Posted inଜାତୀୟ

ଡାଇବେଟିସ ଚିକିତ୍ସାରେ ଔଷଧୀୟ ଉଦ୍ଭିଦ: ୨୧ ଉଦ୍ଭିଦ ଉପରେ ଗବେଷଣା…

ନୂଆଦିଲ୍ଲୀ,୨୭।୫ : ଔଷଧୀୟ ଉଦ୍ଭିଦ ସାହାଯ୍ୟରେଡାଇବେଟିସକୁ ମଧ୍ୟ ପରାସ୍ତ କରାଯାଇପାରେ। ୱାଲର୍‌ଡ ଜର୍ନାଲ ଅଫ ଡାଇବେଟିସ ରେ ପ୍ରକାଶିତ ଅଧ୍ୟୟନରେ ଜଡିତ ଜିପମରର ସିନିୟର ଡାକ୍ତରସୋମଦତ୍ତ ଗିରି କହିଛନ୍ତି ଏହି ଔଷଧୀୟ ଉଦ୍ଭିଦଗୁଡିକ ମାନବ ରକ୍ତରେ ଶର୍କରା ପରିମାଣ ହ୍ରାସ କରିବାର କ୍ଷମତା ରଖିଛନ୍ତି। ମୋଟ ୨୧ ଟି ଉଦ୍ଭିଦ ଉପରେ ଅନେକ ଗବେଷଣା କରାଯାଇଛି। ଏହା ପ୍ରମାଣିତ ହୋଇଛି ସେଗୁଡିକୁ ଡାଇବେଟିସ ଚିକିତ୍ସାରେ ବ୍ୟବହାର କରାଯାଇପାରିବ। ସେଥିରୁ ଔଷଧ ତିଆରି କରାଯାଇପାରେ ଯାହା ଏହି ସମସ୍ୟା ଭୋଗୁଥିବା ଲୋକଙ୍କୁ ସିଧାସଳଖ ଆରାମ ଦେଇପାରେ। କେନ୍ଦ୍ର ସରକାରଙ୍କ ଦୁଇଟି ବଡ ମେଡିକାଲ ପ୍ରତିଷ୍ଠାନ ମିଳିତ ଭାବେ ଦାବି କରିଛନ୍ତି ୯୫ ପ୍ରତିଶତ ଡାଇବେଟିସ ଔଷଧ ଉପରେ ଏପର୍ଯ୍ୟନ୍ତ ଅନୁସନ୍ଧାନ କରାଯାଇ ନାହିଁ।

ଯଦି ଏଗୁଡିକ ପ୍ରତି ଧ୍ୟାନ ଦିଆଯାଏ, ତେବେ ମଧୁମେହ ଚିକିତ୍ସାର ରାସ୍ତା ସହଜ ହୋଇପାରିବ। ପଣ୍ଡିଚେରୀର ଜବାହରଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଜିପମର) ଏବଂ ପଶ୍ଚିମବଙ୍ଗର କଲ୍ୟାଣୀରେ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଅନୁସନ୍ଧାନକାରୀମାନେ ପ୍ରାୟ ୪୦୦ ଔଷଧୀୟ ଉଦ୍ଭିଦ ଚିହ୍ନଟ କରିଛନ୍ତି ଯାହା ଡାଇବେଟିସ ଚିକିତ୍ସାରେ ବ୍ୟବହୃତ ହୋଇପାରିବ। ତେବେ ଏଥିପାଇଁ ଗବେଷଣା ଜରୁରୀ। କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସଆଇଆର) ବିସ୍ତୃତ ଅଧ୍ୟୟନ ପରେ ବିଜିଆର-୩୪ ଔଷଧ ବିକଶିତ କରିଛି। ଯେଉଁଥିରେ ଦାରୁହରିଦ୍ରା . ଗୁଡମାରି, ମେଥୀ ଏବଂ ବିଜୟସାରରୁ ଉତ୍ପନ୍ନ ବିଭିନ୍ନ ପ୍ରଭାବଶାଳୀ ଫାଇଟୋ ଯୌଗିକ ରହିଛି। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଗିଲୋୟ ଏବଂ ମଞ୍ଜିଠା ମଧ୍ୟ ଏଥିରେ ମିଶ୍ରିତ କରାଯାଇଥିଲା। ନିକଟରେ, ନୂଆଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଆୟୁର୍ବେଦିକ ଔଷଧ ବିଜିଆର-୩୪ ଡାଇବେଟିସ ପାଇଁ ପ୍ରଭାବଶାଳୀ ହେବା ସହିତ ଏହାର ବ୍ୟବହାର ମେଟାବୋଲିକ ସିଷ୍ଟମରେ ମଧ୍ୟ ଉନ୍ନତି ଆଣିଥାଏ ବୋଲି ଉଲ୍ଲେଖ କରାଯାଇଛି।

ଏହି ଗବେଷଣାରୁ ଜଣାଯାଇଛି. ବର୍ତ୍ତମାନ ପର୍ଯ୍ୟନ୍ତ ବିଜୟସାର, ଜାମୁନ, ଜିରା, ଇସାବଗୋଲ, ରାଶି, ଦାରୁହରିଦ୍ରା, ଆଲଭେରା, ବେଲ, ମେଥି, ଅଦା, ନିମ, ଶାକରକନ୍ଦ,ଅଂଳା, ରସୁଣ, କଦଳୀ, ଗୁଡୁଚି, ଡାଳଚିନି, କୁଣ୍ଡୁକି ଏବଂ ପଣସରେ ଥିବା ଶର୍କରା କମ କରୁଥିବା ଉପାଦାନଗୁଡିକ ଚିହ୍ନଟ କରାଯାଇଛି ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ ଭାରତରେ ବର୍ତ୍ତମାନ ଟାଇପ ୨ ଡାଇବେଟିସ ଥିବା ପ୍ରାୟ ୮୦ ନିୟୁତ ଲୋକ ଅଛନ୍ତି। ଏକ ଆକଳନ ଅନୁଯାୟୀ, ୨୦୨୨ ମସିହା ସୁଦ୍ଧା ୭.୭ କୋଟିରୁ ଅଧିକ ଭାରତୀୟ ଡାଇବେଟିସରେ ଆକ୍ରାନ୍ତ ହୋଇଥିଲେ ଏବଂ ୨୦୪୫ ସୁଦ୍ଧା ଏହି ସଂଖ୍ୟା ୧୨.୪୦ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଟାଇପ ୨ ଡାଇବେଟିସ ଭାରତର ସମସ୍ତ ଡାଇବେଟିସ ଭୋଗୁଥିବା ଲୋକଙ୍କ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ଆନନ୍ଦଙ୍କ ଉପରେ ପୁଣି ବର୍ଷିଲେ ମାୟାବତୀ, ମୁଁ ଅସୁସ୍ଥ…..

ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି ।…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

କେନ୍ଦ୍ର ସରକାରଙ୍କ ବଡ଼ ସୂଚନା, ୧୫ ସେପ୍ଟେମ୍ୱରରୁ ଏମାନଙ୍କୁ ଆଉ ମିଳିବନି LPG ସିଲିଣ୍ଡର!

ନୂଆଦିଲ୍ଲୀ,୧୩।୯: ସରକାର ଏବଂ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ବୃଦ୍ଧି କରାଯାଇଥିବା ସମୟସୀମା ଅନୁଯାୟୀ, ବର୍ତ୍ତମାନ ୧୪ ସେପ୍ଟେମ୍ୱର ୨୦୨୬ ସୁଦ୍ଧା ଇ-କେୱାଇସି (eKYC) କରିବାକୁ ପଡ଼ିବ। ର୍ନିଦ୍ଧାରିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?