‘ୟଙ୍ଗ୍‌ ଜିନିୟସ୍‌’ରେ ନଜରକୁ ଆସିବେ ମେଘାଲି

ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଗୁଗଲ୍‌ ଗର୍ଲ ଅଫ୍‌ ଇଣ୍ଡିଆ’ ଭାବେ ପରିଚିତ ଭୁବନେଶ୍ୱରର ମେଘାଲି ମାଳବିକା ଓଡ଼ିଶା ପାଇଁ ପୁଣି ଏକ ଗୌରବ ଆଣିଛନ୍ତି। ଦେଶର ବିସ୍ମୟକର ପ୍ରତିଭାଙ୍କୁ ଗୋଟିଏ ପ୍ଲାଟ୍‌ଫର୍ମକୁ ଆଣୁଥିବା ‘ୟଙ୍ଗ୍‌ ଜିନିୟସ୍‌’ କାର୍ଯ୍ୟକ୍ରମରେ ସ୍ଥାନ ପାଇବାକୁ ଯାଉଛନ୍ତି ମେଘାଲି। ମାତ୍ର ୧୪ ବର୍ଷ ବୟସରେ ସେ ବିଶ୍ୱର ୧୯୭ ଦେଶର ଟିକିନିଖି ତଥ୍ୟ ପ୍ରାଞ୍ଜଳଭାବେ ମନେରଖିଛନ୍ତି। ତାଙ୍କର ଏହି ବିସ୍ମୟକର ଜ୍ଞାନ ପାଇଁ ସେ ‘ୟଙ୍ଗ୍‌ ଜିନିୟସ୍‌’ ରେ ନଜର ଆସିବା ସହ ଦେଶର କୋଟି କୋଟି ପିଲାଙ୍କୁ ନିଜ ପ୍ରତିଭା ଦ୍ୱାରା ଅନୁପ୍ରାଣିତ କରିବାକୁ ଯାଉଛନ୍ତି।

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ୪ଟି ରେକର୍ଡ ସହ ମେଘାଲି ୯ ମିନିଟରେ ୧୦୦୦ ନଦୀର ନାମ, ୭.୩୯ ମିନିଟରେ ୧୦୦୦ ସହରର ନାମ, ୧୧.୨୮ ମିନିଟରେ ବିଶ୍ୱର ବିଭିନ୍ନ ନଦୀ, ସମୁଦ୍ର, ପାହାଡ଼, ପର୍ବତ ଆଦିର ନାମ କହିପାରନ୍ତି। ତେଣୁ ମେଘାଲିଙ୍କୁ ମଣିଷ ଆଟଲାସ୍‌ ବା ହ୍ୟୁମାନ ଆଟଲାସ୍‌ କୁହାଯାଏ। ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ମେଘାଲି ଲକ୍ଷ୍ୟ ରଖିଛନ୍ତି। ଆଗ୍ରହ ଓ ଅଭ୍ୟାସ ଯୋଗୁ ସେ ଆଜି ଏଭଳି ଭୌଗୋଳିକ ତଥ୍ୟର ଜ୍ଞାନ ହାସଲ କରିପାରିଥିବା କହିଛନ୍ତି। ଶ୍ରେଣୀ ପାଠପଢ଼ାରେ ଭୂଗୋଳ ହେଉଛି ତାଙ୍କର ପ୍ରିୟ ବିଷୟ। ଗୁଗଲ ଗର୍ଲ ଭାବେ ଲୋକେ ସମ୍ବୋଧିତ କଲେ ତାହା ତାଙ୍କୁ ଆଗକୁ ଯିବାପାଇଁ ଅନୁପ୍ରାଣିତ କରେ। ବାପା ଓ ମା’ଙ୍କୁ ନିଜ ଆଦର୍ଶ ଭାବେ ମାନିନେଇଥିବା ମେଘାଲି ନିଜ ସଫଳତାର ଶ୍ରେୟ ବାପାଙ୍କୁ ଦେଇଛନ୍ତି। ୪ ବର୍ଷ ବୟସରୁ ବାପା ବିଭିନ୍ନ ଦେଶ, ମହାଦେଶ, ମୁଦ୍ରା ଏବଂ ଭୌଗୋଳିକ ସ୍ଥିତି ସମ୍ପର୍କରେ

ମନେରଖିବାକୁ ଉତ୍ସାହିତ କରିଆସୁଛନ୍ତି। ‘ୟଙ୍ଗ୍‌ ଜିନିୟସ୍‌’ ପରି ଏତେବଡ଼ ଶୋ’ ନିମନ୍ତେ ଚୟନ ହୋଇଥିବାରୁ ମଁୁ ଉତ୍ସାହିତ। ଅନ୍ୟପକ୍ଷରେ ମେଘାଲିଙ୍କ ଏହି ସଫଳତା ପାଇଁ ଅଭିନେତା ସବ୍ୟସାଚୀ ମିଶ୍ର, ଆକାଶ ଦାସନାୟକ, ଅନୁ ଚୌଧୁରୀ, ଭୂମିକା ଦାଶ, କ୍ରୀଡ଼ାବିତ୍‌ ଅଂଶିକା ରାଉତରାୟ ଏବଂ ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ପଦ୍ମିନୀ ରାଉତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ‘ୟଙ୍ଗ ଜିନିୟସ’ କାର୍ଯ୍ୟକ୍ରମରେ ମେଘାଲିଙ୍କ ପ୍ରେରଣାଦାୟୀ କାହାଣୀକୁ ଦର୍ଶକମାନେ ନ୍ୟୁଜ୍‌୧୮ ଇଣ୍ଡିଆରେ ଶନିବାର ସନ୍ଧ୍ୟା ୭ଟାରେ ଦେଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?