Posted inଖେଳ

ଭର୍ଷ୍ଟାପେନ ଜିତିଲେ ଆନିଭର୍ସାରି ଗ୍ରାଁ ପ୍ରି

ସିଲଭରଷ୍ଟୋନ, ୧୦।୮-ରେଡବୁଲ ଡ୍ରାଇଭର ନେଦରଲାଣ୍ଡ୍ସର ମ୍ୟାକ୍ସ ଭର୍ଷ୍ଟାପେନ ରବିବାର ଏଠାରେ ଅନୁଷ୍ଠିତ ଫର୍ମୁଲାଓ୍ବାନର ୭୦ତମ ଆନିଭର୍ସାରି ଗ୍ରାଁ ପ୍ରି ରେସ୍‌ରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଚାମ୍ପିୟନଶିପ୍‌ ଲିଡର ମର୍ସିଡିଜ୍‌ର ଲୁଇସ ହାମିଲଟନ ଦ୍ୱିତୀୟ ଏବଂ ତାଙ୍କ ଟିମ୍‌ମେଟ୍‌ ଭାଲଟେରି ବୋଟ୍ଟାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଫେରାରୀର ଚାଲର୍‌ସ ଲେକ୍‌ରେକ୍‌, ରେଡ୍‌ବୁଲ୍‌ର ଆଲେକଜାଣ୍ଡର ଆଲବନ୍‌, ରେସିଂ ପଏଣ୍ଟର ଲାନ୍ସ ଷ୍ଟ୍ରୋଲ, ନିକୋ ହକେନବର୍ଗ, ରେନଲ୍ଟର ଏଟେବନ ଓକନ, ମ୍ୟାକଲରେନର ଲାନ୍‌ଡୋ ନରିସ ଓ ଆଲ୍‌ଫା ଟୌରୀର ଡାନିଏଲ କ୍ୟାଟ୍‌ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନ ଅଧିକାର କରିଛନ୍ତି। ଟପ୍‌-୧୦ ଫିନିଶ୍‌ କରିଥିବା ଡ୍ରାଇଭର ମାନଙ୍କୁ ଯଥାକ୍ରମେ ୨୫, ୧୯, ୧୫, ୧୨, ୧୦, ୮, ୬, ୪, ୨ ଓ ୧ ପଏଣ୍ଟ ମିଳିଛି। ଭର୍ଷ୍ଟାପେନଙ୍କ ପାଇଁ ୮ ରେସ୍‌ରୁ ଏହାଥିଲା ୭ମ ପୋଡିୟମ ଫିନିଶ୍‌। ଏହା ପୂର୍ବରୁ ସେ ଶେଷଥରପାଇଁ ୨୦୧୯ରେ ବ୍ରାଜିଲ ଗ୍ରାଁ ପ୍ରି ଜିତିଥିଲେ। ଫେରାରୀର ସେବାଷ୍ଟିଆନ ଭେଟେଲ, ମ୍ୟାକଲରେନର କାର୍ଲୋସ ସିଞ୍ଜ ଜୁନିୟର, ରେନଲ୍ଟର ଡାନିଏଲ ରିକୋର୍ଡୋ, ଆଲ୍‌ଫା ରୋମିଓର କିମି ରାଇକୋନେନ, ହାସ୍‌ର ରୋମାଇନ ଗ୍ରସଜେନ ପ୍ରମୁଖ ଯଥାକ୍ରମେ ୧୨ରୁ ୧୬ତମ ସ୍ଥାନରେ ସନ୍ତୁଷ୍ଟ ରହିଥିଲେ। ଆନିଭର୍ସାରି ରେସ୍‌ ପରେ ଲୁଇସ ହାମିଲଟନ ୧୦୭ ପଏଣ୍ଟ ସହିତ ଡ୍ରାଇଭର୍ସ ଷ୍ଟାଣ୍ଡିଂରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି। ଭର୍ଷ୍ଟାପେନ ୭୭ ଓ ବୋଟ୍ଟାସ ୭୩ ପଏଣ୍ଟ ସହିତ ପରବର୍ତ୍ତୀ ୨ ସ୍ଥାନରେ ରହିଛନ୍ତି। କନ୍‌ଷ୍ଟ୍ରକ୍ଟର୍ସ ଷ୍ଟାଣ୍ଡିଂରେ ମର୍ସିଡିଜ୍‌ ୧୮୦ ଓ ରେଡ୍‌ବୁଲ୍‌ ୧୧୩ ପଏଣ୍ଟ ପାଇ ପ୍ରଥମ ୨ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri