି ଜଣେ ବିଶ୍ୱ ବିଖ୍ୟାତ ବକ୍ସରଙ୍କ ସହ ଯୋଡି଼ହୋଇରହିଛି।
ପଞ୍ଜାବର ସାଙ୍ଗ୍ରୁର ଜିଲା ଅନ୍ତର୍ଗତ ଖନାଲ୍‌ ଖର୍ଦ୍ଦ ଗ୍ରାମରେ ୧୯୪୯ ମସିହାରେ କାୈର ସିଂଙ୍କ ଜନ୍ମ। ସେ ଭାରତୀୟ ପ୍ରତିରକ୍ଷା ବିଭାଗରେ ଚାକିରି କରୁଥିଲେ। ସେଠାରେ ସେ ମୁଷ୍ଟିଯୁଦ୍ଧ କ୍ରୀଡ଼ାରେ ମନୋନିବେଶ କରିଥିଲେ। କୌର ଜାତୀୟ ଚାମ୍ପିୟନଶିପ୍‌ରେ ଅଂଶ ଗ୍ରହଣକରି ହେଭିୱେଟ୍‌ ଶ୍ରେଣୀରେ ୪ଥର ସ୍ବର୍ଣ୍ଣପଦକ ହାସଲ କରିଥିଲେ। ୧୯୮୨ ଦିଲ୍ଲୀ ଏସିଆନ୍‌ ଗେମ୍ସରେ ତାଙ୍କ ବକ୍ସିଂ ମୁକାବିଲା ଚିରସ୍ମରଣୀୟ ହୋଇରହିବ। ସେ ହେଭିୱେଟ୍‌ ଶ୍ରେଣୀରେ ସ୍ବର୍ଣ୍ଣପଦକ ଜିତିଥିଲେ। ଏହି ବିଶେଷ ସଫଳତା ପାଇଁ କୌରଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୮୩ରେ କୌରଙ୍କ ହାତକୁ ଆସିଥିଲା ପଦ୍ମଶ୍ରୀ ପୁରସ୍କାର। ୧୯୮୪ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ବକ୍ସିଂରେ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ। ସେ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟରେ ଭାଗନେଇ ୬ଟି ସ୍ବର୍ଣ୍ଣ ପଦକ ଜିଣିଥିଲେ। କୌର ୧୯୭୧ ଭାରତ-ପାକ୍‌ ଯୁଦ୍ଧ ଲଢ଼ିଥିଲେ। ସେନା ଚାକିରିରୁ ଅବସର ନେଲା ପରେ ନିଜ ଗ୍ରାମ ଖନାଲ୍‌ ଖର୍ଦ୍ଦରେ ରହୁଥିଲେ। ତାଙ୍କର ୨ ପୁଅ ଓ ଜଣେ ଝିଅ ଅଛନ୍ତି। ତେବେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ହରିୟାଣାର କୁରୁକ୍ଷେତ୍ରରେ ଥିବା ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ୭୪ବର୍ଷ ବୟସରେ ପ୍ରାଣ ହରାଇଥିଲେ। କୌର ସିଂଙ୍କ ବୀରତ୍ୱପୂର୍ଣ୍ଣ ବକ୍ସିଂ କ୍ୟାରିୟର ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇରହିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୫୫ ବର୍ଷର ଦିନିକିଆ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି: ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମିଶିକି କଲେ ବିଶ୍ୱରେକର୍ଡ

ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ…

ଆଉ ଏକ ମାଇଲଷ୍ଟୋନ ହାସଲ କଲେ ବୈଭବ ସୂର୍ଯ୍ୟବଂଶୀ: ବିଶ୍ୱର ସବୁଠୁ କନିଷ୍ଠ କ୍ରିକେଟର୍‌ ଭାବେ କଲେ…

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ତଥା ‘ୱଣ୍ଡରକିଡ’ ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ସଫଳତା। ମାତ୍ର ୧୫ ବର୍ଷ ବୟସରେ…

୦,୦,୦,୦,୦,୦… ଭାରତ ବିପକ୍ଷରେ ଶ୍ରୀଲଙ୍କାର ଲଜ୍ଜାଜନକ ରେକର୍ଡ, ଅଧା ଖେଳାଳି….

ନୂଆଦିଲ୍ଲୀ,୧।୧୦ : ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍‌ର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କାକୁ ଏକତରଫା ଭାବେ ହରାଇ ଫାଇନାଲରେ ପହଞ୍ଚିଛି ଭାରତ । ଭାରତୀୟ ଦଳ ଶ୍ରୀଲଙ୍କାକୁ…

ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢ଼ିବ…

ନୂଆଦିଲ୍ଲୀ,୧।୧୦: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ୍ ଇଭେଣ୍ଟରେ ଟିମ୍ ଇଣ୍ଡିଆର ଦମଦାର ବିଜୟ ହୋଇଛି । ଗୁରୁବାର ଦ୍ୱିତୀୟ ସେମିଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତ…

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?