Posted inଜାତୀୟ

ଜିନ୍ନା ବିବାଦରେ ମାୟାବତୀଙ୍କ ଏଣ୍ଟ୍ରି

ଲକ୍ଷ୍ନୌ,୧ ।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବେଳକୁ ବେଳ ରାଜନୀତି ହେଉଛି ସରଗରମ । ବହୁଜନ ସମାଜ ପାର୍ଟି ସୁପ୍ରିମୋ ଶୁଶ୍ରୀ ମାୟାବତୀ ଏବେ ସମାଜବାଦୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି ଓ ଭାଜପା ଉତ୍ତର ପ୍ରଦେଶର ନିର୍ବାଚନ ପରିବେଶକୁ ଖରାପ କରିବାରେ ଲାଗିଛନ୍ତି । ସେ କହିଛନ୍ତି ଉଭୟ ଦଳ ପରସ୍ପର ମଧ୍ୟରେ ଜାତିବାଦ ଓ ସାଂପ୍ରଦାୟିକ ଟିପ୍ପଣିକୁ ନେଇ ପରିବେଶକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି । ମାୟାବତୀ ଟୁଇଟ୍ କରି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୋଟିଏ ଦିନ ପୂର୍ବରୁ ଜିନ୍ନାଙ୍କୁ ନେଇ ହରଦୋଇରେ ଦେଇଥିବା ବୟାନକୁ ନେଇ ସୋମବାର ଭାଜପା ତା’ର ପ୍ରତିକ୍ରିୟା ରଖିଲା । ଏହା ଉଭୟ ଦଳର ଭିତିରି କଥା ଭଳି ମନେହେଉଥିବା ବେଳେ ଏହା ଉଭୟ ଦଳର ବୁଝା ସୁଝା ରଣନୀତିର ଏକ ଅଂଶ ବୋଲି ମାୟାବତୀ କହିଛନ୍ତି । ଏହାକୁ ଆଧାର କରି ଏମାନେ ବିଧାନସଭାର ନିର୍ବାଚନ ପରିବେଶକୁ ଯେ କୌଣସି ମତେ ହିନ୍ଦୁ-ମୁସଲମାନ କରି ଖରାପ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରୀଡ଼ା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ରେସଲରଙ୍କ ବୈଠକ ଶେଷ

ନୂଆଦିଲ୍ଲୀ,୧୯।୧: ଭାରତୀୟ କୁସ୍ତିରେ ହଠାତ୍‌ ଝଡ ସୃଷ୍ଟି ହୋଇଛି। ବିନେଶ ଫୋଗତ, ବଜରଙ୍ଗ ପୁନିଆ ସମେତ ପ୍ରାୟ ୩୦ ରେସଲର ରେସଲିଂ ଫେଡେରେସନ ଅଫ ଇଣ୍ଡିଆ...

ସ୍ତ୍ରୀଙ୍କ ମୁହଁରେ ଗ୍ୟାସ୍‌ ପାଇପ୍‌ ଭର୍ତ୍ତି କରିଦେଲେ ସ୍ବାମୀ: ଆଉ ତା’ପରେ..

ଭୋପାଳ,୬।୯: ମଧ୍ୟପ୍ରଦେଶର ଇଟାରସିରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ଝଗଡା ଲାଗିବାରୁ ରାଗରେ ସ୍ବାମୀ ସ୍ତ୍ରୀଙ୍କ ପାଟିରେ ଗ୍ୟାସ୍‌ ପାଇପ୍‌ ଭର୍ତ୍ତି କରି ହତ୍ୟା...

କୋଭିଡ୍‌ ଚିକିତ୍ସା ଲାଗି ଡେକ୍ସାମିଥାସୋନ୍‌କୁ ଅନୁମତି

ନୂଆଦିଲ୍ଲୀ,୨୮ା୬(ପି.ଟି.): ବହୁଳ ଭାବେ ବ୍ୟବହୃତ ହେଉଥିବା ଅପେକ୍ଷାକୃତ ଶସ୍ତା ଔଷଧ ଷ୍ଟେରଏଡ୍‌ ଡେକ୍ସାମିଥାସୋନ୍‌କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ...

ମୋଦିଙ୍କ ରଥ ରୋକିବା ପାଇଁ ସୋନିଆଙ୍କ ପ୍ରସ୍ତୁତି: ବିରୋଧୀ ନେତାଙ୍କୁ କଲେ ଫୋନ୍‌ !

ନୂଆଦିଲ୍ଲୀ,୧୫।୫: ଲୋକ ସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ବାକି ରହିଛି। ଏହା ମେ ୧୯ରେ ହେବ। ପରେ ମେ ୨୩ରେ ଭୋଟ ଗଣତି କରାଯିବ।...

ଯାଞ୍ଚ୍‌ରେ କାହିଁକି ହେଉଛି ବିଳମ୍ବ,ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ ଲୋଡିଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୨।୮ : ବିଭିନ୍ନ ଦୁର୍ନୀତି କ୍ଷେତ୍ରରେ ବିଳମ୍ବ ହେବାର କାରଣ ସମ୍ପର୍କରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସସେନା ଦୁର୍ନୀତି ନିବାରଣ ଶାଖାଠାରୁ ଜବାବ...

ନଭେମ୍ବର ୭ରୁ ୩୦ ମଧ୍ୟରେ ରାଜଧାନୀରେ ଫୁଟିବନି କୌଣସି ପ୍ରକାର ବାଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬ ।୧୧: ଗୋଟିଏ ପଟେ କରୋନା ମହାମାରୀ ଅନ୍ୟପଟେ ବାୟୁ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦୀପାବଳିରେ...

ଟିଏମ୍‌ସି-ଏନ୍‌ସିପି-ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ହୋଇପାରେ ରଦ୍ଦ

ନୂଆଦିଲ୍ଲୀ,୧୭।୭: ନିର୍ବାଚନରେ କରାଯାଇଥିବା ପ୍ରଦର୍ଶନ ଆଧାରରେ ଟିଏମ୍‌ସି, ଏନ୍‌ସିପି ଏବଂ ସିପିଆଇର ରାଷ୍ଟ୍ରୀୟ ମାନ୍ୟତା ରଦ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏହି ୩ ରାଜନୈତିକ...

ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌କୁ ନିଷିଦ୍ଧ କଲା ଭାରତ

ନୂଆଦିଲ୍ଲୀ,୩୦ା୬: ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ ସରକାର ଟିକ୍‌ଟକ୍‌ ସମେତ ଚାଇନାର ୫୯ଟି ଆପ୍‌କୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଆପ୍‌ଗୁଡ଼ିକରେ ଗୋପନୀୟତା...

Advertisement
Archives

Model This Week