ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ ଗ୍ରାହକଙ୍କୁ ଆଶ୍ୱାସନା ଦେବାକୁ ଚେଷ୍ଟା କରିଛି ଅନ୍ୟତମ ପ୍ରମୁଖ ମସଲା ବ୍ରାଣ୍ଡ ଏମଡିଏଚ। ଏମଡିଏଚ କହିଛି ଯେ ଏହାର ମସଲା ବ୍ୟବହାର ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ। କୀଟନାଶକ ଔଷଧ ତାଙ୍କ ମସଲାରେ ଥିବା ଅଭିଯୋଗକୁ ମଧ୍ୟ କମ୍ପାନୀ ଅସ୍ବୀକାର କରିଛନ୍ତି।

ଶନିବାର ଏ ମ୍ପର୍କରେ ଏମଡିଏଚ ଏକ ବିବୃତ୍ତି ଜାରି କରିଛି। କମ୍ପାନୀ କହିଛି ଯେ ଏହା ଏପର୍ଯ୍ୟନ୍ତ ହଂକଂ କିମ୍ବା ସିଙ୍ଗାପୁରର ଖାଦ୍ୟ ନିରାପତ୍ତା ନିୟନ୍ତ୍ରକଙ୍କଠାରୁ କୌଣସି ଯୋଗାଯୋଗ ପାଇନାହିଁ। ଉଭୟ ଦେଶର ନିୟାମକମାନେ ସ୍ପାଇସ ବୋର୍ଡ ଅଫ ଇଣ୍ଡିଆ କିମ୍ବା ଘରୋଇ ନିୟାମକ FSSAI କୁ କୌଣସି ପରୀକ୍ଷା ରିପୋର୍ଟ କିମ୍ବା ଯୋଗାଯୋଗ ବା କମ୍ୟୁନିକେଶନ ପଠାଇ ନାହାଁନ୍ତି। ଏହାର ଉତ୍ପାଦରେ କ୍ଷତିକାରକ କୀଟନାଶକ ମିଳୁଥିବା ଅଭିଯୋଗ ସମ୍ପର୍କରେ କମ୍ପାନୀ କହିଛି ଯେ ଏହା ସତ୍ୟ ନୁହେଁ। ଏପରି ଅଭିଯୋଗ କରିବାର କୌଣସି ଦୃଢ ଆଧାର ନାହିଁ।
ଏହି ସମଗ୍ର ବିବାଦ ଏହି ମାସରେ ଆରମ୍ଭ ହୋଇଥିଲା ଯେତେବେଳେ ହଂକଂ ଏବଂ ସିଙ୍ଗାପୁରରେ ଦୁଇଟି ଭାରତୀୟ ମସଲା ବ୍ରାଣ୍ଡ ଏମଡିଏଚ ଏବଂ ଏଭରେଷ୍ଟର ଉତ୍ପାଦରେ କ୍ଷତିକାରକ କୀଟନାଶକ ମିଳୁଥିବା ଖବର ସାମ୍ନାକୁ ଆସିଥିଲା। ହଂକଂର ଖାଦ୍ୟ ସୁରକ୍ଷା କେନ୍ଦ୍ର କହିଛି ଯେ ଉଭୟ ଭାରତୀୟ ବ୍ରାଣ୍ଡର ବହୁ ପୂର୍ବରୁ ପ୍ୟାକେଜ ହୋଇଥିବା ମସଲା ମିଶ୍ରଣ ଦ୍ରବ୍ୟରେ ଇଥିଲିନ ଅକ୍ସାଇଡ ନାମକ ଏକ କୀଟନାଶକ ମିଳିଛି।
ଉଭୟ ବ୍ରାଣ୍ଡର ଅନେକ ଉତ୍ପାଦ କିଣିବାକୁ ଲୋକଙ୍କୁ ହଂକଂ ନିୟାମକ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବ୍ୟବସାୟୀଙ୍କୁ ସମ୍ପୃକ୍ତ ଦ୍ରବ୍ୟ ବିକ୍ରୟ କରିବାକୁ ବାରଣ କରାଯାଇଛି। ଯେଉଁ ଉତ୍ପାଦଗୁଡ଼ିକରେ ହଂକଂର ଖାଦ୍ୟ ନିୟାମକ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେଥିରେ ଏମଡିଏଚର ମାଡ୍ରାସର କରି ପାଉଡର, ଏମଡିଏଚ ସମ୍ବର ମସାଲା ମିକ୍ସଡ ମସାଲା ପାଉଡର, ଏମଡିଲଚ କରୀ ପାୱାର ମିକ୍ସଡ ମସାଲା ପାଉଡର ଏବଂ ଏଭରେଷ୍ଟର ଫିସ କରୀ ମସାଲା ଅନ୍ତର୍ଭୁକ୍ତ। ହଂକଂ ପରେ ସିଙ୍ଗାପୁରର ଖାଦ୍ୟ ଏଜେନ୍ସି ମଧ୍ୟ ଏଭରେଷ୍ଟ ଫିସ କରୀ ମସାଲାକୁ ବଜାରରୁ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛି।
ଏହି ବିବାଦ ସମ୍ପର୍କରେ ଏମଡିଏଚ ଏକ ସ୍ପଷ୍ଟୀକରଣ ଜାରି କରିଛି। କମ୍ପାନୀ କହିଛି ଯେ ସଂରକ୍ଷଣ ଠାରୁ ପ୍ରକ୍ରିୟାକରଣ ଏବଂ ପ୍ୟାକେଜିଂ ପର୍ଯ୍ୟନ୍ତ କୌଣସି ପର୍ଯ୍ୟାୟରେ ଏହାର ଉତ୍ପାଦରେ ଇଥିଲିନ ଅକ୍ସାଇଡ ବ୍ୟବହାର କରେ ନାହିଁ । କମ୍ପାନୀ ଗ୍ରାହକମାନଙ୍କୁ ଆଶ୍ୱାସନା ଦେଇଛି ଯେ ଏହା ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ସ୍ତରରେ ସମସ୍ତ ସ୍ବାସ୍ଥ୍ୟ ଏବଂ ନିରାପତ୍ତା ମାନଦଣ୍ଡକୁ କଠୋର ଭାବେ ପାଳନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?