ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷତି

ପଟ୍ଟାମୁଣ୍ଡାଇ, ୮।୮(ଅକ୍ଷୟ ବିଶ୍ୱାଳ): ଚଳିତ ବ୍ରାହ୍ମଣୀ ଓ କାଣୀ ନଦୀର ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅର୍ଥକରୀ ପନିପରିବା ଫସଲ ସମେତ ଧାନ ଫସଲ ନଷ୍ଟ ହୋଇଯାଇଛି। ଫଳରେ ଚାଷୀମାନେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକର ୩୧ଟି ପଞ୍ଚାୟତ ମଧ୍ୟରୁ ଧୋୟାଞ୍ଚଳରେ ଥିବା ୧୧ଟି ପଞ୍ଚାୟତ ଓ ମ୍ୟୁନିସିପାଲିଟିର ୨୦ଟି ଓ୍ବାର୍ଡ ମଧ୍ୟରୁ ୧୧ଟି ଓ୍ବାର୍ଡ ସମେତ ୧ଟି ଆଂଶିକ ଓ୍ବାର୍ଡର ମୋଟ ୮୫ ହଜାର ଲୋକ ବିପନ୍ନ ହୋଇଛନ୍ତି।
ବ୍ଲକରେ ପ୍ରବାହିତ ବ୍ରାହ୍ମଣୀ ସହ ଖରସ୍ରୋତାର ଶାଖା କାଣୀ ନଦୀରେ ୩ ଦିନ ତଳେ ବନ୍ୟାଜଳ ମାଡ଼ି ଆସିଥିଲା। ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ଜଳବନ୍ଦୀ ହୋଇପଡ଼ିଥିଲେ। ପାରଉତ୍ତାର ପାଇଁ ଡଙ୍ଗା କି ଭୁଟୁଭୁଟି ଯୋଗାଇ ଦେବାରେ ପ୍ରଶାସନ ଅବହେଳା କରିଥିଲା। ଲୋକେ ବହୁ କଷ୍ଟରେ ବନ୍ୟା ସ୍ରୋତରେ ପଶି ନିଜର ନିତିଦିନିଆ କାମ କରିଥିଲେ। ପଟ୍ଟାମୁଣ୍ଡାଇ ବ୍ଲକର ଅଳପୁଆ, ତରଡ଼ିପାଳ, ପେଣ୍ଠପାଳ, ସିଂହଗଁା, ବଲୁରିଆ, ଅମୃତମଣୋହି, ଅଣ୍ଢରା, ଶାସନ(ଆଂଶିକ), ଶ୍ରୀରାମପୁର, ଡାମରପୁର, ବଳଭଦ୍ରପୁର, ନୀଳକଣ୍ଠପୁର, ବାଛରା ଓ ବାଲିପାଟଣା ସମେତ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଷଣ୍ଢପଲୀ, ତନୁପୁର, ବାଲିପଡ଼ା, କଷଣଅଣ୍ଟା, ନୂଆଗାଁ, କାକୁଡ଼ିପଲ୍ଲୀ, ଅଳଭା ପ୍ରଭୃତ ୧୧ଟି ଓ୍ବାର୍ଡରେ ସମସ୍ତ ଚାଷଜମି ଜଳମଗ୍ନ ହୋଇପଡ଼ିଛି। କୃଷି ବହୁଳ ଗଁାଗୁଡିକରେ ଅର୍ଥକରୀ ଫସଲ କାକୁଡ଼ି, ଜହ୍ନି, କଲରା, ଭେଣ୍ଢି, ପୋଇ, କଖାରୁ, ପୋଟଳ, ବାଇଗଣ ପ୍ରଭୃତି ଅର୍ଥକାରୀ ଫସଲ ବୁଡ଼ିଯିବା ଫଳରେ ପଚି ନଷ୍ଟ ହୋଇଯାଇଛି। ପଟ୍ଟାମୁଣ୍ଡାଇ ବିଡିଓ ଶୁଭ୍ରାଂଶୁ ସାହୁ, ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ କୃଷି ଅଧିକାରୀ ବନ୍ୟା ଅଞ୍ଚଳ ବୁଲି ଦେଖିବା ସହିତ ବନ୍ୟାଞ୍ଚଳବାସୀଙ୍କ ସହ ଫସଲହାନି ସର୍ଭେ କଥା ହୋଇଛନ୍ତି। ବିଶେଷକରି ଅଳପୁଆ ପଞ୍ଚାୟତର ଗୋଜିଆକଣ ରାସ୍ତାରେ ୧୫ ଫୁଟର ଘାଇ ହେବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଲୋକେ ଗୃହବନ୍ଦୀ ହୋଇ ପଡିଛନ୍ତି। ଏହି ଘାଇ ହେବା ଫଳରେ ଅଳପୁଆ ପଞ୍ଚାୟତର ସେଠୀସାହି, ମଣିରାମପୁର, ସୁବଳପୁର, ଜେନାସାହି, ବିଶ୍ୱାଳସାହି, ମିଶ୍ରବାଗ ପ୍ରଭୃତି ଅଞ୍ଚଳ ଜଳମଗ୍ନ ହୋଇ ଗୃହବନ୍ଦୀ ହୋଇ ପଡ଼ିଛନ୍ତି। ଗୋଜିଆକଣଠାରେ ହୋଇଥିବା ଘାଇ ତୁରନ୍ତ ମରାମତି ପାଇଁ ବିଭାଗୀୟ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରାପଡ଼ା ବିଧାୟକ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ସିଂହଗଁା ପଞ୍ଚାୟତ ବନ୍ୟା ହ୍ରାସ ପାଇଥିଲେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ସିଂହଗଁା ପଞ୍ଚାୟତର କୃଷ୍ଣଦାସପୁର, ରାଉଳିଆଡିଆ, ପାଣିସାଉଁଳିଆ, ନୂଆଗଁା ପ୍ରଭୃତି ଅଞ୍ଚଳ ଜଳମଗ୍ନ ହୋଇପଡିଛି। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟି ଅଞ୍ଚଳର ତନୁପୁର, ବାଲିପଡା, କଷଣଅଣ୍ଟା, କାକୁଡିପଲ୍ଲୀ, ବଳଦେବନଗର, ତଳବାଲିପଡା, ସିଦ୍ଦପାଟଣା, ନୂଆଗଁା ଅଞ୍ଚଳର ଶହ ଶହ ଏକର ଫସଲ ବୁଡ଼ି ନଷ୍ଟ ହୋଇଯାଇଛି। ବନ୍ୟା କମିଲେ ତଦନ୍ତ କରାଯାଇ ବ୍ୟାପକ ଫସଲ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରାଯିବ ବୋଲି ବିଡିଓ ସାହୁ କହିଛନ୍ତି। ବନ୍ୟାଞ୍ଚଳର ୧୫ ହଜାର ଗୃହପାଳିତ ପଶୁ ଖାଦ୍ୟ ନ ପାଇ ଖୁଣ୍ଟରେ ବନ୍ଧା ହୋଇ ଡହଳବିକଳ ହୋଉଛନ୍ତି। ସରକାର ଗୋ-ଖାଦ୍ୟ ସହ ବିପନ୍ନ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇଦେବାକୁ ବନ୍ୟାଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?