ଦେବେନ୍ଦ୍ର ଶତପଥୀଙ୍କ ସ୍ମୃତିଚାରଣ

ଭାପୁର, ୯।୯(ଡି.ଏନ.ଏ): ଢେଙ୍କାନାଳ ସଦର ବ୍ଲକ ଛଦେଶସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଦେବେନ୍ଦ୍ର ଶତପଥୀ ସ୍ମାରକୀ ଡିଗ୍ରୀ ମହାବିଦ୍ୟାଳୟରେ ଗୁରୁବାର ପୂର୍ବତନ ଏମ୍‌ପି ତଥା ବିଶିଷ୍ଟ ସାମାଜିକ କର୍ମୀ ଦେବେନ୍ଦ୍ର ଶତପଥୀଙ୍କ ୯୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୁକ୍ତ ୩ କଲେଜ ଅଧ୍ୟକ୍ଷା ମଞ୍ଜୁଶ୍ରୀ ମୁଖୀ ସଭାପତିତ୍ୱ କରିଥିଲେ। ପାଠ ପଢ଼ିବା ସହ ଭଲ ମଣିଷ ହେବାକୁ ସେ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଥିଲେ। ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା ସ୍ବର୍ଗତ ଶତପଥୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ବାନ ଦେଇଥିଲେ। ସ୍ବର୍ଗତ ଦେବେନ୍ଦ୍ର ଶତପଥୀଙ୍କ ଭଳି ଜଣେ ବରେଣ୍ୟ ବ୍ୟକ୍ତିଙ୍କ ନାମରେ ଏହି ଦୁଇ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ। ଏଠାରୁ ବହୁ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇ ସୁନାମ ଅର୍ଜିଛନ୍ତି। ଜୟନ୍ତୀ ସମାରୋହ ତାଙ୍କୁ ମନେ ପକାଇବା ଲାଗି ଅବସର ସୃଷ୍ଟି କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ୧୯୯୦ ଦେବେନ୍ଦ୍ର ଶତପଥୀଙ୍କ ଦେହାନ୍ତ ପରେ ୧୯୯୧ ଶ୍ରୀରାମ ନବମୀରେ ତାଙ୍କ ପୁତ୍ର ତଥା ପୂର୍ବତନ ଏମ୍‌ପି ତଥାଗତ ସତପଥୀଙ୍କ କରକମଳରେ ଏହି ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅନୁଷ୍ଠାନରେ ଶିକ୍ଷାଲାଭ କରି ବହୁ ଛାତ୍ରୀଛାତ୍ର ଉଚ୍ଚ ପଦପଦବୀ ହାସଲ କରିଛନ୍ତି ବୋଲି ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଢ଼େଉ ମାରୁଛି ଡ୍ରେନ୍‌ପାଣି

ଚୌଦ୍ୱାର,୩୦।୧୨(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା କଳିଙ୍ଗ ଛକ-ଶଙ୍କରପୁର ରାସ୍ତାର କଳିଙ୍ଗଛକ ନିକଟରେ ରାସ୍ତାରେ ହମ୍ପ୍‌ସ ନିର୍ମାଣ ଯୋଗୁ ଆଖପାଖ ରାସ୍ତାରେ ନିୟମିତ...

ରାହାଞ୍ଜ ବଜାରରୁ ୫ ଦୋକାନରୁ ଚୋରି

ଭଦ୍ରକ ଅଫିସ, ୧୯।୯- ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ବଜାରରୁ ୫ଟି ଦୋକାନରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ବଜାରରେ ଥିବା ଏକ...

ସାମାଜିକ ଗଣମାଧ୍ୟମର ପ୍ରଭାବ: ଅସହାୟକୁ ଉଦ୍ଧାର କଲା ପୋଲିସ ପ୍ରଶାସନ

ହିଞ୍ଜିଳିକାଟୁ ୪।୯(ଡି.ଏନ.ଏ.): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ରବିବାର ଜଣେ ବୟସ୍କ ବ୍ୟକ୍ତି ଶନିବାର ରାତିରୁ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ନିଶ୍ଚଳ ହୋଇ ପଡି...

ଦେଢ଼ମାସ ପରେ ସୋଲାର ପ୍ରକଳ୍ପ ଅଚଳ

କୋରୁକୋଣ୍ଡା,୬ା୬(ଡି.ଏନ.ଏ.)-ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲି ପଞ୍ଚାୟତର ସୁବର୍ଣ୍ଣପୁର ଗ୍ରାମରେ ଜଳ ଯୋଗାଣ ବନ୍ଦ ହେତୁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି।...

କିଡ୍‌ନୀ ରୋଗରେ ଆକ୍ରାନ୍ତ ସଦାନନ୍ଦ

ପ୍ରୀତିପୁର/ବିଞ୍ଝାରପୁର,୩ା୪ (ଡି.ଏନ.ଏ.): ଦିନେ ରାଜ୍ୟ ବାହାରେ ଦାଦନ ଖଟି ପରିବାର ମୁହଁରେ ଦେଉଥିଲେ ଦାନା। ଆଜି ସେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ। ଏପରି ଏକ...

ଜଳକା ନଦୀ ବନ୍ଧରେ ୨୦ ଫୁଟ ଘାଇ

ବସ୍ତା,୨୧ା୮(ଡି.ଏନ.ଏ) : ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଧୀନ ପତ୍ରଝଡ଼ା ପଞ୍ଚାୟତର ସରଡ଼ିହା ନିକଟରେ ଶୁକ୍ରବାର ଜଳକା ନଦୀବନ୍ଧରେ ୨୦ ଫୁଟର ଘାଇ ହୋଇଛି। ଫଳରେ...

କୂଅରୁ ୫ ଫୁଟର ରଣାସାପ ଉଦ୍ଧାର: ବନ ବିଭାଗକୁ ହସ୍ତାନ୍ତର

ପରଜଙ୍ଗ,୩୦।୬(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହାଳ ଗ୍ରାମର ରାମ ପ୍ରଧାନଙ୍କ ବାରିରେ ଥିବା କୂଅରୁ ରବିବାର ଏକ ୫ଫୁଟ ଲମ୍ବର ରଣାସାପ...

ସମିତି ସଭ୍ୟାଙ୍କ ଘର ପୋଡ଼ି, ବିରୋଧୀଙ୍କୁ ଆକ୍ରମଣ

ବାଙ୍କୀ,୨୧ା୩(ସ୍ବ.ପ୍ର.): ପଞ୍ଚାୟତ ନିର୍ବାଚନ ସରିଥିଲେ ମଧ୍ୟ ରାଜନୈତିକ ହିଂସା ଥମିବାର ନଁା ନେଉନାହିଁ। ଶନିବାର କଟକ ଜିଲା ବୈଦେଶ୍ୱର ଥାନା ଅନ୍ତର୍ଗତ କାଳିପୋଇ ପଞ୍ଚାୟତର ୨...

Advertisement
Archives

Model This Week