ଗୁଣକାରୀ ତୁଳସୀ

ତୁଳସୀ ଚଉରା ପ୍ରତ୍ୟେକଙ୍କର ଘର ଅଗଣାରେ ରହିଥାଏ। କାରଣ ଏହା ଘର ପରିବେଶକୁ ପବିତ୍ର କରିବା ସହ ଗୃହରେ ସକାରାତ୍ମକ ଉର୍ଜ୍ଜା ଉତ୍ପନ୍ନ କରାଇଥାଏ। କୌଣସି କାମରେ ଘରୁ ବାହାରିବା ସମୟରେ ତୁଳସୀ ଚଉରା ମୂଳେ ମୁଣ୍ଡିଆ ମାରି ଗଲେ ଉକ୍ତ କାମଟି ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ ମଧ୍ୟ ରହିଛି। ତା’ଛଡ଼ା ଏହି ଗଛର ଅନେକ ଔଷଧୀୟ ଗୁଣ ବି ଅଛି। ତେବେ ତୁଳସୀ ଆମର ଆଉ କ’ଣ ଉପକାରରେ ଆସେ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଯଦି କାହାକୁ ତୁଳସୀ ଗଛର ମୂଳ (ଖାସ୍‌ କରି କଳା ତୁଳସୀ ଗଛର ମୂଳ)ମିଳେ, ତା’ହେଲେ ତାକୁ ଗୋଟିଏ ଡେଉଁରିଆରେ ରଖି ଦେହରେ ଧାରଣ କଲେ ଶୁଭଫଳ ମିଳିଥାଏ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଗଲାବେଳେ ସାଙ୍ଗରେ ସେହି ଡେଉଁରିଆକୁ ନେଇଗଲେ କାମଟି ସୁରୁଖୁରୁରେ ହୋଇଯାଏ ବୋଲି ଜ୍ୟୋତିର୍ବିଦ୍‌ମାନେ ମତ ଦେଇଥାନ୍ତି।

*ତୁଳସୀ ମୂଳର ମାଟି ମୁଣ୍ଡରେ ଲଗାଇ ବାହାରକୁ ଯିବା ବି ଶୁଭ ହୋଇଥାଏ। ଏପରିକି କୁହାଯାଏ, ଛୋଟ ପିଲାଙ୍କ ମୁଣ୍ଡରେ ତୁଳସୀ ମାଟି ଲଗାଇଲେ ସେମାନଙ୍କୁ କାହାରି ଖରାପ ନଜର ଲାଗେନାହିଁ।

*ଘରର ଡାହାଣପଟେ ତୁଳସୀ ବଗିଚା କରିବା ଅତ୍ୟନ୍ତ ଶୁଭ ଲକ୍ଷଣ ହୋଇଥାଏ। ଏହାଦ୍ୱାରା ଘରର ସଦସ୍ୟଙ୍କୁ ଅମ୍ଳଜାନ ମଧ୍ୟ ପ୍ରଚୁର ମିଳିଥାଏ।

*ସେହିପରି କୁହାଯାଏ, ପ୍ରତିଦିନ ଯେଉଁ ବ୍ୟକ୍ତି ସୁଧପୂତ ହୋଇ ମାତ୍ର ୭ଟି ତୂଳସୀ ପତ୍ର ଚୋବାଇ ଖାଇଥାନ୍ତି, ତାଙ୍କୁ ଥଣ୍ଡା, କାଶ, କଫ ଜନିତ ରୋଗ ପ୍ରାୟତଃ ହୁଏନାହିଁ। ତା’ଛଡ଼ା ତାଙ୍କଠାରେ ଉଦର ଜନିତ ରୋଗ ବି ଖୁବ୍‌ କମ୍‌ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ…

ଶ୍ୱାସରୋଗରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ସମ୍ପର୍କରେ ଉଲ୍ଲେଖ ରହିଛି। ପୁରୁଣା ଶ୍ୱାସରୋଗରୁ ମୁକ୍ତି ପାଇଁ ହଳଦୀ, ଗୋଲମରିଚ, ଦ୍ରାକ୍ଷା ଓ...

ଶୟନ କକ୍ଷରେ କ’ଣ ରଖିବେ, କ’ଣ ନୁହେଁ; ଜାଣନ୍ତୁ ଏନେଇ ବାସ୍ତୁ…

ଦିନଯାକର ଅକ୍ଳାନ୍ତ ପରିଶ୍ରମ ପରେ ଟିକେ ବିଶ୍ରାମ ପାଇଁ ଯେବେ ଶୋଇବା ଘରେ ପାଦ ପଡ଼ିଯାଏ ସେତେବେଳେ ମନକୁ ଖୁବ୍‌ ଶାନ୍ତି ମିଳିଥାଏ। କାରଣ ଶୋଇବା...

ହାର୍ଟଆଟାକ୍‌ରୁ ଦୂରେଇ ରଖେ ଏହି ରସ…

ସକାଳେ ଅଧାକପ୍‌ କାକୁଡ଼ି ଜୁସ୍‌ ପିଇଲେ ଶରୀରର ବହୁ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଜଳ, ଶ୍ୱେତସାର,ସ୍ନେହସାର, ପୁଷ୍ଟିସାର, ତନ୍ତୁଜ ରହିଥାଏ। ଏହାଛଡ଼ା ଏଥିରେ...

ଘରେ ବୁଢିଆଣୀ ଜାଲ ରହିଥିଲେ ଆପଣାନ୍ତୁ ଘରୋଇ ଉପାୟ

ଘର ସଫା କରିବା ପରେ ବୁଢ଼ିଆଣୀ ଜାଲ ବା ଅଳନ୍ଧୁ ଦେଖିଲେ ଚିନ୍ତାରେ ପଡ଼ିଥାଉ, କିପରି ସଫା କରିବ। ବୁଢ଼ିଆଣୀ ଜାଲ ଦ୍ୱାରା ଘର ଅପରିଷ୍କାର...

ଏହି ୪ ରାଶିର ଯୁବକ ରୋମାଣ୍ଟିକ କମ୍‌, ଅଧିକ ସ୍ନେହୀ; ପାଲଟିଥାନ୍ତି ସବୁଠାରୁ ଭଲ ଜୀବନସାଥୀ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିର ରାଶିରୁ ତାର ବ୍ୟକ୍ତିତ୍ୱ, ସ୍ବଭାବ,ପ୍ରେମ ସମ୍ପର୍କ, ସ୍ବାସ୍ଥ୍ୟ ଏବଂ ଆର୍ଥିକ ଜୀବନ ବିଷୟରେ ଜଣାପଡ଼ିଥାଏ। ଆଜି ଆମେ ସେଭଳି...

ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍‌ ଟି’

ଗ୍ରୀନ୍‌ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ...

ଦୃଷ୍ଟିଶକ୍ତି ପ୍ରଖର କରେ ଅଲିଭ୍‌ ତେଲ

ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପଛରେ ଅଲିଭ୍‌ ତେଲର ମଧ୍ୟ ଭୂମିକା ରହିଛି। ୟୁନିଭର୍ସିଟି ଅଫ ଲଣ୍ଡନର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସଦ୍ୟତମ ଗବେଷଣାରୁ ଏ...

ଏହି ୮ ପ୍ରକାର ପ୍ରାଣୀଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି ଚାଣକ୍ୟ, ନଚେତ ପାଇବେ ଦୁଃଖ

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

Advertisement
Archives

Model This Week