ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ ଆକଳନ କରିବା, ତାର ହିସାବ ରଖିବା କଷ୍ଟକର ହେଲାଣି। ମୋବାଇଲ ଫୋନର ଗୋଟିଏ କ୍ଲିକ୍‌, ସୋସିଆଲ ମିଡିଆର ଗୋଟିଏ ପୋଷ୍ଟ, ଅନ୍‌ଲାଇନ କିଣାବିକା, ଭ୍ରମଣ, ଶିକ୍ଷା, ଚିକିତ୍ସା ସବୁଠି ତଥ୍ୟର ଭଣ୍ଡାର ସୃଷ୍ଟି ହେଉଛି। କିନ୍ତୁ ଏତେ ତଥ୍ୟ ମଧ୍ୟରେ ଆଜି ବି ମଣିଷ ଯାହାକୁ ସବୁଠାରୁ ବେଶି ମନେରଖେ, ସେଇଟି ହେଉଛି କାହାଣୀ। କାରଣ ମଣିଷର ହୃଦୟ ତଥ୍ୟଠାରୁ ଅଧିକ ଭାବନା ସହିତ ଜଡ଼ିତ। ପୂର୍ବେ ଅଜା-ଆଈ, ଜେଜେ-ଜେଜେମା ନାତି-ନାତୁଣୀଙ୍କୁ ଗପ କହୁଥିଲେ। ଲୋକକଥା, ପୁରାଣ, ଦନ୍ତକଥା ଓ ଜୀବନର ଅନୁଭବ ମାଧ୍ୟମରେ ମୂଲ୍ୟବୋଧ ଓ ଶିକ୍ଷା ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ପହଞ୍ଚୁଥିଲା। ଆଜି ସେହି କାହାଣୀ କହିବାର ଶୈଳୀ ବଦଳିଛି, କିନ୍ତୁ ତାହାର ପ୍ରଭାବ କମିନାହିଁ। ବରଂ ଡିଜିଟାଲ ମାଧ୍ୟମରେ ଏହା ଆହୁରି ଅଧିକ ପ୍ରଭାବଶାଳୀ ହୋଇପାରିଛି।
ତଥ୍ୟ ଆମକୁ କୁହେ କ’ଣ ଘଟୁଛି, କିନ୍ତୁ କାହାଣୀ ବୁଝାଏ କାହିଁକି ଓ କିପରି ଘଟୁଛି। ଧରି ନିଅନ୍ତୁ କୌଣସି ସଂସ୍ଥା କହିଲା ଯେ, ଦେଶର ହଜାର ହଜାର ଶିଶୁ ଶିକ୍ଷାରୁ ବଞ୍ଚିତ, ଏହା ଗୋଟିଏ ତଥ୍ୟ। କିନ୍ତୁ ଯେତେବେଳେ ଜଣେ ଗରିବ ଶିଶୁର ସଂଘର୍ଷ, ତାର ପଢ଼ିବାର ଇଚ୍ଛା ଓ ସ୍ବପ୍ନର କାହାଣୀ କୁହାଯାଏ, ସେତେବେଳେ ତାହା ଲୋକଙ୍କ ହୃଦୟକୁ ଛୁଇଁଯାଏ। ତଥ୍ୟ ମଣିଷର ମସ୍ତିଷ୍କକୁ ସଚେତନ କରେ, କିନ୍ତୁ କାହାଣୀ ହୃଦୟକୁ ଆନ୍ଦୋଳିତ କରେ। ଭାରତରେ ପ୍ରାୟ ସବୁ କ୍ଷେତ୍ରରେ ମୌଖିକ କାହାଣୀ କହିବାର ପରମ୍ପରା କାହିଁ କେଉଁକାଳରୁ ଚାଲିଆସିଛି। ଯେଉଁମାନେ ଶିକ୍ଷାରୁ ବଞ୍ଚତ୍ତ ହୋଇଥାନ୍ତି ସେମାନେ ଶୁଣିଥିବା କାହାଣୀରୁ ଅନେକ କିଛି ଜାଣିବାର ସୁଯୋଗ ପାଇପାରନ୍ତି।
ବିଦ୍ୟାଳୟଗୁଡ଼ିକର ପାଠ୍ୟକ୍ରମରେ ଶିକ୍ଷଣ ପଦ୍ଧତି ରୂପେ କାହାଣୀ କହିବାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ଉଦ୍ଦେଶ୍ୟ ଶୈକ୍ଷିକ ବାତାବରଣରେ ଆସୁଥିବା ସଂଘର୍ଷ ସହ ଲଢ଼ିବା, କାରଣ ଡିଜିଟାଲ ଶିକ୍ଷାର ସୁଯୋଗ ପ୍ରାୟତଃ ପିଲାଙ୍କ ଏକାଗ୍ରତା ହ୍ରାସ କରିଥାଏ। କାହାଣୀ ଶୁଣିବା ପ୍ରକ୍ରିୟାରେ ଶ୍ରୋତା କଥାକାରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିକୁ ଅନୁଭବ କରନ୍ତି। କାହାଣୀ ପ୍ରଥମେ ଉତ୍ସାହ ବାଢାଏ ଏବଂ ଶେଷରେ ସମାଧାନ ସହ ମନୋରଞ୍ଜନ ପ୍ରଦାନ କରେ। କାହାଣୀ ଶୁଣିଥିବା ଲୋକ ସହଯୋଗୀ ଏବଂ ସମ୍ବେଦନଶୀଳ ହୁଏ। ସାମ୍ପ୍ରତିକ ସମୟରେ ଡିଜିଟାଲ ମିଡିଆ ଓ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ପ୍ରୟୋଗ ଯୋଗୁ ମୌଖିକ ପରମ୍ପରା ଆହୁରି ଉନ୍ନତ ହୋଇପାରିଛି। ଯେପରି କି ଦୃଶ୍ୟ- ଶ୍ରାବ୍ୟ ମାଧ୍ୟମ କଥା ଧରାଯାଉ, ଏଥିରେ ଥାଏ ସମ୍ମୋହନ ସୃଷ୍ଟିକାରୀ କ୍ଷମତା! ଡିଜିଟାଲ ମିଡିଆ ଏହା ପାଇଁ ଏକ ମଞ୍ଚ ପ୍ରସ୍ତୁତ କରେ ଏବଂ ଏଆଇ କୃତ୍ରିମ ମାନବ ସ୍ବର ରୂପେ ବ୍ୟବହାର ହୁଏ, ଯଦିଓ ଏଆଇର ଉପକରଣ ମାନବୀୟ ଅଭିବ୍ୟକ୍ତିର ମୌଳିକତା ଓ ସହଜତା ସହ ପ୍ରତିସ୍ପର୍ଦ୍ଧା କରିବା ଯୋଗ୍ୟ ନୁହେଁ।
ସାମୂହିକ ସ୍ଥିତି ଉପରେ ଆଧାରିତ ଲୋକକଥାଗୁଡ଼ିକ ଆଜି ମଧ୍ୟ ଅମୂଲ୍ୟ, କାରଣ ତାହା ମାନବିକ ମୂଲ୍ୟବୋଧକୁ ସୁଦୃଢ କରେ, ଜୀବନକୁ ବ୍ୟାପକ ଭାବରେ ଦେଖିବାକୁ ଏବଂ ଏହା ଭିତରେ ଥିବା ସମ୍ବନ୍ଧର ଅର୍ଥକୁ ବୁଝିବାରେ ସାହାଯ୍ୟ କରେ। କାହାଣୀ ଭିତରେ ଅନେକ କାହାଣୀ ସମାହିତ ହୋଇ ରହିଥାଏ, ଯାହା ମାନବୀୟ ଅନୁଭବର ସାରାଂଶକୁ ଦର୍ଶାଏ ଏବଂ ଏସବୁ ତଥ୍ୟ ଏଆଇ ଉପକରଣ କ୍ଷମତା ବାହାରେ ରହିଛି। କାହାଣୀ ମାନବ ଜୀବନର କଥା କହେ, ଯେଉଁଠି କେତେବେଳେ ପୂର୍ଣ୍ଣତା ରହିଥାଏ ତ କିଛି ଅସମ୍ପୂର୍ଣ୍ଣ କାହାଣୀ ଶ୍ରୋତାଙ୍କ ମନରେ ଛାଡ଼ିଯାଏ ଅନେକ ଭାବନା, ପ୍ରଶ୍ନ ଓ ଉଦ୍ଦୀପନା!
କାହାଣୀ ଶୁଣେଇବା ଏକ ବିପଣନ ବା ବଜାରର ଉପକରଣ ନୁହେଁ ବରଂ ଏକ ଗୁଣାତ୍ମକ ପରିମାପକ ରୂପେ କାର୍ଯ୍ୟ କରିଥାଏ। ଆଜି ବିଜ୍ଞାପନ, ସାମ୍ବାଦିକତା, ଶିକ୍ଷା, ରାଜନୀତି, ଚଳଚ୍ଚିତ୍ର, ସବୁଠି ଷ୍ଟୋରି ଟେଲିଂ ଏକ ଶକ୍ତିଶାଳୀ ଉପାୟ ହୋଇଯାଇଛି। ଏକ ଭଲ କାହାଣୀ ଲୋକଙ୍କୁ ଭାବିବାକୁ ବାଧ୍ୟ କରେ, ସମ୍ପର୍କ ସୃଷ୍ଟି କରେ ଓ ପରିବର୍ତ୍ତନ ପାଇଁ ପ୍ରେରଣା ଦେଇଥାଏ। ସେଥିପାଇଁ ଆଜିକାଲି ବଡ଼ ବଡ଼ କମ୍ପାନୀମାନେ କେବଳ ଉତ୍ପାଦ(ପ୍ରଡକ୍ଟ) ବିକ୍ରି କରୁନାହାନ୍ତି, ଗୋଟିଏ ଗୋଟିଏ କାହାଣୀ ବିକ୍ରି କରୁଛନ୍ତି। ସେଇ କାହାଣୀରେ ରହୁଛି ଏଭଳି ଗୋଟିଏ ଅନୁଭବ, ଯାହା ସହିତ ମଣିଷ ନିଜକୁ ଯୋଡ଼ିପାରିବ।
ସୋସିଆଲ ମିଡିଆ ଏହି କାହାଣୀ କହିବାର ପ୍ରକ୍ରିୟାକୁ ସହଜ ଓ ତ୍ୱରାନ୍ବିତ କରିଦେଇଛି। ଏବେ ପ୍ରତ୍ୟେକ ମଣିଷ ନିଜ ଜୀବନର କଥାକାର। ଫେସ୍‌ବୁକ ପୋଷ୍ଟ, ଇନ୍‌ଷ୍ଟାଗ୍ରାମ୍‌ ଫଟୋ, ୟୁଟ୍ୟୁବ ଭିଡିଓ ଆଦି ବ୍ୟକ୍ତିର ନିଜ ଅନୁଭବକୁ କାହାଣୀର ରୂପ ଦେଉଛି। କିନ୍ତୁ ଏଇଠି ଏକ ବଡ଼ ପ୍ରଶ୍ନ ଉଠେ ଯେ, ସବୁ କାହାଣୀ କ’ଣ ସତ୍ୟ? ଡାଟାର ଯୁଗରେ ଭ୍ରାନ୍ତ ତଥ୍ୟ ମଧ୍ୟ ଖୁବ୍‌ ଦ୍ରୁତ ଭାବେ ପ୍ରସାରିତ ହେଉଛି। ସେଥିପାଇଁ ଆଜିର କାହାଣୀକାରଙ୍କ ପାଖରେ ସୃଜନଶୀଳତା ସହିତ ଦାୟିତ୍ୱବୋଧ ମଧ୍ୟ ଅତ୍ୟନ୍ତ ଜରୁରୀ। ଲେଖିକା ଯୁବଲ ନୋରାହ ହରାରୀ କୁହନ୍ତି, ”କାହାଣୀ ମନୁଷ୍ୟକୁ ସହଯୋଗ କରିବାରେ ସାହାଯ୍ୟ କରେ। କାହାଣୀଟିଏ ମାନବର ଭାବନାକୁ ଜାଗ୍ରତ କରେ, ତା’ର ଦୃଷ୍ଟିକୋଣକୁ ଏଭଳି ପ୍ରସ୍ତୁତ କରେ ଯେପରି ସେ ଅନ୍ୟମାନଙ୍କ ସହଭାଗିତାରେ ନିର୍ଣ୍ଣୟ ନେବ। କାହାଣୀ ଏକ ଏଭଳି ବାସ୍ତବିକତା ଯାହା ବ୍ୟକ୍ତିସ୍ବରୂପ ଓ ବସ୍ତୁନିଷ୍ଠତା ଭିତରେ ଥିବା ଅନ୍ତରକୁ ପୂରଣ କରେ।“
ଡାଟା ଓ କାହାଣୀର ସମନୱୟ ବର୍ତ୍ତମାନ ସମୟର ସର୍ବାଧିକ ଆବଶ୍ୟକତା। କେବଳ ନିରସ ତଥ୍ୟ ମଣିଷକୁ କ୍ଲାନ୍ତ କରେ, ପୁଣି କେବଳ ଭାବନାପୂର୍ଣ୍ଣ କାହାଣୀ ଭ୍ରମିତ କରିପାରେ। ମାତ୍ର ଯେତେବେଳେ ତଥ୍ୟର ସତ୍ୟତା ଓ କାହାଣୀର ସମ୍ବେଦନଶୀଳତା ଏକାତ୍ମ ହୁଏ, ସେତେବେଳେ ତାହା ସମାଜ ପାଇଁ ଉପକାରୀ ହୋଇଉଠେ। ଶେଷରେ କୁହାଯାଇପାରେ ଯେ, ଯୁଗ ବଦଳିଛି, ପ୍ରଯୁକ୍ତି ବଦଳିଛି, ତଥ୍ୟର ଧାରା ବଢ଼ିଛି; କିନ୍ତୁ କାହାଣୀର ଆବଶ୍ୟକତା କେବେହେଲେ କମିନାହିଁ। କାରଣ ମଣିଷ କେବଳ ତଥ୍ୟରେ ବଞ୍ଚେନାହିଁ, ସେ ବଞ୍ଚେ ଅନୁଭବ, ସମ୍ପର୍କ ଓ ଭାବନାରେ। ତେଣୁ ଡାଟାର ଏହି ବିଶାଳ ସମୁଦ୍ରରେ କାହାଣୀ ହେଉଛି ସେହି ଦୀପଶିଖା, ଯାହା ମଣିଷକୁ ମଣିଷ ସହିତ ଯୋଡ଼ି ରଖେ।

ଶ୍ରୁତକୀର୍ତ୍ତି ତ୍ରିପାଠୀ
ମୋ: ୬୩୭୦୫୧୬୪୭୮

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୧୬ ପଦକ ଜିତି ଇତିହାସ ରଚିଲା ଭାରତ

ନୂଆଦିଲ୍ଲୀ,୨।୮: ରାଜ୍ୟଗୋଷ୍ଠୀ କ୍ରୀଡାରେ ଶନିବାର ଭାରତ ମୋଟ ୧୬ ଟି ପଦକ ଜିତିଥିଲା, ଯେଉଁଥିରେ ୮ ଟି ସ୍ବର୍ଣ୍ଣ ପଦକ ସାମିଲ ଥିଲା। ସବୁଠାରୁ ଚମତ୍କାର ପ୍ରଦର୍ଶନ…

ମସ୍କୋରେ ବୋମା ବିସ୍ଫୋରଣ; ୩ ମୃତ ୨୧ ଆହତ

ମସ୍କୋ,୨।୮: ଶନିବାର ସାରେ (ଅଗଷ୍ଟ ୧) ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟ ନିକଟରେ ବିସ୍ଫୋରଣରେ ତିନି ଜଣ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୨୧ ଜଣ…

ସାପ କାମୁଡ଼ାରେ ନାବାଳିକାର ମୃତ୍ୟୁ: ଶବ ବ୍ୟବଚ୍ଛେଦ ପାଇଁ ୩୬ ଘଣ୍ଟାର ପ୍ରତୀକ୍ଷା, ୩ଟି ମେଡିକାଲ ବୁଲିଲେ …

ଥୁଆମୂଳ ରାମପୁର, ୨।୮ (ଦୁର୍ଗା କୀର୍ତ୍ତି): ମୃତ୍ୟୁ ପରେ ମଧ୍ୟ ମିଳିଲାନି ସମ୍ମାନ। ଶବ ବ୍ୟବଚ୍ଛେଦ ପାଇଁ ଶୋକସନ୍ତପ୍ତ ପରିବାରକୁ ଦୀର୍ଘ ୩୬ ଘଣ୍ଟା ଧରି ସଂଘର୍ଷ…

ଆଣ୍ଟାର୍କଟିକାର କୋନ୍‌କୋର୍ଡିଆରେ ୧୬ ବର୍ଷର ରେକର୍ଡ ଥଣ୍ଡା

ନୂଆଦିଲ୍ଲୀ, ୨ା୮: ଉତ୍ତର ଗୋଲାର୍ଦ୍ଧର ଦେଶଗୁଡ଼ିକ (ୟୁରୋପ, ଉତ୍ତର ଆମେରିକା, ଏସିଆ) ଗ୍ରୀଷ୍ମକାଳୀନ ପ୍ରଚଣ୍ଡ ତାପମାତ୍ରା ଓ ଗ୍ରୀଷ୍ମ ପ୍ରବାହର ସମ୍ମୁଖୀନ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri