Posted inଖେଳ

‘ପୁଅଙ୍କ ସହ ମ୍ୟାଚ ମୋଡ଼ ବଦଳାଇଥିଲା’

ଭୁବନେଶ୍ୱର, ୧୭।୧୧ (ତପନ ସ୍ବାଇଁ): ଭାରତରେ ଏବେ ମହିଳା କ୍ରିକେଟ ଉତ୍‌ଥାନ ପଥରେ ରହିଛି। ଭାରତୀୟ ଦଳ ବିଶ୍ୱର ଯେ କୌଣସି ଦଳକୁ ଚ୍ୟାଲେଞ୍ଜ ଦେବାକୁ ସକ୍ଷମ। ଘରୋଇ କ୍ରିକେଟରେ ଚାଲେଞ୍ଜର ଟ୍ରଫି ଏବଂ ଫ୍ରାଞ୍ଚାଇଜ୍‌ଭିତ୍ତିକ ମହିଳା ଆଇପିଏଲ୍‌ ଦେଶର ଖେଳାଳିଙ୍କ ପ୍ରଦର୍ଶନରେ ବିଶେଷ ଉନ୍ନତି ଆଣି ପାରିଛି। ଅଧିକରୁ ଅଧିକ ଖେଳାଳି ଉଚ୍ଚସ୍ତରରେ ଖେଳିବା ସୁଯୋଗ ମଧ୍ୟ ପାଉଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ମଧ୍ୟ ମହିଳା କ୍ରିକେଟ ଆଶାନୁରୂପ ଆଗକୁ ବଢ଼ୁଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ)ର ବିଭିନ୍ନ ପଦକ୍ଷେପ ଏବଂ କେତେକ କୋଚ୍‌ଙ୍କ ବ୍ୟକ୍ତିଗତ ଉଦ୍ୟମରେ ଓଡ଼ିଶା ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରିବାରେ ସକ୍ଷମ ହେଉଛନ୍ତି। ଅଫ୍‌ସ୍ପିନ୍‌ ଯାଦୁ ମାଧ୍ୟମରେ କ୍ରମାଗତ ସ୍ଥିର ପ୍ରଦର୍ଶନ ଦେଇ ଚାଲିଥିବା ଏପରି ଜଣେ ଖେଳାଳି ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ।

ସେ ନିକଟରେ ଲକ୍ଷ୍ନୌରେ ଜୋନ୍‌ ଟୁର୍ନାମେଣ୍ଟରେ ଖେଳିବା ପରେ ଏବେ ଦ୍ୱିତୀୟ ଥର ପାଇଁ ଚ୍ୟାଲେଞ୍ଜର ଟ୍ରଫିରେ ସୁଯୋଗ ପାଇଛନ୍ତି। ରାୟପୁରଠାରେ ଚଳିତ ମାସ ୨୦ରୁ ଆରମ୍ଭ ହେବାକୁ ଥିବା ଚ୍ୟାଲେଞ୍ଜର ଟ୍ରଫିରେ ସେ ସ୍ନେହ ରାଣାଙ୍କ ନେତୃତ୍ୱାଧୀନ ଭାରତ ‘ଡି’ ପକ୍ଷରୁ ଖେଳିବାକୁ ମନୋନୀତ ହୋଇଛନ୍ତି। ନୟାପଲ୍ଲୀ ଇନ୍ଦିରା ମଇଦାନସ୍ଥିତ ଜାଗୃତି କ୍ରିକେଟ ଏକାଡେମୀ (ଏସ୍‌ଜିଓ କ୍ଲବ)ରେ ରାଜ୍ୟର ପ୍ରତିଷ୍ଠିତ କୋଚ୍‌ କ୍ଷୀରୋଦ ବେହେରାଙ୍କଠାରୁ ପ୍ରଶିକ୍ଷଣ ନେଇ ଆଗକୁ ଯିବାର ସ୍ବପ୍ନ ଜାରି ରଖିଛନ୍ତି ପ୍ରିୟଙ୍କା। କ୍ରିକେଟ ଜୀବନ ଆରମ୍ଭରେ ପୁଅପିଲାଙ୍କ ସହ ଏକ ମ୍ୟାଚ କିପରି ତାଙ୍କ କ୍ୟାରିୟରର ମୋଡ଼ ପରିବର୍ତ୍ତନ କରିଥିଲା ସେ ସମ୍ପର୍କରେ ପ୍ରକାଶ କରିଛନ୍ତି ଏହି ତାରକା ଖେଳାଳି।

ପରିବାର ସମ୍ପର୍କରେ କିଛି କୁହନ୍ତୁ ?

କିଶୋର ଚନ୍ଦ୍ର ସାହୁ, ମା’ ଗୌରୀ ସାହୁ। ୪ ଭଉଣୀରେ ମୁଁ ସବୁଠୁ ସାନ। ରଶ୍ମିତା ସାହୁ, ଗୀତାଞ୍ଜଳି ସାହୁ ଓ ରୀତାରାଣୀ ସାହୁ ଅନ୍ୟ ୩ ଭଉଣୀ। ଗଞ୍ଜାମ ହିଞ୍ଜିଳିକାଟୁର ରାଜାସାହିରେ ଆମର ପୈତୃକ ଗୃହ ଅଛି। ଏବେ କିନ୍ତୁ ଆମେ ଭୁବନେଶ୍ୱର ନୟାପଲ୍ଲୀରେ ରହୁଛୁ।

କ୍ୟାରିୟର ଆରମ୍ଭ କେମିତି ଥିଲା ?
କ୍ରିକେଟ ପ୍ରତି ଦୁର୍ବଳତା ଥିଲା। ପିଲାଦିନରୁ ସାହିରେ ପୁଅପିଲାଙ୍କ ସହ କ୍ରିକେଟ ଖେଳୁଥିଲି। ଝିଅଙ୍କ ପାଇଁ ସ୍ବତନ୍ତ୍ର କ୍ରିକେଟ ଅଛି ବୋଲି ସେତେବେଳେ ଜ୍ଞାନ ନ ଥିଲା। କଳିଙ୍ଗ ଷ୍ଟାଡିୟମରେ ଝିଅମାନେ ଖେଳୁଛନ୍ତି ଜାଣିବା ପରେ ସେଠାରେ ବିଧିବଦ୍ଧ ଖେଳିବା ଆରମ୍ଭ କରିଥିଲି।

ଜାଗୃତି କ୍ରିକେଟ ଏକାଡେମୀକୁ କିପରି ଆସିଲେ ?

ମୁଁ ଏକ ମ୍ୟାଚ ଖେଳୁଥିବାବେଳେ କୋଚ୍‌ କ୍ଷୀରୋଦ ବେହେରାଙ୍କ ନଜରକୁ ଆସିଥିଲି। ସେ ମୋ ଖେଳରେ ପ୍ରଭାବିତ ହୋଇଥିଲେ। ମୋ ସହ କଥା ହେବା ପରେ କୋଚିଂ ଦେବାକୁ ନିଷ୍ପତ୍ତି ନେଇଥିଲେ। ସେତେବେଳେ ସେ ଓୟୁଏଟିରେ ଖେଳ ଶିଖାଉଥିଲେ। ସେଠାରୁ ମୁଁ ତାଙ୍କ ନିକଟରୁ କୋଚିଂ ନେବା ଆରମ୍ଭ କରିଥିଲି। ତା’ପରେ ଜାଗୃତି କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଲି।

କ୍ୟାରିୟର ଆରମ୍ଭ ସମୟର କିଛି ସ୍ମରଣୀୟ ସ୍ମୃତି ଅଛି ?

ଓୟୁଏଟି ଗ୍ରାଉଣ୍ଡରେ ରାଇଜିଂ ଷ୍ଟୁଡେଣ୍ଟ ସହିତ ଜାଗୃତି କ୍ରିକେଟ ଏକାଡେମୀର ଏକ ମ୍ୟାଚ ଥିଲା। ଏହା ପୁଅଙ୍କ ମ୍ୟାଚ ଥିଲେ ହେଁ କ୍ଷୀରୋଦ ସାର୍‌ଙ୍କ ଉଦ୍ୟମରେ ମୁଁ ଜାଗୃତି ପକ୍ଷରୁ ଖେଳିବା ସୁଯୋଗ ପାଇଥିଲି ଏବଂ ୬ ଉଇକେଟ ନେଇଥିଲି। ସେଠାରୁ ହିଁ ମୋର ପ୍ରକୃତ କ୍ରିକେଟ ଯାତ୍ରା ଆରମ୍ଭ ହୋଇଥିଲା। ଖେଳ ଦେଖିବା ପାଇଁ ଆସିଥିବା ଓଡ଼ିଶାର ନାମୀ କ୍ରିକେଟରମାନେ ମଧ୍ୟ ମୋ ଖେଳ ଦେଖି ଖୁସି ହୋଇଥିଲେ ଏବଂ ପ୍ରଶଂସା ମଧ୍ୟ କରିଥିଲେ। ଏହା ହିଁ ମୋ କ୍ୟାରିୟରର ମୋଡ଼ ପରିବର୍ତ୍ତନ କରିଥିଲା। ମୁଁ ୧୯ ବର୍ଷରୁ କମ୍‌ ଏବଂ ଓଡ଼ିଶା ସିନିୟର ଦଳ ପାଇଁ ମନୋନୀତ ହୋଇଥିଲି।

ସିନିୟର ସ୍ତରରେ ଓଡ଼ିଶାରୁ କେବେ ଖେଳିବା ଆରମ୍ଭ ହେଲା ?

ପକ୍ଷରୁ ମୁଁ ୨୦୦୭ରେ ଖେଳିବା ଆରମ୍ଭ କଲି। ପ୍ରଥମବର୍ଷ ମ୍ୟାଚ ପାଇ ନ ଥିଲି। ୨୦୦୮ରେ କିଛି ମ୍ୟାଚ ଖେଳିଥିଲି। ତେବେ ୨୦୦୯ରେ ହିଁ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲି ଏବଂ ରାଜ୍ୟ ପକ୍ଷରୁ ସର୍ବାଧିକ ଉଇକେଟ ହାସଲକାରୀ ହୋଇଥିଲି। ୫୨ଟି ଉଇକେଟ ନେଇଥିବାରୁ ଭାରତୀୟ ୧୯ ବର୍ଷରୁ କମ୍‌ କ୍ୟାମ୍ପ ପାଇଁ ଡାକରା ଆସିଥିଲା। ୨୦୦୯ରେ ଧର୍ମଶାଳାରେ ମୁଁ ୧୯ ବର୍ଷରୁ କମ୍‌ ଭାରତୀୟ କ୍ୟାମ୍ପରେ ଯୋଗ ଦେଇଥିଲି। ଇତିମଧ୍ୟରେ ମୁଁ ଓଡ଼ିଶା ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ମ୍ୟାଚ ଖେଳି ସାରିଲିଣି।

ସ୍ମରଣୀୟ ମ୍ୟାଚ ?
୨୦୧୦ ଓ ୨୦୧୧ରେ ୨ ବର୍ଷ ଓଡ଼ିଶା ଦଳର ଅଧିନାୟିକା ଥିଲି। ମୋ ନେତୃତ୍ୱରେ ଦଳ ଦିନିକିଆ ଓ ଟି୨୦ ଖେଳିଥିଲା। ଇଷ୍ଟଜୋନ୍‌ରେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଶକ୍ତିଶାଳୀ ଦଳ ବୋଲି ସମସ୍ତେ ଜାଣନ୍ତି। ମୋ ନେତୃତ୍ୱରେ ଆମେ ପ୍ରଥମ ଥର ପାଇଁ ଏକ ମ୍ୟାଚରେ ଝାଡ଼ଖଣ୍ଡକୁ ପରାସ୍ତ କରିଥିଲୁ। ଏହା ମୋ ପାଇଁ ସବୁଠାରୁ ସ୍ମରଣୀୟ ମ୍ୟାଚ। ଏକଦା ହାରିବା ସ୍ଥିତିରେ ଥିଲେ ମଧ୍ୟ ଆମେ ସେ ମ୍ୟାଚ ଛଡ଼ାଇ ଆଣିଥିଲୁ।

ପୂର୍ବ ଚ୍ୟାଲେଞ୍ଜର ଟ୍ରଫି ଏବଂ ମହିଳା ଆଇପିଏଲ୍‌ର ସ୍ମୃତି କିପରି ରହିଛି ?

ପୂର୍ବରୁ ୨୦୧୮ ଚ୍ୟାଲେଞ୍ଜର ଟ୍ରଫିରେ ୨ଟି ମ୍ୟାଚ ଖେଳିଥିଲି। ଉଇକେଟ ବିଶେଷ ମିଳି ନ ଥିଲେ ହେଁ ଇକୋନୋମି ଦୃଷ୍ଟିରୁ ବୋଲିଂ ଭଲ ରହିଥିଲା। ୨୦୨୨ ମହିଳା ଆଇପିଏଲ୍‌ରେ ଟ୍ରେଲବ୍ଲେଜର୍ସ ପାଇଁ ମନୋନୀତ ହୋଇଥିଲି। ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥିଲେ ମଧ୍ୟ ଅନେକ କିଛି ଶିଖିବାକୁ ମିଳିଥିଲା। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ ଆମ ଦଳରେ ବିଦେଶୀ ଖେଳାଳି ଭାବେ ଇଂଲଣ୍ଡର ସେଫିଆ ଡଙ୍କଲେ, ଓ୍ବେଷ୍ଟଇଣ୍ଡିଜର ହିଲି ମାଥ୍ୟୁସ, ବାଂଲାଦେଶର ସଲ୍‌ମା ଖାତୁନ ଓ ସରମିନ ଅଖତର ସାମିଲ ଥିଲେ। ବିଭିନ୍ନ ପରିସ୍ଥିତିରେ ସେମାନେ କିପରି ଶାରୀରିକ ଓ ମାନସିକ ଭାବେ ନିଜକୁ ପ୍ରସ୍ତୁତ ରଖୁଛନ୍ତି, ଟି୨୦ କ୍ରିକେଟ କେତେ ଫାଷ୍ଟ ହେଲାଣି ଏବଂ ସେଥିପାଇଁ କିପରି ପ୍ରସ୍ତୁତ ରହିବାକୁ ପଡ଼ିବ ସେ ସମ୍ପର୍କରେ ଅନେକ କିଛି ଶିଖିବାକୁ ମିଳିଥିଲା। ଏହା ମୋତେ କ୍ୟାରିୟରରେ ବହୁତ ସାହାଯ୍ୟ କରୁଛି।

ଆଗାମୀ ଚ୍ୟାଲେଞ୍ଜର ଟ୍ରଫିକୁ କିପରି ଦେଖୁଛନ୍ତି ?

ଚ୍ୟାଲେଞ୍ଜର ଟ୍ରଫିରେ ସ୍ନେହ ରାଣା ଭାରତ ‘ଡି’ ଦଳର ଅଧିନାୟିକା ଅଛନ୍ତି। ସେ ମଧ୍ୟ ଜଣେ ଅଫ୍‌ସ୍ପିନର। ମୋତେ ନିଶ୍ଚିତ ମ୍ୟାଚ ମିଳିବ ବୋଲି ମୋର ଆଶା ରହିଛି। ଘରୋଇ କ୍ରିକେଟ ଏବଂ ଜୋନ୍‌ରେ ଭଲ ପ୍ରଦର୍ଶନ କରିଥିବାରୁ ଚ୍ୟାଲେଞ୍ଜରରେ ମଧ୍ୟ ଭଲ ଖେଳିବାନେଇ ଆଶା ରଖିଛି। ମ୍ୟାଚ ମିଳିଲେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ନିଶ୍ଚିତ ଚେଷ୍ଟା କରିବି। କଠିନ ପରିଶ୍ରମ ଜାରି ରଖିଥିବାରୁ କୋଚ୍‌ଙ୍କ ସହ ସମସ୍ତଙ୍କ ବିଶ୍ୱାସ ଓ ଆଶୀର୍ବାଦକୁ ପାଥେୟ କରି ମୁଁ ଭଲ ଖେଳିବା ନେଇ ବେଶ୍‌ ଆଶାବାଦୀ ଅଛି।

ଭବିଷ୍ୟତର ଲକ୍ଷ୍ୟ କ’ଣ ଅଛି ?

ଖେଳାଳି ପ୍ରଥମେ ଅନୁଷ୍ଠାନ, ପରେ ଜିଲା, ରାଜ୍ୟ, ଜୋନ୍‌ ଏବଂ ଜାତୀୟ ଦଳ ପକ୍ଷରୁ ଖେଳିବା ଇଚ୍ଛା ରଖିଥାଏ। ମୁଁ ଭାରତ ‘ଏ’ ପକ୍ଷରୁ ଖେଳି ସାରିଥିବାରୁ ସ୍ବାଭାବିକ ଭାବେ ଜାତୀୟ ଦଳରୁ ଖେଳିବା ସ୍ବପ୍ନ ରହିଛି। ଟ୍ରେନିଂ ସମୟରେ କୋଚ୍‌ଙ୍କ ସମେତ ଜାଗୃତି ଏକାଡେମୀର ଖେଳାଳିମାନେ ବହୁତ ସାହାଯ୍ୟ କରୁଛନ୍ତି। ପରିଶ୍ରମ ଜାରି ରଖିଥିବାରୁ ମୁଁ ଜାତୀୟ ଦଳ ପକ୍ଷରୁ ଦିନେ ଡାକରା ପାଇବି ବୋଲି ଆଶା ରଖିଛି।

ଆଦର୍ଶ ଖେଳାଳି କିଏ ?

ଇଣ୍ଡିଆର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡଙ୍କ ଖେଳ ମୋତେ ବହୁତ ପସନ୍ଦ। ସେ କଷ୍ଟସାଧ୍ୟ ପରିସ୍ଥିତିରେ ମଧ୍ୟ ଶାନ୍ତ ସ୍ବଭାବରେ ଥାଆନ୍ତି। ଏହା ବ୍ୟତୀତ ମହେନ୍ଦ୍ର ସିଂ ଧୋନୀଙ୍କ ଖେଳ ଏବଂ ତାଙ୍କ ଅଧିନାୟକ ଦକ୍ଷତାରୁ ମୁଁ ବହୁତ ପ୍ରେରଣା ପାଇଛି। ଗେମ୍‌କୁ ସେ ଯେପରି ଚଲାନ୍ତି ଓ ଫିନିଶ୍‌ କରନ୍ତି ସେଥିରେ ମୁଁ ବିଶେଷ ପ୍ରଭାବିତ। ଅଫ୍‌ସ୍ପିନର ଭାବେ ମୁଁ ହରଭଜନ ସିଂ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନୁସରଣ କରିଥାଏ।

ସଫଳତାର ଶ୍ରେୟ କାହାକୁ ଦେବାକୁ ଚାହିଁବେ ?

ବାପାଙ୍କ ଆଶୀର୍ବାଦ ଯୋଗୁ ମୁଁ ଆଜି ଏତେବାଟ ଆସିଛି। ତାଙ୍କ ସହ କୋଚ୍‌ କ୍ଷୀରୋଦ ସାର୍‌ଙ୍କୁ ମୁଁ ନିଶ୍ଚିତ ଶ୍ରେୟ ଦେବାକୁ ଚାହିଁବି। ତୃଣମୂଳ ସ୍ତରରୁ ପିଲାଙ୍କୁ ବାହାର କରିବା ସହଜ କଥା ନୁହେଁ। ଏଥିପାଇଁ ତାଙ୍କର ଉଦ୍ୟମକୁ ଯେତେ ପ୍ରଶଂସା କଲେ କମ୍‌ ହେବ। ପଡ଼ିଆରେ ପିଲାମାନେ କେବେ କେବେ ଅନୁପସ୍ଥିତ ରହିଥାନ୍ତି, ମାତ୍ର ସେ ବର୍ଷକ ୧୨ ମାସ କେବେହେଲେ ଗ୍ରାଉଣ୍ଡରେ ଅନୁପସ୍ଥିତ ନ ଥାନ୍ତି। ଏଥିରୁ ଅନେକ କିଛି ଶିଖିବାକୁ ମଧ୍ୟ ମିଳିଥାଏ।

ଓଡ଼ିଶାରେ ମହିଳା କ୍ରିକେଟର ସ୍ଥିତି କିପରି ଅଛି ?

୪-୫ ବର୍ଷ ଧରି ଓଡ଼ିଶା ମହିଳା ଦଳର ପ୍ରଦର୍ଶନ ବହୁତ ଭଲ ରହୁଛି। ଅନେକ ସମୟରେ ଆମେ ନକ୍‌ଆଉଟକୁ ଯାଉଛୁ। କେତେବେଳେ ରେଲଓ୍ବେ ପରି ଶକ୍ତିଶାଳୀ ଦଳ ବିପକ୍ଷରେ


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?