Posted inUncategorized

ଆଜି ମାଟ୍ରିକ୍‌ ରେଜଲ୍ଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ଅପରାହ୍ନ ସାଢ଼େ ୧୧ଟାରୁ ବୋର୍ଡର ୨ଟି ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଏହି ୱେବ୍‌ସାଇଟ୍‌ ହେଲା www.bseodisha.ac.in ଏବଂ www.bseodisha.nic.in। ଏଥିସହ ୫୬୭୬୭୫୦ରେ ଏସ୍‌ଏମ୍‌ଏସ୍‌ କରିଲେ ମଧ୍ୟ ରେଜଲ୍ଟ ମିଳିପାରିବ। ଏହି ପରୀକ୍ଷା ଫଳ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଜିଜ୍ଞାସା ପୂର୍ତ୍ତି ପାଇଁ କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଫଳ ପ୍ରକାଶନଠାରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ (ସକାଳ ୧୧ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ) ଏହି କଣ୍ଟ୍ରୋଲ ରୁମ୍‌ ଖୋଲା ରହିବ। ୦୬୭୧-୨୪୧୨୦୫୯ ଏବଂ ୦୬୭୧-୨୪୧୨୦୬୦ ଟେଲିଫୋନ ନମ୍ବରରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉକ୍ତ ସମୟ ମଧ୍ୟରେ ଯୋଗାଯୋଗ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ନିଜର ନାମ ପରିବର୍ତ୍ତନ କରନ୍ତୁ ପ୍ରିୟଙ୍କା: ନିରଞ୍ଜନ ଜ୍ୟୋତି

ନୂଆଦିଲ୍ଲୀ,୩୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦେଇଥିବା ମନ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ସ୍ବାଧୀ ନିରଞ୍ଜନ ଜ୍ୟୋତି କଡ଼ା...

ଜଙ୍ଗଲ ଛାଡି ସହରରେ ବୁଲୁଛି ଭାଲୁ

ନବରଙ୍ଗପୁର,୨୭।୭(ବି.ପ୍ର.)-ସନ୍ଧ୍ୟାହେଲେ ଜମାଲ କଲୋନୀରେ ଦାଣ୍ଡ କବାଟ ଓ ଘରର ମୁଖ୍ୟ ଫାଟକ ବନ୍ଦ ରହୁଛି। ଜନସାଧାରଣ ଭୟଭୀତ ହୋଇ ରହୁଛନ୍ତି। ଜଙ୍ଗଲ ଛାଡି ଏବେ ଦୁଇଟି...

ଟ୍ରମ୍ପ୍‌ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ

ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ...

ଶିକ୍ଷକ ନିଯୁକ୍ତିକୁ ବିରୋଧ: ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ଭବାନୀପାଟଣା,୨୩।୬(ଡି.ଏନ୍‌.ଏ.): ଶିକ୍ଷକ ନିଯୁକ୍ତିକୁ ବିରୋଧ କରି ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ଉନ୍ନୀତ ସ୍କୁଲରେ ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,...

ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ କରୁଥିଲେ ବ୍ଲାକ୍‌ମେଲିଂ, ଅଭିଯୁକ୍ତଙ୍କୁ ଗିରଫ କଲା ସୋହେଲା ପୋଲିସ

ବରଗଡ଼ ଅଫିସ,୧୯।୯- ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାମରେ ବ୍ଲାକମେଲିଂ କରି ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ...

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ଆଦର୍ଶ ଶିକ୍ଷକ ଲଳିତ ନାରାୟଣ ମହାପାତ୍ର

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗାଁରେ ମୋ ଜନ୍ମ। ନନା ଶିକ୍ଷକତା କରୁଥିଲେ। ମୁଁ ଅଷ୍ଟମରେ ପଢିଲାବେଳେ ତାଙ୍କର ବିୟୋଗ ହେଲା। ନନାଙ୍କର...

ଭିଭିଆଇପିଙ୍କ ଯାତ୍ରା ପାଇଁ ଏୟାର ଇଣ୍ଡିଆର ୮୨୨ କୋଟି ବାକି

ନୂଆଦିଲ୍ଲୀ,୭-୨(ପି.ଟି.):ଦେଶର ଭିଭିଆଇପିମାନଙ୍କ ଉପରେ ଚାର୍ଟର ଫ୍ଲାଇଟ୍ସ ଭଡ଼ା ବାବଦକୁ ଏୟାର ଇଣ୍ଡିଆର ୮୨୨ କୋଟି ଟଙ୍କା ବାକି ଅଛି। ଆର୍ଥିକ ଅନଟନ ଦେଇ ଗତି କରୁଥିବା...


Coronavirus Update

Archives

Model This Week

Why Dharitri