ମାତା ମାତାଲ

ପୁଡୁଚେରୀର କରାଇକାଲ୍‌ରେ ୧୩ ବର୍ଷର ଅଷ୍ଟମ ଶ୍ରେଣୀ ଛାତ୍ର ଆର୍‌. ବାଲାମଣିକନ୍ଦନଙ୍କୁ ତାଙ୍କ ସହପାଠିନୀଙ୍କ ମାଆ ବିଷ ଦେଇ ମାରିଦେଇଥିବା ବିଷୟ ଏବେ ପଦାକୁ ଆସିଛି। ଅଭିଯୁକ୍ତ ଜେ. ସହାୟାୟାରାଣୀ ଭିକ୍ଟୋରିଆ ନିଜ ଝିଅଠାରୁ ଉକ୍ତ ଛାତ୍ର ଜଣଙ୍କ ପରୀକ୍ଷାରେ ଅଧିକ ମାର୍କ ରଖି ପ୍ରଥମ ସ୍ଥାନରେ ରହିବା ଯୋଗୁ ସେ ପ୍ରତିହିଂସାପରାୟଣ ହୋଇପଡ଼ିଥିଲେ। ସେପ୍ଟେମ୍ବର ୨ରେ ସେହି ଘରୋଇ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଲାଗି ଆୟୋଜନ ଚାଲିଥିବା ବେଳେ ଭିକ୍ଟୋରିଆ ସମ୍ପୃକ୍ତ ଛାତ୍ରଙ୍କ ମାତା ବୋଲି ପରିଚୟ ଦେଇ ସ୍କୁଲର ଜଗୁଆଳିଙ୍କୁ କେତୋଟି କୋଲ୍ଡ ଡ୍ରିକ୍ସ ତାଙ୍କୁ ଦେବାକୁ କହିଥିଲେ। ତାହାକୁ ପିଇବା ପରେ ବାଲାମଣିକନ୍ଦନ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତା’ ପରଦିନ ତାଙ୍କ ମୃତ୍ୟୁ ଘଟିଥିଲା। ପରେ ସ୍କୁଲର ସିସିଟିଭି ଫୁଟେଜ୍‌ରୁ ଭିକ୍ଟୋରିଆଙ୍କ କାରନାମା ଧରାପଡ଼ିବାରୁ ତାଙ୍କୁ ଗିରଫ କରାଯାଇଛି। ମାର୍କ ପଛରେ ଧାଉଁଥିବା ମାତାପିତାଙ୍କ ସହ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏହି ଘଟଣା ଏକ ଗମ୍ଭୀର ଚିନ୍ତାର ବିଷୟ ପାଲଟିବା ଦରକାର। ସମ୍ଭବତଃ ଭିକ୍ଟୋରିଆ ଭାବି ନେଇଥିଲେ ଯେ ଦ୍ୱିତୀୟ ସ୍ଥାନରେ ତାଙ୍କ ଝିଅ ପଡ଼ିଯାଇଥିବାରୁ ସମଗ୍ର ପୃଥିବୀରେ ସର୍ବନାଶ ଘଟିଲା। ନିଜ ପିଲାକୁ ଏକ ନମ୍ବର ସ୍ଥାନର ଅଧିକାରୀ ଭାବେ ଦେଖିବାକୁ ମାତା ଭିକ୍ଟୋରିଆ ଆଜି ଭାରତରେ ଏକାକୀ ନୁହନ୍ତି। ପିଲାଙ୍କ ନିଜର ଇଚ୍ଛାକୁ ଅଣଦେଖା କରି ଅଭିଭାବକମାନଙ୍କର ଲୋଭ କରାଇକାଲ ଭଳି ଦୁର୍ଦ୍ଦଶା ଘଟାଉଛି। ଏବର ସ୍ଥିତିକୁ ଦେଖିଲେ ଭିକ୍ଟୋରିଆ ନିରୀହ ଛାତ୍ରଙ୍କ ଜୀବନ ନେଲେ, ନିଜେ ଗିରଫ ହେଲେ ଓ ତାଙ୍କ ଝିଅଙ୍କ କ୍ୟାରିୟର କେଉଁ ରୂପ ନେବ, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରୀକ୍ଷାରେ ସର୍ବୋଚ୍ଚ ମାର୍କ ରଖୁଥିବା ଛାତ୍ର ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇବେ ବୋଲି କୌଣସି ନିଶ୍ଚିତତା ନାହିଁ। ତଥାପି ମାତାପିତା ଓ ଅଭିଭାବକ ପିଲାଙ୍କ କମ୍‌ ନମ୍ବର ରଖିବାରେ ଯେଭଳି ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି, ତାହାର ଚାପ ସନ୍ତାନସନ୍ତତି ଉପରେ ସିଧାସଳଖ ପଡ଼ୁଛି। ଅତ୍ୟଧିକ ଆଶା ରଖୁଥିବା ଏଭଳି ଗୁରୁଜନବର୍ଗ ନିଜ ଜୀବନରେ ଯେଉଁ ସଫଳତା ପାଇପାରି ନ ଥାଆନ୍ତି, ତାହା ପିଲାଙ୍କ ଉପରେ ଲଦିଦେବାକୁ ଚାହୁଁଥିବାରୁ ପରିଣତି ଭୟଙ୍କର ହେଉଛି।
ଉପରୋକ୍ତ ଚିନ୍ତାରୁ କୁହାଯାଇପାରେ ଯେ, ମାତାପିତାଙ୍କ ଜୀବନରେ ହୁଏତ ପିଲାଙ୍କ ପାଠପଢ଼ାକୁ ଛାଡ଼ିଦେଲେ କ୍ରୀଡ଼ା, ମନୋରଞ୍ଜନ ଭଳି କ୍ଷେତ୍ରରେ ସଫଳତା ହାସଲ କରିବାର ସୁଯୋଗ ମିଳିନାହିଁ। ସେମାନଙ୍କ ଜୀବନର ଅସନ୍ତୋଷରୁ ମୁକ୍ତି ପାଇବା ପାଇଁ ପିଲାଙ୍କ ପାଠପଢ଼ାରେ ସଫଳତା ଏକମାତ୍ର ଧ୍ୟେୟ ହୋଇଯାଉଛି। ପୂର୍ବରୁ ଗାଡ଼ି, ଘର, ସୁନାଗହଣା ଭଳି ବିଷୟକୁ ନେଇ ଅଭିଭାବକମାନେ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥିଲେ। ଏବେ ସେଥିରୁ କିଛିଟା ଦୂରେଇ ଯାଇ ସେହି ମାତାପିତା କେବଳ ନିଜ ପିଲା ଦ୍ୱାରା ହାସଲ କରାଯାଇଥିବା ପରୀକ୍ଷା ମାର୍କକୁ ନେଇ ଗର୍ବିତ ହେଉଥିବା ଭଳି ପ୍ରତୀୟମାନ ହେଉଛି। ମୋ ପିଲା ନବେ ପ୍ରତିଶତ ମାର୍କ ରଖିଥିବା ବେଳେ ତୋ ପିଲା ୮୯ ପ୍ରତିଶତ ରଖି ତା’ଠାରୁ ହୀନ ବୋଲି ପ୍ରମାଣିତ ହେଉଛି। ଏହିଭଳି ମାନସିକତା ପୋଷଣ କରୁଥିବା ମାତାପିତା ନିଜ ପିଲା ମନରେ ବନ୍ଧୁତ୍ୱ, ଭାଇଚାରା ସୃଷ୍ଟି କରିବା ପରିବର୍ତ୍ତେ କେବଳ ସ୍ବାର୍ଥପରତା ଓ ତୀବ୍ର ପ୍ରତିଯୋଗିତା ଜନ୍ମାଉଛନ୍ତି। ଏହାଦ୍ୱାରା ସେହି ପିଲା ବଡ଼ ହେଲା ବେଳକୁ ଏକ ଅତ୍ୟନ୍ତ ସ୍ବାର୍ଥପର ଓ ବିକୃତ ମାନସିକତା ନେଇ ବଢ଼ିବ।
ଆଜିର ସମାଜରେ ଅଣୁ କିମ୍ବା ଅତ୍ୟନ୍ତ କ୍ଷୁଦ୍ର ପରିବାର ସୃଷ୍ଟି ହେବା ସହିତ ସ୍ବାର୍ଥପରତା ବୃଦ୍ଧି ପାଉଛି। ଏହାଦ୍ୱାରା ସମାଜରେ ବିଭାଜନ ବଢ଼ୁଛି ଏବଂ ପ୍ରତ୍ୟେକ ନାଗରିକ ଏକାକୀ ବଞ୍ଚତ୍ଥିଲା ଭଳି ହୃଦ୍‌ବୋଧ କରୁଛି। କେବଳ ନିଜର ଅତି ନିକଟ ପରିବାରକୁ ଛାଡ଼ିଦେଲେ ସାଙ୍ଗସାଥୀମାନଙ୍କ ଉପରେ ମଧ୍ୟ ଭରସା କରି ବଞ୍ଚତ୍ବା ସମ୍ଭବପର ବୋଲି ଅଧିକାଂଶ ଭାବୁନାହାନ୍ତି। ସବୁ ବନ୍ଧୁତ୍ୱ ଏକ ଉପରଠାଉରିଆ ସ୍ତରରେ ଆସି ପହଞ୍ଚତ୍ଥିବାରୁ ପରସ୍ପରକୁ ସନ୍ଦେହ କରିବା ଦେଖାଦେଲାଣି। ଏଭଳି ପ୍ରଚ୍ଛଦପଟରେ ଭିକ୍ଟୋରିଆଙ୍କ ଭଳି ମାତା ଅତ୍ୟନ୍ତ ସ୍ବାର୍ଥପରତାରେ ମାତାଲ ହୋଇଯାଉଥିବା ବୁଝାପଡ଼ୁଛି। କିନ୍ତୁ ସେ ଏକୁଟିଆ ନୁହନ୍ତି; ସୁଯୋଗ ମିଳିଲେ ତାଙ୍କ ଭଳି ମାରାତ୍ମକ ମାତା ସୃଷ୍ଟି ହେଲେ କେହି ଆଶ୍ଚର୍ଯ୍ୟ ହେବା କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri