ଏମ୍‌ବିବିଏସ୍‌ ପିଜି ସିଟ୍‌ ୨୫୦କୁ ବୃଦ୍ଧି

ବ୍ରହ୍ମପୁର ଅଫିସ,୨୮ା୨:ବ୍ରହ୍ମପୁର ବଡ଼ ମେଡିକାଲ କଲେଜ ଓ ହସ୍ପିଟାଲକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି)ର ଏକ ୭ ଜଣିଆ ଟିମ୍‌ ସୋମବାର ପହଞ୍ଚି ପିଜି ସିଟ୍‌ ବୃଦ୍ଧି ନେଇ ବିଭିନ୍ନ ଦିଗ ଉପରେ ଯାଞ୍ଚ କରିଛନ୍ତି। ପୂର୍ବରୁ ୧୫୦ସିଟ୍‌ ଥିଲା, ଏହାର ସ୍ଥିିିତି ବିଭିନ୍ନ ସମୟରେ ଟିମ୍‌ ଯାଞ୍ଚ କରିଥିଲା। ପରେ ଏହାକୁ ୨୫୦ ସିଟ୍‌ କରିବା ପାଇଁ ଏହି ଦଳ ଚୂଡ଼ାନ୍ତ ପର୍ଯ୍ୟାୟ ସମୀକ୍ଷା କରିଛନ୍ତି। ସେହିପରି ନୂତନ ଭାବେ ୟୁରୋଲୋଜି ବିଭାଗରେ ପିଜି ପାଠ୍ୟକ୍ରମ ଖୋଲିବା ନେଇ ବିଭାଗୀୟ ପ୍ରଫେସରଙ୍କ ସହିତ ଆଲୋଚନା କରିଛନ୍ତି। ଏହି ବିଭାଗରେ ୩ ସିଟ୍‌ରେ ପିଜି ନାମଲେଖା ଆରମ୍ଭ କରିବା ପାଇଁ ଏମ୍‌କେସିଜି କର୍ତ୍ତୃପକ୍ଷ ଏନ୍‌ଏମ୍‌ସିକୁ ପ୍ରସ୍ତାବ ଦେଇଥିଲେ। ସେହି ଅନୁସାରେ ଟିମ୍‌ ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରି ସିଟ୍‌ ବୃଦ୍ଧି ଲାଗି ଚୂଡାନ୍ତ କରିଛନ୍ତି । ସେହିଭଳି ଆନାଟୋମି ଏବଂ ମାନସିକ ରୋଗ ବିଭାଗରେ ଆରମ୍ଭ ହୋଇଥିବା ପିଜି ନାମଲେଖାକୁ ଚଳିତ ଶିକ୍ଷାବର୍ଷରେ ପୁନଃ ଅନୁମତି ପ୍ରଦାନ ଦିଗରେ ମଧ୍ୟ ଟିମ୍‌ ଆଲୋଚନା କରିଛନ୍ତି।
ଟିମ୍‌ରେ ତେଲଙ୍ଗାନା ସରକାରୀ ମେଡିକାଲ କଲେଜ ଆନାଟୋମି ବିଭାଗ ପ୍ରଫେସର ଡା. ଅନୀଲ ଶିବଶଙ୍କର ରାହୁଲ, ହାଇଦ୍ରାବାଦ ଏଆଇଆଇଏମ୍‌ସି ଫିଜିଓଲୋଜି ବିଭାଗ ପ୍ରଫେସର ଡା. ନୀତିନ ଜୋନ୍‌, ସିକନ୍ଦରାବାଦ ଗାନ୍ଧୀ ମେଡିକାଲ କଲେଜ ପାଥୋଲୋଜି ବିଭାଗ ପ୍ରଫେସର ଡା. ଦେବୋଜୀ ଏବଂ ହାଇଦ୍ରାବାଦ ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ନେଫ୍ରୋଲୋଜି ବିଭାଗ ପ୍ରଫେସର ଡା. ଡି. ଶ୍ରୀଭୂଷଣ ରାଜୁ ରହିଛନ୍ତି। ଉକ୍ତ ଟିମ୍‌ ସହ ଏମ୍‌କେସିଜି ମେଡିକାଲ କଲେଜ ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ଓ ଅଧ୍ୟକ୍ଷ ଅବନୀକାନ୍ତ ମିଶ୍ର ଓ ବିଭାଗୀୟ ଅଧିକାରୀମାନେ ସାମିଲ ରହିଥିଲେ।
ବିଗତ ବର୍ଷରେ ଏମ୍‌କେସିଜିର ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବୃଦ୍ଧି କରାଯାଇଥିଲା। ୨୫୦ ପିଲାଙ୍କ ପାଠପଢ଼ା ପାଇଁ କ୍ଲାସ୍‌ରୁମ୍‌, ଲାବରେଟୋରି, ଲାଇବ୍ରେରି ରହିଛି କି ନାହିଁ ତାହା ତଦାରଖ କରିଥିଲେ। ସେହିପରି ଆବଶ୍ୟକ ଅନୁସାରେ ଅଧ୍ୟାପକ ଅଛନ୍ତି କି ନାହାନ୍ତି ସେ ନେଇ ମଧ୍ୟ ଅନୁଧ୍ୟାନ କରାଯାଇଥିଲା। ଏହା ସହିତ ପିଲାଙ୍କ ରହିବା ପାଇଁ ହଷ୍ଟେଲ୍‌, ୨୫୦ ପିଲାଙ୍କ ପାଇଁ ଥିବା ପାଠପଢ଼ା ସହିତ ଅନ୍ୟାନ୍ୟ ସୁବିଧାରେ ଏନ୍‌ଏମ୍‌ସି ଟିମ୍‌ ସନ୍ତୋଷ ପ୍ରକାଶ କରି ବିଗତ ଦିନରେ ଫେରିଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ଆନାଟୋମି ଏବଂ ମାନସିକ ରୋଗ ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ ହୋଇଛି। ଚଳିତ ଶିକ୍ଷାବର୍ଷରେ ମଧ୍ୟ ଏହି ବିଭାଗରେ ପିଜିରେ ନାମଲେଖା ପାଇଁ ଅନୁମତି ଦେବାକୁ ଏନ୍‌ଏମ୍‌ସି ଟିମ୍‌ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ଏହା ସହିତ ୟୁରୋଲୋଜି ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପୂର୍ବରୁ ଏମ୍‌କେସିଜି କର୍ତ୍ତୃପକ୍ଷ ଆବେଦନ କରିଥିଲେ। ତେବେ ୟୁରୋଲୋଜି ବିଭାଗରେ ପିଜି ନାମଲେଖା ଆରମ୍ଭ କରିବା ପାଇଁ ଥିବା ଭିତ୍ତିଭୂମି ମଧ୍ୟ ଯାଞ୍ଚ କରାଯାଇଛି। ଏନ୍‌ଏମ୍‌ସିର ଏହି ଟିମ୍‌ରେ ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ନେଫ୍ରୋ-ୟୁରୋଲୋଜି ବିଭାଗ ପ୍ରଫେସର ଡା. ଶିବାଲିଙ୍ଗ ଏମ୍‌., ଅହମଦାବାଦ ମ୍ୟୁନିସିପାଲ କର୍ପୋରେଶନ ମେଡିକାଲ ଏଜୁକେସନ୍‌ ଟ୍ରଷ୍ଟ୍‌ ଓ କଲେଜ ଆନାଟୋମି ବିଭାଗ ପ୍ରଫେସର ଡା. ଦୀପା ଗୁପ୍ତା ଓ ତିରୁପତି ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମେଡିକାଲ କଲେଜ ମାନସିକ ରୋଗ ବିଭାଗ ପ୍ରଫେସର ଡା. ଏନ୍‌. ନାଗେଶ୍ୱର ରାଓ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ମେଷ ସମେତ ୩ ରାଶିର ବଢ଼ିବ ଚିନ୍ତା, ପଳାଇବ ଚାକିରି! ସମ୍ପର୍କରେ ପଡିବ ଭଟ୍ଟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଓ ରାହୁଙ୍କ ଯୁତିକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ। ସେହିପରି ସୂର୍ଯ୍ୟଙ୍କ ରାହୁଙ୍କ ନକ୍ଷତ୍ରରେ ପ୍ରବେଶକୁ ମଧ୍ୟ ଜ୍ୟୋତିଷ ଦୃଷ୍ଟିରୁ…

୪୨ କଲେଜକୁ ସ୍ବୟଂଶାସିତ ମାନ୍ୟତା ପ୍ରସ୍ତାବ: ତାଲିକାରେ ଗଞ୍ଜାମର ୧୧ କଲେଜ

ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ରାଜ୍ୟର ୪୨ଟି ମହାବିଦ୍ୟାଳୟକୁ ସ୍ବୟଂଶାସିତ ମାନ୍ୟତା ପ୍ରଦାନ ନେଇ ରାଜ୍ୟ ସରକାର ଯୋଜନା ରଖିଥିବା ଜଣାପଡ଼ିଛି। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ…

୫ ଥର ଟାଇଟଲ ଜିତି ଇତିହାସ ରଚିଲେ ଗିଲ, ଏହି ତାଲିକାରେ କୋହଲିଙ୍କ ସ୍ଥାନ କେଉଁଠି? ଲିଷ୍ଟ ଦେଖିଲେ ଚମକିଯିବେ

ନୂଆଦିଲ୍ଲୀ,୧୩।୧୦: ଶୁଭମନ ଗିଲ ସର୍ବାଧିକ ଥର ‘ପ୍ଲେୟର ଅଫ ଦ ମନ୍ଥ’ ଟାଇଟଲ ଜିତିଥିବା ଭାରତୀୟ ଖେଳାଳି। ମଙ୍ଗଳବାର (ଅକ୍ଟୋବର ୧୩) ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)…

ଗର୍ଭବତୀ ମହିଳା ସାମ୍ବାଦିକାଙ୍କୁ ଧକ୍କା ଦେଲେ ରାହୁଲ! ଭାଜପା ନେତାଙ୍କ ସାଂଘାତିକ ଅଭିଯୋଗ, କହିଲେ- ତାଙ୍କ ଗର୍ଭ…

ନୂଆଦିଲ୍ଲୀ,୧୩।୧୦: କଂଗ୍ରେସ ସାଂସଦ ତଥା ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏକ ମାର୍ଚ୍ଚ କରିଥିଲେ। ଏହି ମାର୍ଚ୍ଚରେ ଇଣ୍ଡିଆ…

ବନ୍ଧୁକ ଦେଖାଇ ମାଗୁଥିଲେ ସୁନା ଗହଣା: ପନିକି ଫୋପାଡିଲେ ମହିଳା, ପରେ…

ପାଟଣା, ୧୩/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ମୁରୁସୁଆଁ ଗ୍ରାମରେ ମଙ୍ଗଳବାର ମଧ୍ୟାହ୍ନରେ ବନ୍ଧୁକ ଦେଖାଇ ଲୁଟ୍‌ ଉଦ୍ୟମ ହୋଇଛି। ଘରେ…

ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା, ଆଳି କଲେଜରେ ସାଇନ୍‌ ଡାଏ ଘୋଷଣା

କେନ୍ଦ୍ରାପଡ଼ା/ଆଳି, ୧୩।୧୦(ଜଗନ୍ନାଥ ଧଳ/ବନମାଳୀ ସେନାପତି) କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ୍‌ ଅନ୍ତର୍ଗତ ଆୟତପୁରସ୍ଥିତ ଲକ୍ଷ୍ମୀବରାହ ଜୀଉ ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଉତ୍ତେଜନା ଦେଖାଦେଇଛି।…

ଝୁଲିପଡ଼ିଲେ +୨ ଛାତ୍ର, କାରଣ ଜାଣିଲେ…

ଡେରାବିଶ,୧୩ା୧୦(ବେବର୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଳକ ବାରିମୂଳ ପଞ୍ଚାୟତ ରାୟପୁର ଗ୍ରାମର ବିରକିଶୋର ମଳିକଙ୍କ ପୁଅ ଚନ୍ଦନ(୧୭) ବେକରେ ରଶି ଲଗାଇ…

ସାନଖେମୁଣ୍ଡିରେ ଅଙ୍ଗନୱାଡି କର୍ମୀ ସଂଘ ପକ୍ଷରୁ ପ୍ରତିବାଦ ସଭା: ୧୪ ଦଫା ଦାବି ସମ୍ବଳିତ…

ଦିଗପହଣ୍ଡି,୧୩|୧୦(ଅଶେଷ ନାଥ ମିଶ୍ର: )ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କର ଆସୋସିଏସନ୍ ବ୍ଲକ ଶାଖା କମିଟି ପକ୍ଷରୁ ପାଟପୁର ଠାରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?