ମାସନ ଟ୍ରେନିଂ: ଶ୍ରମିକଙ୍କୁ ମିଳୁନି ଟଙ୍କା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କୁ କୁଶଳୀ କରିବା ଲାଗି ସରକାର ମାସନ (ରାଜମିସ୍ତ୍ରି) ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ହେଲେ ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ମାସନ୍‌ ଟ୍ରେନିଂ କାର୍ଯ୍ୟକ୍ରମ ଜରିଆରେ ଶ୍ରମିକଙ୍କୁ ଘରୋଇ ସଂସ୍ଥା(ଥାର୍ଡ ପାର୍ଟି) ଜରିଆରେ ଟ୍ରେନିଂ ଦିଆଯିବା ସାଙ୍ଗକୁ ସେମାନଙ୍କୁ ସାର୍ଟିଫିକେଟ ସହ ଦୈନିକ ପାରିଶ୍ରମିକ ଏବଂ ଟୁଲ କିଟ୍‌ ଦେବାର ବ୍ୟବସ୍ଥା ରହିଛି। ହେଲେ ଦୀର୍ଘଦିନ ତଳୁ ଟ୍ରେନିଂ ନେଇସାରିଥିବା ଅଧିକାଂଶ ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଦୈନିକ ପାରିଶ୍ରମିକ ଏବଂ ଟୁଲ କିଟ୍‌ ପ୍ରଦାନ କରାଯାଇନାହିଁ। ଅପରପକ୍ଷରେ ଟ୍ରେନିଂ ଦେଉଥିବା ଘରୋଇ ସଂସ୍ଥା କିନ୍ତୁ ତାଙ୍କ ପ୍ରାପ୍ୟ ନେଇ ଚାଲିଛନ୍ତି।
ରାଜ୍ୟ ସରକାରଙ୍କ ଜଣେ ଅଧିକାରୀ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୧୯ ନଭେମ୍ବରରୁ ବର୍ତ୍ତମାନ ମଧ୍ୟରେ ରାଜ୍ୟର ପ୍ରାୟ ୧୭ହଜାର ଶ୍ରମିକଙ୍କୁ ସରକାର ଟ୍ରେନିଂ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ହଜାରଙ୍କୁ ପ୍ରମାଣପତ୍ର(ସାର୍ଟିଫିକେଟ) ଦିଆସରିଛି। ଏମାନଙ୍କୁ ଟ୍ରେନିଂ ପ୍ରଦାନ କରିବା ପାଇଁ ରାଜ୍ୟରେ ୨୯ଟି ଘରୋଇ ସଂସ୍ଥା ଦାୟିତ୍ୱ ନେଇଛନ୍ତି, ଯେଉଁଥିଲାଗି ଲକ୍ଷାଧିକ ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି। ମାସନ ଟ୍ରେନିଂ କାର୍ଯ୍ୟକ୍ରମ ରାଜ୍ୟର ସବୁ ଜିଲାରେ ଚାଲିଛି। କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟରେ ଚାଲିଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗର ଆଡମିନ କଣ୍ଟିଜେଣ୍ଟ ଫଣ୍ଡରୁ ଅର୍ଥ ଖର୍ଚ୍ଚ କରାଯାଉଛି। ଶ୍ରମିକଙ୍କ ଲାଗି ମୁଖ୍ୟତଃ ୨ ପ୍ରକାର ଟ୍ରେନିଂ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ସହାୟକ ମିସ୍ତ୍ରିଭାବେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ୧୦ ଦିନିଆ ଶର୍ଟ ଟର୍ମ ଟ୍ରେନିଂ(ଏସ୍‌ଟିଡି) କାର୍ଯ୍ୟକ୍ରମ ହେଉଥିବାବେଳେ ଲେବର ଶ୍ରେଣୀର ଶ୍ରମିକଙ୍କୁ ୪୫ ଦିନିଆ ରେକଗ୍‌ନାଇଜେଶନ ପ୍ରାୟର ଲର୍ନିଂ(ଆର୍‌ପିଏଲ୍‌) ଟ୍ରେନିଂ ଦିଆଯାଉଛି। ପ୍ରଥମେ କିଛିଦିନ ଥିଓରି କରାଯିବା ପରେ ବାକି  ସମୟ ପ୍ରାକ୍ଟିକାଲ ଏବଂ ଶେଷରେ ସାର୍ଟିଫିକେଟ ମିଳୁଛି। ଏହି ଟ୍ରେନିଂ ସମୟରେ ଶ୍ରମିକମାନଙ୍କୁ ଦୈନିକ ଖାଇବା ବାବଦରେ ୧୦୦ଟଙ୍କା ଏବଂ ମଜୁରି ବାବଦକୁ ପ୍ରାୟ ୩୨୦ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ମାସନ ଟ୍ରେନିଂ ପରେ ଅଧିକାଂଶ ଶ୍ରମିକ ଅର୍ଥ ପାଇ ନ ଥିବା ଅଭିଯୋଗ କରିଛନ୍ତି। ପୁରୀ ଜିଲାରେ ମାସନ ଟ୍ରେନିଂ ପାଇଁ ନୋଡାଲ ଅଫିସରଭାବେ ନିଯୁକ୍ତ ହୋଇଥିବା ଜଣେ କନିଷ୍ଠ ଯନ୍ତ୍ରୀ କହିଛନ୍ତି, ସେ ଗତ ୬ ମାସ ତଳେ ସେ ନିଯୁକ୍ତି ପାଇଛନ୍ତି। ତାଙ୍କ ନିଯୁକ୍ତି ସମୟରେ ଯେଉଁସବୁ ଟ୍ରେନିଂ ଚାଲିଥିଲା ସେଥିରେ ସାମିଲ ଶ୍ରମିକଙ୍କୁ ଏ ପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ଫଳରେ ସେହି ଶ୍ରମିକମାନେ ବାରମ୍ବାର ଅଭିଯୋଗ ଆଣୁଛନ୍ତି ବୋଲି ଯନ୍ତ୍ରୀ ଜଣକ ନିଜ ନାମ ଗୋପନ ରଖି କହିଛନ୍ତି। ଅପରପକ୍ଷେ ଶ୍ରମିକଙ୍କୁ କୁଶଳୀ କରିବାକୁ ଯେଉଁ ଲକ୍ଷାଧିକ ଟଙ୍କା ଆସୁଛି ତାହା କୁଆଡ଼େ ଯାଉଛି ବୋଲି ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା ପ୍ରଶ୍ନ ଉଠାଇଛନ୍ତି। ଶ୍ରମିକ ମାନରଞ୍ଜନ ମହାରଣା କହିଛନ୍ତି, ତାଙ୍କୁ ରାଜମିସ୍ତ୍ରି କରାଯିବ ବୋଲି କୁହାଯାଇ ନିଆଗଲା। ଏପରି କି ଟ୍ରେନିଂ ନେଲେ ସାର୍ଟିଫିକେଟ ସହ ଏହି ସମୟ ପାଇଁ ଭଲ ଅର୍ଥ ମିଳିବ ବୋଲି କୁହାଯାଇଥିଲା। ଟ୍ରେନିଂ ନେବାର ଇତିମଧ୍ୟରେ ୩ବର୍ଷ ପୂରି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ସେହିପରି ଡେଲାଙ୍ଗ ବ୍ଲକର ଗଜେନ୍ଦ୍ର ସାହୁ ଏବଂ ପ୍ରସନ୍ନ ସାହୁ ମଧ୍ୟ ସମାନ ଅଭିଯୋଗ ଆଣି କହିଛନ୍ତି, ଏ ପର୍ଯ୍ୟନ୍ତ ସେମାନଙ୍କୁ ଟଙ୍କା ମିଳିଲାନାହିଁ। ଏଥିପାଇଁ ବାରମ୍ବାର ଦୌଡ଼ିଦୌଡ଼ି ସେମାନେ ଆଶା ଛାଡ଼ି ଦେଲେଣି। କେବଳ ଟଙ୍କା ନୁହେଁ ସେମାନଙ୍କୁ କାମ କରିବାକୁ ଯେଉଁ ଟୁଲ କିଟ୍‌ ମିଳିବା କଥା ତାହା ମଧ୍ୟ ମିଳିଲା ନାହିଁ ବୋଲି ସାହୁ ଅଭିଯୋଗ କରିଛନ୍ତି।
କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଲକ୍ଷ୍ୟରେ ରଖି ମୁଖ୍ୟତଃ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିବା କୁହାଯାଉଛି। ରାଜ୍ୟର ଯେଉଁ ଜିଲାରେ ଟାର୍ଗେଟ ମୁତାବକ ଆବାସ ଯୋଜନାରେ ଘର କାମ ସରୁନାହିଁ ସେହି ସ୍ଥାନଗୁଡ଼ିକରେ ଟ୍ରେନିଂ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହ ଏଥିରେ ଶ୍ରମିକଙ୍କୁ ସାମିଲ କରି ଲକ୍ଷ୍ୟ ପୂରଣ କରାଯାଉଛି। ଶ୍ରମିକଙ୍କୁ ଟ୍ରେନିଂ ଦେବା ଲାଗି ଟ୍ରେନିଂ ପାର୍ଟନର(ଟିପି) ବଛାଯାଇଛି। ଗାଁ ଗହଳିରେ ମାଇକ ଦ୍ୱାରା ପ୍ରଚାର କରି ଶ୍ରମିକଙ୍କୁ ଟ୍ରେନିଂରେ ସାମିଲ କରିବା ଟିପିଙ୍କ କାମ। ଜଣେ ଟିପି ମୋଟ ୩୦ଜଣଙ୍କୁ ଟ୍ରେନିଂ ଦେଇପାରିବେ। ଜଣେ ଶ୍ରମିକ ପିଛା ଟିପି ଘଣ୍ଟାକୁ ପ୍ରାୟ ୪୭ଟଙ୍କା ହିସାବରେ ୮ଘଣ୍ଟାକୁ ୩୭୬ଟଙ୍କା ନେବେ। ସେହି ଅନୁଯାୟୀ ୧୦ଦିନିଆ ଟ୍ରେନିଂରେ ଟିପି ଦୈନିକ ୧୧,୨୮୦ ଟଙ୍କା, ମାସିକ ୩, ୩୮, ୪୦୦ ଟଙ୍କା ଏବଂ ୪୫ ଦିନରେ ୫,୦୭,୬୦୦ ଟଙ୍କା ନେଉଛନ୍ତି। ବିଡିଓ କେଉଁ ପଞ୍ଚାୟତରେ କେତେ ଆବାସ ଘରର ଟାର୍ଗେଟ ହାସଲ ହୋଇପାରି ନାହିଁ ତା’ର ହିସାବ ଟିପିମାନଙ୍କୁ ଦେବେ। ଏହାପରେ ଉକ୍ତ ଟିପି ଯାଇ ସେହି ଅଞ୍ଚଳରେ ଶ୍ରମିକମାନଙ୍କୁ ବୁଝାଇ ଟ୍ରେନିଂରେ ସାମିଲ କରି ଟାର୍ଗେଟ ଶେଷ କରୁଛନ୍ତି। ବଲାଙ୍ଗୀର ଜିଲାରେ ସର୍ବାଧିକ ୩୫୩୦ ଜଣ ଶ୍ରମିକଙ୍କୁ ଟ୍ରେନିଂ କାର୍ଯ୍ୟରେ ସାମିଲ କରାଯାଇଛି। ଏଥିପାଇଁ ସେହି ଜିଲାରେ ୫ ଟିପିଙ୍କୁ ଦାୟିତ୍ୱ ମିଳିଛି। ମୟୂରଭଞ୍ଜ ଜିଲାରେ ମଧ୍ୟ ଆବାସ ଯୋଜନାରେ ସରକାରଙ୍କ ଲକ୍ଷ୍ୟ ଅନୁଯାୟୀ କାମ ସରୁନାହିଁ। ତେଣୁ ସରକାର ସେହି ଜିଲା ପାଇଁ ୩ ଟିପିଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି, ସେମାନେ ୩୦୨୦ ଜଣ ଶ୍ରମିକଙ୍କୁ ଟ୍ରେନିଂରେ ସାମିଲ କରି ଲକ୍ଷ୍ୟ ପୂରଣ କରିବେ। ଏନେଇ ଓଡ଼ିଶା ଜୀବିକା ମିଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ରାଜେଶ ପ୍ରଭାକର ପାଟିଲଙ୍କୁ ପଚାରିବାରେ ସେ କହିଛନ୍ତି, ଟ୍ରେନିଂ ନେଇଥିବା ଶ୍ରମିକଙ୍କୁ ପାରିଶ୍ରମିକ ନ ମିଳିବା ନେଇ କୌଣସି ଅଭିଯୋଗ ଆମ ନିକଟକୁ ଆସି ନାହିଁ। ତେବେ କରୋନା ସମୟରେ ମଜୁରି ପ୍ରଦାନରେ ସାମାନ୍ୟ ବିଳମ୍ବ ହୋଇଛି। ଏହି ଟଙ୍କା ବ୍ଲକ ମାଧ୍ୟମରେ ଦିଆଯାଇଥାଏ। ପ୍ରାପ୍ୟ ପ୍ରଦାନ ଦିଗରେ କେଉଁଠି ଅସୁବିଧା ହୋଇଛି ତାକୁ ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?