ଗହୀରମଥାରେ ବିଦେଶୀ ପକ୍ଷୀଙ୍କ ସମାଗମ

ମହାକାଳପଡ଼ା, ୫ା୧(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଶୀତ ଋତୁରେ ଏବେ ଶୁଭିଲାଣି ବିଦେଶୀ ପକ୍ଷୀଙ୍କ କାକଳି। ଜୈବ ବିବିଧତା ପ୍ରତି ଆକୃଷ୍ଟ ହୋଇ ଆସୁଥିବା ବିଭିନ୍ନ ରଙ୍ଗ ବେରଙ୍ଗର ଦେଶୀ, ବିଦେଶୀ ପକ୍ଷୀଙ୍କ ଭୂସ୍ବର୍ଗ ପାଲଟିଛି ଗହୀରମଥା। ଉପଯୁକ୍ତ ଜଳବାୟୁ, ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ବିସ୍ତୀର୍ଣ୍ଣ ଲୁଣା ହେନ୍ତାଳ ଜଙ୍ଗଲରେ ନିଜକୁ ସୁରକ୍ଷିତ ମଣିଥାନ୍ତି। ଜଙ୍ଗଲରେ ବସା ବାନ୍ଧି ସମାଗମ ହେଉଥିବା ଦେଖିବାକୁ ମିଳୁଛି। ଏହି ବିଦେଶୀ ପକ୍ଷୀ ମେରୁ ଅଞ୍ଚଳରେ ବରଫ ଆଚ୍ଛାଦିତ ଯୋଗୁ ଲକ୍ଷଲକ୍ଷ ଯୋଜନ ଅତିକ୍ରମ କରି ଏଠାରେ ସୁରକ୍ଷିତ ମଣି ସମାଗମ ହେଉଥିବାରୁ ସେମାନଙ୍କ ସୁରକ୍ଷା ଜରୁରୀ ହୋଇପଡ଼ିଛି।
ଏହି ଦେଶୀ, ବିଦେଶୀ ପକ୍ଷୀମାନେ ବଡ଼ବଡ଼ ଜଳାଶୟ, ନଦୀ ପଠାରୁ କୀଟ ପତଙ୍ଗ, ଛୋଟ ଚୂନା ମାଛ, କୁଜିଗେଣ୍ଡା ଓ କ୍ଷୁଦ୍ର ସାମୁଦ୍ରିକ ଜୀବଜନ୍ତୁଙ୍କୁ ଆହାର ରୂପେ ଗ୍ରହଣ କରିଥାନ୍ତି। ଏମାନେ ବିଶେଷକରି ତଣ୍ଡା, ବିଶ୍ୱ ବ୍ୟାଙ୍କ ଘେରି, ବଣପଡ଼ା, ଶାସନପେଟା, ବରୁଣାଇ ଜଙ୍ଗଲ, ହୁକିଟୋଲା ଜଙ୍ଗଲ ଓ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା, ଚଟକାରେ ଦଳ ଦଳ ହୋଇ ଜଳକ୍ରୀଡ଼ା କରୁଛନ୍ତି। ପକ୍ଷୀଙ୍କୁ ଶିକାର କରିବାକୁ ସ୍ଥାନୀୟ ଅଞ୍ଚଳର ଅଭ୍ୟାସଗତ ଶିକାରୀମାନେ ଖୁବ୍‌ ସତର୍କତା ସହ ବିଷ, ଫାଶ ବସାଇ ଶିକାର କରୁଥିବା ସୂଚନା ମିଳିଛି। କିପରି ପକ୍ଷୀ ଶିକାରୀମାନେ ବିଭାଗ ନ ଜାଣିପାରିବ ସେଥିପ୍ରତି ଭୋରରୁ ଓ ସା ବେଳେ ଏମାନେ ଶିକାର କରିଥାନ୍ତି। କାରଣ ଭୋରରୁ ଶହ ଶହ ପକ୍ଷୀ ଖରା ଓ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ଛାଡ଼ି ଉକ୍ତ ଅଞ୍ଚଳକୁ ବାହାରି ଯାଆନ୍ତି। ଏହାକୁ ଦୃଷ୍ଟିରେ ରଖି ବହୁ ସତର୍କତା ସହ ଅଭ୍ୟାସଗତ ଶିକାରୀମାନେ ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର ଫାଶ ତଥା ଛିଟକିନି, ଚଳା ଫାଶ ଓ ବିଷ ଆକାରରେ ଫୋରାଡନ (ବିଷ)କୁ ପକାଇ ସକାଳୁ ସକାଳୁ ଶିକାର କରିଥାନ୍ତି। ଗହୀରମଥା ଅଞ୍ଚଳରେ ଦେଶୀ ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଯୁଜୁଭୁ, ନିଶ୍ୱା ତିତିରି, ଚିତ୍ରିତ କଞ୍ଜ, ସମୁଦ୍ର କୁଆ, ପଣ୍ଡା ହଂସ, ଦୂବ ହଂସ, ପାତୀ ହଂସ, ଗହୀର ଲାଞ୍ଜା, କୋଠ ବଗୁଲି, ଖଇରା ବଗ, ଝାଲିଆ ବଗ, କଳା ମୁଣ୍ଡିଆ ବଗ, ଗେଣ୍ଡାଳିଆ, ଡାଙ୍ଗୁଆ, ହୁରୁଡ଼ା, ଚନ୍ଦନ ପାଟିଆ ଗେଣ୍ଡି, ଘିଡ଼ିଘିଡ଼ି ଚଢ଼େଇ ଆଦି ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପକ୍ଷୀପ୍ରେମୀ ତଥା ପରିବେଶବିତ୍‌ ସୁବାସ ସ୍ବାଇଁ କହିଛନ୍ତି, ବିଦେଶୀ ପକ୍ଷୀ ଆମ୍ଭମାନଙ୍କ ଅତିଥି। ସେମାନଙ୍କ ସୁରକ୍ଷା ପାଇଁ ଅଞ୍ଚଳବାସୀ ଯତ୍ନବାନ୍‌ ହେବା ଆବଶ୍ୟକ। ପକ୍ଷୀ ଗହଳି ସ୍ଥାନଗୁଡ଼ିକରେ ଶବ୍ଦ ପ୍ରଦୂଷଣ ନ କରିବା ଉପରେ ଗୁରୁତ୍ୱାରୋପ କରିବା ଜରୁରୀ। ନଚେତ ସେମାନେ ଉକ୍ତ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯିବେ। ଏ ସଂକ୍ରାନ୍ତରେ ଗହୀରମଥା ରେଞ୍ଜ ଅଧିକାରୀ ପ୍ରଦୋଷ କୁମାର ମହାରଣାଙ୍କୁ ପଚାରିବାରେ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ବିଭାଗ ଯତ୍ନବାନ ରହିଛି। ଅପରପକ୍ଷରେ ଚଳିତ ସପ୍ତାହରେ ଦେଶୀ ବିଦେଶୀ ପକ୍ଷୀମାନଙ୍କ ଗଣନା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ। ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ…

ତାରାତାରିଣୀ ମନ୍ଦିର ନିକଟ ହୋଟେଲରୁ ମିଳିଲା ଯୁବକଙ୍କ ମୃତଦେହ: ବଢୁଛି ସନ୍ଦେହ

ପୁରୁଷୋତ୍ତମପୁର,୧।୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ତାରାତାରିଣୀ ମନ୍ଦିର ନିକଟରେ ଥିବା ଏକ ହୋଟେଲ ଲକ୍ଷ୍ମୀପ୍ରିୟା ନିକଟରୁ ବୁଧବାର ସକାଳେ ଯୁବକଙ୍କ ମୃତଦେହ…

ମନର ବିଜୟରେ ଜଗତ ବିଜୟ ସମ୍ଭବ: ସକରାତ୍ମକ ତତ୍ତ୍ୱକୁ ସ୍ବାଗତ କରିବାକୁ ଆହ୍ବାନ

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବ୍ରହ୍ମାକୁମାରୀ ପ୍ରଭୁ ମିଳନ ଭବନ ପକ୍ଷରୁ ସ୍ଥାନୀୟ ପୁଞ୍ଜିକୟାଁ ଛକ ନନ୍ଦିଘୋଷ କଲ୍ୟାଣ ମଣ୍ଡପଠାରେ ଶାନ୍ତି ଶିବିର ପ୍ରବଚନ…

ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ଚିଠିରେ ସୀମିତ ରହିଲା କାର୍ଯ୍ୟାନୁଷ୍ଠାନ, ମାରିଦେଲେ ପ୍ୟାଚ୍‌ଅପ୍‌

ବରଗଡ଼,୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଥାନାଛକ ଆଗରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ମାସେ ବିତିଯାଇଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣା ପାଇଁ ଦାୟୀ କୌଣସି ଅଧିକାରୀଙ୍କ ବିରୋଧରେ…

ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ISIS ଆଡ୍ଡାକୁ ଟାର୍ଗେଟ୍‌

କାବୁଲ,୧।୭: ଆଫଗାନିସ୍ତାନ ଦାବି କରିଛି ଯେ ଏହାର ବାୟୁସେନା ପାକିସ୍ତାନ ଭିତରେ ଥିବା ISIS ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏହି ଆକ୍ରମଣଗୁଡ଼ିକ ବେଲୁଚିସ୍ତାନ ଏବଂ ଖାଇବର…

୨ ଛାତ୍ରବତ୍ସଳ ଶିକ୍ଷକଙ୍କ ଅବସର: ବିଦ୍ୟାଳୟ ପ୍ରତି ନିଷ୍ଠାକୁ ଭୂୟସୀ ପ୍ରଶଂସା

କେସିଙ୍ଗା,୧।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନୁର୍ଗତ ବାଲସି ଗ୍ରାମ ଅଧିନସ୍ଥ ଜବହାର ଉଚ୍ଚ ବିଦ୍ୟାପୀଠ-କର ଦୁଇଜଣ ଶିକ୍ଷକ ଚାକିରିରୁ ଅବସର ନେଇଛନ୍ତି। ଏହି ଉପଲକ୍ଷେ…

ଛାତ୍ରୀଛାତ୍ରଙ୍କ ପ୍ରେରଣାର ଉତ୍ସ ଥିଲେ ଶଙ୍କର ପ୍ରସାଦ: ସୁପ୍ରଶାସକଙ୍କ ଭାବପୂର୍ଣ୍ଣ ଅବସର

ଦିଗପହଣ୍ଡି,୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜର ଅଧ୍ୟକ୍ଷ ମେଜର୍‌ ଡ. ଶଙ୍କର ପ୍ରସାଦ ଅଧିକାରୀଙ୍କୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri