Posted inଜାତୀୟ

ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ନୂଆଦିଲ୍ଲୀ, ୧୩।୧୧: କଳାହାଣ୍ଡି ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ଏବଂ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଓଡ଼ିଶା ଯୁବକଂଗ୍ରେସ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି। ହତ୍ୟା ମାମଲାର ଅନ୍ୟ ଷଡ଼ଯନ୍ତ୍ରକାରୀମାନଙ୍କ ବିରୋଧରେ ଓଡ଼ିଶା ସରକାର ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି। ଏହାକୁ ବିପର୍ଯ୍ୟୟରୁ ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତାଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଲାଗି ଯୁବ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି। ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୋଲିସ ତାଙ୍କୁ ଜେରା ପାଇଁ ଡାକୁ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଜଣେ ଅଭିଯୁକ୍ତ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ମନା କରିଦେଇଥିବା ସ୍ମାରକପତ୍ରରେ କୁହାଯାଇଛି। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତତ୍ତ୍ୱାବଧାନରେ ମମିତା ହତ୍ୟା ମାମଲାର ତଦନ୍ତ ଲାଗି ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ ପାଇଁ ଗୁରୁବାର ଯନ୍ତରମନ୍ତରରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ପ୍ରଭାରୀ କ୍ରିଷ୍ଣ ଅଲ୍ଲାଭରୁ ଏବଂ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍‌ ବିକ୍ଷୋଭରେ ସାମିଲ ହୋଇଥିଲେ। ମମିତାଙ୍କୁ ନ୍ୟାୟ ନ ମିଳିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ମୋକିମ୍‌ କହିଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସରେ ପ୍ରଥମଥର, ବଜେଟ ଭାଷଣ ସମୟରେ ବିଧାନସଭା ସ୍ଥଗିତ

ଜୟପୁର,୧୦ ।୨: ରାଜସ୍ଥାନ ବିଧାନସଭାରେ ବଜେଟ ଉପସ୍ଥାପନ ପୂର୍ବରୁ ବିରୋଧି ହଙ୍ଗାମା କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ତାଙ୍କ ତୃତୀୟ...

କରୋନାକୁ ରୋକିବାରେ ସମ୍ପୂର୍ଣ୍ଣ ସମର୍ଥ ନୁହେଁ ବିସିଜି ପ୍ରତିଷେଧକ ଟୀକା: ପ୍ରଭାବ ରୁହେ ମାତ୍ର ୧୫ ବର୍ଷ !

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ତେବେ କରୋନା ସଂକ୍ରମଣକୁ ରୋକିବା ନେଇ ନାନା ଉଦ୍ୟମ ଅବ୍ୟାହତ...

କଡ଼ା ଟକ୍କର ପରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ

କୋଲକାତା,୨।୫: କଡା ଟକ୍କର ମଧ୍ୟରେ ନନ୍ଦିଗ୍ରାମରୁ ବିଜୟ ହାସଲ କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ୍ର ୧୯୫୭ ଖଣ୍ଡ...

୨ କୋଟି କ୍ଷତିପୂରଣ ଦେବେ ଦେବେଗୌଡ଼ା

ବେଙ୍ଗାଲୁରୁ, ୨୩ା୬: ଏକ କମ୍ପାନୀକୁ ବଦନାମ କଲା ଭଳି ମନ୍ତବ୍ୟ ଦେଇଥିବାରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌. ଡି. ଦେବେଗୌଡ଼ା ୨ କୋଟି ଟଙ୍କା କ୍ଷତିପୂରଣ...

ଦୀର୍ଘାୟୁ ହେବା ପାଇଁ କରନ୍ତୁ ଏପରି…

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ। ଏହାଦ୍ୱାରା ଜୀବନ...

୩ହଜାର ପୃଷ୍ଠାର ରାମଚରିତ ମାନସ ଲେଖିଲେ ଶରଦ

ଜୟିପୁର,୨୩।୯: ରାଜସ୍ଥାନ ଜୟିପୁରର ଜଣେ ବ୍ୟକ୍ତି ଶରଦ ମାଥୁର ୩ ହଜାର ପୃଷ୍ଠାର ରାମଚରିତ ମାନସ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶରଦ ଜଣେ...

ମୋଦିଙ୍କୁ ଭେଟିଲେ ଭୁଟାନ ରାଜା

ନୂଆଦିଲ୍ଲୀ,୧୪।୯: ଭାରତ ଗସ୍ତ ସମୟରେ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ...

ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୧୨।୧୧-ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ମନରୁ ନ ଯାଉଣୁ ବଲିଉଡର ଆଉ ଜଣେ ଖ୍ୟାତନାମା ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବଲିଉଡ ଅଭିନେତା ଆସିଫ ବସ୍ରା(୫୩) ଆତ୍ମହତ୍ୟା...

Advertisement
Archives

Model This Week