Posted inଜାତୀୟ

ଏମସିଡି ନିର୍ବାଚନ : ୧୦୦ ବର୍ଷରୁ ଅଧିକ ବୟସ୍କ ୨୨୯ ଭୋଟର, ୮୦-୧୦୦ ବୟସ୍କ ୧,୦୪,୩୦୧ ଭୋଟର…

ନୂଆଦିଲ୍ଲୀ,୪।୧୨ : ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମସିଡି ) ନିର୍ବାଚନ ପାଇଁ ମତଦାନ ରବିବାର ଆଠଟାରୁ ଆରମ୍ଭ ହୋଇଛି। ଚଳିତ ଥର ଭୋଟ ପାଇଁ ମୋଟ ୧୩,୬୩୮ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ସେଥିରେ ୬୮ଟି ମଡେଲ ମତଦାନ କେନ୍ଦ୍ର ଅଛି । ଏଠାରେ ୬୮ ପିଙ୍କ ମତଦାନ କେନ୍ଦ୍ର  ରହିଛି । ୪୯୨ ଟି ସମ୍ବେଦନଶୀଳ ଅଞ୍ଚଳ ଏବଂ ୩,୩୫୬ ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଭୋଟ ପାଇଁ ମୋଟ ୫୬,୫୭୩ ଇଭିଏମ ଉପଲବ୍ଧ କରାଯାଇଛି। ଏହି ନିର୍ବାଚନରେ ଭାଜପା, ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଯୋଗିତା ହେଉଛି।

ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେଶନ ନିର୍ବାଚନରେ ମୋଟ ଭୋଟରଙ୍କ ସଂଖ୍ୟା ହେଉଛି ୧,୪୫,୦୫,୩୨୨। ସେଥିମଧ୍ୟରୁ ୭୮,୯୩,୪୦୩ ଜଣ ପୁରୁଷ ଏବଂ ୬୬,୧୦,୮୫୮ ମହିଳା ଏବଂ ୧,୦୬୧ ଅନ୍ୟ ଭୋଟର ଅଛନ୍ତି। ବିଶେଷ କଥା ହେଉଛି ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୨୨୯ ଥିବାବେଳେ ୮୦ ବର୍ଷରୁ ୧୦୦ ବର୍ଷ ବୟସ ମଧ୍ୟରେ ୨,୦୪,୩୦୧ ଜଣ ଭୋଟର ଅଛନ୍ତି।

ପ୍ରଥମ ଥର ମତଦାନ କରୁଥିବା ଭୋଟରଙ୍କ ସଂଖ୍ୟା ହେଉଛି ୯୫,୪୫୮। ସବୁଠାରୁ ଜନବହୁଳ ୱାର୍ଡ ହେଉଛି ମୟୂର ବିହାର -୧ । ଏଠାରେ ୮୮,୮୭୮ ଭୋଟର ଅଛନ୍ତି। ସର୍ବନିମ୍ନ ଜନସଂଖ୍ୟା ବିଶିଷ୍ଟ ୱାର୍ଡ ହେଉଛି କଞ୍ଝୱାଲା। ଏଠାରେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୪୦,୪୬୭।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ, ୧୩।୯: ଉତ୍ତରପ୍ରଦେଶର ରାମପୁରସ୍ଥିତ ଏକ ଜଣାଶୁଣା ପ୍ରାଇମେରି ସ୍କୁଲର ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡ଼ିଛି ଛାତ୍ରୀଙ୍କ ମୁହଁରେ କେକ୍‌ ବୋଳିବା। କ୍ୟାମେରା ଆଗରେ ଜବରଦସ୍ତି...

ମହାତ୍ମାଙ୍କ ୧୫୦ ତମ ଜୟନ୍ତୀ: ଭାଜପା-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬।୯: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଭାଜପା-କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ଅକ୍ଟୋବର ୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ସ୍ବଚ୍ଛ ଭାରତ ଅଭିଯାନ...

ଅମିତ ଶାହାଙ୍କ ଘରେ ପହଞ୍ଚିଲେ ଜିତିନ୍‌ ପ୍ରସାଦ: ଭାଜପାରେ ହୋଇପାରନ୍ତି ସାମିଲ୍‌

ନୂଆଦିଲ୍ଲୀ,୯।୬। କଂଗ୍ରେସକୁ ପୁଣି ଲାଗିପାରେ ଝଟ୍‌କା। ଜ୍ୟୋର୍ତିଆଦିତ୍ୟ ସିନ୍ଧିଆଙ୍କ ପରେ ଏବେ ଦଳ ଛାଡିଆପାରନ୍ତି ଆଉ ଜଣେ ହେବିଓ୍ବେଟ୍‌। କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ...

ବିବାହ ସମୟରେ ଲାପଟପ୍‌ରେ କାମ କଲେ ବର: ଲୋକେ କହିଲେ, ‘ଡବ୍ଲ୍ୟୁଏଫ୍‌ଏଚ୍‌’ ପ୍ରଭାବ

କୋଲକାତା,୨୯।୧୧: ଦେଶରେ କରୋନା ମହାମାରୀ ଯେବେଠାରୁ ଆସିଛି, ସେବେଠାରୁ ଓ୍ବାର୍କ ଫ୍ରମ୍‌ ହୋମ(ଡବ୍ଲ୍ୟୁଏଫ୍‌ଏଚ୍‌) ଲୋକଙ୍କର ନୀତି ଜୀବନର ଏକ ଅଂଶ ପାଲଟିଗଲାଣି। ହେଲେ କେବେ ଭାବିଛନ୍ତି...

ଶରଜିଲ୍‌ଙ୍କ ପରିବାରକୁ ମିଳୁଛି ଧମକ

ପାଟନା,୨୭।୧: ଦିଲ୍ଲୀର ସାହିନ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ଏନ୍‌ଆର୍‌ସିକୁ ନେଇ ବିରୋଧ ପ୍ରଦର୍ଶନର ସୂତ୍ରଧର କୁହାଯାଉଥିବା ତଥା ଆପତ୍ତିଜନକ ବୟାନ ଦେଉଥିବା ଶରଜିଲ୍‌...

ଶିକ୍ଷା ସହିତ ଜାରି ରହୁ ରୋଜଗାର…

ନୂଆଦିଲ୍ଲୀ,୧୫।୭: ଶିକ୍ଷା ସହିତ ରୋଜଗାର ମଧ୍ୟ ଜାରି ରହୁ। ଶିକ୍ଷା ପାଇଁ ରୋଜଗାର ନ ଅଟକୁ। ସାମ୍ପ୍ରତିକ ଦୁନିଆରେ କୌଶଳ ବିକାଶ ହାସଲ କରିଥିବା ଦେଶରେ...

କୋର୍ଟରେ ହାଜର ହେଲେ ଚିନ୍ମୟାନନ୍ଦ

ଶାହଜାହାନପୁର,୭ା୧(ପି.ଟି.)-ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦ ସୋମବାର ସ୍ଥାନୀୟ ଅଦାଲତରେ ହାଜର ହୋଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ୨୦ ତାରିଖକୁ ଧାର୍ଯ୍ୟ କରାଯାଇଛି।...

ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ବରଜିନ୍ଦର ସିଂ ଗିରଫ, କୋର୍ଟରେ ହେବେ ହାଜର

ଚଣ୍ଡିଗଡ଼,୧ ।୫: ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ବରଜିନ୍ଦର ସିଂ ପରୱାନଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ପୋଲିସ ରବିବାର ତାଙ୍କୁ କୋର୍ଟରେ ହାଜର...

Advertisement
Archives

Model This Week