ହାକିମ ବାବୁଙ୍କ ସ୍ମୃତିରେ କିଛି…

ତାଙ୍କ ରକ୍ତରେ ଥିଲା ଅଭିନୟର ନିଶା। ପିଲାବେଳୁ ଅଭିନୟର ନିଶା ବାରି ହୋଇପଡ଼ିଥିଲା। ବାପାଙ୍କ ବିରୋଧ ସତ୍ତ୍ୱେ ତାଙ୍କର ମନ ମାନି ନ ଥିଲା। ଦି’ପହରରେ ସମସ୍ତେ ଶୋଇଯିବା ପରେ ବଡ଼ବାପାଙ୍କ ଆଖଡ଼ା ଘରେ ଥିବା ଟ୍ରଙ୍କ ଖୋଲୁଥିଲେ ଓ ସେଥିରେ ଥିବା ରାଜା ପୋଷାକ ପିନ୍ଧୁଥିଲେ। ମୁକୁଟ ଲଗାଇ ଖଣ୍ଡା ଧରି ନିଜକୁ ଦର୍ପଣରେ ଦେଖୁଥିଲେ। ଅଜାଣତରେ ତାଙ୍କ ଭିତରେ ଅଭିନୟ ପାଇଁ ଆଗ୍ରହ ସୃଷ୍ଟି ହୋଇସାରିଥିଲା। ନବମ ଶ୍ରେଣୀରେ ପଢିବାବେଳେ ସେ ସ୍କୁଲଡ୍ରାମା ‘ଝରାବଉଳ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ବାସ୍‌ ଏହାପରେ ଆଉ ପଛକୁ ଫେରି ନ ଥିଲେ। ଗାଟିଏ ପରେ ଗୋଟିଏ ସୋପାନ ଚଢି ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଆଗଧାଡ଼ିର ଅଭିନେତା ହେବାର ଗୌରବ ଅର୍ଜନ କରିଥିଲେ ‘ହାକିମ ବାବୁ’ ଭାବେ ପରିଚିତ ଅଜିତ ଦାସ।

ପୋଲିସ ଚାକିରି, ପରିବାରର ବିରୋଧ ରୋକିପାରି ନ ଥିଲା
ଅଜିତଙ୍କ ବାପା ଶୈଳେଶ ଚନ୍ଦ୍ର ଦାସ ଜଣେ ଓକିଲ ଥିଲେ ଓ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ। ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଦଳ ଥିଲା। ସେଠାରେ ନାଟକ ଦେଖୁ ଦେଖୁ ଅଜିତ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ହେଲେ ଅଭିନେତା ହେବା ପାଇଁ ତାଙ୍କ ଇଚ୍ଛା ବିରୋଧରେ ଛିଡ଼ା ହୋଇଥିଲେ ବାପା। ଅଜିତ ଅଭିନୟ କରୁ ବୋଲି ବାପା ଚାହୁଁ ନ ଥିଲେ। ଏପରି କି ନ୍ୟାଶନାଲ ସ୍କୁଲ୍‌ ଅଫ୍‌ ଡ୍ରାମା (ଏନ୍‌ଏସ୍‌ଡି)ରେ ପଢିବାକୁ ମନୋନୀତ ହୋଇ ଘରକୁ ଫେରିବା ପରେ ସେଠାରେ ପଢିବାକୁ ଘରେ ବିରୋଧ କରିଥିଲେ। ଅଜିତଙ୍କ ଭିଣୋଇ ସେତେବେଳେ ଓଡ଼ିଶା ପୋଲିସରେ ଡିଆଇଜି ଥିବାରୁ ସେ ତାଙ୍କୁ ପୋଲିସ ଚାକିରି ଦେବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ହେଲେ ଅଜିତ କିନ୍ତୁ ନିଜ ଜିଦ୍‌ରେ ଅଟଳ ଥିଲେ। ପୋଲିସ ଚାକିରିକୁ ତୁଚ୍ଛ କରି ବାପାଙ୍କ ବିରୋଧରେ ଯାଇ ଏନ୍‌ଏସ୍‌ଡି ଓ ଅଭିନୟକୁ ବାଛିଥିଲେ।
ରାଜ୍‌ ବବ୍ବରଙ୍କ ଘନିଷ୍ଠ ଥିଲେ
ବଲିଉଡର ପ୍ରସିଦ୍ଧ ଅଭିନେତା ତଥା କଂଗ୍ରେସ ନେତା ରାଜ ବବ୍ବର ଓ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ବଛାନିଙ୍କ ନିକଟତର ସହପାଠୀ ଥିଲେ ଅଜିତ। ଏନ୍‌ଏସ୍‌ଡିରୁ ପାସ୍‌ କଲା ପରେ ୩ଜଣ ଏକାଠି ବମ୍ବେ ଯିବା ପାଇଁ ଟିକେଟ କାଟିଥିଲେ। ତେବେ ପରିବାରରେ କୌଣସି ଅସୁବିଧା ପାଇଁ ଅଜିତ ବଛାନିଙ୍କ ଟିକେଟ ବାତିଲ ହୋଇଥିଲା। ଏପଟେ ବମ୍ବେ ଯିବାକୁ ସ୍ଥିର କରି ଅଜିତ ଓଡ଼ିଶା ଫେରି ଆସିଥିଲେ। ବାସ୍‌ ଏହାପରେ ଓଡ଼ିଶା ମୋହ ତାଙ୍କୁ ବମ୍ବେ ଯିବାକୁ ଦେଇ ନ ଥିଲା। ବାପାଙ୍କ ନିର୍ଦ୍ଦେଶକ୍ରମେ ସେ ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପାଇଁ ଆବେଦନ କରିଥିଲେ ଓ ଚୟନ ମଧ୍ୟ ହୋଇଥିଲେ। ତାଙ୍କ ସହ ବିଜୟ ମହାନ୍ତି ମଧ୍ୟ ଅଧ୍ୟାପକ ଭାବେ ସେଠାରେ ଯୋଗଦେଇଥିଲେ। ଉଭୟ ମିଶି ହିନ୍ଦୀ ସିନେମା ପରିବର୍ତ୍ତେ ଓଡ଼ିଆ ସିନେମାରେ ଏକ ନୂଆ ଯୁଗ ଆଣିଥିଲେ।
ବିଜୟଙ୍କ ପାଇଁ ବହୁତ କାନ୍ଦିଥିଲେ
ଅଜିତ ଦାସ ଓ ବିଜୟ ମହାନ୍ତି ଘନିଷ୍ଠ ବନ୍ଧୁ ଥିଲେ। ସ୍ନାତକ ସରିବା ବର୍ଷ ତାଙ୍କର ବିଜୟଙ୍କ ସହ ପ୍ରଥମଥର ପାଇଁ ବାରିପଦାରେ ଦେଖାହୋଇଥିଲା। ସେତେବେଳେ ବିଜୟ ଏନ୍‌ଏସ୍‌ଡିରେ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଅଜିତ ମଧ୍ୟ କିଛି ନାଟକରେ ଅଭିନୟ କରି ସାରିଥିଲେ। ବିଜୟଙ୍କ ଜଣେ ବନ୍ଧୁ ତାଙ୍କୁ ଅଜିତଙ୍କ ସହ ଚିହ୍ନା କରାଇଥିଲେ। ଲମ୍ବାବାଳ ସହ ଦିଲ୍ଲୀ ଷ୍ଟାଇଲରେ ବିଜୟ କଥା ହେଉଥିଲେ। ଅଜିତଙ୍କୁ ପ୍ରଥମଥର ପାଇଁ ଦେଖି ବିଜୟ କହିଥିଲେ, ବଢିଆ ଫିଗର ରଖିଛ ହୋ, ଭଲ ଚେହେରା ଅଛି। ଏନ୍‌ଏସ୍‌ଡିରେ ଆବେଦନ କର। ଏହାପରେ ପ୍ରସନ୍ନ ମହାନ୍ତି ଓ ବିଜୟଙ୍କ ସହାୟତାରେ ଅଜିତ୍‌ ଏନ୍‌ଏସ୍‌ଡିରେ ଆବେଦନ କରିଥିଲେ। ସେଠାରେ ଓମ୍‌ ପୁରୀ ତାଙ୍କ ସିନିୟର ଥିଲେ। ଏନ୍‌ଏସ୍‌ଡି ଶେଷରାଉଣ୍ଡ୍‌ ସାକ୍ଷାତ୍‌କାର ପାଇଁ ଓମ୍‌ ପୁରୀ ଓ ବିଜୟ ମହାନ୍ତି ମିଶି ତାଙ୍କୁ ରିହର୍ସାଲ୍‌ରେ ସାହାଯ୍ୟ କରିଥିଲେ।
ସ୍ତ୍ରୀଙ୍କ ପାଇଁ ନିରାମିଷାଶୀ ହୋଇଥିଲେ
ଦିଲ୍ଲୀରେ ପଢୁଥିବାବେଳେ ସ୍ତ୍ରୀ ମାୟାଙ୍କ ସହ ଅଜିତ୍‌ଙ୍କ ସାକ୍ଷାତହୋଇଥିଲା। ମାୟା ଜଣେ ନୃତ୍ୟଶିଳ୍ପୀ ଥିଲେ। ଉଭୟ ପ୍ରଥମେ ଭଲ ବନ୍ଧୁ ହେବାପରେ ୧୯୭୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ମାୟା କର୍ଣ୍ଣାଟକୀ ଥିଲେ। ଅଜିତ୍‌ ଦାସ ଆମିଷ ଖାଉଥିବାରୁ ମାୟାଙ୍କ ଘରେ ତାଙ୍କୁ ଗ୍ରହଣ କରିବା ପାଇଁ ଅରାଜି ଥିଲେ। ବିବାହ ପରେ ଆମିଷ ନ ଖାଇବା ପାଇଁ ମଧ୍ୟ ମାୟା ସର୍ତ୍ତ ରଖିଥିଲେ। ତେବେ ମାୟାଙ୍କୁ ଜୀବନ ସାଥୀଭାବେ ପାଇବାକୁ ଅଜିତ ଆମିଷ ଛାଡ଼ିବାକୁ ରାଜି ହୋଇଯାଇଥିଲେ। ମାୟା ଓ ଅଜିତ ମିଶି ‘ଅଜିତ’ ନାଟ୍ୟାନୁଷ୍ଠାନ ପ୍ରତିଷ୍ଠା କରିଥିଲେ। ଅଜିତ କେବଳ ନିର୍ଦ୍ଦେଶନା ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବାବେଳେ ମାୟା ଅନ୍ୟ ସମସ୍ତ କାମ ବୁଝାଶୁଝା କରୁଥିଲେ। ମାୟାଙ୍କୁ ଜୀବନସାଥୀ ରୂପେ ପାଇ ନିଜକୁ ଭାଗ୍ୟବାନ୍‌ ବୋଲି କହୁଥିଲେ ଅଜିତ।
ରାଜନୀତି ଜୀବନ
୨୦୧୭ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ଅଜିତ୍‌ ଦାସ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପାରେ ଯୋଗ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଥିଲେ। ହେଲେ ଜଣେ ସରଳ ମଣିଷହୋଇଥିବାରୁ ରାଜନୀତିକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ରାଜନେତାଙ୍କ ସହ ଖାପଖାଇ ଚାଲିବା ତାଙ୍କ ପକ୍ଷେ ସମ୍ଭବ ହେଲାନି। ତେଣୁ ପରବର୍ତ୍ତୀ ସମୟରେ ସ୍ବତଃପ୍ରବୃତ୍ତଭାବେ ଭାଜପା ଛାଡ଼ିବା ସହ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ।
ନାଟକର ହେଡ୍‌ମାଷ୍ଟର୍‌
ଚଳଚ୍ଚିତ୍ର ଅପେକ୍ଷା ମଞ୍ଚ ଅଭିନୟକୁ ଅଧିକ ପସନ୍ଦ କରୁଥିଲେ ଅଜିତ। ଓଡ଼ିଆ କଥା ସାହିତ୍ୟର ଅନେକ ଗଳ୍ପ, ଉପନ୍ୟାସକୁ ସେ ନାଟକରେ ରୂପାନ୍ତରିତ କରିଥିଲେ। ‘ରେବତୀ’, ‘ମାମୁଁ’, ‘ଲଚ୍ଛମା’, ‘ବୁଢାଶଙ୍ଖାରୀ’ ଭଳି ବହୁ ନାଟକ ତାଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା। ନାଟକର ସଙ୍ଗୀତ ମଧ୍ୟ ସେ ନିଜେ ଲେଖୁଥିଲେ, ଯାହାକି ତାଙ୍କ ନାଟକର ବିଶେଷତ୍ୱ ଥିଲା। ଖୁବ୍‌ କମ୍‌ ନାଟକରେ ସେ ଅଭିନୟ କରିଥିଲେ ମଧ୍ୟ ତାଙ୍କ ନିର୍ଦ୍ଦେଶିତ ବହୁ ନାଟକ ରହିଛି। ଏନ୍‌ଏସ୍‌ଡିରୁ ମଞ୍ଚସଜ୍ଜା ଓ ମଞ୍ଚ ପରିଚାଳନାରେ ପାଠ ପଢିଥିବା ଅଜିତ ନାଟକ କରିବାରେ ଏତେ ମାହିର ଥିଲେ ଯେ ଲୋକେ ତାଙ୍କୁ ହେଡ୍‌ମାଷ୍ଟର ବୋଲି ଡାକୁଥିଲେ। କେହିକେହି ତାଙ୍କୁ ଚାଣକ୍ୟ ବୋଲି ମଧ୍ୟ ଡାକନ୍ତି।
ବହୁ ଶିଷ୍ୟ ସୃଷ୍ଟି କରିଥିଲେ
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ବହୁ କଳାକାର ସୃଷ୍ଟି କରିଥିଲେ ଅଜିତ। ସେମାନଙ୍କୁ ଏନ୍‌ଏସ୍‌ଡିଶୈଳୀରେ ଶିକ୍ଷା ଓ ତାଲିମ୍‌ ଦେଉଥିଲେ। ସେହି ସମୟରେ ବିଜୟ ମହାନ୍ତି ମଧ୍ୟ ସଙ୍ଗୀତ ମହାବିଦ୍ୟାଳୟରେ ତାଙ୍କର ସହକର୍ମୀ ଥିଲେ। ଉଭୟଙ୍କ ପ୍ରଚେଷ୍ଟାରେ ସଙ୍ଗୀତ ମହାବିଦ୍ୟାଳୟ ଦ୍ୱାରା ସୃଷ୍ଟିହୋଇଥିଲେ ବହୁଦମ୍‌ଦାର୍‌ ଓ ନାମକରା କଳାକାର। ଏମାନଙ୍କ ଭିତରେ ଥିଲେ ଅଶ୍ରୁମୋଚନ ମହାନ୍ତି, ଚୌଧୁରୀବିକାଶ ଦାସ, ପୀତବାସ, ମୀନକେତନ, ରାଇମୋହନ, ହର ପଟ୍ଟନାୟକ, ହରି ମହାପାତ୍ର ପ୍ରମୁଖ। ସେହିଭଳି ସୁବୋଧ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଧୀର ମଲ୍ଲିକ, ଅବିନାଶ ଦଣ୍ଡପାଟଙ୍କ ଭଳି ନାଟ୍ୟ ନିର୍ଦ୍ଦେଶକମାନେ ସେଠାରୁ ବାହାରିଥିଲେ।
ବାପାଙ୍କ ବରବାଦ ଖାତାରେ ଅଜିତ
ଏକ ସାକ୍ଷାତକାରରେ ଅଜିତ ତାଙ୍କ ବାପାଙ୍କ ବରବାଦ ଖାତା ସମ୍ପର୍କରେ କହିଥିଲେ। ଏହିଖାତାରେ ଅଜିତଙ୍କ ବାପା ନିଜେ ହରାଇଥିବା ସାମଗ୍ରୀର ତାଲିକା ରଖୁଥିଲେ। ତେବେ ଏନ୍‌ଏସ୍‌ଡି ଓ ଅଭିନୟକୁ ବାଛିବା ପରେ ଅଜିତଙ୍କ ବାପା ସେହି ବରବାଦ ଖାତାରେ ଅଜିତଙ୍କ ନାମ ଲେଖିଥିଲେ। ଏହାର କିଛିବର୍ଷ ପରେ ଅଜିତ ମାଡ୍ରାସରେ ଏକ ଫିଲ୍ମ ଶୁଟିଂ କରିବା ପରେ ପାରିଶ୍ରମିକ ବାବଦରେ ୫ ହଜାର ଟଙ୍କା ପାଇଥିଲେ। ୧୯୭୦ରେ ୫ ହଜାର ଟଙ୍କା ବହୁତ ବଡ଼ ଥିଲା। ଅଜିତ ସେହିଟଙ୍କାକୁ ବାପାଙ୍କୁ ଦେଇଥିଲେ। ଏତେଟଙ୍କା ଦେଖି ବାପାଙ୍କର ବିଶ୍ୱାସ ହୋଇ ନ ଥିଲା। ବାପାଙ୍କୁ ବରବାଦ ଖାତାରୁ ନିଜ ନାମ କାଟିବାକୁ କହିଥିଲେ। ବାପା ହସିହସି ଖାତାରେ ଅଜିତଙ୍କ ନାମ ପାଖରେ ନିଜେ ଭୁଲ୍‌ କରିଥିବା ଉଲ୍ଲେଖ କରିଥିଲେ।

– ରିପୋର୍ଟ: ସସ୍ମିତା ପାକଇରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

୪ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବିଏସ୍‌ଏଫ୍‌

ନୂଆଦିଲ୍ଲୀ,୨୫ା୧୦: ଗୁଜରାଟର କଚ୍ଛ ଜିଲାର ସମ୍ବେଦନଶୀଳ ସିର୍‌ କ୍ରିକ ଅଞ୍ଚଳରେ ବେଆଇନ ଭାବେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ୪ଜଣ ପାକିସ୍ତାନୀ…

ଉପାନ୍ତ ଗ୍ରାମରେ ପହଞ୍ଚିଲେ କଳାହାଣ୍ଡି ଜିଲାପାଳ, କନ୍ଦାଗୁଡା-କେନ୍ଦୁଗୁଡାର ହେବ ବିକାଶ

ଥୁଆମୂଳ ରାମପୁର, ୨୫।୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ଗ୍ରାମପଞ୍ଚାୟତ ଅଧୀନସ୍ଥ ପାହାଡ଼ ପର୍ବତ ଘେରା ଦୁର୍ଗମ ଅଞ୍ଚଳ କନ୍ଦାଗୁଡା,…

ନିର୍ବାଚନ ପୂର୍ବରୁ ଇରାନକୁ ନେଇ ନେତାନ୍ୟାହୁଙ୍କ ଚେତାବନୀ,’ପରମାଣୁ ବିପଦ…’

ନୂଆଦିଲ୍ଲୀ, ୨୫।୧୦: ଇରାନର ପରମାଣୁ ଅସ୍ତ୍ର ହାସଲ ଉଦ୍ୟମକୁ ଇସ୍ରାଏଲର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ଦର୍ଶାଇଛନ୍ତି ଲେଖକ ୟୁଭାଲ ବ୍ଲୁମବର୍ଗ । ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଦିଗପହଣ୍ଡିରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ, ୧୦ରୁ ଅଧିକ ଯୁବକ….

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମର କାଳୁ ଗୌଡ଼ ନାମକ ଜଣେ ଯୁବକଙ୍କୁ ମରଣାନ୍ତର ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।…

ବଂଶଧାରାରେ ବିଦାୟ ନେଲେ ମା’ ଦୁର୍ଗା, ଆରବର୍ଷକୁ ଅପେକ୍ଷା…

ଗୁଡାରି,୨୫।୧୦(ପ୍ରମୋଦ କୁମାର ପତି): ଗୁଡାରି ଟାଉନ ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ଦୁର୍ଗା ପୂଜାର ରବିବାର ରାତିରେ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭସାଣି ଉତ୍ସବ…

ଖାର୍ଗେଙ୍କ ବିବାଦୀୟ ବୟାନକୁ ନେଇ ବର୍ଷିଲେ ଅମିତ ଶାହା, ସବୁ ମର୍ଯ୍ୟାଦା….

ନୂଆଦିଲ୍ଲୀ,୨୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହାକୁ…

ଗଜଲକ୍ଷ୍ମୀ ପୂଜା ପାଇଁ ଭଞ୍ଜନଗର ଉତ୍ସବ ମୁଖର

ଭଞ୍ଜନଗର,୨୫।୧୦(ବାବୁଲା ପ୍ରଧାନ): ଗଜଲକ୍ଷ୍ମୀ ପୂଜା ପାଇଁ ଗଞ୍ଜାମ ଜିଲା ଭଞ୍ଜନଗର ସହର ଉତ୍ସବ ମୁଖର ହୋଇଉଠିଛି। ରବିବାର ଭଞ୍ଜନଗର ସହରର ବିଭିନ୍ନ ସ୍ଥାନ ସମେତ ସହରତଳି ଅଞ୍ଚଳ…

ଧାର ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ଜେଲ ଗଲେ ବାପ-ପୁଅ

ଦିଗପହଣ୍ଡି,୨୫।୧୦(ଅଶେଷ ନାଥ ମିଶ୍ର): ଏକ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମର ଜି. ଆପ୍ପା ରାଓ ଏବଂ ତାଙ୍କ ପୁଅ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?