Posted inଜାତୀୟ

ହିନ୍ଦୀରେ ଡାକ୍ତରୀ ପଢ଼ା: ଜ୍ଞାନକୁ ସୀମିତ କରିବ

ନୂଆଦିଲ୍ଲୀ,୨୧ା୧୧(ପି.ଟି.): ମଧ୍ୟପ୍ରଦେଶ ସରକାର ଛାତ୍ରୀଛାତ୍ରଙ୍କୁ ହିନ୍ଦୀରେ ଡାକ୍ତରୀ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପରି କରିବା ଦ୍ୱାରା ପ୍ରାରମ୍ଭରେ ଗ୍ରାମାଞ୍ଚଳର ଛାତ୍ରୀଛାତ୍ର କିଛି ସୁବିଧା ପାଇପାରନ୍ତି। କିନ୍ତୁ ଏହା ସେମାନଙ୍କ ଅଭିବୃଦ୍ଧିର ପରିସର ଓ ଜ୍ଞାନକୁ ସୀମିତ କରିଦେବ ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଛନ୍ତି।
ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଡାକ୍ତରୀ ଶିକ୍ଷା ପ୍ରକଳ୍ପ ଅଧୀନରେ ଏମ୍‌ବିବିଏସ୍‌ କୋର୍ସ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଗତ ଅକ୍ଟୋବରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ତିନୋଟି ବିଷୟରେ ହିନ୍ଦୀରେ ପାଠ୍ୟପୁସ୍ତକ ଉନ୍ମୋଚନ କରିଥିଲେ। ଏଭଳି ପଦକ୍ଷେପ ନେବାରେ ମଧ୍ୟପ୍ରଦେଶ ହେଉଛି ଦେଶର ପ୍ରଥମ ରାଜ୍ୟ।

ପୁସ୍ତକ ଉନ୍ମୋଚନ ଅବସରରେ ଶାହା କହିଥିଲେ, ଦେଶରେ ଅନ୍ୟ ୮ ଆଞ୍ଚଳିକ ଭାଷାରେ ବୈଷୟିକ ଓ ଡାକ୍ତରୀ ଶିକ୍ଷାଦାନ ଆରମ୍ଭ ନିମନ୍ତେ ଉଦ୍ୟମ ଚାଲିଛି। ସାରା ଦେଶର ଛାତ୍ରୀଛାତ୍ର ସେମାନଙ୍କ ଭାଷାଗତ ହୀନମନ୍ୟତାରୁ ବାହାରି ନିଜ ନିଜ ଭାଷାରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବା ଉଚିତ। କିନ୍ତୁ ଶାହାଙ୍କ ଏଭଳି ପରାମର୍ଶକୁ ଅନେକ ବିଶେଷଜ୍ଞ ନାପସନ୍ଦ କରିଛନ୍ତି। ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ (ଆଇଏମ୍‌ଏ)ର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଜେ.ଏ. ଜୟଲାଲ କହିଛନ୍ତି, ଆଞ୍ଚଳିକ ଭାଷାରେ ଡାକ୍ତରୀ ପାଠ ପଢ଼ାଇବା ଦ୍ୱାରା ଛାତ୍ରୀଛାତ୍ରଙ୍କ ଦକ୍ଷତା ବଢ଼ିବ ବୋଲି ଶାହା କହିଥାଇପାରନ୍ତି। କିନ୍ତୁ ଏହାଦ୍ୱାରା ସେମାନଙ୍କ ଅଭିବୃଦ୍ଧି ଉପରେ ନକାରାମତ୍କ ପ୍ରଭାବ ପଡ଼ିବ। ଆମେ ମଡର୍ନ ମେଡିସିନ ସମ୍ପର୍କରେ କହୁଛୁ, ଯାହାକି ୟୁନିଭର୍ସାଲ ମେଡିସିନ। ଏହା କେବଳ ଭାରତରେ ନୁହେଁ, ବରଂ ସାରା ବିଶ୍ୱରେ ପ୍ରାକ୍ଟିସ୍‌ କରାଯାଉଛି। ଏକ ଆଞ୍ଚଳିକ ଭାଷାରେ ତାଲିମ ନେଲେ ବାହାରକୁ ଯାଇ ଅଧ୍ୟୟନ କରିବା ଏବଂ ନିଜ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବା ବନ୍ଦ ହୋଇଯାଏ। କେବଳ ବହିରେ ଡାକ୍ତରୀ ପଢ଼ାଯାଇପାରିବ ନାହିଁ। ଏଥିପାଇଁ ଅନ୍ତର୍ଜାତୀୟ ଗବେଷଣା ନିବନ୍ଧ, ଜର୍ନାଲ ଓ ଆର୍ଟିକଲଗୁଡ଼ିକୁ ଅଧ୍ୟୟନ କରିବାକୁ ପଡ଼ିଥାଏ। ସେଗୁଡ଼ିକ ଇଂଲିଶ ଭାଷାରେ ଉପଲବ୍ଧ। ହିନ୍ଦୀ ଭାଷାର ପୁସ୍ତକ ଜଣେ ଡାକ୍ତରଙ୍କୁ ଏକ ସ୍ଥାନୀୟ ଅଞ୍ଚଳରେ ସୀମିତ ରଖି ବିଶ୍ୱ ସମୁଦାୟ ସହ ଯୋଡ଼ି ହେବାରେ ଅନ୍ତରାୟ ସାଜିବ ବୋଲି ଡକ୍ଟର ଜୟଲାଲ ମତବ୍ୟକ୍ତ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ବାୟୋକେମିଷ୍ଟ୍ରି, ଅନାଟୋମି ଏବଂ ମେଡିକାଲ୍‌ ଫିଜିଓଲୋଜି ପାଠ୍ୟକ୍ରମର ୩ ବହି ହିନ୍ଦୀରେ ପ୍ରକାଶ ପାଇଛି। ମଧ୍ୟପ୍ରଦେଶ ପରେ ଉତ୍ତରାଖଣ୍ଡ ସରକାର ମଧ୍ୟ ଆସନ୍ତା ଶିକ୍ଷାବର୍ଷରୁ ଅନୁରୂପ ପଦକ୍ଷେପ ନେବା ପାଇଁ ଘୋଷଣା କରିଛନ୍ତି। ଉତ୍ତରାଖଣ୍ଡର ଡାକ୍ତରୀ ଶିକ୍ଷା ମନ୍ତ୍ରୀ ଧନସିଂ ରାଓ୍ବତ୍‌ଙ୍କ ମତରେ ମଧ୍ୟପ୍ରଦେଶର ସରକାରୀ ମେଡିକାଲ କଲେଜଗୁଡ଼ିକରେ ପ୍ରଚଳିତ ଏମ୍‌ବିବିଏସ୍‌ର ହିନ୍ଦୀ ସିଲାବସ୍‌ ସମ୍ପର୍କରେ ଅନୁଧ୍ୟାନ କରି ନୂଆ ପାଠ୍ୟକ୍ରମ ଉପରେ ଏକ ଚିଠା ପ୍ରସ୍ତୁତ କରାଯିବ। ଏଥିପାଇଁ ଏକ କମିଟି ଗଠନ କରାଯାଇଛି। ସେହିପରି ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ. ପୋନ୍‌ମୁଡି କହିଛନ୍ତି, ରାଜ୍ୟ ସରକାର ତାମିଲ ଭାଷାରେ ଏମ୍‌ବିବିଏସ୍‌ ଶିକ୍ଷାଦାନ ପାଇଁ ୩ ଜଣ ପ୍ରଫେସରଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି।

ଆଇଏମ୍‌ଏ ଜୁନିୟର ଡକ୍ଟର୍ସ ନେଟ୍‌ଓ୍ବର୍କ ରାଷ୍ଟ୍ରୀୟ ସମ୍ପାଦକ ତଥା ଏମ୍‌ବିବିଏସ୍‌ ଡାକ୍ତର କରଣ ଜୁନେଜା କହିଛନ୍ତି, ଆଞ୍ଚଳିକ ଭାଷାରେ ଡାକ୍ତରୀ ଶିକ୍ଷାଦାନ ପରିବର୍ତ୍ତେ ସରକାର ବିଦ୍ୟାଳୟ ଶିକ୍ଷା ଏବଂ ଭିତ୍ତିଭୂମିରେ ବିକାଶକୁ ଗୁରୁତ୍ୱ ଦେବା ଉଚିତ। ଅନ୍ୟପକ୍ଷେ ଦିଲ୍ଲୀ ଏମ୍ସ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଅଧ୍ୟକ୍ଷ ଯଶଓ୍ବନ୍ତ ଜଙ୍ଗ୍‌ରଙ୍କ ମତରେ ବେଳେବେଳେ କେତେଜଣ ଡାକ୍ତର ରୋଗୀଙ୍କୁ ଯାହା କହିବାକୁ ଚାହଁାନ୍ତି, ତାହା ସେମାନେ କହିପାରି ନ ଥାଆନ୍ତି। ସ୍ଥାନୀୟ ଭାଷାରେ ପଢ଼ିଲେ ଏହି ସମସ୍ୟାର ସମାଧାନ ସମ୍ଭବ। କୌଣସି ଭାରତୀୟ ଭାଷାରେ ମେଡିକାଲ ଜର୍ନାଲ ପ୍ରକାଶ ପାଉ ନ ଥିବାରୁ ଆଞ୍ଚଳିକ ଭାଷାରେ ମେଡିକାଲ ଶିକ୍ଷାଦାନର ଉପକାରିତା ଓ ଅପକାରିତାକୁ ସରକାର ଠିକ୍‌ ଭାବେ ବୁଝି ନୀତି ପ୍ରଣୟନ କରିବା ଉଚିତ ବୋଲି ଯଶଓ୍ବନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?