ଔଷଧୀୟ ବୃକ୍ଷ ଜିଲାରେ ଲୋପ ପାଉଛି

କେନ୍ଦ୍ରାପଡା ଅଫିସ,୨୪ା୩: ଜଳପଥ ଓ ଉର୍ବର ମୃତ୍ତିକା କେନ୍ଦ୍ରାପଡ଼ା ଜିଲାର ପ୍ରାକୃତିକ ପରିବେଶକୁ ସୁନ୍ଦର କରୁଛି। ଏହାସତ୍ତ୍ୱେ ଜାତୀୟ ଉଦ୍ୟାନ ଭିତରକନିକା ସମେତ ଗ୍ରାମ୍ୟ ଜଙ୍ଗଲରେ ଭରପୂର ଥିବା ଏହି ଜିଲାରେ ଏବେ ଔଷଧୀୟ ବୃକ୍ଷ ଲୋପ ହେବାକୁ ବସିଛି। ପୂର୍ବରୁ ଗ୍ରାମାଞ୍ଚଳ ଲୋକ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଲଗାଇ ଏହାର ଚେର, ଫୁଲ, ଫଳ ଆଦିରୁ ରୋଗର ଉପଶମ କରୁଥିଲେ। ଏହାଦ୍ୱାରା ବହୁ ସ୍ଥାନରେ ଗ୍ରାମ୍ୟ ଜଙ୍ଗଲକୁ ଉପଯୋଗ କରାଯାଉଥିଲା। ତେବେ ବିଜ୍ଞାନର ଅଗ୍ରଗତି ପରେ ଏହି ଔଷଧୀୟ ବୃକ୍ଷ ଏବେ ଅଦରକାରୀ ମନେହେଉଛି। ଗଛର ଗୁଣ ଚିହ୍ନି ନ ପାରି ଲୋକେ କାଟି ସଫା କରି ଦେଉଛନ୍ତି। ଏଥିସହ କାଠ ମାଫିଆଙ୍କ ଦୌରାତ୍ମ୍ୟରେ ଔଷଧୀୟ ବୃକ୍ଷ ନଷ୍ଟ ହେଉଛି। ରାସାୟନିକ ସାର ଓ ଔଷଧ ଏ ପ୍ରକାର ଗଛକୁ ନଷ୍ଟ କରୁଛି। ସଚେତନତା ଅଭାବରୁ ସ୍ଥାନୀୟ ଲୋକେ ଏପ୍ରକାର ଗଛ ଚିହ୍ନ ପାରୁ ନ ଥିବା ବେଳେ ଏହାକୁ ଅଧିକ ମାତ୍ରାରେ ଚାଷ କଲେ ଜିଲାର ଆର୍ଥିକ ପ୍ରଗତିରେ ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି ସ୍ଥାନୀୟ ଅଚଳର ଆୟୁର୍ବେଦିକ ଡାକ୍ତର, ଗବେଷକ ଓ ବୟସ୍କ ଲୋକମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଆୟୁର୍ବେଦିକ ଡାକ୍ତର ଭବାନୀ ଶଙ୍କର ସାମଲ, ଡା. ବୀରେନ୍ଦ୍ର କୁମାର ଦାଶ, ଗବେଷକ ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଶରତ କୁମାର ସାହୁ, ମନୋଜ କୁମାର ସିଂହ ପ୍ରମୁଖ କହିଛନ୍ତି ଯେ ଦୈନନ୍ଦିନ ଜୀବନରେ ସ୍ଥାନୀୟ ବୃକ୍ଷ ରୋଗ ଉପଶମରେ ବହୁ ଉପଯୋଗୀ। ମାତ୍ର ଜିଲାରେ ବହୁଳ ଭାବେ ମିଳୁଥିବା ତୁଳସୀ, ବଚ, ବ୍ରାହ୍ମୀ ବା ପାଣିକୁଣ୍ଡି, ଶଙ୍ଖପୁଷ୍ପି, ଥାଲକୁଡି, ବିଲଚିଙ୍କା, କେଶୁଟା, କୋଇଲିଖିଆ, କଳମ, ଆମ୍ବକଷିଆ ଦଳ, ନାଗୁଆରୀ, ସୁନୁସୁନିଆ, ପାଣି ଲାଜକୁଳି, ଗାଇଚିରା, କେଶରମୂଳ, ଭୂଇଁ କଦମ୍ବ, ପାଣି ସିଙ୍ଗଡ଼ା, ପାଣି ଶିଉଳି ଆଦି ଲୋପ ପାଇବାକୁ ବସିଛି। ସନ୍ତସନ୍ତିଆ ସ୍ଥାନରେ ଏସବୁ ଗଛ ମିଳୁଥିବା ବେଳେ ପାଇରିଆ, ଝାଡ଼ା, ବାନ୍ତି, ଡାଇବେଟିସ, ଜ୍ୱର, ଥଣ୍ଡା, କାମଳ ଆଦି ବହୁ ରୋଗକୁ ଉପଶମ କରିବା ଯୋଗ୍ୟତା ରଖିଛି। ସେହିପରି ପରିତ୍ୟକ୍ତ ସ୍ଥାନରେ ଭୂଇଁନିମ୍ବ, ଛତୁଆରୀ, ଦଶକେରନ୍ତା, ଲଟାକରଞ୍ଜ, ଖରଖରୀ, ବିଛାମାଳିଆ, ଅଗ୍ନିଶିଖା, ମଦନମସ୍ତକ, ତିହୁଡି, ପଶାରୁଣି, ପାତାଳଗରୁଡ, ଗୋଖର , ବଣ ବେଗୁନିଆ ଆଦି ଉଠିଥାଏ। ଏସବୁ ଔଷଧୀୟ ବୃକ୍ଷ ଭୁଲାରୋଗ, କଫ, ଡାଇବେଟିସ, ଟ୍ୟୁମର ଆଦି ରୋଗର ନିଦାନ ହେଉଥିଲା। ବଣୁଆ ସ୍ଥାନରେ ଥିବା ଗୁଡମାରୀ ଡାଇବେଟିସ ପାଇଁ ବ୍ୟବହାର ହେଉଥିବା ବେଳେ ଦୁଲାଳ ଚମ୍ପା କଫ ନିରୋଧକ। ମେଡିମୋଡିକା, ଜିତାପରୁ, ଭୂଇଁକଖାରୁ, ବଣପିଆଜ ଆଦି ପୂର୍ବରୁ ଔଷଧ ରୂପେ ବ୍ୟବହାର ହେଉଥିଲା। ଏହାବ୍ୟତୀତ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଅଛି। ମଣିଷ ସହିତ ପଶୁପକ୍ଷୀଙ୍କ ପାଇଁ ଏହାର ଆବଶ୍ୟକତା ଅଛି। ନିମ୍ବ, ବାହାଡା, ହରିଡା, ଗରୁଡଗୋବିନ୍ଦ, ବଉଳ, ଡାଳିମ୍ବ, ପୋଦିନା, ବିଶଲ୍ୟକରଣୀ ଆଦି ଔଷଧୀୟ ବୃକ୍ଷ ଏହି ଜିଲାରେ ଏବେ ଦେଖିବାକୁ ମିଳୁନାହିଁ। ପୂର୍ବରୁ ନିିମ୍ବ କଢ଼କୁ ଭାଜି ଲୋକମାନେ ଭାତ ସହ ଖାଉଥିଲେ। ଫଳରେ ଲୋକମାନଙ୍କ ଚର୍ମରୋଗ କମ୍‌ ଦେଖାଯାଉଥିଲା। ସେହିପରି ନିମ୍ବଛେଲିକୁ ସିଝାଇ ଏହାର ପାଣିରେ ଗାଧୋଇଲେ କାଛୁ କୁଣ୍ଡିଆ ପରି ରୋଗ ଭଲ ହୋଇଥାଏ। ଡାଳିମ୍ବ, ପୋଦିନା, ବିଶଲ୍ୟକରଣୀ ଏବେ ବି ଲୋକଙ୍କର ପ୍ରିୟ ହୋଇରହିଛି। ତେବେ ଏହି ଗଛ କ୍ୱଚିତ ସ୍ଥାନରେ ମିଳୁଛି। ଔଷଧୀୟ ବୃକ୍ଷ ରୋପଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି। ଔଷଧୀୟ ଗଛର ସୁରକ୍ଷା ପାଇଁ ପାଠପଢ଼ାରେ ଏହାକୁ ସାମିଲ କରାଯିବାର ଆବଶ୍ୟକତା ରହିଛି। ଜିଲାରେ ଏ ନେଇ ସଚେତନତା ସୃଷ୍ଟି କରି ବହୁଳ ମାତ୍ରାରେ ଚାଷ କରାଗଲେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ଆୟୁର୍ବେଦିକ ମେଡିସିନ ବିଜ୍ଞାନାଗାର ପ୍ରତିଷ୍ଠା ହୋଇପାରିବ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?