ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଡାକ୍ତରୀ ଛାତ୍ରୀଛାତ୍ର, ଚେତାବନୀ ଦେଇ କହିଲେ…

ବଲାଙ୍ଗୀର,୨୭ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି ପୂରଣ ନେଇ ଗୁରୁବାର ପଦଯାତ୍ରା କରାଯାଇଛି। ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରୁ ପଦଯାତ୍ରା ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ବହୁ ଛାତ୍ରୀଛାତ୍ର ସରକାର ବିରୋଧୀ ନାରାବାଜି ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଅଫିସକୁ ଯାଇ ଅତିରିକ୍ତ ଜିଲାପାଳ ବିଜୟାନନ୍ଦ ସେଠୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ବଲାଙ୍ଗୀର ଜିଲାରୁ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ଭେଟିବାକୁ ମଧ୍ୟ ଚେଷ୍ଟା କରୁନାହାନ୍ତି। ମନ୍ତ୍ରୀ ଆମକୁ ଖାଲି ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି ବୋଲି କହିଛନ୍ତି ଡାକ୍ତରୀ ଛାତ୍ରୀଛାତ୍ର।

ବିଜେଡି ସରକାର ସମୟରେ ବିରୋଧୀ ଦଳର ବିଧାୟକ ଥିବାବେଳେ ମୁକେଶ ମହାଲିଙ୍ଗ ଆମର ଦାବିଗୁଡ଼ିକୁ ନେଇ ସେତେବେଳେ ବିଧାନସଭାରେ ଉପସ୍ଥାପନ କରି ଚିଠି ଲେଖିଥିଲେ। ହେଲେ ଏବେ ଭାଜପା ସରକାରରେ ନିଜେ ସ୍ବାସ୍ଥ୍ୟମନ୍ତ୍ରୀ ଥାଇ ଆମର ଦାବିଗୁଡିକ ପୂରଣ କରୁନାହାନ୍ତି। ପାଖକୁ ଗଲେ ଆମକୁ ଖାଲି ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି ବୋଲି କହିଛନ୍ତି ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ର। ୮ ଦଫା ଦାବିରେ ଓପିଏସ୍‌ପି ମାଧ୍ୟମରେ ନୂଆ ସ୍ଥାୟୀ ଆୟୁଷ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିବା, ଉଚ୍ଚ ଶିକ୍ଷା ସୁବିଧା ପାଇଁ ପିଜି ଓ ପିଏଚ୍‌ଡି ସିଟ୍‌ ବଢ଼ାଇବା, ଆୟୁଷ ହାଉସ ସର୍ଜନମାନଙ୍କ ପାଇଁ ଡାଇନାମିକ୍‌ ଷ୍ଟାଇପେଣ୍ଡ ବୃଦ୍ଧି, ଆୟୁଷ କଲେଜ ଗଭର୍ନିଂବଡିର ପୁନର୍ଗଠନ, କଲେଜ ଏବଂ ଆୟୁଷ ମନ୍ତ୍ରଣାଳୟର ଗେଜେଟର ପୂର୍ଣ୍ଣ ପ୍ରୟୋଗ କରି ଉଭୟ ଶିକ୍ଷା ଓ ଭିତ୍ତିଭୂମିର ବିକାଶ କରିବାକୁ ଦାବି କରିଛନ୍ତି। ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯଥା ନିରାମୟ, ଗୋପବନ୍ଧୁ ଜନଆରୋଗ୍ୟ ଆଦିରେ ଆୟୁଷକୁ ସମ୍ମିଳିତ କରିବା ଓ ଆୟୁଷ ଚିକିତ୍ସାଳୟ ନିମନ୍ତେ ସଚେତନତା ଓ ପ୍ରଚାର କରିବାକୁ ଦାବି କରିଛନ୍ତି। ସ୍ବତନ୍ତ୍ର ଆୟୁଷ ବିଭାଗ ସ୍ଥାପନ କରି ଏହାକୁ ରାଜନୈତିକ ଓ ପ୍ରଶାସନିକ ଦ୍ବନ୍ଦ୍ବରୁ ମୁକ୍ତି ଦେବାକୁ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ର ଦାବି କରିଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଅନିର୍ଦ୍ଦିଷ୍ଟ କାଳଯାଏ ମହାବିଦ୍ୟାଳୟରେ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି। ଆଗକୁ ଆହୁରି ବଡ଼ ଆନ୍ଦୋଳନ କରି ଡାକ୍ତରୀ ଛାତ୍ରୀଛାତ୍ର ରାଜରାସ୍ତାକୁ ଓହ୍ଲାଇବେ ବୋଲି ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri