ପୋଲିସ କବ୍‌ଜାରେ ମାଷ୍ଟରମାଇଣ୍ଡ୍‌ ଦୀପୁ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ସଦର ଥାନା କାନାରା ବ୍ୟାଙ୍କ ବାରଦା ଶାଖାର ଏଟିଏମ୍‌ ଲୁଟ ଘଟଣାର ମାଷ୍ଟରମାଇଣ୍ଡ୍‌ ଦୀପୁ ନାୟକ (୨୮) ପୋଲିସ ହାତରେ ଧରାପଡ଼ିଛନ୍ତି। ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଥିବା ଦୀପୁଙ୍କ ନାମରେ ୨୮ଟି ଡକାୟତି ଏବଂ ଲୁଟ ମାମଲା ରହିଛି। ଅଭିଯୁକ୍ତଙ୍କ ଘର ଅନୁଗୋଳ ଜିଲା ତାଳଚେର ଥାନା କିଶୋରପାଳ ବିହାରପୁର ଅଞ୍ଚଳରେ। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଘଟଣାଦିନ ଅର୍ଥାତ୍‌ ଗତ ଜାନୁୟାରୀ ୨୫ରେ ଅପରାହ୍ନ ୧ଟାରୁ ସାଢ଼େ ୧ଟା ମଧ୍ୟରେ ୧୦ ଜଣ ଯୁବକ ବାରଦାସ୍ଥିତ କାନାରା ବ୍ୟାଙ୍କ ଏଟିଏମ୍‌ରୁ ମେଶିନ, ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇଥିଲେ। ତେବେ ଟଙ୍କା ଲୁଟ୍‌ କରି ପାରି ନ ଥିଲେ। ଏ ନେଇ ନଂ. ୫୭/୨୩ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ସଦର ଥାନା ସଦାଶିବପୁର ଅଞ୍ଚଳର ହାଡ଼ିବନ୍ଧୁ ସେଠୀ ଓରଫ ହାଡ଼ିଆ (୨୮), ସର୍ବେଶ୍ୱର ନାୟକ ଓରଫ ମଣ୍ଟୁ (୩୩), ମୋଟଙ୍ଗା ଥାନା କୋଚିଲାମଡ଼ା ଗ୍ରାମର ଶାନ୍ତନୁ ଗଡ଼ନାୟକ (୩୫), ସଦାଶିବପୁର ଗ୍ରାମର କାହ୍ନା ନାୟକ (୨୧)ଙ୍କୁ ପୋଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଦୀପୁ ଫେରାର ଥିଲେ। ମୋଟଙ୍ଗା ଅଞ୍ଚଳରେ ଦୀପୁ ବୁଲୁଥିବା ସୂଚନା ମିଳିବା ପରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ସଦର ଥାନା ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ସଦଳବଳ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ।

୨୮ ଲୁଟ, ଡକାୟତି ମାମଲାରେ ସମ୍ପୃକ୍ତ
ବାରଦା ଏଟିଏମ୍‌ ଲୁଟ୍‌ ଘଟଣାରେ ସଦର ଥାନା ପୋଲିସ ହାତରେ ଧରାପଡ଼ିଥିବା ଦୀପୁ ନାୟକ ଜଣେ ପେସାଦାର ଆନ୍ତଃଜିଲା ଅପରାଧୀ। ତାଙ୍କ ନାମରେ ଅନୁଗୋଳ ଜିଲାର ବିକ୍ରମପୁର ଥାନା, କଲିୟରି ଥାନା, ତାଳଚେର ଥାନା, ବଅଁରପାଳ ଥାନା, ଖମାର ଥାନା, ଜରପଡା ଥାନା, ପାଲଲହଡ଼ା ଥାନା, ଢେଙ୍କାନାଳ ଜିଲାର ପରଜଙ୍ଗ ଓ ସଦର ଥାନାରେ ୨୮ଟି ଲୁଟ୍‌ ଓ ଡକାୟତି ମାମଲା ରହିଛି। ତନ୍ମଧ୍ୟରୁ କଲିୟାରୀ ଥାନାରେ ୯ଟି, ତାଳଚେର ଥାନାରେ ୮ଟି ଏବଂ ପରଜଙ୍ଗ ଥାନାରେ ୩ଟି ମାମଲା ରହିଥିବା ଜିଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri