Posted inଜାତୀୟ

ଆୟକର ବିଭାଗ ପକ୍ଷରୁ ନୋଟିସ ପାଇ ମୁଣ୍ଡରେ ହାତ ଦେଲେ ରିକ୍ସା ଚାଳକ

ମଥୁରା,୨୫।୧୦: ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର (ଆଇଟି) ବିଭାଗ ପକ୍ଷରୁ ନୋଟିସ ପଠାଯାଇଛି। ନୋଟିସରେ ତାଙ୍କୁ ୩ କୋଟିରୁ ଅଧିକ ଟଙ୍କା ପରିଶୋଧ କରିବାକୁ କୁହାଯାଯାଇଛି। ନୋଟିସ ମିଳିବା ପରେ ରିକ୍ସା ଚାଳକ ଜଣଙ୍କ ପୋଲିସର ସାହାରା ନେଇଛନ୍ତି।
ବକଲପୁର ଅମର କଲୋନୀ ନିବାସୀ ପ୍ରତାପ ସିଂ ଆଇଟି ବିଭାଗ ପକ୍ଷରୁ ନୋଟିସ ପାଇବା ପରେ ହାଇୱେ ପୋଲିସ ଷ୍ଟେଶନରେ ଅଭିଯୋଗ ଆଣିଥିଲେ। ଷ୍ଟେଶନ ହାଉସ କାର୍ଯ୍ୟାଳୟ ଅନୁଜ କୁମାର କହିଛନ୍ତି, ସିଂଙ୍କ ଅଭିଯୋଗ ଆଧାରରେ କୌଣସି ମାମଲା ରୁଜୁ ହୋଇନାହିଁ କିନ୍ତୁ ପୋଲିସ ଏହି ଘଟଣାର ତଦନ୍ତ କରିବ। ଏହି ସମୟରେ ସିଂ ସୋସିଆଲ ମିଡିଆରେ ଏକ ଭିଡିଓ କ୍ଲିପ ଅପଲୋଡ କରି ଘଟଣାର କ୍ରମ ବର୍ଣ୍ଣନା କରିଥିଲେ। ବ୍ୟାଙ୍କ ପକ୍ଷରୁ ତାଙ୍କୁ ପ୍ୟାନ କାର୍ଡ ଦାଖଲ କରିବାକୁ କୁହାଯାଇଥିଲା। ଫଳରେ ମାର୍ଚ୍ଚ ୧୫ରେ ସେ ବକଲପୁରର ଜନ ସୁବିଧା କେନ୍ଦ୍ରରେ ପ୍ୟାନ କାର୍ଡ ପାଇଁ ଆବେଦନ କରିଥିଲେ। ଜନ ସୁବିଧା କେନ୍ଦ୍ର ପକ୍ଷରୁ ମାସେ ଭିତରେ ପ୍ୟାନ୍‌ କାର୍ଡ ମିଳିଯିବ ବୋଲି ତାଙ୍କୁ କୁହାଯାଇଥିଲା। କିନ୍ତୁ ମାସେ ପରେ ଆସି ନ ଥିଲା। ପରେ ସେ ଜନ ସୁବିଧା କେନ୍ଦ୍ରକୁ ଯାଇ ପଚାରିଥିଲେ, ତାଙ୍କୁ ପ୍ୟାନ କାର୍ଡର କଲର ପ୍ରିଣ୍ଟ ତାଙ୍କୁ ଦିଆଯାଇଥିଲା। ପାଠ ପଢି ନ ଥିବାରୁ ଅସଲି ନକଲି ମଧ୍ୟ ପାର୍ଥକ୍ୟ ଜାଣି ପାରି ନ ଥିଲେ। ପ୍ରତାପଙ୍କୁ ଆୟକର ବିଭାଗ ପକ୍ଷରୁ ଫୋନ ଆସିବାରୁ ତାଙ୍କ ହୋଶ ଉଡିଯାଇଥିଲା। ଆଇଟି ବିଭାଗ ପ୍ରତାପଙ୍କୁ ୩,୪୭,୫୪,୮୯୬ ଟଙ୍କା ଦେବାକୁ କହିଥିଲେ। ପ୍ରତାପ କହିଛନ୍ତି ଯେ ତାଙ୍କୁ ଅଧିକାରୀମାନେ କହିଥିଲେ ଯେ ତାଙ୍କ ପ୍ୟାନ କାର୍ଡକୁ କେହି ହଡପ କରିଦେଇଛନ୍ତି।
ଆଇଟି ବିଭାଗ ପ୍ରତାପଙ୍କୁ ଏବଂ ତାଙ୍କ ନାମରେ ଏକ ଜିଏସ୍‌ଟି ନମ୍ବର କରି ଗୋଟିଏ ବର୍ଷରେ (୨୦୧୮-୨୦୧୯) ପ୍ରାୟ ୪୩.୪୪ କୋଟି ଟଙ୍କା କାରବାର କରିଛନ୍ତି। ଅଧିକାରୀମାନେ ପ୍ରତାପଙ୍କୁ ଏହି ମାମଲାରେ ମାମଲା ରୁଜୁ କରିବାକୁ ଏବଂ ଅପରାଧୀଙ୍କୁ ଜେଲ ପଠାଇବାକୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?