ଲକ୍ଷ୍ନୌ,୧୦।୯:ବହୁଜନ ସମାଜ ପାର୍ଟି(ବିଏସପି)ସଭାପତି ମାୟାବତୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ମାଫିଆ କିମ୍ବା ବାହୁବଳୀ ନେତା ଟିକେଟ ପାଇବେ ନାହିଁ ବୋଲି ବିଏସପି ନିଶ୍ଚିତ କରିଛି। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ଦଳ ମୁଖତାର ଅନସାରୀଙ୍କ ସ୍ଥାନରେ ମଉ ବିଧାନସଭା ନିର୍ବାଚନମଣ୍ଡଳୀରୁ ଦଳର ରାଜ୍ୟ ସଭାପତି ଭୀମ ରାଜଭାରଙ୍କୁ ଟିକେଟ୍ ଦେବ। ମାୟାବତୀ ଶୁକ୍ରବାର ଟୁଇଟ କରି ଘୋଷଣା କରିଛନ୍ତି ଯେ, ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ଶକ୍ତିଶାଳୀ ଏବଂ ମାଫିଆଙ୍କୁ ଦଳ ପକ୍ଷରୁ ପ୍ରାର୍ଥୀ କରାଯିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଏବେ ୟୁପିର ବିଏସପି ରାଜ୍ୟ ସଭାପତି ଭୀମ ରାଜଭାରଙ୍କ ନାମ ଚୂଡାନ୍ତ ହୋଇଛି। ସେପ୍ଟେମ୍ବର ୧୧ରୁ ବିଏସପିର ମଣ୍ଡଳ ସ୍ତରୀୟ ସମ୍ମିଳନୀ ଲକ୍ଷ୍ନୌରେ ଆୟୋଜିତ ହେବ।
1. बीएसपी का अगामी यूपी विधानसभा आमचुनाव में प्रयास होगा कि किसी भी बाहुबली व माफिया आदि को पार्टी से चुनाव न लड़ाया जाए। इसके मद्देनजर ही आजमगढ़ मण्डल की मऊ विधानसभा सीट से अब मुख्तार अंसारी का नहीं बल्कि यूपी के बीएसपी स्टेट अध्यक्ष श्री भीम राजभर के नाम को फाइनल किया गया है।
— Mayawati (@Mayawati) September 10, 2021