ଆଇପିଏଲ୍‌ରେ : ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବାରୁ ହୋଲ୍ଡର ଦୁଃଖିତ

ଦୁବାଇ,୨୨।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବା ଦୁଃଖଦାୟକ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ବିଶ୍ୱର ଶ୍ରେଷ୍ଠ କ୍ରିକେଟ ଲିଗ୍‌ ବିବେଚିତ ହେଉଥିବା ଆଇପିଏଲ୍‌ରେ ଦଳଗୁଡିକ ଏ ନେଇ ଆଦୌ ନିଜର ଉତ୍ସାହ ପ୍ରକଟ କରିନାହାନ୍ତି। ଆଇପିଏଲ୍‌ରେ ଏହି ଆନ୍ଦୋଳନକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ।
ହୋଲ୍ଡର ସନରାଇଜର୍ସ ହାଇଦ୍ରାବାଦ ଦଳର ସଦସ୍ୟ ରହିଛନ୍ତି। କ୍ରିକେଟ ରାଇଟର୍ସ କ୍ଲବ୍‌ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ ସେରିମନିରେ ଓ୍ବେଷ୍ଟଇଣ୍ଡିଜ ଦଳ ତରଫରୁ ହୋଲ୍ଡର ପିଟର ସ୍ମିଥ୍‌ ପୁରସ୍କାର ଗ୍ରହଣ କରିବା ଅବସରରେ ହୋଲ୍ଡର ଏହି କଥା କହିଛନ୍ତି। ସର୍ବସାଧାରଣଙ୍କ ପାଇଁ କ୍ରିକେଟର ପ୍ରସ୍ତୁତି ବା ଉପସ୍ଥାପନାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପିଟର ସ୍ମିଥ୍‌ ପୁରସ୍କାର ପ୍ରଦାନ କରାଯାଇଥାଏ। ଆଇପିଏଲ୍‌ରେ ଏହି ଆନ୍ଦୋଳନକୁ ଆଦୌ ଗୁରୁତ୍ୱ ଦିଆ ନ ଯିବ ନିହାତି ଦୁର୍ଭାଗ୍ୟଜନକ ବୋଲି ହୋଲ୍ଡର କହିଛନ୍ତି ଓ ଏହା କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହି ଆନ୍ଦୋଳନକୁ ଉଜ୍ଜୀବିତ ରଖିବାରେ କ୍ରିକେଟ ଓ୍ବେଷ୍ଟଇଣ୍ଡିଜ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି। ଇଂଲଣ୍ଡରେ ଏକ ସିରିଜ ଖେଳିବା ଅବସରରେ ଓ୍ବେଷ୍ଟଇଣ୍ଡିଜ ମହିଳା ଦଳ ବ୍ଲ୍‌ାକ ଲାଇଭ୍ସ ମ୍ୟାଟର ଲୋଗ ଚିହ୍ନିତ ପୋଷାକ ପିନ୍ଧିଥିଲେ।
ଉଲ୍ଲେଖଥାଉ କି, ଜଣେ ଆଫ୍ରିକୀୟ ଆମେରିକା ନାଗରିକ ଜର୍ଜ ଫ୍ଲୋଏଡଙ୍କୁ ଜଣେ ଗୋରା ପୋଲିସ ଅଧିକାରୀ ଅତି ନର୍ମମ ଭାବେ ହତ୍ୟା କରିବା ପରେ ସାରା ବିଶ୍ୱରେ ଏହି ଆନ୍ଦୋଳନ ତେଜିଥିଲା। ପାକିସ୍ତାନ ଓ ଅଷ୍ଟ୍ରେଲିଆ ଗସ୍ତରେ ଏହି ଆନ୍ଦୋଳନ ଥମିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ-ଅନୁଷ୍କା ଝିଅର ନାମ କ’ଣ ରଖିଲେ ଜାଣନ୍ତୁ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସୋମବାର ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା...

ସୁରକ୍ଷା କର୍ମୀଙ୍କ ସହ ନାଚିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୨୮।୨- ଭାରତୀୟ ମହିଳା ଦଳ ଅଷ୍ଟ୍ରେଲିଆରେ ଚାଲିଥିବା ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ରୋମାଞ୍ଚଭରା ମ୍ୟାଚ୍‌କୁ ୩ ରନ୍‌ରେ ଜିତିବା ପରେ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୫ମ ସ୍ଥାନ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ରୁଷିଆ ୫ମ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଅନୁଷ୍ଠିତ ପ୍ଲେସିଂ...

ଅଲିମ୍ପିକରେ ପଦକ ଜିତିବା ଲକ୍ଷ୍ୟ: ପାର୍ଥନା

ଭୁବନେଶ୍ୱର, ୨୭।୨ (ସ୍ପୋର୍ଟ୍ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ୬ଷ୍ଠ ଦିବସରେ ବୁଧବାର ପଞ୍ଜାବର ତୀରନ୍ଦାଜ ପାର୍ଥନା ସୋଲାଙ୍କି ରୌପ୍ୟ ପଦକ ଜିତିଛନ୍ତି। ମହିଳା...

ଅଷ୍ଟ୍ରେଲିଆର ବିଜୟ ଅଭିଯାନ

ବ୍ରିଷ୍ଟଲ, ୨।୬- ଆଇସିସି ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଏକପାଖିଆ ଭାବେ ୭ ଉଇକେଟ୍‌ରେ...

ଶୀର୍ଷ ସ୍ଥାନ ହରାଇଲେ କୋହଲି

ଦୁବାଇ, ୨୬।୨ (ପି.ଟି.)- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ଲଗାତର ଖରାପ ବ୍ୟାଟିଂର ପ୍ରଭାବ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ପଡ଼ିଛି। ସଦ୍ୟ ପ୍ରକାଶିତ ଆଇସିସି...

ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଞ୍ଜନ ମିଷ୍ଟର ଓଡ଼ିଶା ୨୦୨୧

ଭୁବନେଶ୍ୱର, ୧୬ା୩ (ସ୍ପୋଟର୍‌ସ ବ୍ୟୁରୋ)-ରଶ୍ମି ରଞ୍ଜନ ସାହୁ ମିଷ୍ଟର ଓଡ଼ିଶା ୨୦୨୧ ବିବେଚିତ ହୋଇଛନ୍ତି। ପୁରୁଣା ଭୁବନେଶ୍ୱର ବଡିବିଲ୍‌ଡିଂ ଆସୋସିଏଶନ ଏବଂ ଶ୍ରୀଶ୍ରୀ ଲିଙ୍ଗରାଜ ସେନାର...

ଅସ୍ତ୍ରୋପଚାର ବେଳେ ହାର୍ଦ୍ଦିକ ପିନ୍ଧିଥିଲେ ୮୦ ଲକ୍ଷ ଟଙ୍କାର ଘଣ୍ଟା

ନୂଆଦିଲ୍ଲୀ,୭।୧୦: ବିଶ୍ୱକପ୍‌ରୁ ଭାରତୀୟ ଦଳ ବିଦାୟ ନେବା ପରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ଦୁଇଟି ମ୍ୟାଚ୍‌ ଖେଳିଛନ୍ତି। ନିକଟରେ ତାଙ୍କ ଅଣ୍ଟାର ନିମ୍ନ ଭାଗରେ...

Ten Cric Info
Advertisement


Archives

Model This Week

Why Dharitri