ବରୀ, କୋରେଇ ବ୍ଲକରେ ମେଗା ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୧୮ା୧: ଯାଜପୁର ଜିଲା ବରୀ ବ୍ଲକର ୮୯ ଗ୍ରାମ ଓ କୋରେଇ ବ୍ଲକର ୧୫୮ ଗ୍ରାମ ପାଇଁ ୨ଟି ମେଗା ପାଇପ ଜଳଯୋଗାଣ ପ୍ରକଳ୍ପକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ଏଥିରେ କୋରେଇ ବ୍ଲକ ପାଇଁ ୧୩୮.୬୯ କୋଟି ଏବଂ ବରୀ ବ୍ଲକ ପାଇଁ ୧୫୭.୪୮ କୋଟି ଭାବେ ମୋଟ ୨୯୬.୬୯ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏନେଇ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗତ ୧୫ ତାରିଖରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କୁ ସୂଚିତ କରାଯାଇଛି। ଏହି ପ୍ରକଳ୍ପଦ୍ୱୟ କାର୍ଯ୍ୟକାରୀ ହେଲେ ବରୀ ଓ କୋରେଇ ବ୍ଲକରେ ଲାଗି ରହିଥିବା ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷେ ପୂର୍ବରୁ ନିର୍ମାଣାଧୀନ ୬ଟି ମେଗା ଜଳ ଯୋଗାଣ ପ୍ରକଳ୍ପରୁ ଗୋଟିଏ ବି ଶେଷ ହୋଇ ନଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। କାର୍ଯ୍ୟରେ ବିଳମ୍ବ ଦେଖାଇ ଠିକାସଂସ୍ଥା ଏସ୍କାଲେଶନ ବିଲ ପାଇବାରେ ମଧ୍ୟ ସଫଳ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୁକିନ୍ଦା ବ୍ଲକର ୩୭ଟି ଗ୍ରାମକୁ ୭୯.୫୬ କୋଟି ଟଙ୍କା, ବଡଚଣା ଓ ଧର୍ମଶାଳା ବ୍ଲକ ପାଇଁ ୩୫୧.୪୪ କୋଟି ଟଙ୍କା, ଦଶରଥପୁର ବ୍ଲକର ୩୫ଟି ଗ୍ରାମ ପଞ୍ଚାୟତ ପାଇଁ ୧୯୧.୮୫ କୋଟି ଟଙ୍କା, ସୁକିନ୍ଦା ଖଣି ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ପ୍ରଥମ ପ୍ରକଳ୍ପ ନିମନ୍ତେ ୧୦୬.୯୧ କୋଟି ଟଙ୍କା ଏବଂ ଦ୍ୱିତୀୟ ପ୍ରକଳ୍ପ ଲାଗି ୩୪.୪୬ କୋଟି ଟଙ୍କା ମଞ୍ଜୁର ହୋଇ ନିର୍ମାଣାଧୀନ ରହିଛି। ଏହିସବୁ ମେଗା ଜଳଯୋଗାଣ ପ୍ରକଳ୍ପକୁ ଅଣଓଡ଼ିଆ ଠିକାସଂସ୍ଥା ପକ୍ଷରୁ ନିର୍ମାଣ କରାଯାଉଛି। ସେମାନଙ୍କ ଉପରେ ବିଭାଗୀୟ ଅଧିକାରୀଙ୍କ କୌଣସି କର୍ତ୍ତୃତ୍ୱ ରହୁ ନ ଥିବାରୁ ମନମାନି କାମ ହେଉଛି। ଫଳରେ ବର୍ଷ ବର୍ଷ ଧରି କାମ ପଡ଼ି ରହୁଛି ବୋଲି ଅଭିଯୋଗ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ନୋ ପାର୍କିଂ ଜୋନ୍‌ ଚିହ୍ନଟ କରିବ ବିଏମ୍‌ସି

ଭୁବନେଶ୍ୱର, ୨୭।୪ (ବନ୍ଦନା ସେଠୀ): ସହରସାରା ଏବେ ବେଆଇନ ପାର୍କିଂ। ଗଳିକନ୍ଦିଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ଯିଏ ଯେଉଁଠି ପାରୁଛି ଗାଡ଼ି ରଖି ଦେଉଛି।...

ଆନ୍ଦୋଳନ ପରେ ରେଗୁଲାର ପିଲାଙ୍କ ପରୀକ୍ଷା ଘଞ୍ଚିଲା

ଭୁବନେଶ୍ୱର, ୨୭।୪(ଅସମାପିକା ସାହୁ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

୩୯ ଲୋକ ସଭା, ୨୨୬ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ

ଭୁବନେଶ୍ୱର,୨୭ା୪(ଅନିଲ ଦାସ): ରାଜ୍ୟରେ ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri