ବ୍ରାହ୍ମଣୀ କୂଳରେ ମେଗା ଜଳଯୋଗାଣ ପ୍ରକଳ୍ପ

ଭୁବନ, ୮।୧୧(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ବ୍ଲକ ମାର୍ଥାପୁର ପଞ୍ଚାୟତ ଓଢ଼ଣା ମାଳପୁରା ଗ୍ରାମ ନିକଟରେ ବ୍ରାହ୍ମଣୀ ନଦୀ କୂଳରେ ହେବ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ। ଗୁରୁବାର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏହାର ଭୂମିପୂଜା କରିଛନ୍ତି। ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ନିର୍ମାଣ ଲାଗି ୧୧୮ କୋଟି ୯୭ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୨୦୨୩ ମାର୍ଚ୍ଚ ୨୩ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ କାମାକ୍ଷାନଗର ବ୍ଲକର ୧୩ ଏବଂ ଭୁବନ ବ୍ଲକର ୧୮ ପଞ୍ଚାୟତକୁ ପାନୀୟ ଜଳ ପହଞ୍ଚତ୍ବ। ପ୍ରାୟ ଦେଢ଼ ଲକ୍ଷ ଲୋକ ଉପକୃତ ହେବେ ବୋଲି ମନ୍ତ୍ରୀ କହିଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ତତ୍ତ୍ୱାବଧାନରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ନିଷ୍ପତ୍ତି ହୋଇଛି।
ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲା ଜଳଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ଉପନିର୍ବାହୀ ଅଧିକାରୀ ହିମାଂଶୁ ଶେଖର ନାୟକ, କନିଷ୍ଠ ଯନ୍ତ୍ରୀ ପ୍ରହଲ୍ଲାଦ ନାଥ, ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଉପାଧ୍ୟକ୍ଷା ସୁଭଦ୍ରା ପାତ୍ର, ମାର୍ଥାପୁର ସରପଞ୍ଚ ସଞ୍ଜୟ ଦାସ, ତହସିଲଦାର ପ୍ରଭାସ ବେଉରିଆଙ୍କ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri