ଗୌହରଙ୍କଠାରୁ କରନ୍‌ ସିଂହ ଗ୍ରୋଭର: ସର୍ବସମ୍ମୁଖରେ ଚାପୁଡ଼ା ଖାଇଛନ୍ତି ଏସବୁ କଳାକାର; କାରଣ ଜାଣିଲେ…

ବମ୍ବେ: ବଲିଉଡ୍‌ କଳାକାରଙ୍କ ପରି ଟେଲି କଳାକାରମାନେ ନିଜର ଅଭିନୟ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଥାଆନ୍ତି ଚର୍ଚ୍ଚାରେ। ପ୍ରଶଂସକମାନେ ମଧ୍ୟ ସେମାନଙ୍କ ଜୀବନର ଛୋଟବଡ଼ କଥା ପଛର ରହସ୍ୟକୁ ଜାଣିବାକୁ ଚାହିଁ ରହିଥାନ୍ତି। ସେଭଳି ଏକ ଚର୍ଚ୍ଚିତ ଘଟଣା ହେଲା ଚାପୁଡ଼ା ମାରିବା। ଅନେକ କଳାକାର ସର୍ବସାଧାରଣରେ ଚାପୁଡ଼ା ଖାଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ଆସନ୍ତୁ ସେମାନଙ୍କୁ ଜାଣିବା:

ଅଭିଷେକ ଅବସ୍ତି: ରାକ୍ଷୀ ସାଓ୍ବନ୍ତଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ। ହେଲେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା। ୨୦୧୧ ଭ୍ୟାଲେଣ୍ଟାଇନ୍‌ ଡେ ଅବସରରେ ଅଭିଷେକ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଛି ପ୍ରମାଣିତ କରିବାକୁ ଚାହିଁଥିଲେ। ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଗୋଲାପ ଏବଂ କଣ୍ଢେଇ ନେଇ ରାକ୍ଷୀଙ୍କ ଘରେ ପହଞ୍ଚିଥିଲେ। ହେଲେ ଏହା ତାଙ୍କ ଉପରେ ଓଲଟା ପଡ଼ିଥିଲା। ରାକ୍ଷୀ କ୍ଷମା କରିବା ତ ଦୂରର କଥା ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଜୋରଦାର ଚାପୁଡ଼ା ମାରିଥିଲେ।

ଗୌହର ଖାନ: ମଡେଲ ତଥା ବିଗ୍‌ବସ ୭ ବିଜେତା ଗୌହର ଖାନଙ୍କୁ ଜଣେ ବ୍ୟକ୍ତି ଛୋଟ ପୋଷାକ ପିନ୍ଧିବାକୁ ନେଇ ଚାପୁଡ଼ା ମାରିଥିଲେ। ଗୌହର ସେତେବେଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଏହି ସମୟରେ ଉକ୍ତ ଅଜଣା ବ୍ୟକ୍ତି ଗୌହରଙ୍କୁ ଚାପୁଡ଼ା ମାରିଥିଲେ। ଏହା ସେଠାରେ ଉପସ୍ଥିତ ଅନେକଙ୍କୁ ଚକିତ କରିଥିଲା।

କରନ ସିଂହ ଗ୍ରୋଭର:
ପୂର୍ବପତ୍ନୀ ଜେନିଫର ଓ୍ବିଙ୍ଗେଟଙ୍କଠାରୁ ଚାପୁଡ଼ା ଖାଇଛନ୍ତି କରନ। ଏବେ ବିପାଶାଙ୍କୁ ବିବାହ କରି ସୁଖୀ ଜୀବନ ଅତିବାହିତ କରୁଥିବା କରନ ଜେନିଫରଙ୍କୁ ପୂର୍ବେ ବିବାହ କରିଥିଲେ। ଏକ ସମୟରେ ଜେନିଫର କରନଙ୍କ ପ୍ରତାରଣା କଥା ଜାଣିବା ପରେ ଧାରାବାହିକର ସେଟ୍‌ରେ ଜୋରଦାର ଚାପୁଡ଼ା ମାରିଥିଲେ। କଥିତ ଭାବେ ତାଙ୍କ ସହ ଶୁଟିଂ କରିବେ ନାହିଁ ବୋଲି କହିଥିଲେ ମଧ୍ୟ।

ଅଭିନବ କୋହଲି:
ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ପୂର୍ବସ୍ବାମୀ ରାଜା ଚୌଧୁରୀ ତାଙ୍କ ସ୍ବାମୀ ଅଭିନବ କୋହଲିଙ୍କୁ ଥାନାରେ ପୋଲିସ ସମ୍ମୁଖରେ ଚାପୁଡ଼ା ମାରିଥିଲେ। ରାଜା ତାଙ୍କ ଘରେ ଝିଅ ପଲକଙ୍କୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ଶ୍ୱେତା ବିଗ୍‌ ବସ ଘରେ ଥିଲେ। ଅଭିନବ ପଲକଙ୍କୁ ଖରାପ ବ୍ୟବହାର କରୁଥିବା ସେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ଉଭୟଙ୍କ ବଚସା ହୋଇଥିଲା। ମାମଲା ଏତେ ବିଗିଡ଼ି ଯାଇଥିଲା ଯେ ଥାନାରେ ପହଞ୍ଚିଥିଲା। ସେଠାରେ ରାଜା ଅଭିନବଙ୍କୁ ଚାପୁଡ଼ା ମାରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?