Posted inଖେଳ

ୟୁରୋ କପ୍‌ ଫୁଟବଲ ଫ୍ରାନ୍ସ, ସ୍ଲୋଭାକିଆ ବିଜୟୀ: ମ୍ୟାଚ୍‌ରେ ଆହତ ହୋଇଛନ୍ତି ଏମ୍‌ବାପେ

ଡସେଲ୍‌ଡର୍ଫ,୧୮ା୬: ଜର୍ମାନରେ ଅନୁଷ୍ଠିତ ୟୁରୋ କପ୍‌ ଫୁଟବଲ ୨୦୨୪ରେ ଫ୍ରାନ୍ସ ଓ ସ୍ଲୋଭାକିଆ ବିଜୟୀ ହୋଇଛନ୍ତି। ମାକ୍ସିମିଲିଆନ୍‌ ଓବରଙ୍କ ଆତ୍ମଘାତୀ ଗୋଲ ବଳରେ ଫ୍ରାନ୍ସ ୧-୦ରେ ଅଷ୍ଟ୍ରିଆକୁ ପରାସ୍ତ କରି ଏହାର ଅଭିଯାନ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଶକ୍ତିଶାଳୀ ବେଲଜିୟମକୁ ସମାନ ବ୍ୟବଧାନରେ ହରଇଛି ସ୍ଲୋଭାକିଆ।
ଅଷ୍ଟ୍ରିଆ ବିପକ୍ଷ ମ୍ୟାଚ୍‌ରେ ଫ୍ରାନ୍ସ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ତେବେ ଫ୍ରାନ୍ସ ଗୋଲ ସ୍କୋର କରି ପାରି ନ ଥିବା ବେଳେ ମାକ୍ସିମିଲିଆନ୍‌ ଓବର ୩୮ ତମ ମିନିଟରେ ଆତ୍ମଘାତୀ ଗୋଲ ଦେଇଥିଲେ। କିଲିଆନ୍‌ ଏମ୍‌ବାପେଙ୍କ ଏକ ଷ୍ଟ୍ରାଇକ୍‌କୁ ହେଡର କରିବାକୁ ଚେଷ୍ଟା କରିଥିଲେ ଅଷ୍ଟ୍ରିଆ ସେଣ୍ଟର ବ୍ୟାକ୍‌ ମାକ୍ସିମିଲିଆନ୍‌ ଓବର। ଏହା ଗୋଲ ପୋଷ୍ଟ ପାର କରିବା ସହ ଫ୍ରାନ୍ସ ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ଆଉ ଗୋଲ ହୋଇ ନ ଥିବା ବେଳେ ଫ୍ରାନ୍ସ ୧-୦ରେ ବିଜୟୀ ହୋଇଥିଲା। ଫ୍ରାନ୍ସ ସପ୍ତମ ଥର ପାଇଁ ଏକ ମେଜର ଟୁର୍ନାମେଣ୍ଟରେ ନିଜର ପ୍ରଥମ ମ୍ୟାଚ୍‌ ଜିତିଛି। ୟୁରୋପୀୟ ଦେଶଙ୍କ ମଧ୍ୟରେ ଏହା ଏକ ରେକର୍ଡ। ସେହିପରି ଫ୍ରାନ୍ସ ମ୍ୟାନେର ଡିଡଏର୍‌ ଡେସଚାମ୍ପ ନିଜ କ୍ୟାରିୟରର ୧୦୦ ତମ ବିଜୟ ହାସଲ କରିଥିଲେ।

ଅନ୍ୟ ପକ୍ଷରେ ଉଚ୍ଚମାନ୍ୟତାପ୍ରାପ୍ତ ବେଲଜିୟମକୁ ୧-୦ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି ସ୍ଲୋଭାକିଆ। ଇଭାନ୍‌ ସ୍ରାଞ୍ଜଙ୍କ ସପ୍ତମ ମିନିଟ ଗୋଲ ବଳରେ ଦଳ ବିଜୟୀ ହୋଇଥିଲା। ବେଲଜିୟମ ମ୍ୟାଚ୍‌ର ୬୧ ପ୍ରତିଶତ ସମୟ ବଲ୍‌କୁ ନିୟନ୍ତ୍ରଣରେ ରଖିଥିଲେ ମଧ୍ୟ ସ୍କୋର କରିବାରେ ସମର୍ଥ ହୋଇ ନ ଥିଲା। ତାରକା ଷ୍ଟ୍ରାଇକର ରୋମେଲୁ ଲୁକାକୁ ୨ ଥର ସ୍କୋର କରିଥିଲେ ମଧ୍ୟ ଭାର୍‌(ଡିଭିଓ ଆସିଷ୍ଟାନ୍ସ ରେଫରାଲ)ରେ ଏହାକୁ ନାକଚ କରି ଦିଆଯାଇଥିଲା।

ଅଷ୍ଟ୍ରିଆ ବିପକ୍ଷ ୟୁରୋ କପ୍‌ ମ୍ୟାଚ୍‌ରେ ଆହତ ହୋଇଛନ୍ତି ଫ୍ରାନ୍ସର କିଲିଆନ୍‌ ଏମ୍‌ବାପେ। କେଭିନ୍‌ ଡାନ୍‌ସୋଙ୍କ କାନ୍ଧରେ ତାଙ୍କ ମୁହଁ ମାଡ ହୋଇଥିବା ବେଳେ ନାକ ଫାଟି ରକ୍ତ ବାହାରିଥିଲା। ପଡିଆରେ ମୁହଁ ମାଡି ପଡି ରହିବା ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ନାକ ହାଡ ଭାଙ୍ଗିଥିଲେ ମଧ୍ୟ ଅସ୍ତ୍ରୋପଚାର କରାଯିବ ନାହିଁ ବୋଲି ଫ୍ରାନ୍ସ ଫୁଟବଲ ଫେଡେରେଶନ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ଏମ୍‌ବାପେଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ମାସ୍କ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଏମ୍‌ବାପେ ବାଦ ପଡିଲେ ଏହା ଫ୍ରାନ୍ସ ପାଇଁ ବଡ କ୍ଷତି ହେବ ବୋଲି କହିଛନ୍ତି ମ୍ୟାନେଜର ଡିଡିଏର ଡେସଚାମ୍ପ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri