ସରକାରୀ ଅର୍ଥ ହରିଲୁଟ୍‌ ଅଭିଯୋଗ: ତଦନ୍ତ ଦାବିରେ ଆମରଣ ଅନଶନ

ବରୀ,୨୫ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅଧିନସ୍ଥ ଇଶାଣପୁର ପଞ୍ଚାୟତରେ ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ମନରେଗା ଯୋଜନା, ଚତୁର୍ଦ୍ଦଶ ଓ ଚତୁର୍ଥ ଅର୍ଥ କମିଶନ ଅନୁଦାନରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି। ଏହି ପଞ୍ଚାୟତକୁ ଆସିଥିବା ସରକାରୀ ଅନୁଦାନକୁ ସରପଞ୍ଚ, କାଯର୍ର୍‌ୟ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଓ ବ୍ଲକସ୍ତରୀୟ ପ୍ରଶାସନକୁ ପ୍ରଭାବିତ କରି ବେଆଇନ କାର୍ଯ୍ୟ କରିବା ସହିତ ବ୍ୟାପକ ଅର୍ଥ ହରିଲୁଟ୍‌ କରିବାର ଅଭିଯୋଗ ସ୍ଥାନୀୟ ଲୋକେ ଯାଜପୁର ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ବରୀ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳି ନ ଥିଲା। ଏହି ପଞ୍ଚାୟତକୁ ସରକାରୀ ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ଆସିଥିବା ଅନୁଦାନ ହଡ଼ପ ହେବା, ଏ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀମାନେ ଗୁରୁତ୍ୱ ନ ଦେବା ଘଟଣାକୁ ବିରୋଧ କରି ସୋମବାର ଇଶାଣପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ମନୋଜ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଆମରଣ ଅନଶନ କରିଥିବାର ଦେଖିବାକୁ ମିଳିଛି। ଘଟଣାକୁ ଗୁରୁତ୍ୱ ଦେଇ ବରୀ ତହସିଲଦାର ମାନସ ରଞ୍ଜନ ଭୋଇ, ଥାନାଧିକାରୀ ଅଜୟ କୁମାର ଜେନା ଓ ବ୍ଲକ ସ୍ତରୀୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନଶନରତ ଲୋକମାନଙ୍କୁ ବୁଝାଶୁଝା କରିବା ପରେ ବି ସେମାନେ ତଦନ୍ତ କରାଯିବାକୁ ପ୍ରଶାସନ ପକ୍ଷରୁ ଲିଖିତ ଭାବେ ପ୍ରତିଶ୍ରୁତି ଦିଆ ନ ଯିବା ପର୍ଯ୍ୟନ୍ତ ଅନଶନରୁ ଓହରିବୁ ନାହିଁ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲ ବୋଝେଇ ଟ୍ରକ ଜଳିଗଲା

ଭଞ୍ଜନଗର,୩।୧(ଡି.ଏନ.ଏ): ତାରସିଂ ନିକଟ ଜଙ୍ଗଲ ରାସ୍ତାରେ ମାଲ ବୋଝେଇ ଏକ ଟ୍ରକ ଗୁରୁବାର ଭୋରରେ ଶଟ୍‌ ସର୍କିଟ୍‌ ଯୋଗୁ ଜଳିଯାଇଛି। ଭଞ୍ଜନଗର- ଦଶପଲ୍ଲା ମୁଖ୍ୟ ରାସ୍ତାରେ...

ମତ୍ସ୍ୟଜୀବୀଙ୍କୁ ପେଟ ଚିନ୍ତା

ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ଓ ଲକ୍‌ ଡାଉନ ଘୋଷଣା ପରେ ଲୋକମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ହୋଇଛି। ଶ୍ରମିକ, ଦିନ ମଜୁରିଆଙ୍କଠାରୁ ଆରମ୍ଭ...

କକାଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ ପୁତୁରା ଗିରଫ

ରୂପ୍‌ସା, ୧୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ପଳାସିଆ ଗ୍ରାମର ଭାଗବତ ମହାପାତ୍ରଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ତାଙ୍କ ପୁତୁରା ଦୀନବନ୍ଧୁ ମହାପାତ୍ରଙ୍କୁ ମଙ୍ଗଳବାର ଗିରଫ କରିଛି।...

ଲୁଟ୍‌ ଜୀବନ ନେଲା

ନୟାଗଡ଼ ଅଫିସ,୨।୩:ସୁନାଚେନ ଲୁଟ୍‌ କରି ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଜଣେ ଯୁବକ। ଲୋକେ ଆଇନ ହାତକୁ ନେଲେ ତାଙ୍କୁ ନିର୍ଦ୍ଧୂମ ପିଟିଥିଲେ। ଏଥିରେ ତାଙ୍କର...

ମାଲବାହୀ ଟ୍ରେନ୍‌ର ୩ ବଗି ଲାଇନ୍‌ଚ୍ୟୁତ

କେନ୍ଦୁଝର,୬ା୬(ସ୍ବ.ପ୍ର.) କେନ୍ଦୁଝରଗଡ଼ ରେଳ ଷ୍ଟେଶନ ନିକଟରେ ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ଟ୍ରେନ୍‌ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଆଜି ଦିନ...

ଫଳ ବଜାରରେ ଲାଗିଲା ନିଆଁ

ବଲାଙ୍ଗୀର ଅଫିସ,୧୮ା୧୨: ବଲାଙ୍ଗୀର ଫଳ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାରିଆଡ଼େ ବ୍ୟାପି ଯାଇଥିଲା। ଫଳରେ...

ଭିତରକନିକାରେ ଡଲ୍‌ଫିନ ଗଣନା ଆରମ୍ଭ

ରାଜନଗର,୧୯।୧(ଡି.ଏନ୍‌.ଏ.): ଭିତରକନିକା ଜାତୀୟ ଉଦ୍ୟାନରେ ଦିନିକିଆ ଡଲ୍‌ଫିନ ଗଣନା ରବିବାର ସକାଳୁ ଆରମ୍ଭ ହୋଇଛି। ଉଦ୍ୟାନରେ ପ୍ରବାହିତ ହେଉଥିବା ନଦୀ, ନାଳ ବରୁଣେଇ, ଗହୀରମଥା, ସାତଭାୟା,...

୬୨ଲିଟର ଦେଶୀ ମଦ ଜବତ: ୫ ଗିରଫ

ମାଧପୁର,୨୪।୧(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଠାକୁରଗଡ଼ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୬୨ଲିଟର ଦେଶୀମଦ...

Advertisement
Archives

Model This Week