Posted inଜାତୀୟ

କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍‌, ଅମରିନ୍ଦରଙ୍କ ସ୍ତ୍ରୀ ପରନୀତ୍‌ ଅଧ୍ୟକ୍ଷ ଡୋର ଧରିବା ନେଇ ଚର୍ଚ୍ଚା…

ଚଣ୍ଡିଗଡ଼,୩୦।୯: ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅଧ୍ୟକ୍ଷ ପଦରୁ ନଭଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ହାଇକମାଣ୍ଡ ମନାଇବା ସ୍ଥିତିରେ ନାହାନ୍ତିି। ଏବେ ପ୍ଲାନ୍‌-ବି ଉପରେ ଚିନ୍ତା କରାଯାଉଛି। ତେବେ କଂଗ୍ରେସ ହାଇକମାଣ୍ଡ ଗୋଟିଏ ତୀରରେ ଦୁଇଟି ଶିକାର କରିବାକୁ ଚାହୁଁଛନ୍ତି। ତେଣୁ କଂଗ୍ରେସ ମାଷ୍ଟର ଷ୍ଟ୍ରୋକ୍‌ ମାରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି।

ବିଦାୟୀ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଦଳର ବାଡ଼ ଯେପରି ନ ଡ଼େଇଁବେ ସେଥିପାଇଁ ହାଇକମାଣ୍ଡ ତାଙ୍କ ସ୍ତ୍ରୀ ଏମ୍‌ପି ପରନୀତ୍‌ କୌରଙ୍କ ହାତରେ ରାଜ୍ୟ ଅଧ୍ୟକ୍ଷ ପଦ ଦେବାକୁ ଚିନ୍ତା କରୁଛନ୍ତି। ପରନୀତ୍‌ ପାଟିଆଲା ଲୋକ ସଭା ଆସନର ଏମ୍‌ପି।

ସିଦ୍ଧୁଙ୍କ କାର୍ଯ୍ୟ ନେଇ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉଭୟେ ଅସନ୍ତୁଷ୍ଟ ଅଛନ୍ତି। ପ୍ରିୟଙ୍କାଙ୍କ ପରାମର୍ଶଦାତା ବିଭାକର ଶାସ୍ତ୍ରୀ ସିଦ୍ଧୁଙ୍କୁ ଦଳରୁ ବାହାର କରିଦେବାକୁ ମଧ୍ୟ ଦାବି କରିଛନ୍ତି। ତେବେ ଇସ୍ତଫା ପତ୍ର ପଠାଇବାପରେ ହାଇକମାଣ୍ଡ ଏବଂ ସିଦ୍ଧୁଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା କୌଣସି କଥାବାର୍ତ୍ତା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଏମ୍‌ଡବ୍ଲ୍ୟୁ କାରରେ ମଇଳା ଉଠାଉଛନ୍ତି ଏହି ବ୍ୟକ୍ତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଝାରଖଣ୍ଡର ରାଞ୍ଚିରେ ଏକ ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ନିଜର ବିଳାସପୂର୍ଣ୍ଣ କାର ବିଏମ୍‌ଡବ୍ଲ୍ୟୁରେ ରାସ୍ତାରୁ ମଇଳା ବୋହି ନେଉଥିବା ଦେଖିବାକୁ ମିଳିଛି।...

ମହାଶିବରାତ୍ରୀରେ ଘୋଷଣା ହେଲା କେଦାରନାଥ କବାଟ ଖୋଲିବା ତିଥି

ଡେରାଡୁନ,୨୧।୨: ପବିତ୍ର ମହାଶିବରାତ୍ରୀ ଅବସରରେ ଉତ୍ତରାଖଣ୍ଡରେ ଥିବା କେଦାରନାଥ ଧାମର କବାଟ ଖୋଲିବା ତିଥି ଘୋଷଣା ହୋଇଛି। ଭକ୍ତଙ୍କ ପାଇଁ ଆସନ୍ତା ଏପ୍ରିଲ ୨୯ ତାରିଖ...

ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତରେ ପହଞ୍ଚିପାରେ ମର୍ଡନା ଭ୍ୟାକ୍ସିନ

ନୂଆଦିଲ୍ଲୀ,୫ ।୭: କରୋନା ମହାମାରୀ ସହ ଲଢିବାକୁ ଏବେ ଟିକାକରଣକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଟିକାକରଣ ଅଭିଯାନକୁ ଦ୍ରୁତ...

୬ ବର୍ଷ ତଳେ ବନ୍ଦ ହୋଇଥିଲା ୧୬୦ ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବା

ନୂଆଦିଲ୍ଲୀ,୧୪।୭: ଗତ ୬ବର୍ଷ ତଳେ ୨୦୧୩ ଜୁଲାଇ ୧୪ ରାତ୍ର ୧୦ଟାରେ ଭାରତରେ ୧୬୦ବର୍ଷ ପୁରାତନ ଟେଲିଗ୍ରାମ୍‌ ସେବାକୁ ବନ୍ଦ କରିଦିଆଯାଇଥିଲା। ବ୍ରିଟିଶ୍‌ ଶାସନ ସମୟରେ...

ଭାରତରେ ଓମିକ୍ରନ୍‌ ଆତଙ୍କ, ୧୫ ଦିନରେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସିଛନ୍ତି ୧,୦୦୦ ଯାତ୍ରୀ…

ନୂଆଦିଲ୍ଲୀ,୩୦।୧୧: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଶ୍ୱାନେ ଇନଷ୍ଟିଚ୍ୟୁଟ୍‌ କରୋନାର ଦ୍ୱିତୀୟ ଏନ୍ତୁଡ଼ିଶାଳ ପାଲଟିଛି। ଏପରିସ୍ଥଳେ...

ଅନଶନରେ ବସିବେ ଆନ୍ନା

ପୁଣେ, ୨୯।୧୨(ପି.ଟି.): ଜାନୁୟାରୀ ଶେଷ ସୁଦ୍ଧା କେନ୍ଦ୍ର ସରକାର ଯଦି ଦାବି ପୂରଣ ନ କରନ୍ତି, ତେବେ ଅନଶନରେ ବସିବାକୁ ସାମାଜିକ କର୍ମୀ ଆନ୍ନା ହାଜାରେ...

ସ୍କୁଲ ଶିକ୍ଷୟତ୍ରୀଙ୍କ ସହ ପୁଅକୁ ହତ୍ୟା

କୋଲକାତା,୭।୯: କୋଲକାତାର ବେହାଲା ପର୍ନାଶ୍ରୀ ଅଞ୍ଚଳ ସ୍ଥିତ ବହୁ ମହଲା ବିଲ୍ଡିଂର ଏକ ଫ୍ଲାଟ୍‌ରୁ ଉଦ୍ଧାର ହୋଇଛି ରକ୍ତ ଜୁଡ଼ୁବୁଡ଼ୁ ଜଣେ ସ୍କୁଲ ଶିକ୍ଷୟତ୍ରୀ ଓ...

୪୦ ଦଙ୍ଗାକାରୀଙ୍କ ଫଟୋ ଜାରି

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ...

Advertisement
Archives

Model This Week