Posted inଖେଳ

ସ୍ମରଣୀୟ ଆଇପିଏଲ୍‌

ଦୀର୍ଘ ୨ ମାସ ଧରି ଦର୍ଶକମାନଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବା ପରେ ବିଶ୍ୱ କ୍ରିକେଟର ସର୍ବଶ୍ରେଷ୍ଠ ପ୍ରିମିୟର ଲିଗ ଆଇପିଏଲ୍‌ ୧୬ତମ ସଂସ୍କରଣର ସଫଳ ପରିସମାପ୍ତି ଘଟିଛି। ଅନେକ ଦୃଷ୍ଟି କୋଣରୁ ସଫଳତାର ଶୀର୍ଷକୁ ଛୁଇଁଛି ଏହି ପ୍ରଫେଶନାଲ ଟି୨୦ ଲିଗ୍‌। ଅନେକ ନୂଆ ରେକର୍ଡ ସ୍ଥାପନ ହୋଇଥିବା ବେଳେ ପୂର୍ବଭଳି ଅନେକ ଭଦୀୟମାନ ଖେଳାଳି ସେମାନଙ୍କ ପ୍ରଦର୍ଶନ ମାଧ୍ୟମରେ କ୍ରିକେଟ ପ୍ରେମୀଙ୍କ ମନକୁ ଛୁଇଁ ପାରିଛନ୍ତି। ଅନେକ ଅନକ୍ୟାପଡ୍‌ ଖେଳାଳି ଆଇପିଏଲ୍‌ ମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଖେଳାଳି ନିଲାମ ପ୍ରକ୍ରିୟାଠାରୁ ଆରମ୍ଭ କରି ଫାଇନାଲ ପର୍ଯ୍ୟନ୍ତ ଏଥର ଆଇପିଏଲ୍‌ ଚର୍ଚ୍ଚାରେ ରହିଛି। ଦଳଗତ ଏବଂ ବ୍ୟକ୍ତିଗତ କ୍ଷେତ୍ରରେ ଅନେକ ରେକର୍ଡ ସ୍ଥାପନ ହୋଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗତ ସଂସ୍କରଣରେ ପଏଣ୍ଟ ଟେବୁଲର ୯ମ ଏବଂ ୧୦ମ ସ୍ଥାନରେ ରହିଥିବା ଚେନ୍ନାଇ ଏବଂ ମୁମ୍ବାଇ ଏଥର ଦମ୍‌ଦାର ପ୍ରଦର୍ଶନ କରି ପ୍ଲେ ଅଫ୍‌ରେ ସ୍ଥାନ ପକ୍କା କରିଥିଲେ। ହାଇଦ୍ରାବାଦ, କୋଲକାତା, ପଞ୍ଜାବ ଓ ଦିଲ୍ଲୀ ବେଶ୍‌ ଶକ୍ତିଶାଳୀ ଦଳ ରୂପେ ପ୍ରତୀୟମାନ ହେଉଥିଲେ ମଧ୍ୟ ଗ୍ରୁପ ପର୍ଯ୍ୟାୟରେ ଅତି ନୈରାଶ୍ୟଜନକ ଖେଳ ଦେଖାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ ପୂର୍ବ ବର୍ଷଭଳି ଚଳିତ ସଂସ୍କରଣରେ ମଧ୍ୟ ଆରମ୍ଭରୁ ଭଲ ପ୍ରଦର୍ଶନ କରି ୧୦ ବିଜୟ ସହ ୨୦ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଥିଲା। ଏଡେନ ମାର୍କରାମଙ୍କ ନେତୃତ୍ୱାଧୀନ ହାଇଦ୍ରାବାଦ ଦଳ ମାତ୍ର ୪ ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ନିମ୍ନରେ ରହିଥିଲା। ରାଜସ୍ଥାନ ଦଳ ଆରମ୍ଭରୁ ଚମକତ୍ାର ଖେଳ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷ ପର୍ଯ୍ୟାୟରେ ଅନ୍‌ଲକି ସାବ୍ୟସ୍ତ ହୋଇଥିଲେ। ଗୁଜରାଟ, ଚେନ୍ନାଇ, ଲକ୍ଷ୍ନୌ ଏବଂ ମୁମ୍ବାଇ ଦଳ ପ୍ଲେ ଅଫ୍‌ରେ ପ୍ରବେଶ କରିଥିଲେ। ପ୍ରଥମ କ୍ୱାଲିଫାୟରରେ ଗୁଜରାଟକୁ ହରାଇ ଚେନ୍ନାଇ ସୁପର କିଙ୍ଗ୍ସ ସିଧାସଳଖ ଫାଇନାଲ ଟିକେଟ ପାଇଥିଲା। ଏଲିମିନେଟର ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଦଳ ଲକ୍ଷ୍ନୌକୁ ୮୧ ରନ୍‌ରେ ପରାସ୍ତ କରିଥିବା ବେଳେ କ୍ୱାଲିଫାୟର ୨ରେ ଗୁଜରାଟ ୬୨ ରନ୍‌ରେ ମୁ୍‌ମ୍ବାଇକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଫାଇନାଲରେ ୨୦୧୦, ୨୦୧୧, ୨୦୧୮, ୨୦୨୧ର ୪ ଥରର ଚାମ୍ପିୟନ ଚେନ୍ନାଇ ଏବଂ ଗତବର୍ଷର ଚାମ୍ପିୟନ ଗୁଜରାଟକୁ ହରାଇ ୫ମ ଟାଇଟଲ ହାସଲ କରିଥିଲା। ଏକ ବର୍ଷା ବାଧା ପ୍ରାପ୍ତ ରୋମାଞ୍ଚକର ଫାଇନାଲରେ ଏବଂ ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ରିଜର୍ଭ ଡେ’ ଫାଇନାଲରେ ଚେନ୍ନାଇକୁ ପଞ୍ଚମ ଟାଇଟିଲ ମିଳିଥିଲା ଏବଂ ଟାଇଟନ୍ସର ଟାଇଟଲ ବଜାୟ ରଖିବା ସ୍ବପ୍ନ ଧୂଳିସାତ ହୋଇଥିଲା।
ଏହା ଏକ ବ୍ୟାଟର୍ସଙ୍କ ଆଇପିଏଲ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ‘ଇମ୍ପାକ୍ଟ ପ୍ଲେୟର’ ନୂଆ ନିୟମ ପ୍ରତ୍ୟେକ ଟିମକୁ ଅଧିକ ସ୍କୋରପାଇଁ ଖୋରାକ ଯୋଗାଇଥିଲା। ଅଳ୍ପ କେତେକ ପିଚ୍‌କୁ ଛାଡ଼ିଦେଲେ ସମସ୍ତ ଭେନ୍ୟୁର ଗ୍ରାଉଣ୍ଡ୍ସମ୍ୟାନମାନେ ଭଲ ବ୍ୟାଟିଂ ଉଇକେଟ ପ୍ରସ୍ତୁତ କରିଥିଲେ। ଫଳସ୍ବରୂପ ଫାଇନାଲକୁ ମିଶାଇ ମୋଟ ଟୁର୍ନାମେଣ୍ଟରେ ୩୭ ଥର ୨ଶହରୁ ଅଧିକ ରନ୍‌ ସ୍କୋର ହୋଇଥିଲା। ୮ଟି ମ୍ୟାଚରେ ୨୦୦ରୁ ଅଧିକ ରନ୍‌ ପିଛା କରି ଦଳ ଗୁଡ଼ିକ ବିଜୟୀ ହୋଇଥିଲେ। ମୁମ୍ବାଇ ଦଳ ସର୍ବାଧିକ ୪ଥର ୨ଶହରୁ ଊର୍ଦ୍ଧ୍ୱ ରନ୍‌ ପିଛା କରି ବିଜୟୀ ହୋଇଥିବାବେଳେ ୱାଙ୍ଖଡେ ଷ୍ଟାଡିୟମରେ ସର୍ବାଧିକ ୪ ମ୍ୟାଚରେ ୪ଶହରୁ ଅଧିକ ରନ୍‌ ସଂଗ୍ରହ ହୋଇଥିଲା। ୧୨ଟି ମ୍ୟାଚରେ ଉଭୟ ଦଳ ୨୦୦ରୁ ଅଧିକ ରନ୍‌ ସଂଗ୍ରହ କରିଥିଲେ। ମୁମ୍ବାଇ ଏବଂ ଗୁଜରାଟ ମଧ୍ୟରେ ଅନୁଷ୍ଠିତ ୨ୟ କ୍ୱାଲିଫାୟର ମ୍ୟାଚରେ ମୋଟ ୪୦୪ ରନ୍‌ ସଂଗ୍ରହ ଆଇପିଏଲ ଇତିହାସରେ ୩ୟ ସର୍ବାଧିକ ଥିଲା। ମୁମ୍ବାଇ ୬ଥର ୨୦୦ରୁ ଅଧିକ ରନ୍‌ କରିଥିବା ବେଳେ ବାଙ୍ଗାଲୋର ୫ଥର ଏହି ସଫଳତା ପାଇଛି। ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ମୁମ୍ବାଇ ବିପକ୍ଷରେ ଗୁଜରାଟର ୨୩୩ରନ୍‌ ଆଇପିଏଲ ପ୍ଲେ ଅଫ ଇତିହାସରେ ବୃହତ୍‌ ସ୍କୋର ଥିଲା।
ଚଳିତ ସଂସ୍କରଣରେ ପଞ୍ଜାବ ବିପକ୍ଷରେ ଲକ୍ଷ୍ନୌ ସର୍ବାଧିକ ୨୫୭ ରନ୍‌ ସ୍କୋର କରିଥିବା ବେଳେ ବାଙ୍ଗାଲୋର ବିପକ୍ଷରେ ରାଜସ୍ଥାନର ୫୯ ରନ୍‌ ସର୍ବନିମ୍ନ ଥିଲା। ପ୍ରଥମ ଉଇକେଟ ଭାଗୀଦାରିରେ ବିରାଟ କୋହଲି ଏବଂ ଫାପ୍‌ ଡୁପ୍ଲେସି ସର୍ବାଧିକ ୧୭୨ ରନ ସଂଗ୍ରହ କରିଥିଲେ। ଲିଗ୍‌ରେ ସର୍ବମୋଟ ୮ଟି ସେଞ୍ଚୁରି ପାର୍ଟନରଶିପ୍‌ ଦେଖିବାକୁ ମିଳିଥିଲା। ଏଥି ମଧ୍ୟରୁ ଆର୍‌ସିବିର ସର୍ବାଧିକ ୬ଟି ଶତକୀୟ ପାର୍ଟନରଶିପ୍‌ ରହିଥିଲା। ୨୦୨୩ ଆଇପିଏଲରେ ସବୁଠାରୁ ବଡ ଛକା ୧୧୫ ମିଟର ଫାପ୍‌ ଡୁପ୍ଲେସିଙ୍କ ନାମରେ ଥିଲା। ପୂରା ଲିଗ୍‌ରେ ୩ଜଣ ବିଦେଶୀ ଖେଳାଳି ଶତକୀୟ ଇନିଂସ ଖେଳିଥିଲେ। ସେମାନେ ହେଲେ ହ୍ୟାରି ବ୍ରୁକ୍‌, ହେନେରିଚ କ୍ଲାସେନ ଉଭୟ (ହାଇଦ୍ରାବାଦ) ଏବଂ ଲିଗ୍‌ର ଦାମୀ ଖେଳାଳ କାମେରନ ଗ୍ରୀନ୍‌ (ମୁମ୍ବାଇ)। ଚଳିତ ଆଇପିଏଲର ଷ୍ଟାର ଖେଳାଳି ଶୁବମନ ଗିଲ୍‌ ୩ଟି, ବିରାଟ କୋହଲି ୨ଟି ଏବଂ ଭେଙ୍କଟେଶ୍‌ ଆୟାର, ଯଶସ୍ବୀ ଜୟସ୍ବାଲ, ପ୍ରଭସିମରନ୍‌ ସିଂ, ସୂର୍ଯ୍ୟକୁମାର ଯାଦବ ଗୋଟିଏ ଲେଖାଏ ଶତକ ହାସଲ କରିଥିଲେ। ମୋଟ ୧୨ଟି ଶତକ ଯାହାକି ଆଇପିଏଲ ଇତିହାସରେ ରକର୍ଡ କରିଥିଲା। ବ୍ୟକ୍ତିଗତ ସର୍ବାଧିକ ଛକା ୩୬ଟି ଡୁପ୍ଲେସିଙ୍କ ନାମରେ ରହିଥିବା ବେଳେ ସର୍ବାଧିକ ଚୌକା ୮୨ଟି ଯଶସ୍ବୀ ଜୟସ୍ବାଲଙ୍କ ନାମରେ ଥିଲା। ଚଳିତ ଆଇପିଏଲରେ ଶୁବମନ ଗିଲ ସର୍ବାଧିକ ୮୯୦ ରନ୍‌ (୩ଟି ଶତକ, ୫ଟି ଅର୍ଦ୍ଧଶତକ) ସହ ଅରେଞ୍ଜ୍‌ କ୍ୟାପ ହାସଲ କରିଥିବା ବେଳେ ଭେଟେରାନ ଷ୍ଟାର ବୋଲର ମହମ୍ମଦ ଶାମି ୧୭ଟି ମ୍ୟାଚରୁ ସର୍ବାଧିକ ୨୮ଟି ଉଇକେଟ ନେଇ ପର୍ପଲ୍‌ କ୍ୟାପର ଅଧିକାରୀ ହୋଇଥିଲେ।
ବ୍ୟାଟିଂରେ ଭାରତୀୟ ଯୁବ ବ୍ୟାଟର ଯଶଶ୍ୱୀ ଜୟସ୍ବାଲ, ଋୁତୁରାଜ ଗାଏକ୍ୱାଡ୍‌, ରିଙ୍କୁ ସିଂ, ତୁଷାର ଦେଶପାଣ୍ଡେ, ସୂର୍ଯ୍ୟକୁମାର ଯାଦବଙ୍କ ଚମକ ଦେଖିବାକୁ ମିଳିଥିବା ବେଳେ ବିଦେଶୀ ବ୍ୟାଟର ମାନଙ୍କ ମଧ୍ୟରେ ଫାଫ୍‌ ଡୁପ୍ଲେସି, ଟିମ୍‌ ଡାଭିଡ, ଡେଭିଡ ୱାର୍ନର, ମାର୍କସ ଷ୍ଟୋଇନିସ, ନିକୋଲାସ ପୁରନ ଏବଂ ସିମରନ୍‌ ହେଟମେରଙ୍କ ଚମକ ଦେଖିବାକୁ ମିଳିଥିଲା। ଜୋଫ୍ରା ଆର୍ଚର, ଜୋସ୍‌ ଲିଟିଲ, ୱାନିନ୍ଦୁ ହସରଙ୍ଗା, ସାମ କରନ, ରିଲେ ରୁଷୋ, ଡେଭିଲ ମିଲର ନିଜ ଫ୍ରାଞ୍ଚାଇଜଙ୍କୁ ନିରାଶ କରିଥିଲେ। ତିଳକ ବର୍ମା, ଜିତେଶ ଶର୍ମା, ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂ, ତୁଷାର ଦେଶପାଣ୍ଡେଙ୍କ ପରି ଅନକ୍ୟାପଡ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଥିଲା। ଚମ୍ପିୟନ ଟିମକୁ ୨୦କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଲିଗ୍‌ର ଅନ୍ୟତମ ସଫଳ ବ୍ୟାଟର ଡେଭନ କନୱେ ପ୍ଲେୟର ଅଫ୍‌ ଦି ଫାଇନାଲ ହୋଇଥିବା ବେଳେ ଭଦୀୟମାନ ଖେଳାଳୀ ପୁରସ୍କାର ପାଇଥିଲେ ଯଶସ୍ବୀ ଜୟସ୍ବାଲ। ଚଳିତ ଆଇପିଏଲକୁ ରେକର୍ଡ ସଂଖ୍ୟକ ଦର୍ଶକ ଉପଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

୨ କୁନି ଶିଶୁ କଲେ ଟି-୨୦ ବିଶ୍ୱକପ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା: ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଅକଲାଣ୍ଡ,୨୦।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଧାର୍ଯ୍ୟ ସମୟସୀମା ପୂର୍ବରୁ ଦୁଇ ଦିନ ପୂର୍ବରୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ...

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଧୋନୀଙ୍କ ଚୌକା ଦେଖି ଏମିତି ପ୍ରତିକ୍ରିୟା ଦେଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ପ୍ରଥମ ବଲରେ ଚୌକା ମାରିଥିଲେ। ମାହିଙ୍କ...

‘ୟୁନିଭର୍ସ ବସ’ଙ୍କ ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୱିଲ ଜ୍ୟାକ୍ସ

ବେଙ୍ଗାଲୁରୁ,୨୯।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହି ବ୍ୟାଟ୍ସମ୍ୟାନ ତାଙ୍କ ଇନିଂସରେ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ଅକଲାଣ୍ଡ,୨୯।୪: ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ପାଇଁ କେନ ୱିଲିୟମ୍ସନଙ୍କୁ ଅଧିନାୟକ କରାଯାଇଛି। ନିକଟରେ ନ୍ୟୁଜିଲାଣ୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri