ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର  ହୋଇଛନ୍ତି। ଏକ କେଟିଏମ୍ ବାଇକ୍ ଓ ମ୍ୟାକ୍ସ ପିକ୍‌ଅପ୍ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଭାଲିଆଗୁଡା ଗ୍ରାମର କାଞ୍ଚନ ଯାଦବ ଓ ବିରିକୋଟ ଗ୍ରାମର ସୋନୁ ରଇତ ଏକ କେଟିଏମ୍ ବାଇକ୍‌ରେ ମୋହନାରୁ ଗୋବିନ୍ଦପୁର ଅଭିମୁଖେ ଯାଉଥିଲେ। ସେହି ସମୟରେ ବିପରୀତ ଦିଗରୁ ଚନ୍ଦ୍ରଗିରି ବିଦ୍ୟାଳୟକୁ ବିଦ୍ୟୁତ ଉପକରଣ ନେଇ ଯାଉଥିବା ଏକ ମ୍ୟାକ୍ସ ପିକ୍‌ଅପ୍ ଗାଡ଼ି ସହ ବୁଲଡାପଙ୍କା ବୁଲାଣି ନିକଟରେ ସେମାନଙ୍କ ବାଇକ୍‌ର ଧକ୍କା ହୋଇଥିଲା। ପ୍ରାଥମିକ ସୂଚନା ଅନୁସାରେ, ବୁଲାଣି ରାସ୍ତାରେ ବାଇକ୍‌ଟି ଭାରସାମ୍ୟ ହରାଇ ପିକ୍‌ଅପ୍ ଗାଡ଼ିର ପଛ ଡାଲାରେ ଧକ୍କା ଦେଇଥିଲା। ଧକ୍କାରରେ ଉଭୟ ଯୁବକ ରାସ୍ତା କଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଆହତ ଦୁଇ ଜଣଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍ ଓ ମ୍ୟାକ୍ସ ପିକ୍‌ଅପ୍ ଗାଡ଼ିକୁ ଜବତ କରିଛି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ବଡ଼ ସର୍ତ୍ତ ସହ ଅଭିଜିତ ଦୀପକେ, ସୌରଭ ଦାସ,ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୧୧।୧୦: ‘କକରୋଚ ଜନତା ପାର୍ଟି’ (CJP)ର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି। ତେବେ, ସେମାନଙ୍କ ମୁକ୍ତି ଏକ ସର୍ତ୍ତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?