ମାସନ ଟ୍ରେନିଂ: ଶ୍ରମିକଙ୍କୁ ମିଳୁନି ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କୁ କୁଶଳୀ କରିବା ଲାଗି ସରକାର ମାସନ (ରାଜମିସ୍ତ୍ରି) ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ମାସନ୍‌ ଟ୍ରେନିଂ କାର୍ଯ୍ୟକ୍ରମ ଜରିଆରେ ଶ୍ରମିକଙ୍କୁ ଘରୋଇ ସଂସ୍ଥା(ଥାର୍ଡ ପାର୍ଟି) ଜରିଆରେ ଟ୍ରେନିଂ ଦିଆଯିବା ସାଙ୍ଗକୁ ସେମାନଙ୍କୁ ସାର୍ଟିଫିକେଟ ସହ ଦୈନିକ ପାରିଶ୍ରମିକ ଏବଂ ଟୁଲ କିଟ୍‌ ଦେବାର ବ୍ୟବସ୍ଥା ରହିଛି। ହେଲେ ଦୀର୍ଘଦିନ ତଳୁ ଟ୍ରେନିଂ ନେଇସାରିଥିବା ଅଧିକାଂଶ ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଦୈନିକ ପାରିଶ୍ରମିକ ଏବଂ ଟୁଲ କିଟ୍‌ ପ୍ରଦାନ କରାଯାଇନାହିଁ। ଅପରପକ୍ଷରେ ଟ୍ରେନିଂ ଦେଉଥିବା ଘରୋଇ ସଂସ୍ଥା କିନ୍ତୁ ତାଙ୍କ ପ୍ରାପ୍ୟ ନେଇ ଚାଲିଛନ୍ତି।
ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୯ ନଭେମ୍ବରରୁ ବର୍ତ୍ତମାନ ମଧ୍ୟରେ ରାଜ୍ୟର ପ୍ରାୟ ୧୭ହଜାର ଶ୍ରମିକଙ୍କୁ ସରକାର ଟ୍ରେନିଂ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ହଜାରଙ୍କୁ ପ୍ରମାଣପତ୍ର(ସାର୍ଟିଫିକେଟ) ଦିଆସରିଛି। ଏମାନଙ୍କୁ ଟ୍ରେନିଂ ପ୍ରଦାନ କରିବା ପାଇଁ ରାଜ୍ୟରେ ୨୯ଟି ଘରୋଇ ସଂସ୍ଥା ଦାୟିତ୍ୱ ନେଇଛନ୍ତି, ଯେଉଁଥିଲାଗି ଲକ୍ଷାଧିକ ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି। ମାସନ ଟ୍ରେନିଂ କାର୍ଯ୍ୟକ୍ରମ ରାଜ୍ୟର ସବୁ ଜିଲାରେ ଚାଲିଛି। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟରେ ଚାଲିଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗର ଆଡମିନ କଣ୍ଟିଜେଣ୍ଟ ଫଣ୍ଡରୁ ଅର୍ଥ ଖର୍ଚ୍ଚ କରାଯାଉଛି। ଶ୍ରମିକଙ୍କ ଲାଗି ମୁଖ୍ୟତଃ ୨ ପ୍ରକାର ଟ୍ରେନିଂ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ସହାୟକ ମିସ୍ତ୍ରିଭାବେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ୧୦ ଦିନିଆ ଶର୍ଟ ଟର୍ମ ଟ୍ରେନିଂ(ଏସ୍‌ଟିଡି) କାର୍ଯ୍ୟକ୍ରମ ହେଉଥିବାବେଳେ ଲେବର ଶ୍ରେଣୀର ଶ୍ରମିକଙ୍କୁ ୪୫ ଦିନିଆ ରେକଗ୍‌ନାଇଜେଶନ ପ୍ରାୟର ଲର୍ନିଂ(ଆର୍‌ପିଏଲ୍‌) ଟ୍ରେନିଂ ଦିଆଯାଉଛି। ପ୍ରଥମେ କିଛିଦିନ ଥିଓରି କରାଯିବା ପରେ ବାକି  ସମୟ ପ୍ରାକ୍ଟିକାଲ ଏବଂ ଶେଷରେ ସାର୍ଟିଫିକେଟ ମିଳୁଛି। ଏହି ଟ୍ରେନିଂ ସମୟରେ ଶ୍ରମିକମାନଙ୍କୁ ଦୈନିକ ଖାଇବା ବାବଦରେ ୧୦୦ଟଙ୍କା ଏବଂ ମଜୁରି ବାବଦକୁ ପ୍ରାୟ ୩୨୦ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ମାସନ ଟ୍ରେନିଂ ପରେ ଅଧିକାଂଶ ଶ୍ରମିକ ଅର୍ଥ ପାଇ ନ ଥିବା ଅଭିଯୋଗ କରିଛନ୍ତି। ପୁରୀ ଜିଲାରେ ମାସନ ଟ୍ରେନିଂ ପାଇଁ ନୋଡାଲ ଅଫିସରଭାବେ ନିଯୁକ୍ତ ହୋଇଥିବା ଜଣେ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ସେ ଗତ ୬ ମାସ ତଳେ ସେ ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି ସମୟରେ ଯେଉଁସବୁ ଟ୍ରେନିଂ ଚାଲିଥିଲା ସେଥିରେ ସାମିଲ ଶ୍ରମିକଙ୍କୁ ଏ ପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ଫଳରେ ସେହି ଶ୍ରମିକମାନେ ବାରମ୍ବାର ଅଭିଯୋଗ ଆଣୁଛନ୍ତି ବୋଲି ଯନ୍ତ୍ରୀ ଜଣକ ନିଜ ନାମ ଗୋପନ ରଖି କହିଛନ୍ତି। ଅପରପକ୍ଷେ ଶ୍ରମିକଙ୍କୁ କୁଶଳୀ କରିବାକୁ ଯେଉଁ ଲକ୍ଷାଧିକ ଟଙ୍କା ଆସୁଛି ତାହା କୁଆଡ଼େ ଯାଉଛି ବୋଲି ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା ପ୍ରଶ୍ନ ଉଠାଇଛନ୍ତି। ଶ୍ରମିକ ମାନରଞ୍ଜନ ମହାରଣା କହିଛନ୍ତି, ତାଙ୍କୁ ରାଜମିସ୍ତ୍ରି କରାଯିବ ବୋଲି କୁହାଯାଇ ନିଆଗଲା। ଏପରି କି ଟ୍ରେନିଂ ନେଲେ ସାର୍ଟିଫିକେଟ ସହ ଏହି ସମୟ ପାଇଁ ଭଲ ଅର୍ଥ ମିଳିବ ବୋଲି କୁହାଯାଇଥିଲା। ଟ୍ରେନିଂ ନେବାର ଇତିମଧ୍ୟରେ ୩ବର୍ଷ ପୂରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ସେହିପରି ଡେଲାଙ୍ଗ ବ୍ଲକର ଗଜେନ୍ଦ୍ର ସାହୁ ଏବଂ ପ୍ରସନ୍ନ ସାହୁ ମଧ୍ୟ ସମାନ ଅଭିଯୋଗ ଆଣି କହିଛନ୍ତି, ଏ ପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କା ମିଳିଲାନାହିଁ। ଏଥିପାଇଁ ବାରମ୍ବାର ଦୌଡ଼ିଦୌଡ଼ି ସେମାନେ ଆଶା ଛାଡ଼ି ଦେଲେଣି। କେବଳ ଟଙ୍କା ନୁହେଁ ସେମାନଙ୍କୁ କାମ କରିବାକୁ ଯେଉଁ ଟୁଲ କିଟ୍‌ ମିଳିବା କଥା ତାହା ମଧ୍ୟ ମିଳିଲା ନାହିଁ ବୋଲି ସାହୁ ଅଭିଯୋଗ କରିଛନ୍ତି।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଲକ୍ଷ୍ୟରେ ରଖି ମୁଖ୍ୟତଃ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିବା କୁହାଯାଉଛି। ରାଜ୍ୟର ଯେଉଁ ଜିଲାରେ ଟାର୍ଗେଟ ମୁତାବକ ଆବାସ ଯୋଜନାରେ ଘର କାମ ସରୁନାହିଁ ସେହି ସ୍ଥାନଗୁଡ଼ିକରେ ଟ୍ରେନିଂ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହ ଏଥିରେ ଶ୍ରମିକଙ୍କୁ ସାମିଲ କରି ଲକ୍ଷ୍ୟ ପୂରଣ କରାଯାଉଛି। ଶ୍ରମିକଙ୍କୁ ଟ୍ରେନିଂ ଦେବା ଲାଗି ଟ୍ରେନିଂ ପାର୍ଟନର(ଟିପି) ବଛାଯାଇଛି। ଗାଁ ଗହଳିରେ ମାଇକ ଦ୍ୱାରା ପ୍ରଚାର କରି ଶ୍ରମିକଙ୍କୁ ଟ୍ରେନିଂରେ ସାମିଲ କରିବା ଟିପିଙ୍କ କାମ। ଜଣେ ଟିପି ମୋଟ ୩୦ଜଣଙ୍କୁ ଟ୍ରେନିଂ ଦେଇପାରିବେ। ଜଣେ ଶ୍ରମିକ ପିଛା ଟିପି ଘଣ୍ଟାକୁ ପ୍ରାୟ ୪୭ଟଙ୍କା ହିସାବରେ ୮ଘଣ୍ଟାକୁ ୩୭୬ଟଙ୍କା ନେବେ। ସେହି ଅନୁଯାୟୀ ୧୦ଦିନିଆ ଟ୍ରେନିଂରେ ଟିପି ଦୈନିକ ୧୧,୨୮୦ ଟଙ୍କା, ମାସିକ ୩, ୩୮, ୪୦୦ ଟଙ୍କା ଏବଂ ୪୫ ଦିନରେ ୫,୦୭,୬୦୦ ଟଙ୍କା ନେଉଛନ୍ତି। ବିଡିଓ କେଉଁ ପଞ୍ଚାୟତରେ କେତେ ଆବାସ ଘରର ଟାର୍ଗେଟ ହାସଲ ହୋଇପାରି ନାହିଁ ତା’ର ହିସାବ ଟିପିମାନଙ୍କୁ ଦେବେ। ଏହାପରେ ଉକ୍ତ ଟିପି ଯାଇ ସେହି ଅଞ୍ଚଳରେ ଶ୍ରମିକମାନଙ୍କୁ ବୁଝାଇ ଟ୍ରେନିଂରେ ସାମିଲ କରି ଟାର୍ଗେଟ ଶେଷ କରୁଛନ୍ତି। ବଲାଙ୍ଗୀର ଜିଲାରେ ସର୍ବାଧିକ ୩୫୩୦ ଜଣ ଶ୍ରମିକଙ୍କୁ ଟ୍ରେନିଂ କାର୍ଯ୍ୟରେ ସାମିଲ କରାଯାଇଛି। ଏଥିପାଇଁ ସେହି ଜିଲାରେ ୫ ଟିପିଙ୍କୁ ଦାୟିତ୍ୱ ମିଳିଛି। ମୟୂରଭଞ୍ଜ ଜିଲାରେ ମଧ୍ୟ ଆବାସ ଯୋଜନାରେ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ କାମ ସରୁନାହିଁ। ତେଣୁ ସରକାର ସେହି ଜିଲା ପାଇଁ ୩ ଟିପିଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି, ସେମାନେ ୩୦୨୦ ଜଣ ଶ୍ରମିକଙ୍କୁ ଟ୍ରେନିଂରେ ସାମିଲ କରି ଲକ୍ଷ୍ୟ ପୂରଣ କରିବେ। ଏନେଇ ଓଡ଼ିଶା ଜୀବିକା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜେଶ ପ୍ରଭାକର ପାଟିଲଙ୍କୁ ପଚାରିବାରେ ସେ କହିଛନ୍ତି, ଟ୍ରେନିଂ ନେଇଥିବା ଶ୍ରମିକଙ୍କୁ ପାରିଶ୍ରମିକ ନ ମିଳିବା ନେଇ କୌଣସି ଅଭିଯୋଗ ଆମ ନିକଟକୁ ଆସି ନାହିଁ। ତେବେ କରୋନା ସମୟରେ ମଜୁରି ପ୍ରଦାନରେ ସାମାନ୍ୟ ବିଳମ୍ବ ହୋଇଛି। ଏହି ଟଙ୍କା ବ୍ଲକ ମାଧ୍ୟମରେ ଦିଆଯାଇଥାଏ। ପ୍ରାପ୍ୟ ପ୍ରଦାନ ଦିଗରେ କେଉଁଠି ଅସୁବିଧା ହୋଇଛି ତାକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳିକାଣ୍ଡ ଘଟଣାରେ ଡିଆଇଜିଙ୍କ ରାୟଗଡ଼ା ଗସ୍ତ: ସ୍ଥିତି ଉପରେ ଅନୁଧ୍ୟାନ

ଗୁଣପୁର,୧୧।୫( ସୁଜାତା ପାଢ଼ୀ):ରାୟଗଡ଼ା ଗୁଳିକାଣ୍ଡ ଘଟଣା ପରେ ଦକ୍ଷିଣ ପଶ୍ଚିମlଞ୍ଚଳ ଡିଆଇଜି ଡ. କନୱର ବିଶାଲ ସିଂ ସୋମବାର ପହଞ୍ଚି ପରିସ୍ଥିତି ଉପରେ ଅନୁଧ୍ୟାନ କରିଛନ୍ତି। ଅପରାଧୀମାନଙ୍କୁ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ପ୍ରତିଶ୍ରୁତି ପୂରଣ କରିଲାନି ପ୍ରଶାସନ, ଶତାଧିକ ମହିଳା, ପୁରୁଷ ଏକାଠି ହୋଇ…

ମୋହନା,୧୧।୫( ମନ୍ମଥ ମିଶ୍ର ) : ପ୍ରତିଶ୍ର୍ରୁତି ପୂରଣ କରିଲାନି ପ୍ରଶାସନ। ପ୍ରକଳ୍ପ କାମ ବନ୍ଦ କଲେ ବିସ୍ଥାପିତ ଅଞ୍ଚଳବାସୀ । ଦୀର୍ଘ ବର୍ଷଧରି ଚାଲୁ ରହିଥିବା…

ବ୍ଲକ ପ୍ରଶାସନର ନାକ ତଳେ ନିୟମକୁ ‘ଫୁ’: ଅଧପନ୍ତରିଆ ସଭାଗୃହ, ପଚାରିଲେ ଅଧିକାରୀ କହୁଛନ୍ତି ଏମିତି…

ଥୁଆମୂଳ ରାମପୁର, ୧୧ା୫ (ଦୁର୍ଗା କୀର୍ତ୍ତି) : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଖୋଦ ବ୍ଲକ ପ୍ରଶାସନର ଆଖି ସାମ୍ନାରେ ଚାଲିଛି ମନମୁଖୀ କାର୍ଯ୍ୟ। କଳାହାଣ୍ଡି ଜିଲା…

ବାଘ ଭୟରେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ: ଧରିବାକୁ ଡ୍ରୋନ ଚଳାଇଛି ବନବିଭାଗ, ହେଲେ…

ଦିଗପହଣ୍ଡି,୧୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧୀନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟର ଜକର ଗ୍ରାମ ନିକଟ ମା…

ମୋକିମ- ମଧୁଙ୍କ ଉପରେ ବର୍ଷିଲେ ବିଧାୟକ ସାଗର, କହୁ କହୁ କହିଦେଲେ ଏତେ ବଡ଼ କଥା

ଭବାନୀପାଟଣା,୧୧।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ସୋମବାର ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଏକ ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ…

୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଅପିଲ କଲେ ପ୍ରଧାନମନ୍ତ୍ରୀ, ଦେଶରେ ହଇଚଇ, କାହିିଁକି ବାରମ୍ବାର କହୁଛନ୍ତି ଏମିତି…

ନୂଆଦିଲ୍ଲୀ,୧୧।୫: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ପ୍ରଭାବ ଏବେ ବିଶ୍ୱ ଅର୍ଥନୀତି ଉପରେ ସ୍ପଷ୍ଟ ଭାବରେ ଦେଖାଯାଉଛି, ଏବଂ ଏହା ଭାରତ ଉପରେ…

ନାବାଳିକା ବଧୂଙ୍କୁ ମାରିଦେଲେ ଶାଶୁଘର ଲୋକେ! ସ୍ବାମୀ-ଶ୍ୱଶୁର ଅଟକ

ନନ୍ଦପୁର, ୧୧/୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖିର୍ଜୀ ପଞ୍ଚାୟତର ନନ୍ଦୀଗାଁ ଗ୍ରାମରେ ଜଣେ ୧୭ ବର୍ଷୀୟା ନାବାଳିକା ବଧୂର ମୃତ୍ୟୁକୁ ନେଇ ଉତ୍ତେଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri