Posted inଫୁରସତ

ଗର୍ଲଫ୍ରେଣ୍ଡଙ୍କୁ ପରିବାର ସହ ଭେଟ କରିବାକୁ ରାଜି ନ ଥିଲେ ବୟଫ୍ରେଣ୍ଡ୍‌, ଆଉ ତା’ପରେ

ଆମେରିକାର କାର୍ର୍ଲିଫର୍ନିଆ ସହରରେ ଏକ ଅଜବ ଘଟଣା ଘଟିଛି। ଗର୍ଲଫ୍ରେଣ୍ଡ ଅଧିକ ମୋଟା ହୋଇଥିବାରୁ ବୟଫ୍ରେଣ୍ଡ ତାଙ୍କ ହାତ ଛାଡି ଦେଇଥିଲେ। ଏହା ଜାଣିବା ପରେ ଗର୍ଲଫ୍ରେଣ୍ଡ ପ୍ରତିଶୋଧ ନେବା ଲକ୍ଷ୍ୟରେ ୯୦ କେଜି ଓଜନ କମାଇଛନ୍ତି। କାର୍ଲିଫର୍ନିଆ ସହରରେ ରହୁଥିବା ସମାନ୍ଥା ରାଲି ଜଣେ ଯୁବକଙ୍କୁ ୨ ବର୍ଷ ଧରି ପ୍ରେମ କରୁଥିଲେ। କିନ୍ତୁ ଯୁବକ ଜଣଙ୍କ ସମାନ୍ଥାଙ୍କ ମୋଟାପଣ ଦେଖି ପରିବାର ଲୋକଙ୍କ ସହ ତାଙ୍କର ଭେଟ କରାଇ ଦେଉ ନ ଥିଲେ। କିଛି ଦିନ ପରେ ସେ ସମାନ୍ଥାଙ୍କୁ ଛାଡି ପଳାଇଥିଲେ। ଏହା ଜାଣିବା ପରେ ଭାଙ୍ଗି ପଡିଥିଲେ ସମାନ୍ଥା। କିଛି ଦିନ ଚିନ୍ତାରେ ରହିବା ପରେ ସେ ନିଜ ସଜନ କମାଇବା ପାଇଁ ଚେଷ୍ଟା କଲେ। ଏଥିରେ ସେ ସଫଳ ମଧ୍ୟ ରହିଲେ। ସମାନ୍ଥାଙ୍କ ବୟସ ୩୦ ବର୍ଷ। ବୟଫ୍ରେଣ୍ଡ ହାତ ଛାଡିବାବେଳେ ତାଙ୍କ ଓଜନ ୧୬୫ କେଜି ଥିଲା। ଏବେ ତାଙ୍କ ଓଜନ ୭୫ କେଜି ରହିଛି। ଏହା ଭିତରେ ସେ ୯୦ କେଜି ଓଜନ କମାଇ ସାରିଲେଣି। ଏଥିପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡିଛି। ଡାଏଟିଂ କରିବା ସହ ପାରମ୍ପରିକ ପଦ୍ଧତି ଆପଣାଇ ସେ ଓଜନ କମାଇଛନ୍ତି। ଓଜନ କମାଇବା ପରେ ସେ ନିଜକୁ ଦୃଢ ମନେ କରୁଛନ୍ତି। ଶରୀରକୁ ଫିଟ୍‌ ରଖିବା ନିହାତି ଆବଶ୍ୟକ। ଆଗକୁ ନିଜ ଫିଟ୍‌ନେସ୍‌ ଉପରେ ଧ୍ୟାନ ଦେବି ବୋଲି ସମାନ୍ଥା କହିଛନ୍ତି। ମୋଟା ଯୋଗୁ ଅତୀତରେ କେବଳ ଗୋଟିଏ ନୁହେଁ, ଅନେକ ବୟଫ୍ରେଣ୍ଡ୍‌ଙ୍କୁ ହାତଛଡା କରିଚନ୍ତି ଆଗକୁ ଆଉ ନୁହେଁ ବୋଲି ସେ ବିଶ୍ୱାସର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?