ପୁଣି ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ୍‌ ଦୁଷ୍ମନ୍ତ

ଭୁବନେଶ୍ୱର,(ବ୍ୟୁରୋ),୯ା୫: ବିଭିନ୍ନ ଟେଲିକମ୍‌ କମ୍ପାନୀର ସିମ୍‌ କାର୍ଡକୁ ପ୍ରି-ଆକ୍ଟିଭେଟ୍‌ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଣ ମାମଲାରେ କ୍ରାଇମବ୍ରାଞ୍ଚ ଖିଅ ଖୋଜିବାକୁ ଚେଷ୍ଟା ଜାରି ରଖିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ କୁମାର ସାହୁଙ୍କ ସହ ସାଇ ପ୍ରକାଶ ଦାସ ଓ ଅବିନାଶ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଏପ୍ରିଲ ୩୦ରେ ଗିରଫ କରି ମେ ୧ରେ କୋର୍ଟ ଚାଲାଣ କରିଥିଲା। ସେମାନଙ୍କୁ ବୁଧବାରଠାରୁ ଜେଲ୍‌ରୁ ୫ ଦିନିଆ ରିମାଣ୍ଡରେ ଆଣି ଜେରା କରାଯାଉଥିବାବେଳେ ସୋମବାର ରିମାଣ୍ଡ ଅବଧି ସରିବ। କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ସୋମବାର ପୂର୍ବାହ୍ନ ୧୦ଟା ପୂର୍ବରୁ କଟକ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିବ। ତେବେ ଅଧିକ ତଦନ୍ତ ପାଇଁ ପୁନର୍ବାର ମାଷ୍ଟରମାଇଣ୍ଡ୍‌ ଦୁଷ୍ମନ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।
ଅପରପକ୍ଷରେ ବିଭିନ୍ନ ଟେଲିକମ୍‌ କମ୍ପାନୀର କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଉଛି। ସୋମବାର, ମଙ୍ଗଳବାର, ବୁଧବାର ବିଭିନ୍ନ ଟେଲିକମ୍‌ କମ୍ପାନୀର ଟେକ୍ନିକାଲ୍‌, କମର୍ସିଆଲ୍‌, ସେଲ୍ସର ସମସ୍ତ କର୍ମଚାରୀଙ୍କୁ ଟିମ୍‌ ହୋଇ ଆସିବାକୁ କୁହାଯାଇଛି। ସେମାନଙ୍କୁ ପଚରାଉଚରା କରି କିପରି ଏତେ ପରିମାଣର ଜାଲ୍‌ ସିମ୍‌ ପ୍ରସ୍ତୁତ କରାଯାଉଥିଲା ତାହା ଜାଣିବାକୁ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ। ସେପଟେ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟ ଓ ୨ଟି ପେଟିଏମ୍‌ ଆକାଉଣ୍ଟଙ୍କୁ ଅଚଳ କରାଯାଇଛି। ହେଲେ ସେ ଅନ୍ୟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ରଖିଥିବା କ୍ରାଇମବ୍ରାଞ୍ଚକୁ ସୂଚନା ମିଳିଛି। ତେଣୁ ପୁଣିଥରେ ଦୁଷ୍ମନ୍ତଙ୍କୁ ରିମାଣ୍ଡରେ ଆଣି ଅର୍ଥ କାରବାର ଉପରେ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି କ୍ରାଇମବ୍ରାଞ୍ଚ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ୨୪ ଘଣ୍ଟା ପୂର୍ବରୁ ଦେବାକୁ ପଡିବ ଅତିଥିଙ୍କ ତାଲିକା

ଭୁବନେଶ୍ୱର,୧୯।୪: କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆସନ୍ତା ୨୪ ତାରିଖରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରିଛନ୍ତି। ହେଲେ ଆସନ୍ତା ୨୧...

ନନ୍ଦନକାନନରେ ହେଲା ପକ୍ଷୀ ଗଣନା

ବାରଙ୍ଗ,୪ା୧(ଡି.ଏନ୍‌.ଏ): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶୁକ୍ରବାର ଦିନିକିଆ ପକ୍ଷୀଗଣନା କାର୍ଯ୍ୟ ସରିଛି। ଚଳିତବର୍ଷର ଗଣନା ଅନୁଯାୟୀ ଗତବର୍ଷଠାରୁ ଏଥର ନନ୍ଦନକାନନକୁ ପକ୍ଷୀମାନଙ୍କର ଆଗମନ ସଂଖ୍ୟା ହ୍ରାସ...

ପିପିଇ କିଟ୍‌ ଠକେଇର ଶିକାର ଅଶ୍ୱିନୀ ହସ୍ପିଟାଲ

ଭୁବନେଶ୍ୱର,୬ା୬ (ବ୍ୟୁରୋ): ସଂକ୍ରମଣ ରୋକିବା କ୍ଷେତ୍ରରେ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ୍‌ (ପିପିଇ)ର ଜରୁରୀ ଆବଶ୍ୟକତା ରହିଛି। କରୋନା ମହାମାରୀ ପାଇଁ ଏବେ ଏସବୁ କିଟ୍‌ର ଚାହିଦା...

ଲଗାଣ ବର୍ଷାରେ ବଡ଼ଚଣାରେ ଜନଜୀବନ ପ୍ରଭାବିତ: ବ୍ୟାପକ ଫସଲ ଜଳମଗ୍ନ

ଚଣ୍ଡିଖୋଲ,୮ା୮(ଡି.ଏନ୍‌.ଏ.): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ବୁଧବାର ବର୍ଷା ଲାଗିରହିଛି। ଫଳରେ ବଡ଼ଚଣା ବ୍ଲକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର,...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଓଡ଼ିଆ ସାମ୍ବାଦିକତା ଓ ସାହିତ୍ୟ ସାରସ୍ବତ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସମାଜର ପୂର୍ବତନ ସମ୍ପାଦିକା ତଥା ସାହିତି୍ୟକା ମନୋରମା ମହାପାତ୍ରଙ୍କ...

ଶ୍ରମିକଙ୍କ ମଜୁରି ସିଧାସଳଖ ଆକାଉଣ୍ଟକୁ ଯିବ

ଭୁବନେଶ୍ୱର,୧୬।୯(ବ୍ୟୁରୋ):ସମସ୍ତ ବିଭାଗ ଦ୍ୱାରା ହେଉଥିବା କାର୍ଯ୍ୟରେ ଶ୍ରମିକମାନଙ୍କ ମଜୁରିକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ। ଶ୍ରମିକମାନଙ୍କୁ ସେମାନଙ୍କ ଦେୟ ଦେବାକୁ ଆଉ ମଧ୍ୟସ୍ଥ ରହିବେ...

ରାଜ୍ୟରେ ଭୁଶୁଡ଼ିଛି ଆଇନଶୃଙ୍ଖଳା: ୩ ବର୍ଷରେ ୧୩୨୮ ନାବାଳିକା ନିଖୋଜ, ବଢ଼ୁଛି ନାବାଳିକା ବଳାତ୍କାର

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ରାଜ୍ୟରେ ନାବାଳିକା ଓ ମହିଳା ବଳାତ୍କାର ବୃଦ୍ଧି ପାଇଛି। ଦେଶରେ ଓଡ଼ିଶା ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପ୍ରତ୍ୟେକ ଦିନ...

ବାହାଘରର କିଛି ଘଣ୍ଟା ପୂର୍ବରୁ ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ

ବିନିକା,୨୮ା୬(ଡି.ଏନ.ଏ.)-ବାହାଘର ପାଇଁ ସବୁ ଆୟୋଜନ ସରିଥିଲା ା ଘରେ କୁଣିଆଙ୍କ ଭିଡ଼ ଜମିଥିଲା ା ହସଖୁସି ସାଙ୍ଗକୁ ଗହଳ ଚହଳ ଲାଗିଥିଲା ା ଆଉ କିଛି...

Advertisement
Archives

Model This Week