Posted inଜାତୀୟ

ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆତଙ୍କବାଦୀଙ୍କୁ ଗିରଫ କଲା ଏନ୍‌ଆଇଏ

କୋଲକାତା, ୨୭।୯: ଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ପକ୍ଷରୁ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ଜଲଙ୍ଗି ଥାନା ଅନ୍ତର୍ଗତ ନନ୍ଦପାରା କାଳିଙ୍ଗଜ ଅଞ୍ଚଳରୁ ସନ୍ଦିଗ୍ଧ ଅଲ୍‌କାଏଦା ଆତଙ୍କବାଦୀ ସମିମ୍‌ ଅନସାରୀଙ୍କୁ ଗିରଫ କରାଯାଇଛି। ତାଙ୍କୁ ମୁର୍ସିଦାବାଦ ଜିଲାର ନ୍ୟାୟିକ ଅଧିକାରୀ(ସିଜେଏମ୍‌)ଙ୍କ ସମ୍ମୁଖରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌ରେ ନିଆଯାଇଛି। ଏବେ ସମିମ୍‌ଙ୍କୁ ଏନ୍‌ଆଇଏର ଦିଲ୍ଲୀସ୍ଥିତ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ। ସେଠାରେ ତାଙ୍କୁ ଅଧିକ ପଚରା ଉଚରା କରାଯିବ ବୋଲି ଏନ୍‌ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ସେପ୍ଟେମ୍ବର ୧୯ରେ କେରଳର ଏର୍ନାକୁଲମ୍‌ ଜିଲା ଏବଂ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଚଢ଼ାଉ କରାଯାଇ ୯ ଜଣ ଅଲ୍‌କାଏଦା ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟେକାମାଡ଼ରେ ଟ୍ରକ୍‌ ଡ୍ରାଇଭର ମୃତ

ଶ୍ରୀନଗର,୨୬ା୮(ପି.ଟି.): ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲା ଜରାଦିପୋରା ଉରାନହାଲ୍‌ ଅଞ୍ଚଳରେ ରବିବାର ରାତିରେ ଟେକାମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ୪୨ ବର୍ଷୀୟ ନୁର...

ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲା: ଟ୍ରକ୍‌ ଡାଇଭର ଓ ହେଲ୍‌ପରଙ୍କୁ ୩ ଦିନ ରିମାଣ୍ଡରେ ନିଆଗଲା

ଲକ୍ଷ୍ନୌ,୩।୮: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣା ମାମଲାରେ ସମ୍ପୃକ୍ତ ଥିବା ସନ୍ଦେହରେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଡ୍ରାଇଭର ଓ ହେଲପର୍‌ଙ୍କୁ ସ୍ପେଶାଲ ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌...

ନେତାଜୀଙ୍କ ଜୀବନ ସହ ସମ୍ପର୍କିତ ରହସ୍ୟ ଉପରୁ ହଟିବ ପରଦା: ୭୪ ବର୍ଷ ପୁରୁଣା ଅପ୍ରକାଶିତ ପୁସ୍ତକ ହେବ ପ୍ରକାଶିତ…

ନୂଆଦିଲ୍ଲୀ,୨୩।୧ : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ସୋମବାର ସାରା ଦେଶରେ ପାଳନ କରାଯାଉଛି। ତାଙ୍କ ପ୍ରତିମୂର୍ତ୍ତିକୁ ଶ୍ରଦ୍ଧାଞ୍ଜଳି...

ଏନ୍‌ଡିଏ ଗଢିବ ସରକାର, ନୀତୀଶ ହେବେ ମୁଖ୍ୟମନ୍ତ୍ରୀ: ଶାହନବାଜ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳଫଳ ମଙ୍ଗଳବାର ଆସିବା ପରେ ଏହା ସ୍ପଷ୍ଟ ହୋଇଯିବ ଯେ କିଏ ଶାସନ ଗାଦିରେ ବସିବ । ତେବେ...

ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍‌ : ଦିନକରେ ୨.୮୧ ଲକ୍ଷ ସଂକ୍ରମିତ, ୪୧୦୦ ମୃତ

ନୂଆଦିଲ୍ଲୀ,୧୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ...

୪୦ ଲକ୍ଷରୁ ଅଧିକ ପିଲାଙ୍କୁ ଦିଆଯାଇଛି ଟିକା: ଡବ୍ଲୁଏଚଓ-ୟୁନିସେଫ ରିପୋର୍ଟ…

ନୂଆଦିଲ୍ଲୀ,୨୪।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏବଂ ୟୁନିସେଫ ରିପୋର୍ଟରୁ ଜଣାପଡିଛି ଭାରତରେ ୪୦ ଲକ୍ଷରୁ ଅଧିକ ପିଲାଙ୍କୁ କରୋନା ମହାମାରୀ ପରେ ଟିକା...

ଲକ୍‌ଡାଉନ ନୁହେଁ, ଗୋଷ୍ଠୀ ସଂକ୍ରମଣରୁ ମୁକ୍ତି ଜରୁରୀ

ମୁମ୍ବାଇ,୨୬।୪(ପିଟି): କରୋନା ମହାମାରୀକୁ ପ୍ରତିହତ କରିବାକୁ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ସବୁ ବନ୍ଦ ରହିଥିବାରୁ ଦେଶର ଅର୍ଥନୈତିକ ସ୍ଥିତି ମଧ୍ୟ...

ସିସୋଡିଆଙ୍କ ଚ୍ୟାଲେଞ୍ଜ, ୪ ଦିନ ମଧ୍ୟରେ ମତେ ଗିରଫ କର…

ନୂଆଦିଲ୍ଲୀ, ୧୫।୯ : ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ସମ୍ପର୍କରେ ଭାରତୀୟ ଜନତା ପାର୍ଟି (ଭାଜପା) ଦ୍ୱାରା ପ୍ରକାଶିତ ଷ୍ଟିଙ୍ଗ ଭିଡିଓକୁ ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ...

Advertisement
Archives

Model This Week