ଭିକ୍ଷାବୃତ୍ତି କରୁଥିଲେ ପୂର୍ବତନ ହୋମଗାର୍ଡ: ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ରହିଲେ

କଟକ ଅଫିସ,୧୬।୧: କଟକ ଚଣ୍ଡୀମନ୍ଦିର ନିକଟରେ ଭିକ୍ଷାବୃତ୍ତି କରୁଥିବା ଜଣେ ପୂର୍ବତନ ହୋମଗାର୍ଡଙ୍କୁ ଶୁକ୍ରବାର ସେଲ୍‌ଟର ଛକସ୍ଥିତ ସିଏମ୍‌ସି ଅର୍ବାନ ସେଲ୍‌ଟର ହୋମ୍‌ରେ ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ ହୋମଗାର୍ଡ ବିନୋଦ ବିହାରୀ ପତି, ତାଙ୍କ ସ୍ତ୍ରୀ ଉର୍ମିଳାରାଣୀ ସପରିବାରେ କଟକ ଚଣ୍ଡୀମନ୍ଦିର ନିକଟରେ କିଛିଦିନ ହେବ ଭିକ୍ଷାବୃତ୍ତି କରୁଥିଲେ। ଏହି ଘଟଣା ଆଇନଜୀବୀ ଅଶୋକ କୁମାର ସ୍ବାଇଁଙ୍କ ଦୃଷ୍ଟିଗୋଚର ହୋଇଥିଲା। ସେ ଜିଲା ଓ ପୋଲିସ ପ୍ରଶାସନର ସହାୟତାରେ ଅର୍ବାନ ସେଲ୍‌ଟର ହୋମ୍‌ରେ ସେମାନଙ୍କୁ ଥଇଥାନ କରାଇଛନ୍ତି। ଏହି ସେଲ୍‌ଟର ହୋମକୁ ଯିବାକୁ ବିନୋଦ ରାଜି ହୋଇଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ରାଜି ହୋଇ ନ ଥିଲେ। ପରେ କ୍ୟାଣ୍ଟନମେଣ୍ଟ ଓ ମଙ୍ଗଳାବାଗ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ୪ଟି ପିସିଆର୍‌ ଭ୍ୟାନ୍‌ରେ ସେମାନଙ୍କୁ ସେଲ୍‌ଟର ହୋମକୁ ନିଆଯାଇଥିଲା।

ସୂଚନାଯୋଗ୍ୟ, ବିନୋଦ ଦିଗପହଣ୍ଡି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିବାବେଳେ କୌଣସି କାରଣବଶତଃ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିଲା। ପରେ ସେ କଟକ ଆସି ବିଭିନ୍ନ ସ୍ଥାନରେ ରହିଥିଲେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ କୌଣସି ଉପାୟ ନ ପାଇ ସେ ଭିକ୍ଷାବୃତ୍ତିକୁ ଆପଣାଇଥିଲେ। ତାଙ୍କର ୩ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ବଡ଼ ଝିଅ ୧୪ ବର୍ଷର ହୋଇଥିବାବେଳେ ପୁଅଟି ୩ ମାସର ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ପାରଳାଖେମୁଣ୍ଡି ରାଜପ୍ରାସାଦର ଦୁର୍ଦ୍ଦଶା ଦେଖି ମନ୍ତ୍ରୀଙ୍କ ଉଦ୍‌ବେଗ: ପୁନରୁଦ୍ଧାର ପାଇଁ ଜୋର ଧରିଲା ଦାବି

ପାରଳାଖେମୁଣ୍ଡି, ୨୩ା୭(ଗିରିଧାରୀ ପରିଚ୍ଛା): ରାଜ୍ୟର ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ଗଜପତି ଜିଲା ଗସ୍ତରେ ଆସିଥିବା ବେଳେ ଐତିହ୍ୟବାହୀ ପାରଳାଖେମୁଣ୍ଡି…

ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ବରଗଡ଼ ପୋଲିସର ଚଢ଼ାଉ: ୧୧୮୦ ବୋତଲ କଫ୍ ସିରପ ଜବତ, ୨ ଗିରଫ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ପୋଲିସ ପକ୍ଷରୁ ଏକ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ କଫ୍ ସିରପ ଜବତ କରାଯାଇଛି। ଏହି…

ଭଞ୍ଜନଗର ଥାନା ସମ୍ମୁଖରେ ବିଦ୍ୟୁତ୍ ଖୁଣ୍ଟରେ ନିଆଁ: ସଟ୍ ସର୍କିଟ୍ ଯୋଗୁଁ ହୁ ହୁ ହୋଇ ଜଳିଲା ତାର, ଭୟଭୀତ ହେଲେ…

ଭଞ୍ଜନଗର, ୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଗୁରୁବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…

ଦିଗପହଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ: ରାମ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଗୁରୁବାର ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ…

ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ଯୁକ୍ତ ୨ ନୂତନ ଛାତ୍ରୀଙ୍କୁ ସ୍ବାଗତ

ଭଞ୍ଜନଗର, ,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଯୁକ୍ତ ୨ ପ୍ରଥମ ବର୍ଷର ନୂତନ…

ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟ ଚୋରି କରି ନେଇଥିଲେ, ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ପରେ…

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri