ଆରମ୍ଭରୁ ଧୋକା ଦେଲା ମୌସୁମୀ

ଯାଜପୁର,୨୫ା୬(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ଚାଷୀମାନଙ୍କୁ ଆରମ୍ଭରୁ ଧୋକା ଦେଇଛି ମୌସୁମୀ। ଜିଲାରେ ଜୁନ ମାସରେ ସ୍ବାଭାବିକ ବୃଷ୍ଟିପାତ ୨୩୨.୯ ମିମି ନିଦ୍ଧର୍ର୍ାରିତ ହୋଇଛି। ହେଲେ ଚଳିତ ମାସ ୨୪ ତାରିଖ ସୁଦ୍ଧା ଏହାର ୫୫ ପ୍ରତିଶତ କମ୍‌ ଅର୍ଥାତ ହାରାହାରି ୧୦୬.୭୧ ମିମି ବର୍ଷା ହୋଇଛି।

ରସୁଲପୁର ବ୍ଲକରେ ସର୍ବନିମ୍ନ ୪୧ ମିମି ଓ କ୍ରୋମାଇଟ ଖଣିରେ ଭରପୂର ସୁକିନ୍ଦା ବ୍ଲକରେ ୫୩ ମିମି ବର୍ଷା ରେକର୍ଡ କରାଯାଇଛି। ଖଣି ଖନନ ପାଇଁ ଜଙ୍ଗଲ ଜମିକୁ ପରିବର୍ତ୍ତନ କରାଯାଇ ବ୍ୟାପକ ଗଛ କଟା ହେବା ସାଙ୍ଗକୁ ଶିଳ୍ପ ପ୍ରଦୂଷଣ ଅସ୍ବାଭାବିକ ବର୍ଷାର ମୁଖ୍ୟ କାରଣ ହୋଇଥିବାବେଳେ ଚାଷୀକୁଳ ହତାଶ ହୋଇପଡ଼ୁଛନ୍ତି।

ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ଆକଳନ କରାଗଲା ଯେ, ଏଥର ସ୍ବାଭାବିକ ବର୍ଷା ହେବ। ତଦନୁଯାୟୀ ଶସ୍ୟ ଉତ୍ପାଦନ ବଢ଼ିବା ଆଶା କରିଛନ୍ତି ଚାଷୀକୁଳ। କିନ୍ତୁ ବର୍ଷାଦିନ ଆରମ୍ଭ ତଥା ଜୁନ୍‌ରେ ଯାଜପୁର ଜିଲାରେ ଅନିୟମିତ ବୃଷ୍ଟିପାତ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ପ୍ରାୟ ପ୍ରତିବର୍ଷ ବାତ୍ୟା ଓ ଲଘୁଚାପଜନିତ ଲଗାଣ ବର୍ଷାରେ ଜିଲାର ଶତାଧିକ ହେକ୍ଟର ଚାଷ ଜମିରେ ପଟୁ ଓ ବାଲି ପୋତି ହୋଇଯାଉଛି। ଏଥିଯୋଗୁ ଜମିର ଉର୍ବରତା ନଷ୍ଟ ହୋଇଯାଉଛି। ଏହାସତ୍ତ୍ୱେ ଚାଷୀ ଜମିରୁ ବାଲି, ମାଟି ବାହାର କରି ଜୁନ୍‌ରେ ଚାଷ କରିବାକୁ ଆଗେଇ ଆସୁଛନ୍ତି। କିନ୍ତୁ କମ୍‌ ବର୍ଷା ଏବଂ ଭୀଷଣ ଖରା ହେବା ଯୋଗୁ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ୧,୪୩,୬୪୫ ହେକ୍ଟର ଚାଷ ଜମି ମଧ୍ୟରୁ ଚଳିତ ଖରିଫ ଋତୁରେ ପ୍ରାୟ ୧ ଲକ୍ଷ ୧୦ ହଜାର ହେକ୍ଟର ଜମିରେ ଧାନଚାଷ କରିବାକୁ ଧାର୍ଯ୍ୟ ହୋଇଛି। କିନ୍ତୁ ଏବେ ସ୍ବାଭାବିକ ବର୍ଷା ନ ହେବା ଚାଷ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି। ଅଣଜଳସେଚିତ ଅଞ୍ଚଳରେ ତଳି ପକାଇବାରେ ଚାଷୀ ଅନୁକୂଳ ପାଗ ଏଯାବତ ପାଇ ପାରିନାହାନ୍ତି। ଓଡ଼ିଶାକୁ ମୌସୁମୀ ଛୁଇଁଥିବା ଜାଣି ଚାଷୀ ବୁଣାବୁଣି ଆରମ୍ଭ କରି ଦେଇଥିଲେ। ପରେ ଟାଣ ଖରା ଯୋଗୁ ଅଧିକାଂଶ ଜମିରେ ଗଜା ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି।
କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ବୃହତ୍‌ ଶିଳ୍ପ କାରଖାନାଗୁଡିକର ଜଳ ଓ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁନାହିଁ। ଫଳରେ ପରିବେଶ ବିଗିଡ଼ି ଯାଉଛି। ଖଣି ଅଞ୍ଚଳରେ ଅବାଧ ବୃକ୍ଷଛେଦନ ଜଳବାୟୁ ପରିବର୍ତ୍ତନରେ ଅନ୍ୟତମ ପ୍ରମୁଖ କାରଣ ହୋଇଛି। ଏହି ୧୦ ବର୍ଷ ମଧ୍ୟରେ ବିଭିନ୍ନ ଖଣି କମ୍ପାନୀ ପକ୍ଷରୁ କ୍ରୋମାଇଟ ଖନନ ପାଇଁ ଶତାଧିକ ହେକ୍ଟର ଜମିକୁ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ କରାଯାଇଛି। କିନ୍ତୁ ସେହି ଅନୁପାତରେ ଚାରାରୋପଣ ହୋଇପାରିନାହିଁ।
ଜୁନ ୨୪ ସୁଦ୍ଧା ଜିଲାର ବଡଚଣା ବ୍ଲକରେ ୧୪୯ ମିମି, ବରୀରେ ୧୬୯, ବିଞ୍ଝାରପୁରରେ ୧୩୧, ଦାନଗଦିରେ ୧୧୮, ଦଶରଥପୁରରେ ୧୪୦, ଧର୍ମଶାଳାରେ ୮୨, ଯାଜପୁରରେ ୭୫ି, କୋରେଇରେ ୧୦୮ି, ରସୁଲପୁରରେ ୪୧ ଓ ସୁକିନ୍ଦାରେ ୫୩ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। ଏଥିରୁ ଖଣି ଓ ଶିଳ୍ପାଞ୍ଚଳ ତଥା ଏହାର ପଡୋଶୀ ବ୍ଲକ ଅଞ୍ଚଳରେ ସ୍ବାଭାବିକ ବର୍ଷା ହୋଇ ନ ଥିବା ସ୍ପଷ୍ଟ ହେଉଛି। ଅନ୍ୟପକ୍ଷେ ଜିଲାରେ ନଦୀନାଳ ଭରି ରହିଥିଲେ ମଧ୍ୟ ସେହି ଅନୁପାତରେ ଜଳସେଚନ ବ୍ୟବସ୍ଥା ନାହିଁ ା ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ମେଗା ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ସେଥିରୁ ମଧ୍ୟ ଆବଶ୍ୟକ ଜଳସେଚନ ହୋଇପାରିନାହିଁ। ରେଙ୍ଗାଲି ଜଳସେଚନ ପ୍ରକଳ୍ପର ବାମ କେନାଲ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ବିପଦବେଳେ କେନାଲ, କ୍ଷୁଦ୍ରଜଳସେଚନ ପ୍ରକଳ୍ପ, ବୋରୱେଲ ଆଦି କାମକୁ ଲାଗୁନାହିଁ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

ଖୁବ ଖୁସି ଅଛନ୍ତି ଅଧିନାୟକ ଶ୍ରେୟସ ଆୟର, ହେଲେ ଏହା ପଛର କାରଣ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ,୧୨।୧୦: ରବିବାର ଭାରତ ୱେଷ୍ଟଇଣ୍ଡିଜକୁ ୧୪ ରନରେ ପରାସ୍ତ କରି ସିରିଜରେ ୨-୧ରେ ଅଗ୍ରଣୀ ହାସଲ କରିଛି। ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଅନ୍ୟ ଖେଳାଳିଙ୍କ ଉପଯୋଗୀ…

ଏହି ଖେଳାଳିଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ଅଭିଷେକ ଶର୍ମା,ସମସ୍ତେ କରୁଛନ୍ତି ଖୁବ ପ୍ରଶଂସା

ନୂଆଦିଲ୍ଲୀ,୧୨।୧୦: ଇନ୍ଦୋରରେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମା ୫ଟି ଛକା ଓ ୬ଟି ଚୌକା ସହାୟତାରେ ୬୯ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ୨୩୦ର…

ଭୁବନେଶ୍ବରରେ ଚାଞ୍ଚଲ୍ୟ! ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍‌ଦାର ଗିରଫ, ଅଭିଯୋଗ ଚାପିଥିଲା ବଡ଼ଗଡ଼ ପୋଲିସ

ଭୁବନେଶ୍ୱର,୧୨ା୧୦(ତ୍ରିନାଥ ମହାନ୍ତି): ମହିଳାଙ୍କୁ ସୁରକ୍ଷା ବଦଳରେ ଇଜ୍ଜତ ଲୁଟୁଛି ପୋଲିସ। ଖୋଦ୍‌ ଜଣେ ରାଜନେତ୍ରୀଙ୍କୁ ୬ ମାସ ହେବ ଯୌନ ନିର୍ଯାତନା ଦେଉଥିଲେ ପୋଲିସ କର୍ମଚାରୀ। ରାତି…

କେସିଙ୍ଗା ଛାତ୍ର ସଂସଦ ନିର୍ବାଚନ, ବିଜେଡି ପ୍ରାର୍ଥୀ ଅନୁଭବଙ୍କ ନାମାଙ୍କନ କାୟମ

କେସିଙ୍ଗା,୧୨ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ବିଜେଡି ସମର୍ଥିତ ଛାତ୍ର ନେତା ଅନୁଭବ ପଟ୍ଟନାୟକ ସଭାପତି ପଦ ପାଇଁ ନାମାଙ୍କନ କାୟମ୍ କଲେ ମହାବିଦ୍ୟାଳୟର ନିର୍ବାଚନ…

କମୁଛି କେନ୍ଦ୍ରୀୟ ସହାୟତା, ପୌରାଞ୍ଚଳକୁ ଟଙ୍କାଟିଏ ମିଳିନି

ଭୁବନେଶ୍ୱର,୧୨ା୧୦(ରବିନାରାୟଣ ଜେନା): କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା(ସିଏସ୍‌ଏସ୍‌), ଷୋଡ଼ଶ ଅର୍ଥ ଆୟୋଗଙ୍କ ସୁପାରିସ ଓ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର ସହାୟତା ଯୋଜନା(ଏସ୍‌ଏଏସ୍‌ସିଆଇ)ଭଳି ବିଭିନ୍ନ ପ୍ରକାରରେ ଆର୍ଥିକ…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?