ଭାରତରେ ମାତୃ, ନବଜାତ ମୃତ୍ୟୁ ସର୍ବାଧିକ

କେପ୍‌ଟାଉନ, ୧୧ା୫ : ସାରା ବିଶ୍ୱରେ ମୋଟ ମାତୃ, ନବଜାତ ମୃତ୍ୟୁ ଏବଂ ମୃତ ଶିଶୁ ଜନ୍ମର ୬୦ ପ୍ରତିଶତ ଭାରତ ସମେତ ୧୦ଟି ଦେଶରେ ଘଟୁଛି। ଏଥିରେ ଭାରତ ସର୍ବାଗ୍ରେ ରହିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ବିଶ୍ୱରେ ଜୀବନ୍ତ ଶିଶୁ ଜନ୍ମର ୫୧ ପ୍ରତିଶତ ଏହି ୧୦ ଦେଶରେ ହୋଇଥାଏ। ଡବ୍ଲ୍ୟୁଏଚ୍‌ଓ, ୟୁନିସେଫ୍‌ ଏବଂ ୟୁଏନ୍‌ଏଫ୍‌ପିଏ ପକ୍ଷରୁ କରାଯାଇଥିବା ପ୍ରୋଗ୍ରେସ୍‌ ଟ୍ରାକିଂ ରିପୋର୍ଟ ମଙ୍ଗଳବାର ଅନ୍ତର୍ଜାତୀୟ ମାତୃତ୍ୱ ନବଜାତ ସ୍ବାସ୍ଥ୍ୟ ସମ୍ମିଳନୀ (ଆଇଏମ୍‌ଏନ୍‌ଏଚ୍‌ସି ୨୦୨୩)ରେ ପ୍ରକାଶ ପାଇଛି। ୨୦୨୦-୨୧ରେ ମୋଟ ୪.୫ ନିୟୁତ ମୃତ୍ୟୁ ମଧ୍ୟରେ ରହିଛି ମାତୃମୃତ୍ୟୁ ୦.୨୯ ନିୟୁତ, ମୃତ ଶିଶୁ ଜନ୍ମ ୧.୯ ନିୟୁତ ଏବଂ ନବଜାତ ଶିଶୁ ମୃତ୍ୟୁ ୨.୩ ନିୟୁତ। ଉପସାହାରା ଆଫ୍ରିକା, କେନ୍ଦ୍ରୀୟ ଏବଂ ଦକ୍ଷିଣ ଏସିଆ ଅଞ୍ଚଳରେ ସର୍ବାଧିକ ମୃତ୍ୟୁ ଘଟୁଛି। ୮ ବର୍ଷ ହେଲା ମାତୃ ଏବଂ ନବଜାତ ସ୍ବାସ୍ଥ୍ୟ ପାଇଁ ବ୍ୟୟ ହ୍ରାସ ପାଇଛି।
୨୦୨୦ରେ ସାରା ବିଶ୍ୱରେ ମୋଟ ୪୫ ଲକ୍ଷ ମାତୃ, ଶିଶୁ ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ମଧ୍ୟରୁ ଭାରତରେ ୭,୮୮,୦୦୦ ମୃତ୍ୟୁ ଘଟିଛି। ବିଶ୍ୱରେ ମୋଟ ଜୀବନ୍ତ ଶିଶୁ ଜନ୍ମରୁ ୧୭ ପ୍ରତିଶତ ଭାରତରେ ହୋଇଛି। ଭାରତ ପରେ ମୃତ୍ୟୁହାରରେ ନାଇଜେରିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ପାକିସ୍ତାନ ତୃତୀୟରେ ରହିଛି। ଏହା ପଛକୁ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ, ଇଥିଓପିଆ, ବାଂଲାଦେଶ ଏବଂ ଚାଇନା ରହିଛି।
ପ୍ରତି ନବଜାତ କାର୍ଯ୍ୟ ଯୋଜନା (ଇଏନ୍‌ଏପି) ଏବଂ ପ୍ରତିକାରଯୋଗ୍ୟ ମାତୃ ମୃତ୍ୟୁହାର (ଇପିଏମ୍‌ଏମ୍‌) ପ୍ରୋଗ୍ରେସ୍‌ ଟ୍ରାକିଂ ରିପୋର୍ଟ ଅନୁଯାୟୀ ଗର୍ଭବତୀ ମହିଳା, ମା’ ଓ ଶିଶୁ ମୃତ୍ୟୁ ହ୍ରାସରେ ଅଗ୍ରଗତି ହୋଇପାରିନାହିଁ। ବିଶ୍ୱବ୍ୟାପୀ ଗର୍ଭବତୀ ମହିଳା ଓ ନବଜାତ ମୃତ୍ୟୁ ହାର କ୍ରମାଗତ ଭାବେ ଅଧିକ ରହିଆସିଛି। ସେମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇବାରେ କରୋନା ମହାମାରୀ ବାଧକ ସାଜିଥିଲା ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ରେ ମାତୃ, ନବଜାତ, ଶିଶୁ, କିଶୋର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଥିବା ଡା. ଅଂଶୁ ବାନାର୍ଜୀ କହିଛନ୍ତି। ଏଥିରେ ପରିବର୍ତ୍ତନ ଆଣିବାକୁ ଚାହୁଁଥିଲେ ଆମକୁ ଭିନ୍ନ ପଦକ୍ଷେପ ନେବାକୁ ହେବ। ପ୍ରାଥମିକ ସ୍ବାସ୍ଥ୍ୟସେବାରେ ଅଧିକ ତଥା ସ୍ମାର୍ଟ ପୁଞ୍ଜିନିବେଶ ଜରୁରୀ, ଯଦ୍ଦ୍ବାରା ପ୍ରତ୍ୟେକ ମହିଳା ଏବଂ ଶିଶୁ, ସେମାନେ ଯେଉଁଠି ବସବାସ କରୁଥାନ୍ତୁ ନା କାହିଁକି, ସ୍ବାସ୍ଥ୍ୟ ଏବଂ ବଞ୍ଚତ୍ରହିବା ପାଇଁ ଶ୍ରେଷ୍ଠ ସୁଯୋଗ ପାଇପାରିବେ ବୋଲି ବାନାର୍ଜୀ କହିଛନ୍ତି।
ଆଇଏମ୍‌ଏନ୍‌ଏଚ୍‌ସିରେ ଗଣମାଧ୍ୟମକୁ ଡବ୍ଲ୍ୟୁଏଚ୍‌ଓର ମାଟର୍ନାଲ ହେଲ୍‌ଥ ମୁଖ୍ୟ ଡ. ଆଲିସିନ୍‌ ମୋରାନ କହିଛନ୍ତି, ୨୦୦୦ ମସିହାରୁ ମାତୃ, ନବଜାତ ଓ ଗର୍ଭସ୍ଥ ଶିଶୁ ମୃତ୍ୟୁ ହ୍ରାସ ପାଇଆସୁଥିବାବେଳେ ୨୦୧୫ରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୨୦୩୦ ସୁଦ୍ଧା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ କରିବାକୁ ହେଲେ ଆମକୁ ଏକ ଗୋଷ୍ଠୀ ଭାବେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏଥିପାଇଁ ମହିଳା ଓ ନବଜାତଙ୍କ ପ୍ରସବ ପୂର୍ବ, ଅନ୍ତଃଗର୍ଭାଶୟୀ ଏବଂ ପ୍ରସବ ପରବର୍ତ୍ତୀ ଯତ୍ନରେ ଉନ୍ନତି ପାଇଁ ଜୀବନରକ୍ଷାକାରୀ ହସ୍ତକ୍ଷେପ ଜରୁରୀ। ୨୦୨୫ ସୁଦ୍ଧା ଆମକୁ ପ୍ରସବ ପୂର୍ବ, ଦକ୍ଷତାପୂର୍ଣ୍ଣ ପ୍ରସବ ସହାୟକ ଏବଂ ପ୍ରସବ ପରବର୍ତ୍ତୀ ଜନ୍ମ ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ ବୋଲି ମୋରାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?