Posted inଖେଳ

ଧଓ୍ବନ୍‌ଙ୍କୁ ଷ୍ଟମ୍ପ ଆଉଟ୍‌ କରିପାରିଲେ ନାହିଁ ଅଷ୍ଟ୍ରେଲିଆ ଅଧିନାୟକ: କହିଲେ ‘ମୁଁ ଧୋନୀ ନୁହେଁ’

ନୂଆଦିଲ୍ଲୀ,୭।୧୨: ଅଷ୍ଟ୍ରେଲିଆ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜକୁ ଭାରତ ୨-୦ ବ୍ୟବଧାନରେ ଆଗୁଆ ଜିତିନେଇଛି। ରବିବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଅନେକ ଖେଳାଳି ନିଜର ପ୍ରତିଭା ଦେଖାଇଥିଲେ। ହେଲେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚଙ୍କ ଅନୁପସ୍ଥିତିରେ ଏଭଳି ଏକ ଘଟଣା ଘଟିଥିଲା, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଫିଞ୍ଚଙ୍କ ସ୍ଥାନରେ ଦଳର ନେତୃତ୍ୱ ସମ୍ଭାଳିଥିବା ମାଥ୍ୟୁ ଓ୍ବେଡ୍‌ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମନେ ପକାଇଥିଲେ। ମ୍ୟାଚ୍‌ ଚାଲିଥିବା ସମୟରେ ସେ ମାହିଙ୍କ ନାଁ ନେଇଥିଲେ। ଏହା ଶୁଣି ଶିଖର ଧଓ୍ବନ ଏବଂ ଘୋଷକମାନେ ହସିବାକୁ ଲାଗିଥିଲେ।

ଘଟଣାଟି ଏଭଳି। ଭାରତୀୟ ପାଳିର ୯ମ ଓଭରରେ ବୋଲିଂ କରିବାକୁ ଅଷ୍ଟ୍ରେଲିଆ ସ୍ପିନର ମାଇକେଲ ସ୍ପିପ୍‌ସନ ଆସିଥିଲେ। ସେ ଏକ ଓ୍ବାଇଡ୍‌ ବଲ୍‌ ପକାଇଥିଲେ। ଧଓ୍ବନ ଏହାକୁ ଖେଳିବାକୁ ଚାହୁଁଥିଲେ ହେଲେ ପାରି ନ ଥିଲେ। ସେହି ସମୟରେ ଉଇକେଟ କିପର ଥିବା ମାଥ୍ୟୁ ବଲ୍‌କୁ ଧରି ଷ୍ଟମ୍ପ୍‌ରେ ଲଗାଇଥିଲେ। ଏହି ନିଷ୍ପତ୍ତି ତୃତୀୟ ଅମ୍ପାୟାରଙ୍କ ପାଖକୁ ଯାଇଥିଲା। ଶେଷରେ ଧଓ୍ବନ୍‌ ଅଳ୍ପକେ ବର୍ତ୍ତିଥିବା ଜଣାପଡ଼ିଥିଲା। ତେବେ ଠିକ୍‌ ଏହି ଭାବେ ଧୋନୀ ୨୦୧୬ ଟି୨୦ ବିଶ୍ୱକପ୍‌ରେ ବାଂଲାଦେଶର ଶବ୍ବିର ଅହମ୍ମଦଙ୍କୁ ଷ୍ଟମ୍ପ ଆଉଟ କରିଥିଲେ। ହେଲେ ଓ୍ବେଡ୍‌ ସେଭଳି ଚମତ୍କାର କରିପାରି ନ ଥିଲେ। ଥାର୍ଡ ଅମ୍ପାୟାର ନିର୍ଣ୍ଣୟ ଶୁଣାଇବା ମାତ୍ରେ ତାଙ୍କ ମୁହଁରୁ ଧୋନୀଙ୍କ ନାଁ ବାହାରିଥିଲା। ସେ କହିଥିଲେ, ମୁଁ ଧୋନୀ ନୁହେଁ। ଧୋନୀଙ୍କ ଭଳି ଦ୍ରୁତ ନୁହେଁ। ଏହା ପରେ ସେ ଓ ଧଓ୍ବନ୍‌ ହସିବାକୁ ଲାଗିଥିଲେ। ସେମାନଙ୍କୁ ଦେଖି ଘୋଷକ ମଧ୍ୟ ହସିଥିଲେ। ଏବେ ଘଟଣା ସମ୍ପର୍କିତ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

୧୬.୨ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ହାତଲେଖା ପାଣ୍ଡୁଲିପି

ନୂଆଦିଲ୍ଲୀ,୨୧।୮(ପି.ଟି.): ସାଫ୍ରୋନ୍‌ଆର୍ଟ ନିଲାମୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଲାମୀରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲିଖିତ ୬୮୮ଟି ଆତ୍ମଚିନ୍ତନ ଓ ବିଚାର ସମ୍ପର୍କିତ ପାଣ୍ଡୁଲିପି ୧୬ କୋଟି…

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri