ଅବ୍ୟବସ୍ଥା ଘେରରେ ପ୍ରଭୁ ଗୋରେଖନାଥ ପୀଠ

ରଘୁନାଥପୁର,୨୫ା୬(ରାଜେନ୍ଦ୍ର ନାରାୟଣ ସିଂହ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତିକ୍ଷେତ୍ର ପ୍ରଭୁ ଗୋରେଖନାଥ ପୀଠର ମହିମା ସୁଦୂର ପ୍ରସାରୀ। ଦୈନନ୍ଦିନ ବହୁ ହଜାର ଭକ୍ତ ପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି। ମାତ୍ର ଏଠାରେ ଅନେକ ଅବ୍ୟବସ୍ଥା ଥିବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମନ୍ଦିର ସମ୍ମୁଖ ମୁଖଶାଳାରେ ଫାଟ ସୃଷ୍ଟିହେବାରୁ ବର୍ଷାପାଣି ଉକ୍ତ ଫାଟ ଦେଇ ତଳେ ଲହଡ଼ି ମାରୁଛି। ଫଳରେ ପ୍ରଭୁଙ୍କ ସେବାନୀତି କରିବାରେ ସମସ୍ୟା ହେଉଛି।

ଉଦ୍‌ବୃତ ବର୍ଷାଜଳ ନିଷ୍କାସନ ପାଇଁ ପୀଠ ପରିସରରେ ସ୍ବତନ୍ତ୍ର ଡ୍ରେନେଜ୍‌ ବ୍ୟବସ୍ଥା ନ ଥିବାରୁ ଚଟାଣରେ ପାଣି ଜମିରହୁଛି। ଏଥିଯୋଗୁ ଯାତ୍ରୀମାନଙ୍କୁ ପାଣି ଭିତରେ ପଶି ଯିବାକୁ ପଡ଼ୁଛି। ସେହିପରି ପୀଠ ମଧ୍ୟରେ ଥିବା ପୋଖରୀଟି ଆବର୍ଜନାମୟ ହୋଇପଡ଼ିଛି। ଦୁର୍ଗନ୍ଧରେ ନାକ ଫାଟିପଡୁଛି। ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗତ ତିନିବର୍ଷ ତଳୁ ପୀଠ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ତାହା ଆରମ୍ଭ ନ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୯ ମାସ ତଳୁ ୫-ଟି ଅନୁଦାନରେ ପ୍ରଭୁଙ୍କ ଭୋଗ, ଦୀପ ଓ ଅନ୍ୟାନ୍ୟ ଦୋକାନ ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ୯୦ ପ୍ରତିଶତ କାର୍ଯ୍ୟ ହୋଇଛି। ମାତ୍ର ବାକିଥିବା ଭୋଗ ପ୍ରସ୍ତୁତ ଗୃହ ଓ ଟାଇଲବିଛା ଭଳି କିଛି କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି।

ପୀଠରେ ଦୋକାନଗୃହ ନିଲାମ ନେଇଥିବା ବ୍ୟକ୍ତିମାନେ ନୂତନ ଗୃହକୁ ଆସିପାରୁନାହାନ୍ତି। ଆଗକୁ ଶ୍ରାବଣ ଜଳାଭିଷେକ ନିମନ୍ତେ ଲକ୍ଷାଧିକ ମାନସିକଧାରୀଙ୍କ ସମାଗମ ହେବ। ଯଦି ଉପଯୁକ୍ତ ସମୟ ମଧ୍ୟରେ ନିଲାମଧାରୀଙ୍କୁ ଦୋକାନଗୃହ ଦିଆ ନ ଯାଏ ତା’ହାଲେ ବେପାରରେ ନିଶ୍ଚିତ କ୍ଷତି ହେବ ବୋଲି ନିଲାମଧାରୀମାନେ କହିଛନ୍ତି। ଅନ୍ୟପକ୍ଷେ ନିର୍ମାଣ କାର୍ଯ୍ୟ ପାଇଁ ପୀଠ ପରିସରରେ ଗୋଡ଼ି, ବାଲି ଓ ଟାଇଲ ଇତ୍ୟାଦି ଗଦାହୋଇ ରହିଛି। ଏହା ପୀଠକୁ ଆସୁଥିବା ଯାତ୍ରୀଙ୍କ ଯାତାଯାତରେ ସମସ୍ୟା ସୃଷ୍ଟି କରୁଛି। ସେହିପରି ଅହରହ ଜଳୁଥିବା ଧୁନିକୁଣ୍ଡ ଭାଙ୍ଗିରୁଜି ଯାଇଥିବାବେଳେ ଏହାର ମରାମତି ହେଉନାହିଁ। ମନ୍ଦିର ପଛପାର୍ଶ୍ୱ ପାଦୁକା କୁଣ୍ଡରୁ ଦୁର୍ଗନ୍ଧ ବାହାରୁଛି। କୁଣ୍ଡରୁ ପାଣି ନିଷ୍କାସନ ହୋଇପାରୁ ନ ଥିବାରୁ ଏଥିରେ ଫୁଲପତ୍ର ପଚି ଉତ୍କଟ ଗନ୍ଧ ହେଉଛି। ଉକ୍ତ କୁଣ୍ଡଟି ସ୍ବତନ୍ତ୍ର ଭାବେ ନିର୍ମାଣ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥିଲା। ଅଦ୍ୟାବଧି ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ସେହିପରି ପୀଠରେ ମୁଗୁନି ପଥରରେ ନିର୍ମିତ ଗଣେଶ ମୂର୍ତ୍ତି ଗତ ୭ ବର୍ଷ ତଳୁ ପୀଠ ପରିସରରେ ଗୁଡ଼ାହୋଇ ରହିଛି। ଏହାକୁ ସ୍ଥାପନ ପାଇଁ କାହାର ଆନ୍ତରିକତା ପ୍ରକାଶ ପାଉ ନ ଥିବାରୁ ଭକ୍ତଙ୍କ ମନରେ ନୈରାଶ୍ୟଭାବ ସୃଷ୍ଟି କରିଛି।

ସେହିଭଳି ପ୍ରବେଶ ପଥ କେରେକେରା ଛକରୁ ପ୍ରଭୁଙ୍କ ପୀଠକୁ ପଡ଼ିଥିବା ରାସ୍ତାକୁ ବିଭିନ୍ନ ସ୍ଥାନରେ ସଙ୍କୁଚିତ କରିଦିଆଯାଇଛି। ଏହାଦ୍ୱାରା ପର୍ବପର୍ବାଣି ସମୟରେ ଟ୍ରାଫିକ ଜାମ୍‌ ଭଳି ସ୍ଥିତି ସୃଷ୍ଟି ହେଉଛି। ଲୋକେ ଘଣ୍ଟା ଘଣ୍ଟା ଧରି ଭିଡ଼ରେ ଫସି ରହୁଛନ୍ତି। ଉକ୍ତ ରାସ୍ତାକୁ ଉନ୍ମୁକ୍ତ କରିବା ପାଇଁ ଅନେକଥର ଅଞ୍ଚଳବାସୀଙ୍କ ପକ୍ଷରୁ ତହସିଲ ପ୍ରଶାସନକୁ ଅନୁରୋଧ କରାଯାଇଛି, ହେଲେ କୌଣସି ସୁଫଳ ମିଳି ନ ଥିବା ଗ୍ରାମବାସୀ କହିଛନ୍ତି। ବହୁବିଧ ସମସ୍ୟା ଉପରେ ଦୃଷ୍ଟିଦେଇ ଏହାର ସମାଧାନ କରିବା ପାଇଁ ଭକ୍ତ, ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ପକ୍ଷରୁ ଜିଲାପାଳ, ଦେବୋତ୍ତର ଆୟୁକ୍ତ, ଆଇନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ବଡ଼ ଖୁଲାସା କଲେ ପୂର୍ବତନ କ୍ରିକେଟର, ବିରାଟଙ୍କ ଟେଷ୍ଟ ସନ୍ନ୍ୟାସ ପଛରେ ଥିଲା ଏହି ବ୍ୟକ୍ତିଙ୍କ ହାତ

ନୂଆଦିଲ୍ଲୀ,୧୨।୧୦: ଭାରତୀୟ କ୍ରିକେଟ୍‌ର ଦୁଇ ଅଭିଜ୍ଞ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା ଏବେ ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ରହିଛି…

ଆଖିରୁ ଝରାଇଲାଣି ଲୁହ, କେବେ କମିବ ପିଆଜ ଦର? ଆସିଲା ବଡ଼ ଅପଡେଟ

ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ…

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?