ଲୁଟେରାଙ୍କ ଟାର୍ଗେଟରେ ମେଡିସିନ ବ୍ୟବସାୟୀ

ବଇଣ୍ଡା,୧୮।୨(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା, ଜରପଡା, କିଶୋରନଗର ଥାନା ଇଲାକାରେ କିଛିଦିନ ହେବ ଚୋରି ବଢିବାରେ ଲାଗିଛି। ବିଶେଷ କରି ମେଡିସିନ ବ୍ୟବସାୟୀଙ୍କୁ ଲୁଟେରାମାନେ ଟାର୍ଗେଟ କରୁଥିବାବେଳେ ଏବେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇ ପଡିଛି। କିଛିମାସ ହେବ ଲକ୍ଷ ଲକ୍ଷ ଟଙ୍କା ମେଡିସିନ ବ୍ୟବସାୟୀଙ୍କଠାରୁ ଲୁଟ କରାଯାଇଥିଲେ ମଧ୍ୟ ପୋଲିସ ଲୁଟେରାଙ୍କ କୌଣସି ସନ୍ଧାନ ପାଇ ପାରୁନାହିଁ। ବିଶେଷ କରି ଗୋଟିଏ ପରେ ଗୋଟିଏ ଲୁଟ କରାଯାଉଥିବାବେଳେ ଗୁରୁବାର ଅପରାହ୍ନରେ ଜାମୁନାଳୀରୁ କିଛି ଦୂରରେ ଏକ ମେଡିସିନ ବ୍ୟବସାୟୀଙ୍କୁ ୨ ଜଣ ଲୁଟେରା ବନ୍ଧୁକ ଦେଖାଇ ୯୦ ହଜାର ଲୁଟି ନେଇଥିବାବେଳେ ବ୍ୟବସାୟୀଙ୍କୁ ପିଛା କରୁଥିବା ଲୁଟେରାଙ୍କ ଚିତ୍ର ସିସିଟିଭିରେ ଫୁଟେଜ କଏଦ ହୋଇଛି। ଶୁକ୍ରବାର ଜରପଡା ଥାନାର ଏକ ଟିମ ବଇଣ୍ଡା ଅଞ୍ଚଳକୁ ଆସି ତଦନ୍ତ କରିଛନ୍ତି। ଯେଉଁ ଦୋକାନରୁ ବ୍ୟବସାୟୀ ଜଣଙ୍କ ଟଙ୍କା ନେଇଥିଲେ ସେହି ସମୟରେ ଉକ୍ତ ୨ ଜଣ ଲୁଟେରା ଉକ୍ତ ମେଡିସିନ ଦୋକାନ ସମ୍ମୁଖରେ ଠିଆ ହୋଇ ମେଡିସିନ ବ୍ୟବସାୟୀଙ୍କୁ ପିଛା କରିଥିଲେ। ଉଭୟ ଲୁଟେରା ଏକ ବାଇକ ଯୋଗେ ୨ଟି ହେଲମେଟ୍‌ ପିନ୍ଧି ପିଛା କରିବା ସହ ଜାମୁନାଳୀ ନିଛାଟିଆ ସ୍ଥାନରେ ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ୯୦ ହଜାର ଟଙ୍କା ଲୁଟି ନେଇଥିବା ଜରପଡା ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସେହିପରି ତା ୧୧।୧୨।୨୦୨୩ରେ କିଶୋରନଗର ଥାନା ସୁସବଠାରେ ଜଣେ ମେଡିସିନ ବ୍ୟବସାୟୀଙ୍କୁ ଅଟକାଇ ୨ ଜଣ ଲୁଟେରା ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ସେହି ଦିନ ପୁଣି ହଣ୍ଡପା ଥାନା ପରସୁମାଳ ନିକଟରେ ଜଣେ ମେଡିସିନ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ଟଙ୍କା ଏବଂ ମୋବାଇଲ ଲୁଟି ନେଇଥିଲେ। ବାରମ୍ବାର ଲୁଟେରାମାନେ ଜାତୀୟ ରାଜପଥ ଅଞ୍ଚଳ ର ନିଛାଟିଆ ଅଞ୍ଚଳରେ ମେଡିସିନ ବ୍ୟବସାୟୀଙ୍କୁ ଅଟକାଇ ଲୁଟ କରୁଥିଲେ ମଧ୍ୟ ସେମାନଙ୍କ ଗ୍ୟାଙ୍ଗକୁ କାବୁ କରିବାରେ ପୋଲିସ ସକ୍ଷମ ହୋଇ ପାରୁ ନ ଥିବା ସାଧାରଣରେ ଆଲୋଚନା ହେଉଛି। ତୁରନ୍ତ ଏଥିପ୍ରତି ଅନୁଗୋଳ ଏସ୍‌ପି ଦୃଷ୍ଟି ଦେଇ ଜାତୀୟ ରାଜପଥରେ ପାଟ୍ରୋଲିଂ କଡା କଡି କରିବା ପାଇଁ ସାଧାରଣରେ ଦାବି ହୋଇଛି। ଏ ନେଇ ହଣ୍ଡପା ଆଇଆଇସି ନମିତା ନାୟକ କୁହନ୍ତି, ପୋଲିସ ପକ୍ଷରୁ ପାଟ୍ରୋଲିଂ କଡା କଡି କରାଯାଉଛି। ଲୁଟ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?