ମେଲୋନି ହୋଇପାରନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ, ୨୬ା୯: ନୂଆ ପ୍ରଧାନମନ୍ତ୍ରୀ ପାଇଁ ୟୁରୋପୀୟ ଦେଶ ଇଟାଲୀରେ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ଦକ୍ଷିଣପନ୍ଥୀ ନେତ୍ରୀ ତଥା ବ୍ରଦର୍ସ ଅଫ୍‌ ଇଟାଲୀ(ଏଫ୍‌ଡିଆଇ) ପାର୍ଟିର ଜିଓର୍ଜିଆ ମେଲୋନିଙ୍କ ବିଜୟ ହୋଇପାରେ ବୋଲି ବୁଥ୍‌ଫେରନ୍ତା ମତପ୍ରକାଶ ପାଇଛି।]

ତେବେ ଜଣେ ଦକ୍ଷିଣପନ୍ଥୀଙ୍କୁ ଇଟାଲୀବାସୀ ନିଜ ନେତା ବାଛିବେ କି ନା ତାହା ଉପରେ ସମଗ୍ର ୟୁରୋପର ନଜର ରହିଛି। ଯଦି ମେଲୋନି ଜିତନ୍ତି ତେବେ ସେ ଇଟାଲୀର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଟାଲୀରେ କୌଣସି ଦକ୍ଷିଣପନ୍ଥୀ ସରକାର ଗଠନ ହେବାକୁ ଯାଉଛି। ମେଲୋନି ଜଣେ ସାମାଜିକକର୍ମୀରୁ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ।

୨୦୧୨ରେ ଗଠନ ହୋଇଥିବା ଏଫ୍‌ଡିଆଇର ସହପ୍ରତିଷ୍ଠାତା ମେଲୋନି ପରେ ଦଳର ଅଧ୍ୟକ୍ଷା ହୋଇଥିଲେ। ୨୦୧୮ରେ ତାଙ୍କ ଦଳକୁ ମୋଟ ଭୋଟ୍‌ର ମାତ୍ର ୪% ମିଳିଥିଲା। ଜଣେ କଠୋର ଦକ୍ଷିଣପନ୍ଥୀ ନେତା ଭାବେ ଲୋକେ ତାଙ୍କୁ ଜାଣନ୍ତି। ସେ ସମଲିଙ୍ଗୀ ସମ୍ପର୍କର ଘୋର ବିରୋଧୀ ଏବଂ ଅଧିକାଂଶ ସମୟରେ ଏଲ୍‌ଜିବିଟିକ୍ୟୁ ସମ୍ପ୍ରଦାୟ ବିରୋଧରେ ମତ ରଖିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?