ନାମ ପଞ୍ଜୀକରଣ ସତ୍ତ୍ୱେ ମଣ୍ଡି ଖୋଲୁନି : ଚିନ୍ତାରେ ଚାଷୀ

କୁଜଙ୍ଗ,୫।୧ (ମନୋଜ ପ୍ରଧାନ):ମାସକ ତଳୁ କେତେଜଣ ଚାଷୀ ଖରିଫ ଧାନ ଅମଳ କରିଥିଲେ ମଧ୍ୟ ଜଗତ୍‌ସିଂହପୁର ଜିଲାରେ ଏପର୍ଯ୍ୟନ୍ତ କୌଣସି ମଣ୍ଡି ଖୋଲିନାହିଁ। ଏନେଇ ଅନେକ ଚାଷୀ ବେପାରୀଙ୍କୁ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସରକାର ନଭେମ୍ବର ୧ରୁ ଧାନ ମଣ୍ଡି ଖୋଲିବା ପାଇଁ ପୂର୍ବରୁ ଘୋଷଣା କରିଥିଲେ। ଇତିମଧ୍ୟରେ ୨ମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ଏହା ଖୋଲି ନ ଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ମଣ୍ଡିରେ ଧାନ ଦେବାପାଇଁ ଯେଉଁ ଚାଷିମାନେ ନାମ ପଞ୍ଜୀକୃତ କରିଥିଲେ, ସେମାନଙ୍କ ପାଖରୁ ଆସନ୍ତା ୬ ତାରିଖରୁ ଧାନ ସଂଗ୍ରହ କରାଯିବ ବୋଲି ଟୋକନ ନମ୍ବର ସହ ମୋବାଇଲକୁ ବାର୍ତ୍ତା ଆସିଥିବା କୁହାଯାଇଛି। ଏ ସମ୍ପର୍କରେ ସମବାୟ ସମିତି ସମ୍ପାଦକମାନଙ୍କୁ ପଚାରିବାରେ, ୫ ତାରିଖରୁ ମଣ୍ଡି ଶୁଭାରମ୍ଭ କରାଯିବା ପରେ ପରଦିନରୁ ଧାନ ସଂଗ୍ରହ ହେବ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗୋଟିଏ ଦିନପରେ ଚାଷୀ ମଣ୍ଡିକୁ ଧାନ ଦେବାପାଇଁ ନିର୍ଦ୍ଦେଶ ପାଇଥିଲେବି ଅଦ୍ୟାବଧି ଅଖା ମିଳିନାହିଁ। ମିଲର ଅଖା ଯୋଗାଇ ଦେବାପାଇଁ ସରକାର ଘୋଷଣା କରିଥିଲେ ବି ସେମାନେ ଅଖା ଦେଇନାହାନ୍ତି ବୋଲି ସମବାୟ ସମିତି ସମ୍ପାଦକ କହୁଛନ୍ତି। ଚଳିତ ବର୍ଷ କୁଜଙ୍ଗ ବ୍ଲକରେ ୧୧ ହଜାର ହେକ୍ଟରରୁ ଅଧିକା ଜମିରେ ଧାନ ଚାଷ ହୋଇଛି। ସ୍ବଳ୍ପ ବୃ୍‌ଷ୍ଟି ଯୋଗୁ ଚାଷୀମାନେ ପମ୍ପଯୋଗେ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ରୁଆ ବେଉଷଣ କରିବା ସହ ପରବର୍ତ୍ତୀ ସମୟରେ ଜଳ ଉତ୍ସରୁ ପାଣି ମଡେଇ ଧାନ ଚାଷ କରିଛନ୍ତି। ଅମଳ ଯାହା ହୋଇଛି ଓ ସରକାର ଧାନର ସହାୟକ ମୂଲ୍ୟ ଯାହା ରଖିଛନ୍ତି ସେଥିରୁ ଚାଷୀ ବିନିଯୋଗ କରିଥିବା ଅର୍ଥ ପାଇବା କଷ୍ଟକର।
ଏହାବ୍ୟତୀତ ଅଖା ଯୋଗାଇ ଦିଆଯାଉ ନ ଥିବାରୁ ବାଧ୍ୟ ହୋଇ ଅଖା ପ୍ରତି ୨୦ଟଙ୍କା ଦେଇ ଖୋଲା ବଜାରରୁ ଚାଷୀ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ କୃଷକ ନେତା ଶ୍ରୀନିବାସ ଜୁଝାର ସିଂହ ଅସନ୍ତୋଷବ୍ୟକ୍ତ କରିବା ସହ ତୁରନ୍ତ ଅଖା ଯୋଗାଇ ଦେବାକୁ ଦାବି କରିଛନ୍ତି। ବାଗୋଇ ପ୍ରାଥମିକ ସେବା ସମବାୟ ସମିତିର ସଭାପତି ଅଭୟ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ ମିଲର ଅଖା ଦେଉନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବେ। ମାତ୍ର ସମ୍ପାଦକ ସାରଦା ପ୍ରଧାନ କହୁଛନ୍ତି, ଦୁଇ ତିନି ଦିନ ମଧ୍ୟରେ ଅଖା ବିଷୟରେ ଜଣାପଡିବ। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଣୀ ସୁଜାତା ମିଶ୍ରଙ୍କୁ ତାଙ୍କ ମୋବାଇଲ ନମ୍ବର ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବନ୍ଦ ଥିବାରୁ ମତାମତ ମିଳିପାରି ନ ଥିଲା। ନିର୍ଦ୍ଧାରିତ ତାରିଖରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ ପାଇଁ ଜିଲାପାଳ ମିଲରଙ୍କୁ ନିର୍ଦ୍ଦେଶ ଦେବାକୁ କୃଷକ ନେତା ସିଂହ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

ପାରାଦୀପରେ ଲାଗିଲା ତୈଳ ଜାହାଜ: ମିଳିଲା ବଡ଼ ଆଶ୍ୱସ୍ତି, ହର୍ମୁଜ ଦେଇ…

ପାରାଦୀପ,୧୯।୩(ଶରତ ରାଉତ):ଯୁଦ୍ଧ ପ୍ରଭାବିତ ଦେଶ ଓମାନ୍‌ରୁ ଏକ ଅଶୋଧିତ ତୈଳ ବୋଝେଇ ଜାହାଜ ମେରାଇନ ଟ୍ୟାଙ୍କର(ଏମ୍‌ଟି)ଫ୍ଲୋରା ପାରାଦୀପ ବନ୍ଦର ସିଙ୍ଗଲ ପଏଣ୍ଟ ମୋରିଂସିଷ୍ଟମ(ଏସ୍‌ପିଏମ୍‌) ୩ରେ ବୁଧବାର ଲାଗିଛି।…

୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ

ଜଗତସିଂହପୁର, ୧୧।୩: ୯ ମଣ୍ଡି ନୋଡାଲ ଅଫିସଙ୍କ ମାର୍ଚ୍ଚ ମାସ ଦରମା ବନ୍ଦ। ମାର୍ଚ୍ଚ ମାସରେ ଦରମା ବନ୍ଦ କଲେ ଜଗତସିଂହପୁର ଜିଲାପାଳ। ନୋଡାଲ ଅଫିସର ଧାନ…

ଆଦାନୀ ହାତକୁ ଯିବ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ

ପାରାଦୀପ,୧୧ା୩(ଶରତ ରାଉତ):ରାଜ୍ୟରେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ବ୍ୟାପକ ପ୍ରଚାର ପ୍ରସାର ହେଉଛି। କିନ୍ତୁ ଓଡ଼ିଆଙ୍କ ପ୍ରାଚୀନ ସଂସ୍କୃତି ସହ ଜଡ଼ିତ ରାଜ୍ୟର ଏକମାତ୍ର ନୌବାଣିଜ୍ୟ ଶିକ୍ଷାନୁଷ୍ଠାନ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri