Posted inଫୁରସତ

ଗର୍ଲଫ୍ରେଣ୍ଡଙ୍କୁ ପରିବାର ସହ ଭେଟ କରିବାକୁ ରାଜି ନ ଥିଲେ ବୟଫ୍ରେଣ୍ଡ୍‌, ଆଉ ତା’ପରେ

ଆମେରିକାର କାର୍ର୍ଲିଫର୍ନିଆ ସହରରେ ଏକ ଅଜବ ଘଟଣା ଘଟିଛି। ଗର୍ଲଫ୍ରେଣ୍ଡ ଅଧିକ ମୋଟା ହୋଇଥିବାରୁ ବୟଫ୍ରେଣ୍ଡ ତାଙ୍କ ହାତ ଛାଡି ଦେଇଥିଲେ। ଏହା ଜାଣିବା ପରେ ଗର୍ଲଫ୍ରେଣ୍ଡ ପ୍ରତିଶୋଧ ନେବା ଲକ୍ଷ୍ୟରେ ୯୦ କେଜି ଓଜନ କମାଇଛନ୍ତି। କାର୍ଲିଫର୍ନିଆ ସହରରେ ରହୁଥିବା ସମାନ୍ଥା ରାଲି ଜଣେ ଯୁବକଙ୍କୁ ୨ ବର୍ଷ ଧରି ପ୍ରେମ କରୁଥିଲେ। କିନ୍ତୁ ଯୁବକ ଜଣଙ୍କ ସମାନ୍ଥାଙ୍କ ମୋଟାପଣ ଦେଖି ପରିବାର ଲୋକଙ୍କ ସହ ତାଙ୍କର ଭେଟ କରାଇ ଦେଉ ନ ଥିଲେ। କିଛି ଦିନ ପରେ ସେ ସମାନ୍ଥାଙ୍କୁ ଛାଡି ପଳାଇଥିଲେ। ଏହା ଜାଣିବା ପରେ ଭାଙ୍ଗି ପଡିଥିଲେ ସମାନ୍ଥା। କିଛି ଦିନ ଚିନ୍ତାରେ ରହିବା ପରେ ସେ ନିଜ ସଜନ କମାଇବା ପାଇଁ ଚେଷ୍ଟା କଲେ। ଏଥିରେ ସେ ସଫଳ ମଧ୍ୟ ରହିଲେ। ସମାନ୍ଥାଙ୍କ ବୟସ ୩୦ ବର୍ଷ। ବୟଫ୍ରେଣ୍ଡ ହାତ ଛାଡିବାବେଳେ ତାଙ୍କ ଓଜନ ୧୬୫ କେଜି ଥିଲା। ଏବେ ତାଙ୍କ ଓଜନ ୭୫ କେଜି ରହିଛି। ଏହା ଭିତରେ ସେ ୯୦ କେଜି ଓଜନ କମାଇ ସାରିଲେଣି। ଏଥିପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଛି। ଡାଏଟିଂ କରିବା ସହ ପାରମ୍ପରିକ ପଦ୍ଧତି ଆପଣାଇ ସେ ଓଜନ କମାଇଛନ୍ତି। ଓଜନ କମାଇବା ପରେ ସେ ନିଜକୁ ଦୃଢ ମନେ କରୁଛନ୍ତି। ଶରୀରକୁ ଫିଟ୍‌ ରଖିବା ନିହାତି ଆବଶ୍ୟକ। ଆଗକୁ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେବି ବୋଲି ସମାନ୍ଥା କହିଛନ୍ତି। ମୋଟା ଯୋଗୁ ଅତୀତରେ କେବଳ ଗୋଟିଏ ନୁହେଁ, ଅନେକ ବୟଫ୍ରେଣ୍ଡ୍‌ଙ୍କୁ ହାତଛଡା କରିଚନ୍ତି ଆଗକୁ ଆଉ ନୁହେଁ ବୋଲି ସେ ବିଶ୍ୱାସର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri