ଔଷଧୀୟ ବୃକ୍ଷ ଜିଲାରେ ଲୋପ ପାଉଛି

କେନ୍ଦ୍ରାପଡା ଅଫିସ,୨୪ା୩: ଜଳପଥ ଓ ଉର୍ବର ମୃତ୍ତିକା କେନ୍ଦ୍ରାପଡ଼ା ଜିଲାର ପ୍ରାକୃତିକ ପରିବେଶକୁ ସୁନ୍ଦର କରୁଛି। ଏହାସତ୍ତ୍ୱେ ଜାତୀୟ ଉଦ୍ୟାନ ଭିତରକନିକା ସମେତ ଗ୍ରାମ୍ୟ ଜଙ୍ଗଲରେ ଭରପୂର ଥିବା ଏହି ଜିଲାରେ ଏବେ ଔଷଧୀୟ ବୃକ୍ଷ ଲୋପ ହେବାକୁ ବସିଛି। ପୂର୍ବରୁ ଗ୍ରାମାଞ୍ଚଳ ଲୋକ ବିଭିନ୍ନ ପ୍ରକାର ଔଷଧୀୟ ଗଛ ଲଗାଇ ଏହାର ଚେର, ଫୁଲ, ଫଳ ଆଦିରୁ ରୋଗର ଉପଶମ କରୁଥିଲେ। ଏହାଦ୍ୱାରା ବହୁ ସ୍ଥାନରେ ଗ୍ରାମ୍ୟ ଜଙ୍ଗଲକୁ ଉପଯୋଗ କରାଯାଉଥିଲା। ତେବେ ବିଜ୍ଞାନର ଅଗ୍ରଗତି ପରେ ଏହି ଔଷଧୀୟ ବୃକ୍ଷ ଏବେ ଅଦରକାରୀ ମନେହେଉଛି। ଗଛର ଗୁଣ ଚିହ୍ନି ନ ପାରି ଲୋକେ କାଟି ସଫା କରି ଦେଉଛନ୍ତି। ଏଥିସହ କାଠ ମାଫିଆଙ୍କ ଦୌରାତ୍ମ୍ୟରେ ଔଷଧୀୟ ବୃକ୍ଷ ନଷ୍ଟ ହେଉଛି। ରାସାୟନିକ ସାର ଓ ଔଷଧ ଏ ପ୍ରକାର ଗଛକୁ ନଷ୍ଟ କରୁଛି। ସଚେତନତା ଅଭାବରୁ ସ୍ଥାନୀୟ ଲୋକେ ଏପ୍ରକାର ଗଛ ଚିହ୍ନ ପାରୁ ନ ଥିବା ବେଳେ ଏହାକୁ ଅଧିକ ମାତ୍ରାରେ ଚାଷ କଲେ ଜିଲାର ଆର୍ଥିକ ପ୍ରଗତିରେ ଏକ ଉଦାହରଣ ସୃଷ୍ଟି କରିପାରିବ ବୋଲି ସ୍ଥାନୀୟ ଅଚଳର ଆୟୁର୍ବେଦିକ ଡାକ୍ତର, ଗବେଷକ ଓ ବୟସ୍କ ଲୋକମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଆୟୁର୍ବେଦିକ ଡାକ୍ତର ଭବାନୀ ଶଙ୍କର ସାମଲ, ଡା. ବୀରେନ୍ଦ୍ର କୁମାର ଦାଶ, ଗବେଷକ ଅଧ୍ୟାପକ କ୍ଷିତୀଶ କୁମାର ସିଂହ, ଅଧ୍ୟାପକ ଦେବୀ ପ୍ରସାଦ ସାହୁ, ଅଧ୍ୟାପକ ଶରତ କୁମାର ସାହୁ, ମନୋଜ କୁମାର ସିଂହ ପ୍ରମୁଖ କହିଛନ୍ତି ଯେ ଦୈନନ୍ଦିନ ଜୀବନରେ ସ୍ଥାନୀୟ ବୃକ୍ଷ ରୋଗ ଉପଶମରେ ବହୁ ଉପଯୋଗୀ। ମାତ୍ର ଜିଲାରେ ବହୁଳ ଭାବେ ମିଳୁଥିବା ତୁଳସୀ, ବଚ, ବ୍ରାହ୍ମୀ ବା ପାଣିକୁଣ୍ଡି, ଶଙ୍ଖପୁଷ୍ପି, ଥାଲକୁଡି, ବିଲଚିଙ୍କା, କେଶୁଟା, କୋଇଲିଖିଆ, କଳମ, ଆମ୍ବକଷିଆ ଦଳ, ନାଗୁଆରୀ, ସୁନୁସୁନିଆ, ପାଣି ଲାଜକୁଳି, ଗାଇଚିରା, କେଶରମୂଳ, ଭୂଇଁ କଦମ୍ବ, ପାଣି ସିଙ୍ଗଡ଼ା, ପାଣି ଶିଉଳି ଆଦି ଲୋପ ପାଇବାକୁ ବସିଛି। ସନ୍ତସନ୍ତିଆ ସ୍ଥାନରେ ଏସବୁ ଗଛ ମିଳୁଥିବା ବେଳେ ପାଇରିଆ, ଝାଡ଼ା, ବାନ୍ତି, ଡାଇବେଟିସ, ଜ୍ୱର, ଥଣ୍ଡା, କାମଳ ଆଦି ବହୁ ରୋଗକୁ ଉପଶମ କରିବା ଯୋଗ୍ୟତା ରଖିଛି। ସେହିପରି ପରିତ୍ୟକ୍ତ ସ୍ଥାନରେ ଭୂଇଁନିମ୍ବ, ଛତୁଆରୀ, ଦଶକେରନ୍ତା, ଲଟାକରଞ୍ଜ, ଖରଖରୀ, ବିଛାମାଳିଆ, ଅଗ୍ନିଶିଖା, ମଦନମସ୍ତକ, ତିହୁଡି, ପଶାରୁଣି, ପାତାଳଗରୁଡ, ଗୋଖର , ବଣ ବେଗୁନିଆ ଆଦି ଉଠିଥାଏ। ଏସବୁ ଔଷଧୀୟ ବୃକ୍ଷ ଭୁଲାରୋଗ, କଫ, ଡାଇବେଟିସ, ଟ୍ୟୁମର ଆଦି ରୋଗର ନିଦାନ ହେଉଥିଲା। ବଣୁଆ ସ୍ଥାନରେ ଥିବା ଗୁଡମାରୀ ଡାଇବେଟିସ ପାଇଁ ବ୍ୟବହାର ହେଉଥିବା ବେଳେ ଦୁଲାଳ ଚମ୍ପା କଫ ନିରୋଧକ। ମେଡିମୋଡିକା, ଜିତାପରୁ, ଭୂଇଁକଖାରୁ, ବଣପିଆଜ ଆଦି ପୂର୍ବରୁ ଔଷଧ ରୂପେ ବ୍ୟବହାର ହେଉଥିଲା। ଏହାବ୍ୟତୀତ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ହଜାରରୁ ଅଧିକ ଔଷଧୀୟ ବୃକ୍ଷ ଅଛି। ମଣିଷ ସହିତ ପଶୁପକ୍ଷୀଙ୍କ ପାଇଁ ଏହାର ଆବଶ୍ୟକତା ଅଛି। ନିମ୍ବ, ବାହାଡା, ହରିଡା, ଗରୁଡଗୋବିନ୍ଦ, ବଉଳ, ଡାଳିମ୍ବ, ପୋଦିନା, ବିଶଲ୍ୟକରଣୀ ଆଦି ଔଷଧୀୟ ବୃକ୍ଷ ଏହି ଜିଲାରେ ଏବେ ଦେଖିବାକୁ ମିଳୁନାହିଁ। ପୂର୍ବରୁ ନିିମ୍ବ କଢ଼କୁ ଭାଜି ଲୋକମାନେ ଭାତ ସହ ଖାଉଥିଲେ। ଫଳରେ ଲୋକମାନଙ୍କ ଚର୍ମରୋଗ କମ୍‌ ଦେଖାଯାଉଥିଲା। ସେହିପରି ନିମ୍ବଛେଲିକୁ ସିଝାଇ ଏହାର ପାଣିରେ ଗାଧୋଇଲେ କାଛୁ କୁଣ୍ଡିଆ ପରି ରୋଗ ଭଲ ହୋଇଥାଏ। ଡାଳିମ୍ବ, ପୋଦିନା, ବିଶଲ୍ୟକରଣୀ ଏବେ ବି ଲୋକଙ୍କର ପ୍ରିୟ ହୋଇରହିଛି। ତେବେ ଏହି ଗଛ କ୍ୱଚିତ ସ୍ଥାନରେ ମିଳୁଛି। ଔଷଧୀୟ ବୃକ୍ଷ ରୋପଣ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୋଜନା କରିଛନ୍ତି। ଔଷଧୀୟ ଗଛର ସୁରକ୍ଷା ପାଇଁ ପାଠପଢ଼ାରେ ଏହାକୁ ସାମିଲ କରାଯିବାର ଆବଶ୍ୟକତା ରହିଛି। ଜିଲାରେ ଏ ନେଇ ସଚେତନତା ସୃଷ୍ଟି କରି ବହୁଳ ମାତ୍ରାରେ ଚାଷ କରାଗଲେ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବା ସହ ଆୟୁର୍ବେଦିକ ମେଡିସିନ ବିଜ୍ଞାନାଗାର ପ୍ରତିଷ୍ଠା ହୋଇପାରିବ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri