ପୋଲିସ କବ୍‌ଜାରେ ମାଷ୍ଟରମାଇଣ୍ଡ୍‌ ଦୀପୁ

ଢେଙ୍କାନାଳ ଅଫିସ, ୨୬।୩: ଢେଙ୍କାନାଳ ସଦର ଥାନା କାନାରା ବ୍ୟାଙ୍କ ବାରଦା ଶାଖାର ଏଟିଏମ୍‌ ଲୁଟ ଘଟଣାର ମାଷ୍ଟରମାଇଣ୍ଡ୍‌ ଦୀପୁ ନାୟକ (୨୮) ପୋଲିସ ହାତରେ ଧରାପଡ଼ିଛନ୍ତି। ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଥିବା ଦୀପୁଙ୍କ ନାମରେ ୨୮ଟି ଡକାୟତି ଏବଂ ଲୁଟ ମାମଲା ରହିଛି। ଅଭିଯୁକ୍ତଙ୍କ ଘର ଅନୁଗୋଳ ଜିଲା ତାଳଚେର ଥାନା କିଶୋରପାଳ ବିହାରପୁର ଅଞ୍ଚଳରେ। ଶନିବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଘଟଣାଦିନ ଅର୍ଥାତ୍‌ ଗତ ଜାନୁୟାରୀ ୨୫ରେ ଅପରାହ୍ନ ୧ଟାରୁ ସାଢ଼େ ୧ଟା ମଧ୍ୟରେ ୧୦ ଜଣ ଯୁବକ ବାରଦାସ୍ଥିତ କାନାରା ବ୍ୟାଙ୍କ ଏଟିଏମ୍‌ରୁ ମେଶିନ, ଅନ୍ୟାନ୍ୟ ସାମଗ୍ରୀ ନେଇ ପଳାଇଥିଲେ। ତେବେ ଟଙ୍କା ଲୁଟ୍‌ କରି ପାରି ନ ଥିଲେ। ଏ ନେଇ ନଂ. ୫୭/୨୩ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ସଦର ଥାନା ସଦାଶିବପୁର ଅଞ୍ଚଳର ହାଡ଼ିବନ୍ଧୁ ସେଠୀ ଓରଫ ହାଡ଼ିଆ (୨୮), ସର୍ବେଶ୍ୱର ନାୟକ ଓରଫ ମଣ୍ଟୁ (୩୩), ମୋଟଙ୍ଗା ଥାନା କୋଚିଲାମଡ଼ା ଗ୍ରାମର ଶାନ୍ତନୁ ଗଡ଼ନାୟକ (୩୫), ସଦାଶିବପୁର ଗ୍ରାମର କାହ୍ନା ନାୟକ (୨୧)ଙ୍କୁ ପୋଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଦୀପୁ ଫେରାର ଥିଲେ। ମୋଟଙ୍ଗା ଅଞ୍ଚଳରେ ଦୀପୁ ବୁଲୁଥିବା ସୂଚନା ମିଳିବା ପରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ରଙ୍କ ନିର୍ଦ୍ଦେଶରେ ସଦର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ସଦର ଥାନା ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ସଦଳବଳ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ।

୨୮ ଲୁଟ, ଡକାୟତି ମାମଲାରେ ସମ୍ପୃକ୍ତ
ବାରଦା ଏଟିଏମ୍‌ ଲୁଟ୍‌ ଘଟଣାରେ ସଦର ଥାନା ପୋଲିସ ହାତରେ ଧରାପଡ଼ିଥିବା ଦୀପୁ ନାୟକ ଜଣେ ପେସାଦାର ଆନ୍ତଃଜିଲା ଅପରାଧୀ। ତାଙ୍କ ନାମରେ ଅନୁଗୋଳ ଜିଲାର ବିକ୍ରମପୁର ଥାନା, କଲିୟରି ଥାନା, ତାଳଚେର ଥାନା, ବଅଁରପାଳ ଥାନା, ଖମାର ଥାନା, ଜରପଡା ଥାନା, ପାଲଲହଡ଼ା ଥାନା, ଢେଙ୍କାନାଳ ଜିଲାର ପରଜଙ୍ଗ ଓ ସଦର ଥାନାରେ ୨୮ଟି ଲୁଟ୍‌ ଓ ଡକାୟତି ମାମଲା ରହିଛି। ତନ୍ମଧ୍ୟରୁ କଲିୟାରୀ ଥାନାରେ ୯ଟି, ତାଳଚେର ଥାନାରେ ୮ଟି ଏବଂ ପରଜଙ୍ଗ ଥାନାରେ ୩ଟି ମାମଲା ରହିଥିବା ଜିଲା ପୋଲିସ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri