Posted inଖେଳ

କୋଚ ଭାବେ ଇତିହାସ ରଚିଲେ ମାଥ୍ୟୁ ମୋଟ

ମେଲବୋର୍ନ,୧୪।୧୧: ଅଷ୍ଟ୍ରେଲିଆର ମାଥ୍ୟୁ ମୋଟ ରବିବାର ଇତିହାସ ରଚିଛନ୍ତି। ସେ ଗୋଟିଏ ବର୍ଷରେ ଦୁଇଟି ବିଶ୍ୱକପ ଜିତିବାରେ ପ୍ରଥମ କୋଚ ହୋଇଛନ୍ତି। ତାଙ୍କ କୋଚିଂ ଅଧୀନରେ ଇଂଲଣ୍ଡ ଦଳ ମେଲବୋର୍ନରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା। ମୋଟ ଚଳିତ ବର୍ଷ ଏପ୍ରିଲରେ ଅଷ୍ଟ୍ରେଲିୟା ମହିଳା ଦଳକୁ ଦିନିକିଆରେ ବିଶ୍ୱ ଚାମ୍ପିଅନ କରିପାରିଥିଲେ। ଏହି ଟୁର୍ନାମେଣ୍ଟ ନ୍ୟୁଜିଲାଣ୍ଡରେ ଖେଳାଯାଇଥିଲା।
ପାକିସ୍ତାନ ବିପକ୍ଷରେ ଜିତିବା ପରେ ଇଂଲଣ୍ଡ ଦଳ ଦ୍ୱିତୀୟ ଥର ପାଇଁ ଟି-୨୦ ଚାମ୍ପିୟନ ହୋଇଥିଲା। ୨୦୧୦ରେ ଏହି ଟାଇଟଲ ଜିତିଥିଲା ଇଂଲଣ୍ଡ। ଇଂଲଣ୍ଡ ଅଷ୍ଟ୍ରେଲିଆର ମାଥ୍ୟୁ ମୋଟଙ୍କୁ ୬ ମାସ ପୂର୍ବରୁ ଦିନିକିଆ ଏବଂ ଟି-୨୦ କୋଚ ଭାବରେ ନିଯୁକ୍ତ କରିଥିଲା।
ମୋଟ କୋଚ ହେବାର କିଛି ଦିନ ପରେ, ୨୦୧୯ ବିଶ୍ୱକପ ବିଜେତା ଅଧିନାୟକ ଇଏନ ମୋର୍ଗାନ ଅବସର ଘୋଷଣା କରିଥିଲେ। ଟି-୨୦ ବିଶ୍ୱକପ ପାଇଁ ଦଳ ପ୍ରସ୍ତୁତ କରିବାର ଚ୍ୟାଲେଞ୍ଜ ଥିଲା ମୋଟ। ଏଥିପାଇଁ ତାଙ୍କୁ ମାତ୍ର ୬ ମାସ ସମୟ ଥିଲା। ଜୋସ ବଟଲର୍‌ ଦଳର ନୂତନ ଅଧିନାୟକ ହୋଇଥିଲେ। ମୋଟ ଏବଂ ବଟଲରଙ୍କ ଯୋଡି ଟି-୨୦ ବିଶ୍ୱକପରେ ବଡ଼ ଦଳକୁ ପରାସ୍ତ କରି ଟାଇଟଲ ଜିତିଥିଲେ।
ଅଷ୍ଟ୍ରେଲୀୟ ମହିଳା କ୍ରିକେଟ ଦଳ ସହିତ ସାତ ବର୍ଷ କୋଚ ଭାବରେ ରହିବା ପରେ ୪୮ ବର୍ଷିୟ ମୋଟ ଇଂଲଣ୍ଡ ଦଳରେ ଯୋଗ ଦେଇଥିଲେ।
ଅଷ୍ଟ୍ରେଲିଆ ମହିଳା ଦଳର ମୁଖ୍ୟ କୋଚଙ୍କ ଭାବରେ ମାଥ୍ୟୁ ମୋଟଙ୍କ ସଫଳତା:
୨୦୧୫: ଆଶେସ
୨୦୧୭-୧୮: ଆଶେସ
୨୦୧୮: ଟି-୨୦ ବିଶ୍ୱକପ
୨୦୧୯:ଆଶେସ
୨୦୨୦: ଟି-୨୦ ବିଶ୍ୱକପ
୨୦୨୧-୨୨:ଆଶେସ
୨୦୨୨: ଦିନିକିଆ ବିଶ୍ୱକପ୍‌
ଦିନିକିଆରେ କ୍ରମାଗତ ୨୬ ବିଜୟର ରେକର୍ଡ


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri