ମାଂସାହାର ଓ ପୁରୁଷତ୍ୱ

ମାନେକା ଗାନ୍ଧୀ

ମୁଁ ଆର୍ମି କ୍ୟାଣ୍ଟନମେଣ୍ଟରେ ରହୁଥିଲି ଓ ସେଇଠି ବଢ଼ିଛି। ସେତେବେଳେ ଦୈନିକ ଆମ ଡାଇନିଂ ଟେବୁଲରେ ମାଂସ ରହୁଥିଲା। ସୈନିକମାନେ ‘ରିୟଲ’ ମେନ୍‌ ବା ଅସଲି ପୁରୁଷ ହୋଇଥିବାରୁ ସେମାନେ ଏହାକୁ ଖାଉଥିଲେ ବୋଲି ସ୍ବୀକାର କରାଯାଉଥିଲା। ମୋ ଜେଜେବାପାଙ୍କ ଘରେ ସମସ୍ତ ମହିଳା ଥିଲେ ଶାକାହାରୀ। କିନ୍ତୁ ଜେଜେବାପା ଦୁଇବେଳା ମାଂସ ଖାଉଥିଲେ ଓ ଘରର ମହିଳାମାନେ ତାହାକୁ ରୋଷେଇ କରୁଥିଲେ। ପରେ ମୁଁ ଯେତେବେଳେ ଶାକାହାରୀ ହୋଇଗଲି ସେତେବେଳେ କିଛି ପୁରୁଷ ଶାକାହାରଠାରୁ କିଭଳି ଦୂରେଇ ରହୁୁଥିଲେ ଓ ଅନ୍ୟଙ୍କୁ ଏହାଠାରୁ ଦୂରେଇ ରହିବାକୁ କହୁଥିତ୍ଲେ ତାହା ମୋତେ ଶୁଣିବାକୁ ପଡିଥିଲା। କିନ୍ତୁ କୌଣସି ମହିଳାଙ୍କଠାରୁ ଏଭଳି ନିରର୍ଥକ କଥା ଶୁଣି ନ ଥିଲି।ମୁଁ ଜୟପୁର ଯାଇଥିବା ଅବସରରେ ସେବି (ଏସ୍‌ଇବିଆଇ)ର ପୂବର୍ତନ ମୁଖ୍ୟ ତଥା ଜୟପୁର ଫୁଟ୍‌ ମୁଭ୍‌ମେଣ୍ଟର ପ୍ରତିଷ୍ଠାତା ଡ.ମେହେଟାଙ୍କ ସହ ମଧ୍ୟାହ୍ନଭୋଜନ କରିଥିଲି। ମୁଁ ଯେତେବେଳେ ତରକାରି ଖାଇଲି ଭୟ କରିଗଲି। ମୋତେ ତାହା ମାଂସ ତରକାରି ଭଳି ଲାଗିଲା। ତରକାରି କେମିତି ହୋଇଛି ଓ ତାହାକୁ କାହିଁକି ମୋ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ତାହା ମୋତେ ସେ ବୁଝାଇଦେଲେ। ଦୁଇଶହ ବର୍ଷ ତଳେ ଜଣେ ସନ୍ଥ ରାଜସ୍ଥାନ ରାଜ ପରିବାରର ମହିଳାମାନଙ୍କୁ ଶାକାହାରୀ କରି ଦେଇଥିଲେ। କିନ୍ତୁ ସେତେବେଳେ ରାଜ ପରିବାରର ପୁରୁଷମାନେ ଶିକାର, ଯୁଦ୍ଧ ଓ ମାଂସ ଖାଇବାକୁ ପସନ୍ଦ କରୁଥିଲେ। ମହିଳାମାନେ ଲୁଚାଛପାରେ ଘିଅ ଓ ଅଟାରେ ମାଂସ ଭଳି ସ୍ବାଦ ଭଳି ଏକ ପ୍ରକାର ତରକାରି କରି ଖାଉଥିଲେ। ସମସ୍ୟା ହେଉଛି ଏହାକୁ ପ୍ରସ୍ତୁତ କରିବା ଲାଗି ବହୁ ସମୟ ଲାଗିଥାଏ, ଯାହାଫଳରେ ଏବେ ଏହାକୁ ଆଉ ବେଶି କରାଯାଉନାହିଁ।
ଖାଦ୍ୟ ସହ ଲିଙ୍ଗଗତ ସମ୍ପର୍କ ଅତି ନିବିଡ । ଏହାର ପ୍ରଭାବ ମହିଳା ଓ ପୁରୁଷଙ୍କଠାରେ ରହିଛି। ଏହା ପୂର୍ବରୁ ରହିଥିଲା ଓ ରହିବ ମଧ୍ୟ। ମହିଳାମାନେ ସାଧାରଣତଃ ଦୟାଶୀଳ ଓ ଧର୍ମପରାୟଣା। ତେଣୁ ଶୁଦ୍ଧ ଶାକାହାରବାଦ ଓ ଶାକାହାରୀବାଦକୁ ନାରୀସୁଲଭ ପ୍ରବୃତ୍ତି ଭାବେ ଦେଖାଯାଏ। ପୁରୁୁଷମାନେ ରୁକ୍ଷ ଓ କଠୋର, ତେଣୁ ମାଂସ ଖାଇବା ସେମାନଙ୍କ ପୁରୁଷପଣିଆକୁ ସୂଚାଇଥାଏ। ସମସ୍ତେ ଜାଣନ୍ତି ମାଂସ ଖାଇବା ସ୍ବାସ୍ଥ୍ୟ, ସମାଜ, ପରିବେଶ ଓ ଅର୍ଥନୀତି ପକ୍ଷେ କ୍ଷତିକାରକ। ଏହା ପ୍ରାଣୀମାନଙ୍କୁ ବି କ୍ଷତି ପହଞ୍ଚାଉଛି। କୋଭିଡ୍‌ ମହାମାରୀ ଏ ସବୁ ଆମକୁ ସୂଚାଇ ଦେଇଛି। ମାଂସ ଖାଇବା ବି କମିଯାଇଛି। ତେବେ ଏହା ସମ୍ପୂର୍ଣ୍ଣ ବନ୍ଦ ହେବା ଦରକାର। ସମସ୍ୟା ହେଉଛି କେବଳ ଶାକାହାରୀ ଖାଦ୍ୟର ଉପକାର ସମ୍ପର୍କରେ କୁହାଯାଉଛି, କିନ୍ତୁ ମଣିଷ କାହିଁକି ମାଂସ ଖାଉଛି ତା’ର ମୂଳ କାରଣ ସମ୍ପର୍କରେ କିଛି କୁହାଯାଉନି। ଏହାଯୋଗୁ ସେମାନେ ନିଜକୁ ରିୟଲ ମେନ୍‌ ବୋଲି ମନେକରୁଛନ୍ତି ଏବଂ ଯାହା ହୋଇଯାଉ ପଛେ ଯେତେବେଳେ ଯେଉଁଠି ଯାହା ଚାହିଁବେ ତାହା ଖାଇବା ପାଇଁ ହକଦାର ବୋଲିି ଧରି ନେଇଛନ୍ତି।
ପ୍ରାଗ୍‌ଏ୍ୟତିହାସିକ ଯୁଗର ଶିକାରୀ ମଣିଷ ମାଂସ ଖାଉଥିଲେ। ହେଲେ ଏବକାର ମଣିଷ ଯାହା ହୋଇଥାନ୍ତୁ ନା କାହିଁକି ଜଣେ ଶ୍ରେଷ୍ଠପୁରୁୁଷ ଭାବେ ମାଂସ ଖାଇ ପୁରୁଷତ୍ୱର ପ୍ରମାଣ ଦେବାକୁ ଚାହଁୁଛିି। ଏହି ଧାରଣା ଏମିତି ବସା ବାନ୍ଧିିଛି ଯେ, ଅନେକ ସମୟରେ ପୁରୁଷତ୍ୱ ସଙ୍କଟରେ ପଡିଥିବା ମେନେକରି ସେହି ପରିସ୍ଥିତିରେ ପୁରୁଷମାନେ ଅଧିକ ମାଂସ ଖାଇଥାନ୍ତି ବୋଲି ୟୁନିଭର୍ସିଟି ଅଫ୍‌ ହାଓ୍ବାଇ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ଏହି କାରଣରୁ ବର୍ଷ ବର୍ଷ ଧରି ଜିଅନ୍ତା ପ୍ରାଣୀମାନଙ୍କୁ ଉଡାଜାହାଜରୁ ସୀମାବର୍ତ୍ତୀ ସେନା ଅଞ୍ଚଳରେ ପକାଯାଉଥିଲା। ତଟକା ମାଂସ ପାଇବା ଲାଗି ଏହା କରାଯାଉଥିଲା। ମୁଁ ଏହାକୁ ବନ୍ଦ ନ କରିବା ଯାଏ ଚାଲୁ ରହିଥିତ୍ଲା। ଏଣୁ କାହିଁକି ଏଯାବତ ମାଂସ ଖାଇବାକୁ ପୁରୁଷତ୍ୱର ପ୍ରତୀକ ଭାବେ ଦେଖାଯାଉଛି? ଗଣମାଧ୍ୟମ ମାଂସକୁ ପୁରୁଷତ୍ୱର ପ୍ରତୀକ ଭାବେ ଦର୍ଶାଇ କିପରି ଏହାର ମାର୍କେଟିଂ କରିଛି ତାହା କାର୍ଲୋ ଆଡାମ୍ସ ତାଙ୍କ ପୁସ୍ତକ ‘ଦି ସେକ୍ସୁଆଲ ପଲିଟିକ୍ସ ଅଫ୍‌ ମିଟ୍‌’ରେ ପ୍ରକାଶ କରିଛନ୍ତି। ଏହି ଧାରଣାକୁ କିଭଳି ଖୋଲାଖୋଲି ଭାବେ ଯୌନ ବିଜ୍ଞାପନରେ ପ୍ରଚାର କରାଯାଉଛି ତାହା ଆମେ ଦେଖୁଛେ। ଏହା ସହ ମେଡିକାଲ ତଥ୍ୟକୁ ଅଣଦେଖା କରି ମାଂସକୁ ପ୍ରୋଟିନ୍‌ର ଏକ ମୂଳ ଉତ୍ସ ଓ ଏହା ଶକ୍ତି ବୃଦ୍ଧି କରିଥାଏ ବୋଲି ମାର୍କେଟିଂ କରାଯାଉଛି। ମାଂସ ଖାଇବାକୁ ପୁରୁଷତ୍ୱର ପ୍ରତୀକ ଭାବେ ଦେଖାଯାଉଛି। ପୁରୁଷତ୍ୱ ପାଇଁ ରିସ୍କ ନେବା (ବିପଜ୍ଜନକ ଗାଡି ଚାଳନା,ଅତ୍ୟଧିତ୍କ ମଦ୍ୟପାନ କରିବା ) ଦରକାର ବୋଲି ଭ୍ରାନ୍ତଧାରଣା ବି ରହିଛି। ଏଣୁୁ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ପୁରୁଷତ୍ୱ ମଧ୍ୟରେ ସମ୍ପର୍କ ରହିଥିବା ଏଥିରୁ ଜଣାପଡୁଛି। ଯଦି ଆପଣ ଜଣେ ‘ରିୟଲ’ ମେନ୍‌ ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଉଚିତ ନୁହେଁ କି? ଏକାଧିକ ଅନୁଧ୍ୟାନରୁ ଜଣାପଡିଛି ଯେ, ବେଶି ଖାଇବା ଓ ଅସ୍ବାସ୍ଥ୍ୟକର ଖାଦ୍ୟକୁ ପୁରୁୁଷତ୍ୱ ଭାବେ ଗ୍ରହଣ କରାଯାଉଥିବାବେଳେ ଅଳ୍ପ ଓ ସ୍ବାସ୍ଥ୍ୟକର ଖାଦ୍ୟକୁ ନାରୀସୁଲଭତା ପ୍ରବୃତ୍ତି ଭାବେ ବିଚାର କରାଯାଉଛି।
ଲୋକମାନଙ୍କୁ ଶାକାହାରୀ ହେବାକୁ ବାଧା ଦେଉଛି ସାମାଜିକ ଆବେଗ। ବିଡମ୍ବନାର ବିଷୟ,ଏହି ତଥାକଥିତ ରିୟଲ ମେନ୍‌ ନାରୀ ଉପାଧି ପାଇଯିବା ଭୟରେ ମାଂସ ଛାଡ଼ିବାକୁ ଭୟ କରୁଛନ୍ତି। ପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଇଥିତ୍ତ୍ବା ଟୁଇଟର ସର୍ଭେରେ ଭାଗ ନେଇଥିତ୍ବା ପୁରୁଷଙ୍କ ମଧ୍ୟରୁ ୪୫ ପ୍ରତିଶତ ସାମାଜିକ ବାଧା ଯୋଗୁ ଶୁଦ୍ଧ ଶାକାହାରୀ ହୋଇପାରୁ ନ ଥିବା ଜଣାଇଥିଲେ। ଏହା ସହ ‘ବେଟା ମେଲ’୍‌ ଆଖ୍ୟାର ଭୟ ଓ ମାଂସ ନ ଖାଇଲେ ଟେଷ୍ଟୋଷ୍ଟେରୋନ ସ୍ତର କମିବା,ଯିଏ ମାଂସ ନ ଖାଆନ୍ତି ସେମାନେ ପୁରୁଷ ନୁହନ୍ତି ଏଭଳି ଉକ୍ତିର ଭୟରେ ଶାକାହାରୀ ହେବାରେ ବାଧା ଉପୁଜାଇଥିବା ଏମାନେ ଦର୍ଶାଇଥିଲେ । ମାଂସ ନ ଖାଇବା ନାରୀସୁଲଭତା ଗୁଣର ପ୍ରତୀକ ଓ ଏହା ଯୋଗୁ ମହିଳାମାନେ ସେମାନଙ୍କୁ ନିୟନ୍ତ୍ରଣରେ ରଖିବା ଆଦି କଥା ଶୁଦ୍ଧଶାକାହାରୀ ହେବାରେ ବାଧା ପହଞ୍ଚାଇଥିବା ଜଣାଇଥିତ୍ଲେ।
ଏବେ ଚଳିଆସୁଥିବା ଏଭଳି ରୂଢିବାଦୀ ଧାରଣାକୁ କଠୋର ଭାବେ ମୁକାବିଲା କରିବା ପାଇଁ ଏକ ନୂଆ ସମ୍ବେଦନଶୀଳତା ସମାଜରେ ବୃଦ୍ଧିପାଉଛି। ସବୁଠୁ ଜଣାଶୁଣା ଡକ୍ୟୁମେଣ୍ଟାରି‘ଦି ଗେମ୍‌ ଚେଞ୍ଜର’ରେ ଜେମ୍ସ ଓ୍ବିକ୍‌ କ୍ରସ୍‌ କଣ୍ଟ୍ରି ରନିଂ, ବକ୍ସିଂ,ରେସଲିଂ,ପୁଟ୍‌ବଲ ଏବଂ ଫର୍ମୁଲା ୧ ରେସିଂ ଭଳି କଠିନ ଖେଳର ଖେଳାଳିମାନଙ୍କ ସମେତ ବଡି ବିଲ୍ଡର ଅର୍ନୋଲ୍ଡ ସ୍ବାରେଞ୍ଜେନେଗରଙ୍କ ଭଳି ବିଶ୍ୱର ଶୀର୍ଷ ଖେଳାଳିମାନଙ୍କ ସଫଳତାର କାହାଣୀକୁ ପ୍ରଦର୍ଶନ କରିଛନ୍ତି। ସେମାନେ ସମସ୍ତେ ସେମାନଙ୍କ ସ୍ବାସ୍ଥ୍ୟ ଓ ପ୍ରଦର୍ଶନ ପାଇଁ ଶୁଦ୍ଧଶାକାହାର ଖାଦ୍ୟକୁ ଶେୟ ଦେଇଛନ୍ତି। ଚାମ୍ପିୟନ ପାଓ୍ବାରଲିଫ୍ଟର ନିକି ସ୍କୁଇରେସ୍‌ ଶୁଦ୍ଧଶାକାହାର ସମ୍ପର୍କରେ କହିଥିଲେ ଯେ, ପୁରୁଷମାନେ ଶୁଦ୍ଧଶାକାହାର ପ୍ରତି ବିମୁଖ ହେବାର ପଛରେ ପାରମ୍ପରିକ ଲିଙ୍ଗଗତ କାରଣ ରହିଛି। ମାଂସପେଶୀ ଗଠନ ପାଇଁ ଆନିମଲ ପ୍ରୋଟିନ ଆବଶ୍ୟକ କୁହାଯାଉଥିବା ଭ୍ରାନ୍ତ ଧାରଣାକୁ ଧରି ରଖିବା, ପୁରୁଷମାନେ ମସ୍କୁଲାର ହେବା ଦରକାର ଆଦିି ମାନସିକତା କାରଣରୁ ସେମାନେ ମାଂସ ଖାଉଛନ୍ତି। ମାଂସପେଶୀ ଲାଗି ଏହା ଆବଶ୍ୟକ ନୁହେଁ, ଯାହାର ପ୍ରମାଣ ହେଉଛନ୍ତି ନିକ୍‌। ତେବେ ଆଉ ଏକ ଅନୁଧ୍ୟାନରୁ ଜଣାପଡିଛି, ଡାଇରୀ ଓ ମାଂସ ଅପେକ୍ଷା ପ୍ଲାଣ୍ଟ୍‌ପ୍ରୋଟିନ ଅଧିତ୍କ ସନ୍ତୁଷ୍ଟି ଦେଇଥାଏ। ଏହି ପ୍ରୋଟିନ ଅନ୍ତନାଡିରେ ଉପକାରୀ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ। ନିକଟରେ କରାଯାଇଥିବା ଆଉ ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ,ଉଚ୍ଚଶିକ୍ଷିତମାନେ କମ୍‌ ମାଂସ ଖାଇଥାନ୍ତି। କାରଣ ଉଚ୍ଚଶିକ୍ଷିତମାନେ ପୁରୁଷତ୍ୱର ଅର୍ଥକୁ ଠିକ୍‌ ଭାବେ ବୁଝିଥାନ୍ତି। ଯେଉଁମାନେ ପୁରୁଷତ୍ୱ ସମ୍ପର୍କରେ ଅଧିକ ଜାଣିଥିଲେ ସେମାନେ କମ୍‌ ମାଂସ ଖାଇବା ଗବେଷଣାରେ ଲକ୍ଷ୍ୟ କରାଯାଇଥିଲା। ସେମାନେ ମଧ୍ୟ ମାଂସ ଖାଇବା କମାଇବା ଲାଗି ଅଧିକ ଆଗ୍ରହ ପ୍ରକାଶ କରିଥିଲେ। ଶାକାହାରୀମାନଙ୍କ ପ୍ରତି ସେମାନଙ୍କର ସକାରାମତ୍କ ଦୃଷ୍ଟିକୋଣ ରହିଥିଲା। ‘ଜର୍ନାଲ ଆପିଟାଇଟ’ରେ ମାଂସ , ଲିଙ୍ଗ ଓ ସାମାଜିକ ପ୍ରତିଷ୍ଠା ମଧ୍ୟରେ ରହିଥିବା ସମ୍ପର୍କର ଏକ ତଥ୍ୟ ବି ପ୍ରକାଶିତ ହୋଇଛି। ଯେଉଁମାନେ ସାମାଜିକ-ଅର୍ଥନୈତିକ ପ୍ରତିଷ୍ଠାରେ ପଛରେ ରହିଛନ୍ତି ବୋଲି ଧରିନେଇଥିଲେ ସେମାନେ ଅଧିକ ମାଂସ ବର୍ଗର ଖାଇବାକୁ ଚାହିଁଥିଲେ। ମାଂସର ବି କ୍ଷମତା ସହ ସମ୍ପର୍କ ରହିଛି। କ୍ଷମତା କମିଗଲେ ପୁରୁଷତ୍ୱର ପୁରୁଣାକାଳିଆ ପ୍ରତୀକ ମାଂସଖାଇବାର ସମ୍ଭାବନା ବେଶି ରହିଥିତ୍ବା ଜଣାପଡିଥିତ୍ଲା ଉକ୍ତ ଗବେଷଣାରୁ।
ମଣିଷ ଓ ମାଂସ ମଧ୍ୟରେ ଦୃଢ ସର୍ମ୍ପକ ବିଶ୍ୱସ୍ଥିରତା ପ୍ରତି ସଙ୍କଟ । ପୁରୁଷତ୍ୱ ଅହଂକାର ତୁଳନାରେ ଏ ପୃଥିତ୍ବୀ ଅଧିକ ବିପଦରେ ରହିଛି । ଖାଣ୍ଟି ପୁରୁଷମାନେ ଶାକାହାରୀ ହୁଅନ୍ତି ଓ ତାହାକୁ ଭଲ ପାଆନ୍ତି; ଏହାକୁ ସ୍ବୀକାର କର।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri