Posted inଖେଳ

ମ୍ୟାଚ୍‌ ଡ୍ର, ଓଡ଼ିଶାକୁ ୩ ପଏଣ୍ଟ

ଭୁବନେଶ୍ୱର, ୬। ୨, (ତପନ ସ୍ବାଇଁ): କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା-ପୁଡୁଚେରୀ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଅମୀମାଂସିତଭାବେ ଶେଷ ହୋଇଛି। ଫଳରେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଓଡ଼ିଶା ୩ ପଏଣ୍ଟ ପାଇଛି। ପୁଡୁଚେରୀ ୧ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ଓଡ଼ିଶା ଦ୍ୱିତୀୟ ଇନିଂସରେ ୨୦୧ ରନରେ ଅଲ୍‌ଆଉଟ ହେବାରୁ ପୁଡୁଚେରୀ ସମ୍ମୁଖରେ ୨୪୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ସୋମବାର ୪ର୍ଥ ତଥା ଅନ୍ତିମ ଦିବସ ଖେଳ ଶେଷ ବେଳକୁ ପୁଡୁଚେରୀ ଦ୍ୱିତୀୟ ଇନିଂସରେ ୮ ଉଇକେଟ ହରାଇ ୧୭୫ ରନ କରିଥିଲା। ଦୁଇଟି ଇନିଂସରେ ଯଥାକ୍ରମେ ୧୧୦ ଓ ୫୮* ରନ କରିବା ସହ ୫ଟି କ୍ୟାଚ ନେଇଥିବା ପୁଡୁଚେରୀ ଅଧିନାୟକ ଅରୁଣ କାର୍ତ୍ତିକ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଗ୍ରୁପ୍‌ ‘ଡି’ରେ ଓଡ଼ିଶା ୫ ମ୍ୟାଚରୁ ୨୧ ବିଜୟ, ୨ ପରାଜୟ ଓ ୨ ଡ୍ର ସହ ୧୨ ପଏଣ୍ଟ ପାଇ ଟେବୁଲର ୫ମ ସ୍ଥାନରେ ରହିଛି। ପୁଡୁଚେରୀ ସମାନ ମ୍ୟାଚ ଖେଳିଥିବାବେଳେ ୨ଟି ଲେଖାଏ ବିଜୟ ଓ ପରାଜୟ ଏବଂ ୧ ଡ୍ର ସହ ୧୩ ପଏଣ୍ଟ ସହିତ ତୃତୀୟ ସ୍ଥାନ ଅଧିକାର କରିଛି। ଭଦୋଦରାରେ ବରୋଦାଠାରୁ ୧୪୭ ରନରେ ପରାଜୟ ସହ ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ଇନ୍ଦୋରରେ ଅନୁଷ୍ଠିତ ପରବର୍ତ୍ତୀ ମ୍ୟାଚକୁ ମଧ୍ୟପ୍ରଦେଶ ସହ ଡ୍ର ରଖିଥିଲା। ତେବେ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିଲା। ଡ୍ରିମ୍ସରେ ଅନୁଷ୍ଠିତ ତୃତୀୟ ମ୍ୟାଚରେ ଜମ୍ମୁ-କଶ୍ମୀରଠାରୁ ଦଳ ୨ ଉଇକେଟରେ ପରାଜିତ ହୋଇ ଶକ୍ତ ଝଟ୍‌କା ଖାଇଥିଲା। ମାତ୍ର ସେହି ଗ୍ରାଉଣ୍ଡରେ ଖେଳିଥିବା ୪ର୍ଥ ମ୍ୟାଚରେ ଓଡ଼ିଶା ପ୍ରତିପକ୍ଷ ହିମାଚଳ ପ୍ରଦେଶକୁ ୨୩୮ ରନରେ ହରାଇ ସିଜନର ପ୍ରଥମ ବିଜୟ ସ୍ବାଦ ଚାଖିଥିଲା।
ଓଡ଼ିଶା ୨୦୧ରେ ସୀମିତ
ତୃତୀୟ ଦିବସର ଅସମାପ୍ତ ସ୍କୋର ୧୨୨/୪ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଦ୍ୱିତୀୟ ଇନିଂସରେ ମୋଟ ୨୦୧ ରନକରି ଅଲ୍‌ଆଉଟ ହୋଇଯାଇଥିଲା। ବିପ୍ଳବ ପୂର୍ବ ସ୍କୋରରେ ଆଉମାତ୍ର ୩ ରନ ଯୋଗକରି ୮ ରନରେ ଆଉଟ ହୋଇଥିବାବେଳେ ଗୋବିନ୍ଦ ପୋଦ୍ଦାର ସର୍ବାଧିକ ୪୬ ରନ ସ୍କୋର କରିଥିଲେ। ଆଶୀର୍ବାଦ ସ୍ବାଇଁ ୨୬ ରନର ଉପଯୋଗୀ ଇନିଂସ ଖେଳିଥିଲେ। ମାତ୍ର ୨୫ ରନ ବ୍ୟବଧାନରେ ଓଡ଼ିଶା ଏହାର ଶେଷ ୫ ଉଇକେଟ ହରାଇଥିଲା। ପୁଡୁଚେରୀ ପକ୍ଷରୁ ସାଗର ଉଦେଶୀ ୪ଟି, ଗୌରବ ଯାଦବ ୩ଟି, ସୌରଭ ଯାଦବ ୨ଟି ଏବଂ ରବି ଯାଦବ ଗୋଟିଏ ଉଇକେଟ ନେଇଥିଲେ।
ପାରସ, ଅରୁଣ ଲଢ଼ିଲେ
୨୪୦ ରନ ବିଜୟ ଲକ୍ଷ୍ୟରେ ପୁଡୁଚେରୀ ବିନା ରନ୍‌ରେ ୨ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ପାରସ ରନତ୍ପାର୍ଖେ ୭୨, ପାରସ ଡୋଗ୍ରା ୨୩ ଓ ଅରୁଣ କାର୍ତ୍ତିକ ୫୮* ରନର ଲଢ଼ୁଆ ଇନିଂସ ଖେଳି ପୁଡୁଚେରୀକୁ ବିପଦରୁ ରକ୍ଷା କରିଥିଲେ। ଶେଷ ଭାଗରେ ଓଡ଼ିଶା ବୋଲରମାନେ ଚମତ୍କାର ବୋଲିଂ କରି ଯଦିଓ ପୁଣି ପୁଡୁଚେରୀର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ତେବେ ବିଜୟଠାରୁ ୨ ଉଇକେଟ ଦୂରରେ ରହି ଯାଇଥିଲା ଘରୋଇ ଦଳ। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଓ ବିପ୍ଳବ ସାମନ୍ତରାୟ ୨ଟି ଲେଖାଏ ଏବଂ ଦେବବ୍ରତ ପ୍ରଧାନ, ସୁନୀଲ ରାଉଳ, ହର୍ଷିତ ରାଠୋଡ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ପୋଦ୍ଦାର ମାତ୍ର ଗୋଟିଏ ଓଭର ବୋଲିଂ କରିଥିଲେ ଏବଂ ତାହାକୁ ମେଡେନ ନେବାସହ କୌଣସି ରନ ନ ଦେଇ ଗୋଟିଏ ଉଇକେଟ ପାଇଥିଲେ।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୩୨୨। ପୁଡୁଚେରୀ ପ୍ରଥମ ଇନିଂସ: ୨୮୪। ଓଡ଼ିଶା ଦ୍ୱିତୀୟ ଇନିଂସ: ୨୦୧/ଅଲ୍‌ଆଉଟ (ଗୋବିନ୍ଦ ପୋଦ୍ଦାର-୪୬, ଶାନ୍ତନୁ ମିଶ୍ର-୨୮, ଆଶୀର୍ବାଦ ସ୍ବାଇଁ-୨୩, ସାଗର ଉଦେଶୀ-୪/୪୫, ଗୌରବ ଯାଦବ-୩/୪୮, ସୌରଭ ଯାଦବ-୨/୪୮, ରବି ଯାଦବ-୧/୨୬)। ପୁଡୁଚେରୀ ଦ୍ୱିତୀୟ ଇନିଂସ: ୧୭୫/୮ (ପାରସ ରନତ୍ପାର୍ଖେ-୭୨, ଅରୁଣ କାର୍ତ୍ତିକ-୫୮*, ପାରସ ଡୋଗ୍ରା-୨୩, ରାଜେଶ ମହାନ୍ତି-୨/୪୧, ବିପ୍ଳବ ସାମନ୍ତରାୟ-୨/୨୮, ଦେବବ୍ରତ ପ୍ରଧାନ-୧/୩୧, ସୁନୀଲ ରାଉଳ-୧/୩୧, ହର୍ଷିତ ରାଠୋଡ-୧/୩୬, ଗୋବିନ୍ଦ ପୋଦ୍ଦାର-୧/୦)।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?